Posted inଖେଳ

ଫୁଟବଲ ଟେକ୍ନିକ ସୁଧାରିଲେ ୯୬ ଖେଳାଳି

ଭୁବନେଶ୍ୱର, ୨୭।୫(କ୍ରୀଡ଼ା ପ୍ରତିନିଧି)- ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଗତ ଏପ୍ରିଲ ୨୮ରୁ ଆରମ୍ଭ ହୋଇଥିବା ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ରବିବାର ଉଦ୍‌ଯାପିତ ହୋଇଛି। ଏହି ଶିବିରରେ ୧୩ ବର୍ଷରୁ କମ୍‌ ବାଳକ ବିଭାଗରେ ୪୭, ୧୫ରୁ ୧୭ ବର୍ଷ ବିଭାଗରେ ୨୪ ଏବଂ ୧୮ରୁ ୨୨ ବର୍ଷ ବିଭାଗରେ ୨୫ ବାଳକ ଅଂଶଗ୍ରହଣ କରିଥିଲେ। ୩ ସପ୍ତାହଧରି ଅନୁଷ୍ଠିତ ଏହି ଶିବିରରେ ୭ ପ୍ରଶିକ୍ଷକ ୯୬ ବାଳକଙ୍କୁ ଫୁଟବଲର ମୌଳିକ ଜ୍ଞାନ ସମ୍ପର୍କରେ ଶିକ୍ଷା ଦେବାସହ ଟେକ୍ନିକରେ ଥିବା ତ୍ରୁଟିକୁ ସୁଧାରିଥିଲେ। ଶିବିରର ବିଭିନ୍ନ ଦିବସରେ ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ସସ୍ମିତା ମଲିକ, ଅନ୍ତର୍ଜାତୀୟ ଖେଳାଳି ବିଜୟଲକ୍ଷ୍ମୀ ସାହୁ, ସୁପ୍ରିୟା ରାଉତରାୟ, ଫଇଜିଓଥେରାପିଷ୍ଟ ମୁକ୍ତିପ୍ରସାଦ ଦାସ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିବା ସହ ନିଜ ଅଭିଜ୍ଞତା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଉଦ୍‌ଯାପନ ଉତ୍ସବରେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ନବନିର୍ବାଚିତ ଅନନ୍ତ ନାରାୟଣ ଜେନା, ଅନୁଗୋଳ-ସୁକିନ୍ଦା ରେଲଓ୍ବେ ଏମ୍‌ଡି ବିଲୀପ ସାମନ୍ତରାୟ, ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏଶନ ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜା, କ୍ରୀଡ଼ା ସଂଗଠକ ନବରଞ୍ଜନ ପଟ୍ଟନାୟକ, ଆୟୋଜକ କ୍ଲବର ସମ୍ପାଦକ ଦିଲୀପ ଦାସ, ସଭାପତି ତପନ ମହାନ୍ତି, ଉପସଭାପତି ପ୍ରଫୁଲ୍ଲ ମିଶ୍ର, ଅକ୍ଷୟ ଦାସ, ଅତିଥିଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏଆଇଏଫଏଫର ଲାଇସେନ୍ସପ୍ରାପ୍ତ ପ୍ରଶିକ୍ଷକ ସୁଶାନ୍ତ ମହାନ୍ତି ନିଜ ତରଫରୁ ୩ ଖେଳାଳି ସୂର୍ଯ୍ୟରଞ୍ଜନ ନାୟକ, ରିତେଶ ନାୟକ ଓ ସମ୍ବିତ କୁମାର ନାୟକଙ୍କୁ ସ୍କୁଲ୍‌ କିଟ୍‌ ବ୍ୟାଗ୍‌ ଦେଇ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅମିୟ କୁମାର ମିଶ୍ର।


All Right Reserved By Dharitri.Com

Posted inଖେଳ View All

ଅନୁଷ୍କାଙ୍କୁ ବେଷ୍ଟ୍‌ ଫଟୋଗ୍ରାଫର୍‌ କହିଲେ କୋହଲି

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ସୁଇଜରଲାଣ୍ଡରେ ସ୍ତ୍ରୀ ଅନୁଷ୍କାଙ୍କ ସହ ଛୁଟି କାଟୁଛନ୍ତି। ପ୍ରତିଦିନ ସୋସିଆଲ ମିଡିଆରେ ବିରାଟ ଫଟୋ ଶେୟାର କରୁଥିବାର ଦେଖାଯାଇଛି।...

କୁଳମଣି ତ୍ରିପାଠୀ ସ୍ମାରକୀ ରାଜ୍ୟସ୍ତରୀୟ ସ୍କୁଲ ଚେସ୍‌ ଉଦ୍‌ଯାପିତ: ହର୍ଷିତ ଚାମ୍ପିୟନ, ଶ୍ରୀୟାଂଶ ରନର୍ସଅପ୍‌

କଟକ ଅଫିସ,୪ା୯- ଷ୍ଟେଶନବଜାରସ୍ଥିତ ପୂର୍ବତଟ ରେଲଓ୍ବେ ପ୍ରତିଷ୍ଠାନରେ ଏସ୍‌୍‌ଆର୍‌ ଚେସ୍‌ ସେଣ୍ଟର ଦ୍ୱାରା ଆୟୋଜିତ ଦ୍ୱିତୀୟ କୁଳମଣି ତ୍ରିପାଠୀ ସ୍ମାରକୀ ରାଜ୍ୟସ୍ତରୀୟ ସ୍କୁଲ ଚେସ୍‌ ଚାମ୍ପିୟନଶିପ...

ଓଡ଼ିଶାର କ୍ରମାଗତ ୩ୟ ବୃହତ୍‌ ବିଜୟ

କଟକ, ୨୮।୧୨- ଫୁଲ ଫର୍ମରେ ଥିବା ଓଡ଼ିଶା ଦଳ ଚଳିତ ରଣ୍‌ଜୀ ଟ୍ରଫିରେ ଗୋଟିଏ ପରେ ଗୋଟିଏ ବୃହତ୍‌ ବିଜୟ ହାସଲ କରିଛି। ସ୍ଥାନୀୟ ଡ୍ରିମ୍ସ...

ରାଜ୍ୟ ଓପନ ଜୁଡୋ ଚାମ୍ପିୟନଶିପ୍‌ :ଭୁବନେଶ୍ୱର, କିସ୍‌ ଚାମ୍ପିୟନ

ଭୁବନେଶ୍ୱର, ୩।୯(କ୍ରୀଡ଼ା ପ୍ରତିନିଧି)- ରାଜ୍ୟ ଓପନ ଜୁଡୋ (ସବ୍‌ଜୁନିୟର, କ୍ୟାଡେଟ, ଜୁନିୟର, ସିନିୟର) ଚାମ୍ପିୟନଶିପ୍‌ ଓ ଚୟନ ଟ୍ରାଏଲ ପାରାଦୀପର ମ୍ୟୁନିସପାଲ କଲ୍ୟାଣମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି।...

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ : ଅଷ୍ଟ୍ରେଲିଆକୁ ରେକର୍ଡ ପଞ୍ଚମ ଟାଇଟଲ

ମେଲବୋର୍ନ, ୮।୩(ପି.ଟି.)- ଆୟୋଜକ ଅଷ୍ଟ୍ରେଲିଆ ରେକର୍ଡ ପଞ୍ଚମଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ମହିଳା ବିଶ୍ୱକପ୍‌ ଟାଇଟଲ ହାସଲ କରିଛି। ରବିବାର ଅନୁଷ୍ଠିତ...

ଜାତୀୟ ସବ୍‌ଜୁନିୟର ବାସ୍କେଟବଲ୍‌: ରାଜସ୍ଥାନ, ତାମିଲନାଡୁ କ୍ବାର୍ଟର ଫାଇନାଲରେ

କଟକ ଅଫିସ,୬ା୯- କଟକରେ ଚାଲିଥିବା ୪୬ତମ ଜାତୀୟ ସବଜୁନିୟର ବାସ୍କେଟବଲ ଚାମ୍ପିୟନଶିପର ବାଳକ ବର୍ଗରେ ରାଜସ୍ଥାନ ଓ ବାଳିକା ବର୍ଗରେ ତାମିଲନାଡୁ କ୍ବାର୍ଟର ଫାଇନାଲରେ ସ୍ଥାନ...

ଅଷ୍ଟ୍ରେଲିଆରେ ଦିବାରାତ୍ର ଟେଷ୍ଟ ଖେଳିବ ଭାରତ

ନୂଆଦିଲ୍ଲୀ,୧୬।୨(ପି.ଟି.)- ଚଳିତବର୍ଷ ଭାରତ ତା’ର ବହୁ ପ୍ରତିକ୍ଷୀତ ଅଷ୍ଟ୍ରେଲିଆ ଗସ୍ତରେ ଏକ ଦିବାରାତ୍ର ଟେଷ୍ଟ ଖେଳିବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ଅଷ୍ଟ୍ରେଲିଆରେ ଯେକୌଣସି ଭେନ୍ୟୁରେ...

ଟିମ୍‌ ଇଣ୍ଡିଆ ଉପସ୍ଥିତରେ ହେବ କୋହଲି ଷ୍ଟାଣ୍ଡ ଉନ୍ମୋଚନ

ନୂଆଦିଲ୍ଲୀ,୯।୯: ଦିଲ୍ଲୀ ଓ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ) ଗୁରୁବାର ସ୍ଥାନୀୟ ଫିରୋଜ ଶାହ କୋଟଲାରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନାମରେ ନାମିତ ଷ୍ଟାଣ୍ଡ...

Leave a comment

Your email address will not be published. Required fields are marked *