‘ପାଟଣାଗଡ଼’ ରିଲିଜ୍‌କୁ ସବୁଜ ସଂକେତ:ସ୍ଥଗିତାଦେଶ ପାଇଁ ମନାକଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର, ୬ା୧୧(ବ୍ୟୁରୋ):ବହୁଚର୍ଚ୍ଚିତ ଫିଲ୍ମ ‘ପାଟଣାଗଡ଼’ର ରିଲିଜ୍‌ ନେଇ ହାଇକୋର୍ଟଙ୍କ ପରେ ଏବେ ସୁପ୍ରିମକୋର୍ଟରୁ ମଧ୍ୟ ସବୁଜ ସଂକେତ ମିଳିଛି। ଫିଲ୍ମ ରିଲିଜ୍‌ ଉପରେ ସ୍ଥଗିତାଦେଶ ଜାରି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ ମନା କରିଦେଇଛନ୍ତି। ୨୦୧୮ରେ ବଲାଙ୍ଗୀର ଜିଲା ପାଟଣାଗଡ଼ରେ ହୋଇଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ଆଧାରିତ ଏହି ଫିଲ୍ମ ନଭେମ୍ବର ୮ରେ ଓଡ଼ିଆ, ହିନ୍ଦୀ ଏବଂ ତେଲୁଗୁ ଭାଷାରେ ରିଲିଜ୍‌ ହେବାକୁ ସ୍ଥିର ହୋଇଛି। ଫିଲ୍ମ ରିଲିଜ୍‌ ଉପରେ ରୋକ ଲଗାଇବାକୁ ପାର୍ସଲ ବୋମା ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ୍‌ ମେହେରଙ୍କ ପତ୍ନୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ ଏସ୍‌.ଏ. ବୋବ୍‌ଡେ, ଜଷ୍ଟିସ୍‌ ଏସ୍‌. ଅବ୍‌ଦୁଲ ନାଜିର୍‌ ଏବଂ ଜଷ୍ଟିସ୍‌ କ୍ରୀଷ୍ଣା ମୁରାରୀଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଶୁଣାଇଛନ୍ତି। ଯଦି ଫିଲ୍ମର କାହାଣୀକୁ ନେଇ କୌଣସି ଅଭିଯୋଗ ଥାଏ, ତା’ହେଲେ ଅଭିଯୋଗକାରୀ ଆସନ୍ତା ୩୦ଦିନ ମଧ୍ୟରେ ସେନ୍‌ସର୍‌ ବୋର୍ଡର ଦ୍ୱାରସ୍ଥ ହେବାକୁ ଖଣ୍ଡପୀଠ କହିଛନ୍ତି। ଆବେଦନକାରୀଙ୍କ ଆପତ୍ତି ନେଇ ବିଚାର କରିବାକୁ ବୋର୍ଡ଼କୁ ନିର୍ଦ୍ଦେଶ ଦିଆଯାଇଛି।
ଉଲ୍ଲେଖଯୋ୍ଯଯ, ୨୦୧୮ ଫେବୃୟାରୀ ୨୩ରେ ପାଟଣାଗଡ଼ରେ ହୋଇଥିବା ବହୁଚର୍ଚ୍ଚିତ ପାର୍ସଲ ବୋମା ଘଟଣା ଉପରେ ଫିଲ୍ମର କାହାଣୀ ଆଧାରିତ। ଫିଲ୍ମରେ ମୁଖ୍ୟ ଭୂମିକାରେ ବଲିଉଡ୍‌ ଅଭିନେତା ଅତୁଲ କୁଲକର୍ଣ୍ଣୀ, ୟଶପାଲ ଶର୍ମା, ଲୋକପ୍ରିୟ ଓଡ଼ିଆ ଫିଲ୍ମ ଅଭିନେତା ମନୋଜ ମିଶ୍ର, ପୁଷ୍ପା ପଣ୍ଡା, ଅନୁ ଚୌଧୁରୀ, ତେଲୁଗୁ ଅଭିନେତା ଥନିକେଲ୍ଲା ଭାରାଣୀ ପ୍ରମୁଖ ଅଭିନୟ କରିଛନ୍ତି। ରାଜେଶ ଟଚରିଭର୍‌ଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ପ୍ରଯୋଜକ ହେଉଛନ୍ତି ଶ୍ରୀଧର ମାର୍ଥା। ବଲାଙ୍ଗୀରରେ ନବ ବିବାହିତ ଦମ୍ପତି ସୌମ୍ୟ ଏବଂ ରୀମାଙ୍କୁ ବାହାଘର ଉପହାରରେ ମିଳିଥିଲା ଏକ ବୋମା। ନବ ବିବାହିତ ଯୋଡ଼ି ଉତ୍ସାହିତ ହୋଇ ନିଜ ବାହାଘର ଉପହାରଗୁଡ଼ିକୁ ଖୋଲିବାବେଳେ ବୋମା ଫୁଟି ଘଟଣାସ୍ଥଳରେ ହିଁ ସୌମ୍ୟଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପଟେ ରୀମା ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ। ଏହି ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ପୁଞ୍ଜିଲାଲ ମେହେର ମୁଖ୍ୟ ଅପରାଧୀ ସାବ୍ୟସ୍ତ ହୋଇଥିଲେ।


All Right Reserved By Dharitri.Com

କଲେଜରେ ୭ ଘଣ୍ଟା କାର୍ଯ୍ୟ କରିବା ନିୟମକୁ ଅଧ୍ୟାପକଙ୍କ ପରୋକ୍ଷ ବିରୋଧ: ପ୍ରଥମେ ଭିତ୍ତିଭୂମି ସଜାଡ଼, ପରେ ନିୟମ କଲେ ଦ୍ୱିଧା ନାହିଁ

ଭୁବନେଶ୍ୱର,୮।୭(ବ୍ୟୁରୋ): ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ନିୟମିତ ଅଧ୍ୟାପକମାନେ କଲେଜରେ ଛଅ ଘଣ୍ଟା ବଦଳରେ ୭ଘଣ୍ଟା ରହିବା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବା ପରେ...

ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା: ପ୍ରେମିକ ଫେରାର ହେବା ପରେ ଅନୁଗୋଳ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଯୁବତୀ

ଅନୁଗୋଳ ଅଫିସ,୧୯।୬: ଅନୁଗୋଳ ଜିଲା ଜରପଡ଼ା ଥାନା ଅଞ୍ଚଳର ଜଣେ ଯୁବତୀ ଓ ତାଙ୍କ ପରିବାରଲୋକେ ବୁଧବାର ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏପରିକି...

୧୩ ଜିଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୧।୫ (ବ୍ୟୁରୋ) : ରାଜ୍ୟରେ ତାତିର ପ୍ରକୋପ କିଛି ମାତ୍ରାରେ ହ୍ରାସ ପାଇଛି। ତଥାପି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାର ୧୦ ସହରରେ ପାରଦ ୪୧...

ଓମ୍‌ବାବାଙ୍କ ନଁ।ରେ ଖଣ୍ଡଗିରି ଥାନାରେ ଅଭିଯୋଗ: ଗିରଫ ନ କଲେ ଅଣ୍ଡାମାଡ଼ ଧମକ ଦେଲା ଯୁବ କଂଗ୍ରେସ

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ବିବାଦୀୟ ବୟାନ ଦେଇ ପୁଣି ଚର୍ଚ୍ଚାରେ ଓମ୍‌ ବାବା। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ...

୩ଥର ଇସ୍ତଫା ଗ୍ରହଣ କରିବାକୁ କହିଲିଣି: ନିରଞ୍ଜନ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ରାଜ୍ୟରେ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ପ୍ରଦେଶ କଂଗ୍ରେସ କମିଟି ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରିଛି। ଅନ୍ୟପଟେ ବିଳମ୍ବରେ ହୋଇଥିବା ପାଟକୁରା ନିର୍ବାଚନରେ ମଧ୍ୟ...

ବିଜେଡି ଫୋକସ୍‌ରେ ବିଧାନ ପରିଷଦ

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ରାଜ୍ୟରେ ବିଧାନ ପରିଷଦ ଗଠନ ନେଇ ଓଡ଼ିଶା ବିଧାନସଭାରେ ପୂର୍ବରୁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି। ହେଲେ ଏଥିପାଇଁ ପାର୍ଲାମେଣ୍ଟରେ ବିଧେୟକ ଆସି ଗୃହୀତ...

ନିମ୍ନମାନର ଚାଉଳ ଯୋଗାଣ ଓ ପରିଚାଳନା ସମସ୍ୟା ନେଇ ସ୍କୁଲରେ ତାଲା: ୪ଦିନ ବିତିଲା, ସମାଧାନ ନାହିଁ

ଝୁମ୍ପୁରା, ୭।୮ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବଡନେଉଳି ଉଚ୍ଚ ବିଦ୍ୟାଳୟର ସମସ୍ୟା ନେଇ ଅଭିଭାବକ ଓ ଗ୍ରାମବାସୀ ମୁଖ୍ୟ ଫାଟକରେ ତାଲା ପକାଇ...

ପ୍ରଥମ ଥର ହାଇକୋର୍ଟଙ୍କ ପୂର୍ଣ୍ଣ ଖଣ୍ଡପୀଠ ବସିଲା

କଟକ ଅଫିସ, ୧୬।୧୦:ନିକଟ ଅତୀତରେ ଓଡ଼ିଶା ହାଇକୋର୍ଟଙ୍କ ପୂର୍ଣ୍ଣ ଖଣ୍ଡପୀଠ ବସିବାର ନଜିର ନ ଥିବାବେଳେ ମଙ୍ଗଳବାର ପ୍ରଥମ ଥର ପୂର୍ଣ୍ଣାଙ୍ଗ ଖଣ୍ଡପୀଠ ଏକ ମାମଲାର...

Leave a comment

Your email address will not be published. Required fields are marked *