ବିନୋଦିନୀ ଚିଟ୍‌ଫଣ୍ଡ ସଂସ୍ଥାର ୧୦କୋଟି ଠକେଇ: ଏସ୍‌ଡିପିଓଙ୍କ ଦ୍ୱାରସ୍ତ ହେଲେ ଜମାକାରୀ

ବ୍ରହ୍ମପୁର ଅଫିସ,୬ା୧୧-ଚିଟଫଣ୍ଡ ସଂସ୍ଥାଗୁଡିକ ଗଞ୍ଜାମ ଜିଲାର ହଜାର ହାଜର ଜମାକାରୀଙ୍କ କୋଟି କୋଟି ଟଙ୍କା ଠକି ନେଇଯାଇଛନ୍ତି। ବୈଦ୍ୟନାଥପୁର ଥାନା ଅଯୋଧ୍ୟାନଗର ପ୍ରଥମ ଲେନ୍‌ରେ ଖୋଲିଥିବା ବିନୋଦିନୀ ପ୍ରାଇଭେଟ ଲିମିଟେଡ଼ ନାମକ ଅର୍ଥ ଲଗାଣକାରୀ ସଂସ୍ଥା ଚିକିଟି ନିର୍ବାଚନ ମଣ୍ଡଳୀ, ପାତ୍ରପୁର ବ୍ଲକ ଅଞ୍ଚଳର ଶତାଧିକ ଆଦିବାସୀ ଜମାକାରୀଙ୍କଠାରୁ ୧୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଜମାକାରୀଙ୍କ ମଧ୍ୟରୁ ଏକ ୧୦ ଜଣିଆ ପ୍ରତିନିଧି ଦଳ ବୈଦ୍ୟନାଥପୁର ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ। ସେଠାରେ ସେମାନେ ବ୍ରହ୍ମପୁର ଏସ୍‌ଡ଼ିପିଓ ବିଷ୍ଣୁପ୍ରସାଦ ପତିଙ୍କୁ ଭେଟିଥିଲେ। ଉକ୍ତ ସଂସ୍ଥାର ଏଜେଣ୍ଟ ଦେବରାଜ ମହାରଣା କିଛିବର୍ଷ ତଳେ ଜରଡ଼ା ଥାନା ଅନ୍ତର୍ଗତ ସୁରଡା, ଗୋଲାଣି ବିଲେଇଛାଇ ଆଦି ଗ୍ରାମକୁ ଯାଇ ଆଦିବାସୀ ଲୋକଙ୍କୁ ବିନୋଦିନୀ ପ୍ରୋଜେକ୍ଟସ୍‌ ଲିମିଟେଡ଼ରେ ଟଙ୍କା ବାନ୍ଧିବାକୁ କହିଥିଲେ। ଟଙ୍କା ଜମାର ୨ ବର୍ଷରେ ଏହା ୩ ଗୁଣ ଓ ୩ ବର୍ଷରେ ୫ ଗୁଣ ଟଙ୍କା ମିଳିବ ବୋଲି ଲୋଭ ଦେଖାଇଥିଲେ। ବିନୋଦିନୀ ଚିଟଫଣ୍ଡ ସଂସ୍ଥାରେ ଲୋକମାନେ ଟଙ୍କା ଜମା କରିଥିଲେ। ଟଙ୍କା ଫେରସ୍ତ ସମୟ ୨୦୧୭ରେ ସଂସ୍ଥା ରାତାରାତି ଉଭାନ ହୋଇଯାଇଥିଲା। କ୍ଷତିଗ୍ରସ୍ତ ଜମାକାରୀ ଅଭି ଶବର, ଚନ୍ଦ୍ରମଣି ଶବର, ସତ୍ୟ ଶବର, କାଞ୍ଚନ ଶବର, ଜୟଦୀପ ଶବର, ଭାସ୍କର ଶବର, ବୃନ୍ଦାବନ ଶବର, ଗୁଡିଆ ଶବର, ସହଦେବ ଶବର ଓ ପର୍ଶୁରାମ ଶବର ମଙ୍ଗଳବାର ଆଇନଜୀବୀ ଦୟାନିଧି ପାଣିଗ୍ରାହୀଙ୍କ ସହାୟତାରେ ଏସ୍‌ଡ଼ିପିଓ ପତିଙ୍କୁ ଭେଟି ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏନେଇ ଏସ୍‌ଡ଼ିପିଓ ପତି କୁହନ୍ତି, ବିନୋଦିନୀ ଚିଟଫଣ୍ଡ ସଂସ୍ଥା ବିଭିନ୍ନ ରାଜ୍ୟରେ ଜମାକାରୀଙ୍କୁ ଠକେଇ କରିଛି। ଉକ୍ତ ସଂସ୍ଥାର ନିର୍ଦ୍ଦେଶକ ଧରାକୋଟ ଥାନା ଅନ୍ତର୍ଗତ ରୁଗୁମାର ଧୀରେନ ସ୍ବାଇଁ, ତାଙ୍କ ସ୍ତ୍ରୀ ସଙ୍ଗୀତା ସ୍ବାଇଁ, ଭାଇ ହିତେନ ସ୍ବାଇଁ ଓ ଶଳା ବିନୋଦ ସ୍ବାଇଁ ଅଟନ୍ତି। ସେମାନଙ୍କ ନାମରେ ସୁରଟର କିଛି କ୍ଷତିଗ୍ରସ୍ଥ ଜମାକାରୀ ୨୦୧୮ ମାର୍ଚ୍ଚ ୧୪ରେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପୃଥକ ଭାବେ ନଂ. ୬୩/୧୮ ଓ ୬୪/୧୮ରେ ଦୁଇଟି ମାମଲା ରୁଜୁୁ କରିଛି। ମଙ୍ଗଳବାର ଜରଡ଼ା ଅଞ୍ଚଳର ଜମାକାରୀଙ୍କ ଏହି ଅଭିଯୋଗଟି ଉକ୍ତ ମାମଲାରେ ଯୋଡି ଦିଆଯାଇଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଛତିଶଗଡ଼ ପୋଲିସ ମଣିକପୁର ଥାନା କେସ୍‌ ନଂ. ୪୧୯/୧୮ ଅନୁସାରେ ବିନୋଦିନୀ ଚିଟଫଣ୍ଡ ସଂସ୍ଥା ମୁଖ୍ୟ ଧୀରେନ ସ୍ବାଇଁଙ୍କୁ ନିଆଦିଲ୍ଲୀର ନୋଇଡା ଅଞ୍ଚଳରୁ ମେ ୩୧ ତାରିଖରେ ଗିରଫ କରିଥିଲା। ସେହିପରି ତାଙ୍କ ଭାଇ ହିତେନଙ୍କୁ ଜୁଲାଇ ୧୦ରେ ରାୟପୁରରୁ ଗିରଫ କରିଥିଲା। ଉଭୟ ଅଭିଯୁକ୍ତ ଏବେ କୋରବା ଜେଲରେ ଅଛନ୍ତି। ସେହିପରି ବ୍ରହ୍ମପୁର ଓପିଆଇଡ଼ି କୋର୍ଟ ପକ୍ଷରୁ କୋରବା ଜେଲରେ ଥିବା ଧୀରେନ ଓ ତାଙ୍କ ଭାଇ ହିତେନକୁ ବ୍ରହ୍ମପୁର ଆଣି କୋର୍ଟରେ ହାଜର ପାଇଁ ନିର୍ଦେଶ ଦେଇଥିଲା। ହେଲେ ସେମାନଙ୍କ ବିରୋଧରେ ସେଠାକାର କୋର୍ଟରେ ଚାର୍ଜଫ୍ରେମ ହୋଇ ନ ଥିବାରୁ ବ୍ରହ୍ମପୁର ପୋଲିସର ଏକ ଟିମ୍‌ ସେଠାକୁ ଯାଇ ନିରାଶ ହୋଇ ଫେରିଛି। ଏଣୁ ପୁଣି ଥରେ ଓପିଆଇଡ଼ି କୋର୍ଟ ବିନୋଦିନୀ ଚିଟଫଣ୍ଡ ୨ ନିର୍ଦ୍ଦେଶକ ଭାଇଙ୍କୁ ବ୍ରହ୍ମପୁର ଆଣିବା ପାଇଁ ଗତ ୨ ତାରିଖରେ ନିର୍ଦ୍ଦେଶ ଦେଇଥିବା ଏସଡ଼ିପିଓ ପତି କହିଛନ୍ତି।


All Right Reserved By Dharitri.Com

ଘର ଭାଙ୍ଗିଲା, ଫସଲ ଉଜାଡ଼ିଲା ହାତୀ

ବଡ଼ଗାଁ,୭।୮(ଡି.ଏନ୍‌.ଏ.) : ସୁନ୍ଦରଗଡ଼ ଜିଲା ବଡ଼ଗାଁ ବନଖଣ୍ଡ ଅଧୀନ ଜଙ୍ଗଲକୁ ଆସିଥିବା ୧୪ଟି ହାତୀ ଶନିବାର ଉପଦ୍ରବ କରିଥିବା ବେଳେ ମଙ୍ଗଳବାର ରାତିରେ ଏମାନଙ୍କ ମଧ୍ୟରୁ...

ଏକତରଫା ପ୍ରେମରେ ବିଫଳ ହେବା ପରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ମାରଣାସ୍ତ୍ରରେ ବାପା-ଝିଅଙ୍କୁ ଆକ୍ରମଣ

ଭଦ୍ରକ ଅଫିସ,୧।୧୨: ଭଦ୍ରକ ଗ୍ରାମାଞ୍ଚଳ ଥାନା କେନ୍ଦୁଆପଦା ଡାଳିମ୍ବଗଡ଼ିଆ ଛକରେ ଶନିବାର ରାତିରେ ଜଣେ ବ୍ୟକ୍ତି ଏବଂ ତାଙ୍କ ଝିଅଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ...

ଇଭିଏମ୍‌ ଅଚଳ, ବନ୍ଦ ରହିଛି ମତଦାନ

ତିହିଡ଼ି,୨୯।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ନିର୍ବାଚନ ମଣ୍ତଳୀ ଅଧୀନ ତିହଡ଼ି ବ୍ଲକ କୋହ୍ଲ ପଞ୍ଚାୟତର ମୂଷାଙ୍ଗ ପ୍ରାଥମିକ ସ୍କୁଲ ୨୧୯ନଂ ବୁଥ୍‌ରେ ଇଭିଏମ୍‌ ଅଚଳ ଯୋଗୁ...

ଜାତୀୟ କରାଟେ ପ୍ରତିଯୋଗିତାରେ ମିଳିଛି ସ୍ବର୍ଣ୍ଣ ପଦକ : ପ୍ରତିଭା ବିିକାଶରେ ଅର୍ଥ ସାଜିଛି ବାଧକ

ମହାକାଳପଡ଼ା,୧୨ା୮(ଡି.ଏନ୍‌.ଏ.):  ଅର୍ଥ ଅଭାବରୁ ଜଣେ ପ୍ରତିଭାବାନ ଛାତ୍ରୀ ତଥା ଜାତୀୟସ୍ତରର କରାଟେ ଖେଳାଳି ଉଚ୍ଚ ଶିକ୍ଷା ଲାଭ କରିବାରେ ବାଧକ ସୃଷ୍ଟି ହୋଇଛି। ସେ ହେଲେ...

ନବମୀରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା

ବୈଶିଙ୍ଗା, ୭।୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ୧୭ ପଞ୍ଚାୟତରେ ଚଳିତବର୍ଷ ୧୮ଟି ମଣ୍ଡପରେ ମା’ ଦୁର୍ଗା ପୂଜା ପାଉଛନ୍ତି। ସୋମବାର ନବମୀ ଅବସରରେ...

ତିତ୍‌ଲି କ୍ଷତିପୂରଣ ଦାବି: ଧାରଣା ଦ୍ୱିତୀୟ ଦିନରେ

ପାତ୍ରପୁର,୨୭।୧୧(ଡି.ଏନ୍‌.ଏ.): ତିତ୍‌ଲି କ୍ଷୟକ୍ଷତି ପ୍ରଦାନ ଦାବି ନେଇ ଦ୍ୱିତୀୟ ଦିନରେ ୩ଟି ଆଦିବାସୀ ପଞ୍ଚାୟତର ଲୋକେ ପାତ୍ରପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଗତ...

ପୁରୀକୁ ଆବଶ୍ୟକ ବିମାନବନ୍ଦର

ପୁରୀ ଅଫିସ,୨୬ା୮: ପୁରୀ ହେବ ବିଶ୍ୱ ଐତିହ୍ୟ ସହର। ସୁଦୃଢ଼ ହେବ ପର୍ଯ୍ୟଟନ ଭିତ୍ତିଭୂମି। ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କ ଲାଗି ବିଶ୍ୱସ୍ତରୀୟ ସୁବିଧା ସୁଯୋଗ କରାଯିବ।...

ଏସ୍‌ସିବି ଅଧୀକ୍ଷକଙ୍କ ଷ୍ଟେନୋ କୋଟିପତି: ଠାବହେଲା ୧ କୋଟି ୩ ଲକ୍ଷ ୬୪ ହଜାର ୮୮୦ ଟଙ୍କାର ସମ୍ପତ୍ତି

କଟକ ଅଫିସ, ୫ା୧୨: ଏସ୍‌ସିବି ମେଡିକାଲ ଅଧୀକ୍ଷକଙ୍କ ଷ୍ଟେନୋ ପ୍ରମୋଦ କୁମାର ବସନ୍ତରାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। କଟକ ସ୍ବତନ୍ତ୍ର...

Leave a comment

Your email address will not be published. Required fields are marked *