Posted inଜାତୀୟ

ପ୍ରଦୂଷଣ, ବାତ୍ୟା ସ୍ଥିତି ସମୀକ୍ଷା କଲେ ମୋଦି

ନୂଆଦିଲ୍ଲୀ,୬-୧୧(ପି.ଟି.):ଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ର (ଏନ୍‌ସିଆର୍‌) ଅଞ୍ଚଳରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତର ଭାରତର ସ୍ଥିତି ସମୀକ୍ଷା କରିଛନ୍ତି। ସେ ଏକ ବୈଠକରେ ଅଧ୍ୟକ୍ଷତା କରି ପ୍ରଦୂଷଣ ସମ୍ପର୍କିତ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଟୁଇଟ୍‌ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ପି.କେ. ମିଶ୍ର ଦିଲ୍ଲୀ, ପଞ୍ଜାବ ଓ ହରିୟାଣାରେ ପ୍ରଦୂଷଣକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ରବିବାର ସମୀକ୍ଷା ବୈଠକ କରିବା ଦିନକ ପରେ ମୋଦି ଏହି ସମୀକ୍ଷା କରିଛନ୍ତି। ସେହିପରି ପଶ୍ଚିମ ଭାରତରେ ସମ୍ଭାବ୍ୟ ଝଡ଼ ସ୍ଥିତିକୁ ନେଇ ମଧ୍ୟ ମୋଦି ସମୀକ୍ଷା କରିଥିବା ଜଣାପଡ଼ିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମିଳିଥିବା ସୂଚନାନୁସାରେ ଦିଲ୍ଲୀର ବାୟୁ ଗଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) ପୂର୍ବାହ୍ନ ୯ଟା ୪୫ରେ ୩୬୫ ଥିବାବେଳେ ଅପରାହ୍ନ ୩ଟା ୪୫ରେ ୩୩୧କୁ ଖସିଥିଲା। ଏନ୍‌ସିଆର୍‌ର ଗ୍ରେଟର ନଏଡାରେ ୩୪୮, ନଏଡା ୩୫୮, ଗାଜିଆବାଦ ୩୫୧, ଫରିଦାବାଦ ୩୧୧ ଓ ଗୁରଗାଓଁରେ ୩୨୮ ରହିଥିଲା। ଏକ୍ୟୁଆଇ ୦-୫୦ ରହିଲେ ଭଲ, ୫୧-୧୦୦ ସନ୍ତୋଷଜନକ, ୧୦୧-୨୦୦ ମଧ୍ୟମ, ୨୦୧-୩୦୦ ନିମ୍ନ, ୩୦୧-୪୦୦ ଅତି ନିମ୍ନ ଓ ୪୦୧-୫୦୦ ରହିଲେ ତାକୁ ଖରାପ କୁହାଯାଏ। ସେହିପରି ଏହି ସୂଚକାଙ୍କ ସ୍ତର ୫୦୦ ଅତିକ୍ରମ କଲେ ସିଭିଅର ପ୍ଲସ୍‌ ଭାବେ ବର୍ଗୀକରଣ କରାଯାଏ।


All Right Reserved By Dharitri.Com

ଡାକ୍ତରଙ୍କ ପରେ ଆନ୍ଦୋଳନକୁ ଓହ୍ଲାଇଲେ ଶିକ୍ଷକ

କୋଲକାତା,୧୭।୬: ପଶ୍ଚିମବଙ୍ଗରେ ଗୋଟିଏ ପଟେ ଡାକ୍ତରଙ୍କ ଆନ୍ଦୋଳନ ସମସ୍ତଙ୍କ ମୁଣ୍ଡ ବିଗାଡି ଥିବା ବେଳେ ଏବେ ସେଠାରେ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଥିବା ସୂଚନା ମିଳିଛି। ଅଧିକ...

ସଚେତନତା ଦ୍ୱାରା ମହିଳାଙ୍କ ଉପରେ ହେଉଥିବା ଅପରାଧର ଅନ୍ତ ଘଟିିବ: ଭେଙ୍କିୟା ନାଇଡୁ

ପୁଣେ,୮।୧୨: ଦେଶରେ ମହିଳାଙ୍କ ଉପରେ ଅପରାଧ ବୃଦ୍ଧି ପାଉଥିବା ନେଇ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କ୍ଷୋଭ ପ୍ରକାଶ କରିଛନ୍ତି। ଲୋକଙ୍କ ମଧ୍ୟରେ ସଚେତନତା ଦ୍ୱାରା ହିଁ...

ରାମବିଳାଶ ପାଶ୍ୱାନ୍‌ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ, ୭।୧୦: କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ମନ୍ତ୍ରୀ ରାମବିଳାଶ ପାଶ୍ୱାନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି। ନିଃଶ୍ୱାସ ନେବାରେ କଷ୍ଟ...

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶିବସେନାର ହିଁ ହେବ:ସଞ୍ଜୟ ରାଓ୍ବତ

ମୁମ୍ବାଇ,୧।୧୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଭାଜପା ଏବଂ ସହଯୋଗୀ ଶିବସେନା ମଧ୍ୟରେ ଟଣାଓଟରା ଲାଗିରହିଛି। ଶୁକ୍ରବାର ଶିବସେନା ମୁଖ୍ୟପାତ୍ର ସଞ୍ଜୟ ରାଓ୍ବତ ପୁଣି...

ଗଣେଶ ଚତୁର୍ଥୀ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨।୯: ସାରା ଦେଶରେ ସୋମବାର ଗଣେଶ ଚତୁର୍ଥୀ ପାଳନ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି...

ବ୍ରିକ୍ସ୍‌ ସମ୍ମିଳନୀରେ ଯୋଗଦେବା ପାଇଁ ବ୍ରାଜିଲ୍‌ ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୧୧: ବ୍ରାଜିଲ୍‌ରେ ହେବାକୁ ଥିବା ୧୧ତମ ବ୍ରିକ୍ସ୍‌ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନଭେମ୍ବର ୧୩ ଓ ୧୪ ଦୁଇ ଦିନ ଧରି...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୧୭।୧୧: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଲାଗି ରହିଛି। ରବିବାର ପୂର୍ବାହ୍ନ ୧୦ଟା ୧୫ରେ ପୁଞ୍ଚ ଜିଲାର ଶାହପୁର ଅଞ୍ଚଳରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ...

୧୦ ବର୍ଷରେ ୫୦ ଲକ୍ଷ ହେକ୍ଟର ପଡ଼ିଆ ଜମିରେ ହେବ ଚାଷ: ୭୫ ଲକ୍ଷଙ୍କୁ ମିଳିବ କର୍ମ ନିଯୁକ୍ତି

ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆସନ୍ତା ୧୦ ବର୍ଷ ମଧ୍ୟରେ ଦେଶର ୫୦ ଲକ୍ଷ ହେକ୍ଟର ପଡ଼ିଆ ଜମିକୁ ଚାଷ ଯୋଗ୍ୟ କରିବା ଲାଗି...

Leave a comment

Your email address will not be published. Required fields are marked *