୬ ବର୍ଷ ପରେ ଜନ୍ମମାଟିକୁ ଫେରିଲେ ନାବାଳିକା

ଭଦ୍ରକ ଅଫିସ,୬ା୧୧- ଦୀର୍ଘ ୬ ବର୍ଷ ପରେ ନୟାଗଡ଼ରୁ ଉଦ୍ଧାର ହୋଇଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଅସହାୟ ନାବାଳିକା ନିଜ ଜନ୍ମମାଟିକୁ ଫେରିଛନ୍ତି। ତାଙ୍କ ପରିବାର ଲୋକଙ୍କ ଖୋଜ ଖବର ମିଳୁ ନ ଥିବାରୁ ତାଙ୍କୁ ଆସିଆନା ମୁକ୍ତାଶ୍ରୟ କେନ୍ଦ୍ରରେ ରଖାଯାଇଛି। ସେ ମାଟ୍ରିକ ପଢୁଥିବାରୁ ଏଠାରେ ତାଙ୍କ ପାଠପଢ଼ା ବ୍ୟବସ୍ଥା କରାଯାଇଛି। ନାବାଳିକାଙ୍କୁ ଉଦ୍ଧାର କରିଥିବା ନୟାଗଡ଼ ଜିଲା ଶିଶୁ ମଙ୍ଗଳ କମିଟି ତତ୍ତ୍ୱାବଧାନରେ ଏକ ସ୍ବତନ୍ତ୍ର ରାଜ୍ୟସ୍ତରୀୟ ୩ ଜଣିଆ ଅନୁଧ୍ୟାନ କମିଟି ସୋମବାର ଭଦ୍ରକରେ ପହଞ୍ଚି ନାବାଳିକା ଓ ଜିଲା ଶିଶୁ ମଙ୍ଗଳ କମିଟି କର୍ମକର୍ତ୍ତାଙ୍କୁ ଭେଟି କାଉନସେଲିଂ କରି ଫେରିଯାଇଛନ୍ତି ।
ଏହି ନାବାଳିକାଙ୍କ ଘର ଭଦ୍ରକର ପୁରୁଣାବଜାର ବଡ଼ ଶଙ୍କରପୁର ଅଞ୍ଚଳରେ । ବଡ଼ଶଙ୍କରପୁର ଗାଁର ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ମହିଳା ସ୍ବାମୀ ସହ ମତାନ୍ତର କାରଣରୁ ନିଜ ଝିଅକୁ ଧରି ୬ ବର୍ଷ ପୂର୍ବେ କଟକ ବାରଙ୍ଗର ନରାଜ ଅଞ୍ଚଳକୁ ଚାଲିଯାଇଥିଲେ। ସେଠାରେ ଜଣେ ସାମାଜିକ କର୍ମୀ ଏହି ମହିଳାଙ୍କ ସହମତିରେ ନାବାଳିକାଙ୍କୁ ନେଇ ନୟାଗଡ଼ ଚାଲିଯାଇଥିଲେ। ପରବର୍ତ୍ତୀ ସମୟରେ ନାବାଳିକା ଜଣଙ୍କୁ ନିର୍ଯାତନା ଦିଆଯାଉଥିବା ଘଟଣାକୁ କେନ୍ଦ୍ରକରି ନୟାଗଡ଼ ଅଞ୍ଚଳ ଥାନାରେ ଏତଲା ଦିଆଯାଇଥିଲା। ତଦନୁଯାୟୀ ନାବାଳିକାଙ୍କୁ ଉଦ୍ଧାର କରି ନୟାଗଡ଼ ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇ ଭଦ୍ରକ ଜିଲା ଶିଶୁ ମଙ୍ଗଳ କମିଟିକୁ ଖବର ଦିଆଯାଇଥିଲା। ଏବେ ଭଦ୍ରକ ଶିଶୁ ମଙ୍ଗଳ କମିଟି ସହାୟତାରେ ନାବାଳିକାଙ୍କୁ ଆଣି ଭଦ୍ରକର ଆସିଆନା ମୁକ୍ତାଶ୍ରୟ କେନ୍ଦ୍ରରେ ରଖାଯାଇଛି। ତେବେ ପରିବାର ଲୋକଙ୍କ କୌଣସି ସନ୍ଧାନ ମିଳୁ ନ ଥିବାରୁ ନାବାଳିକାଙ୍କ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରାଯାଉଛି। ଏନେଇ ଭଦ୍ରକ ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକ କହିଛନ୍ତି, ସରକାରୀ ନିୟମାନୁଯାୟୀ ନାବାଳିକାଙ୍କ ଲାଗି ଥଇଥାନ ବ୍ୟବସ୍ଥା କରାଯିବ । ଏଥିସହ ତାଙ୍କ ପାଠପଢ଼ା ବ୍ୟବସ୍ଥା କରାଯିବ। ନିଖୋଜ ନାବାଳିକା ଦୀର୍ଘ ୬ ବର୍ଷ ପରେ ନିଜ ଅଞ୍ଚଳକୁ ଫେରି ଆସିବା ଘଟଣା ନେଇ ଖୁସି ବ୍ୟକ୍ତ କରିଛନ୍ତି।


All Right Reserved By Dharitri.Com

୨୦ନମ୍ବର ଜାତୀୟ ରାଜପଥଠାରୁ କୋଗାଁ ରାସ୍ତା : ଶିଳାନ୍ୟାସର ୫ ମାସ ପରେ ବି ହୋଇନି କାମ

ଯାଜପୁର ରୋଡ, ୯ା୯(ନି.ପ୍ର.)- କୋରେଇ ବ୍ଲକ ଅର୍ନ୍ତଗତ ତଳଗଡ ଗ୍ରାମ ପଞ୍ଚାୟତ ଜାତୀୟ ରାଜପଥ ୨୦ ନମ୍ବରରୁ କୋଗାଁକୁ ରାସ୍ତା ନିର୍ମାଣକୁ ଭିତ୍ତିପ୍ରସ୍ତର ହେବାର ୫...

ଦୁର୍ଗାପୂଜା ପାଇଁ ରାବଣ ବରଣ

ଜାମଟିକ୍ରା, ୨୮।୬ (ଡି.ଏନ.ଏ): ଅତାବିରା ଦୁର୍ଗାପୂଜା ପାଇଁ ଶୁକ୍ରବାର ସ୍ଥାନୀୟ ଦୁର୍ଗା ମନ୍ଦିର ପରିସରରେ ରାବଣ ବରଣ କରାଯାଇଛି । ସର୍ଲା ଗ୍ରାମର ଭୁବନେଶ୍ୱର ପ୍ରଧାନଙ୍କୁ...

ସିଂହପୁର ଉତ୍ସବ ମୁଖର

ସିଂହପୁର,୫।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକର ସିଂହପୁର ଅଞ୍ଚଳରେ ସାର୍ବଜନୀନ ଦୁର୍ଗାପୂଜା ମହାସମାରୋହରେ ଆରମ୍ଭ ହୋଇଛି।ସିଂହପୁର, ଓଳେଇ ଚନ୍ଦନପୁର, ମଲିଆ, ବଂଶୀପୁରରେ ମା’ଙ୍କ ପୂଜା ଚାଲିଛି।...

ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳିତ: ପରିବେଶ ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ବାନ

କର୍ଲାମୁଣ୍ଡା,୫।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ବୋରପଦର ପଞ୍ଚାୟତ ସରାବାହାଲି ଅର୍ଟଚାର୍ଟଠାରେ...

ପ୍ରବଳ ବର୍ଷା: ଦୁର୍ଗାପୂଜା,ମେଳା ଫିକା ପଡ଼ିିଲା

ବଡବିଲ,୮ା୧୦(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଡବିଲରେ ଦୁର୍ଗାପୂଜା ଖୁବ ଜାକଜମକର ସହ ପାଳନ କରାଯାଇଥାଏ। ବିଶେଷ କରି ମାଟକାମବେଡାସ୍ଥିତ କଳିଙ୍ଗନଗରଠାରେ ପ୍ରଶସ୍ତ ଅଞ୍ଚଳରେ ପୂଜା ଅବସରରରେ ମେଳା...

୨୦ ହଜାର ଟଙ୍କାରେ ୭ ଦିନର ପୁଅ ବିକ୍ରି

ବାଲେଶ୍ୱର ଅଫିସ,୧୪।୯-ଦାରିଦ୍ର୍ୟର ତାଡନା ସହି ନ ପାରି ଏକ ଦମ୍ପତି ତାଙ୍କ ୭ଦିନର ପୁଅକୁ ୨୦ହଜାର ଟଙ୍କାରେ ବିକ୍ରି କରିଦେବା ଘଟଣା ବାଲେଶ୍ୱର ଜିଲା ଦରଘାପଡିଆ...

ବଧୂହତ୍ୟା ଅଭିଯୋଗ

ପଦ୍ମପୁର,୨୪।୫ (ଡି.ଏନ.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ରାଜଘରପୋଖରୀ ପଞ୍ଚାୟତ ସାନକୋରବାଟିଆ ଗ୍ରାମର ଉଷାରାଣୀ ଜେନା ନାମ୍ନୀ ଜଣେ ମହିଳାଙ୍କୁ ଶାଶୁଘର ଲୋକେ...

ଗାଁ ଛାଡ଼ି ଯାଉନାହାନ୍ତି ହାତୀପଲ

ଔପଦା, ୨୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ଔପଦା ବ୍ଲକ ଗଡ଼ସାହି ପଞ୍ଚାୟତର ଗଡ଼ସାହି ଗ୍ରାମରେ ହାତୀ ଉପଦ୍ରବ ଥମିବାରେ ନାଁ ଧରୁନି। ଗତ ୪/୫ଦିନ ହେବ କୁଲଡ଼ିହା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *