ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇ ମହିଳାଙ୍କୁ ଅସଦାଚରଣ ଘଟଣା: ଏଏସଆଇଙ୍କୁ ଗିରଫ କଲା ପୋଲିସ

କପ୍ତିପଦା,୬ା୧୧(ଡି.ଏନ୍‌.ଏ.)- ଏକ ପୁରୁଣା ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇ ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ କପ୍ତିପଦା ଥାନାର ତତ୍‌କାଳୀନ ଏଏସଆଇ ଶୁଭେନ୍ଦୁ ବେହେରାଙ୍କୁ ଗିରଫ କରାଯାଇଛି। ସୋମବାର ବିଳମ୍ବିତ ରାତିରେ ବାରିପଦାସ୍ଥିତ ବାସଭବନରୁ ପୋଲିସ ତାଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ, ଗତ ମେ ମାସ ୧୨ ତାରିଖ ବିଳମ୍ବିତ ରାତିରେ କପ୍ତିପଦା ଗଡସାହିର ଜଣେ ବ୍ୟକ୍ତିଙ୍କୁ ଏଏସଆଇ ବେହେରା ସଦଳବଳେ ଏକ ପୁରୁଣା ମାମଲାରେ ଗିରଫ କରିବାକୁ ଯାଇଥିଲେ ା ମାତ୍ର ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏଏସଆଇ ବେହେରାଙ୍କୁ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ଲୋକେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏସମ୍ପର୍କରେ ପାଲଟା ଏତଲା ଦେବାକୁ ତହିଁ ପରଦିନ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ଓ ତାଙ୍କ ଭାଇଙ୍କ ସ୍ତ୍ରୀ ଥାନାକୁ ଯାଇଥିଲେ। ମାତ୍ର ପୋଲିସ ଏତଲା ଗ୍ରହଣ ନ କରି ସେମାନଙ୍କୁ ମଧ୍ୟ ଉକ୍ତ ମାମଲାରେ ଅଭିଯୁକ୍ତ ଦର୍ଶାଇ କୋର୍ଟ ଚାଲାଣ କରିଥିଲା। ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ଆଳରେ ତାଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀଙ୍କୁ ଏଏସଆଇ ବେହେରା ଅସଦାଚରଣ କରିିଥିବା ଅଭିଯୋଗ ହୋଇଥିଲା। ଏଏସଆଇ ବେହେରାଙ୍କୁ ବାରିପଦା ବଦଳି କରାଯାଇଥିଲା। ନ୍ୟାୟ ନ ପାଇ କିଛି ଦିନ ତଳେ ସେହି ପରିବାର ଲୋକେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବା ସହିତ ନବୀନ ନିବାସ ସମ୍ମୁଖରେ ଆତ୍ମାହୂତି ଦେବାକୁ ଉଦ୍ୟମ କରିଥିଲେ। ଖବରପାଇ ମୟୂରଭଞ୍ଜ ଏସପି ଓ ଉଦଳା ଏସଡିପିଓ କପ୍ତିପଦା ଥାନା ଗ୍ରସ୍ତରେ ଯାଇ ଅଭିଯୋଗକାରିଣୀଙ୍କ ଘରକୁ ଯିବା ସହିତ ତଦନ୍ତ କରିଥିଲେ। ଘଟଣାର ତଦନ୍ତ ଦାୟିତ୍ୱ ଡିଏସପି ସବିତା ମାଝୀଙ୍କୁ ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ ଏଏସଆଇ ବେହେରା ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇ ଦୁର୍ଘଟଣା ଘଟାଇଥିବା ଅଭିଯୋଗରେ ନିଲମ୍ବିତ ହୋଇଥିଲେ ା


All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ଏବିଭିପିର ବିରୋଧ

ଫୁଲବାଣୀ ଅଫିସ, ୨୬ା୮-ରାଜ୍ୟ ସରକାର ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ ବୋଲି ଘୋଷଣା କରିଥିବାରୁ ଛାତ୍ରଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଛି ।...

ଭିତରକନିକା ଜାତୀୟ ଉଦ୍ୟାନର କୃତ୍ରିମ ପ୍ରଜନନ କେନ୍ଦ୍ରରେ କୁମ୍ଭୀର ଛୁଆ ଫୁଟିବା ଆରମ୍ଭ

ରାଜନଗର,୧୦।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଭିତରକନିକା ଜାତୀୟ ଉଦ୍ୟାନରେ ୧୯୭୫ ମସିହାରେ ଅଷ୍ଟ୍ରେଲିଆର ବିଶିଷ୍ଟ ପ୍ରାଣୀ ବୈଜ୍ଞାନିକ ଡ. ଏଚ୍‌ .ଆର୍‌ ବଷ୍ଟାର୍ଡଙ୍କ ଦ୍ୱାରା...

ଦମ୍ପତି ନିଖୋଜ, ହତ୍ୟା ସନ୍ଦେହ

କପ୍ତିପଦା, ୭।୧୦ (ଡି.ଏନ.ଏ) – ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ମଝିଗଡ଼ିଆ ପଞ୍ଚାୟତ ଛାଞ୍ଚୁଣିଆ ଗ୍ରାମର ଏକ ଦମ୍ପତି ରବିବାର ସନ୍ଧ୍ୟାଠାରୁ ନିଖୋଜ ଅଛନ୍ତି।...

ଅନୁଗୋଳ ମେଡିକାଲ ପରିଦର୍ଶନ କଲେ ୫-ଟି ସଚିବ: ବାହାରୁ ମେଡିସିନ୍‌ କିଣାକୁ ନେଇ ଖପ୍ପା

ଅନୁଗୋଳ ଅଫିସ, ୩୦ା୧୦-ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ପରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ କିପରି ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ମଙ୍ଗଳବାର...

ଏମ୍‌ଭି ପଡ଼ିଆ ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ୪ ଗିରଫ

କଟକ ଅଫିସ,୧୨ା୮: ବାଦାମବାଡ଼ି ଥାନା ଅନ୍ତର୍ଗତ ଖାନ୍‌ନଗର ଏମ୍‌ଭି ପଡିଆରେ ଗତ ଜୁଲାଇ ୧ରେ ଘଟିଥିବା ଶୁଭ୍ରାଂଶୁ ଶତପଥୀ ହତ୍ୟାକାଣ୍ଡର ରବିବାର ପର୍ଦ୍ଦାଫାଶ କରିଛି ପୋଲିସ।...

ଅବ୍ୟବସ୍ଥା ଘେରରେ ଭୀମ ଭୋଇ ସାମର୍ଥ୍ୟ ଶିବିର

କର୍ଲାମୁଣ୍ଡା,୨୬।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ପ୍ରଶାସନର ଅବହେଳା ଯୋଗୁ ୫୦ରୁ ଊର୍ଦ୍ଧ୍ୱ...

ଆରମ୍ଭ ହେଲା ଏସ୍‌ଆଇଏ ସର୍ଭେ

ପୁରୀ ଅଫିସ,୧।୧୦: ଶ୍ରୀମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରିଠାରୁ ୭୫ମିଟର ପରିଧି ମଧ୍ୟରେ ଥିବା ସବୁ ନିର୍ମାଣ ଉଚ୍ଛେଦ କରାଯିବ। ଏହି ସୁରକ୍ଷା...

ଚାକିରି କରାଇଦେବାକୁ କହି ଲକ୍ଷେ ଲାଞ୍ଚ: ଜିଲା ପ୍ରାଣୀ ଚିକିତ୍ସାଳୟ କିରାଣି ଗିରଫ

ଭଦ୍ରକ ଅଫିସ, ୨।୧୧ – ଚାକିରି କରାଇଦେବା ନଁାରେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ୧ ଲକ୍ଷ ଟଙ୍କା ଲାଞ୍ଚ ନେଇ ହରଡ଼ଘଣାରେ ପଡ଼ିଛନ୍ତି ଭଦ୍ରକ ଜିଲା...

Leave a comment

Your email address will not be published. Required fields are marked *