ଜନତା ଆଖିରେ ଶତ୍ରୁ

ସମ୍ପାଦକୀୟ/ତଥାଗତ ସତପଥୀ
ଭାରତରେ ଜମିଜମା ସମ୍ପର୍କିତ ଅନେକ ମାମଲା ଆଇନ ଜାଲରେ ଦୀର୍ଘବର୍ଷ ଛନ୍ଦି ହୋଇରହିଛି। ବିଶେଷକରି ଭାଇ ଭାଇ ଏବଂ ପଡ଼ୋଶୀଙ୍କ ମଧ୍ୟରେ ଜମିକୁ ନେଇ ବିବାଦ ବହୁ ସମୟରେ ଉଗ୍ରରୂପ ଧାରଣ କରିଥାଏ। ଏହି ଜମିକୁ ନେଇ ପରିବାର ଭିତରେ ହତ୍ୟା ଘଟିବା ଏକ ସାଧାରଣ କଥା। ଏପରିକି ଓଡ଼ିଶାର ଯେକୌଣସି କାରାଗାରକୁ ଦେଖିଲେ ସ୍ପଷ୍ଟ ଜଣାପଡ଼େ ଯେ, ପ୍ରାୟ ୭୦ଭାଗରୁ ଊର୍ଦ୍ଧ୍ୱ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଅନ୍ତେବାସୀ ଜମିଜନିତ ହିଂସାରେ ଜଡ଼ିତ ହୋଇ ଅଛନ୍ତି। ଅର୍ଥାତ୍‌ ଆମ ଦେଶରେ ଜମି ସହ ଯେଉଁ ଆବେଗିକ ବନ୍ଧନ ରହିଛି, ତାହା ଆଧୁନିକ ଯୁଗରେ ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଦେଉନାହିଁ। ଅନ୍ୟପଟେ ଘରୋଇ ଶିଳ୍ପାୟନ ଏବଂ ବିଭିନ୍ନ ସରକାରୀ ପ୍ରକଳ୍ପ ଯୋଗୁ ଜମି ହରାଉଥିବା ନାଗରିକ ଘୋର ମାନସିକ ଯନ୍ତ୍ରଣା ଦେଇ ଗତି କରିଥାଆନ୍ତି। ଏଭଳି ମନୋଭାବ କେବଳ ଗ୍ରାମାଞ୍ଚଳରେ ସୀମିତ ନୁହେଁ, ଭାରତର ସହରାଞ୍ଚଳରେ ମଧ୍ୟ ଜମି ସମ୍ପର୍କିତ ବିବାଦର ସଂଖ୍ୟା ପ୍ରବଳ ମାତ୍ରାରେ ବୃଦ୍ଧି ପାଇ ଚାଲିଛି।
ଏହି ପ୍ରଚ୍ଛଦପଟରେ ତୀବ୍ର କ୍ରୋଧ ପ୍ରକାଶ ପାଇବାର ଉଦାହରଣ ତେଲଙ୍ଗାନାର ଅବ୍‌ଦୁଲ୍ଲାପୁରମେଟ୍‌ ମଣ୍ଡଳର ମହିଳା ତହସିଲଦାର ବିଜୟା ରେଡ୍ଡୀଙ୍କୁ ନିଆଁ ଲଗାଇ ପୋଡ଼ି ହତ୍ୟାକରିବା ଘଟଣାରେ ପ୍ରତିଫଳିତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଏହି ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ତହସିଲଦାରଙ୍କ ଡ୍ରାଇଭରଙ୍କ ୫ ନଭେମ୍ବରରେ ମୃତ୍ୟୁ ଘଟିଛି। ଏଠାରେ ହତ୍ୟାକାରୀ ହେଉଛନ୍ତି କୃଷକ କୁରା ସୁରେଶ। ଜଣେ କେଉଁସ୍ତରରେ ପହଞ୍ଚିଲେ ଏଭଳି ଆପରାଧିକ ପଦକ୍ଷେପ ନେଇପାରେ, ତାହା ଏବେ ଆଲୋଡ଼ନ ସୃଷ୍ଟି କରିଛି। କେଉଁଥିପାଇଁ ଜଣେ ତହସିଲଦାରଙ୍କୁ ହତ୍ୟା କରାଯାଇଛି, ତାହାର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସୁରେଶ ଓ ତାଙ୍କ ଭାଇଙ୍କ ମଧ୍ୟରେ ଜମିକୁ ନେଇ ରହିଥିବା ବିବାଦକୁ ମୁଖ୍ୟ ହେତୁ ଭାବେ ସନ୍ଦେହ କରାଯାଉଛି। ତେବେ ତହସିଲଦାରଙ୍କୁ ପୋଡ଼ି ମାରିଦେବାର କୌଣସି ଯଥାର୍ଥତା ବୁଝିବା ଅସମ୍ଭବ। ଅନ୍ୟପଟେ ଏହା ଭାରତର ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରୁଛି। ସୁରେଶଙ୍କ ପ୍ରତିକ୍ରିୟା ଦର୍ଶାଉଛି ଯେ, ଜଣେ ସାଧାରଣ ନାଗରିକ ପାଇଁ ସ୍ବାଭାବିକ ନ୍ୟାୟ ପାଇବା ଆମ ଦେଶର ବ୍ୟବସ୍ଥା ମାଧ୍ୟମରେ ସମ୍ଭବପର ହେଉନାହିଁ। ସହଜ ସମାଧାନକୁ ଗ୍ରହଣ କରିବା ପରିବର୍ତ୍ତେ ଭାରତୀୟ ସରକାରୀ ବ୍ୟବସ୍ଥାରେ ସବୁ ବିଷୟକୁ ଜଟିଳ କରିଦିଆଯାଉଛି। ଜମି ସହିତ ସମ୍ପୃକ୍ତ ସରକାରୀ ବିଭାଗ, ପୋଲିସ ଏବଂ କଚେରି ପର୍ଯ୍ୟନ୍ତ ସବୁଠାରେ ସାଧାରଣ ନାଗରିକକୁ ଅନାବଶ୍ୟକ ହଇରାଣ ହରକତ ହେବାକୁ ପଡ଼ିିଥାଏ। ଯଦି କାହାରିକୁ ପୋଲିସ ଥାନାକୁ କୌଣସି ଗୋଟିଏ କାରଣ ପାଇଁ ଯିବାକୁ ପଡ଼େ, ତାହାର ପରିଣାମ ଭୋଗିବା ପାଇଁ ସେହି ଅଭିଯୋଗକାରୀ ପ୍ରସ୍ତୁତ ହେବା ଦରକାର। ପୋଲିସ ବ୍ୟବସ୍ଥାରେ ଅଭିଯୋଗକାରୀ ଉପରେ ପ୍ରଥମ ସନ୍ଦେହ ସୃଷ୍ଟି ହେଉଛି। ଦୀର୍ଘକାଳ ଅପେକ୍ଷା କରିବା, ଜେରାର ସମ୍ମୁଖୀନ ହେବା ଏବଂ କାକୁତିମିନତି ହୋଇ ଅର୍ଥ ଘୁଷ୍‌୍‌ ଦେଇପାରିଲେ ପୋଲିସର କିଛି ସକ୍ରିୟତା ଆଶା କରାଯାଇପାରେ। ଅନୁରୂପଭାବେ ପୋଲିସ ଭଳି ବାସ୍ତବ ସରକାର ବୋଲାଉଥିବା ଅନ୍ୟ ଏକ ଅଙ୍ଗ ହେଉଛି ତହସିଲ କାର୍ଯ୍ୟାଳୟ। ସେଠାରେ ରାଜସ୍ବ ନିରୀକ୍ଷକ (ଆରଆଇ)ଠାରୁ ଆରମ୍ଭ କରି ତହସିଲଦାରଙ୍କ ଜୁଲମ ସହିବା ନାଗରିକଙ୍କ ପାଇଁ ଅସମ୍ଭାଳ ହୋଇପଡ଼େ। କେବଳ ଘୁଷ୍‌ ଦେଲେ ହେବନାହିଁ, ସାଧାରଣ ନ୍ୟାୟ ପାଇବା ମଧ୍ୟ ସାତସପନ।
ଭାରତୀୟ ସମାଜରେ ଧନୀ ଓ ଗରିବର ବିଭେଦ ଥାଇପାରେ। କିନ୍ତୁ ଧନୀ ଭିତରେ ମଧ୍ୟ ସୁପର ଧନୀ ଓ ସାଧାରଣ ଧନୀର ତଫାତ୍‌ ରହିଛି। ଯେଉଁ ଦେଶରେ ସାଧାରଣ ନାଗରିକର ମୌଳିକ ସମସ୍ୟାରେ ନ୍ୟାୟ ପାଇବା ସମ୍ଭବପର ହୋଇପାରେନାହିଁ, ସେଠାରେ ସାମାଜିକ ଅସ୍ଥିରତା ସୃଷ୍ଟି ହେବାର ପରିସ୍ଥିତି ଗଢ଼ିଉଠେ। ନ୍ୟାୟକୁ ଯେଉଁମାନେ ହାତେଇ ପାରିଲେ, ସେହିମାନେ ଏହି ଦେଶରେ ସୁଖ ପାଇପାରିବେ, ଯେଉଁ ପର୍ଯ୍ୟନ୍ତ ତାଙ୍କଠାରୁ ଆହୁରି ଶକ୍ତିଶାଳୀ ବ୍ୟକ୍ତି ପ୍ରକଟ ହୋଇ ନ୍ୟାୟ ହାତେଇ ନେଇନାହାନ୍ତି।
ଆମ ଦେଶରେ ଯେଉଁ ବାତାବରଣ ସୃଷ୍ଟି ହେବାରେ ଲାଗିଛି, ତାହାକୁ ଦେଖିଲେ କେତୋଟି କଥା ବୁଝିହେଉଛି। ଜନସାଧାରଣଙ୍କ ମନରେ ବ୍ୟବସ୍ଥା ପ୍ରତି ଅସହିଷ୍ଣୁତା ସୃଷ୍ଟି ହେବାର ମୁଖ୍ୟ କାରଣ ହେଉଛି ଯେ, ସ୍ବାଭାବିକ ଭାବେ ଛୋଟବଡ ସମସ୍ୟାରେ ଜଡ଼ିତ ହେଲେ ନ୍ୟାୟ ମିଳିବା ସମ୍ଭବପର ହେଉନାହିଁ। ସେଥିପାଇଁ ଯେଉଁମାନେ ବ୍ୟବସ୍ଥାର ପ୍ରତୀକ ଭାବରେ ଆଖିଦୃଶିଆ ହେଉଛନ୍ତି ଯଥା-ସରକାରୀ ଅଧିକାରୀ ଓ କର୍ମଚାରୀ, ନ୍ୟାୟାଧୀଶ, ରାଜନେତା ଏବଂ ପୋଲିସ, ଏହି କେତୋଟି ବର୍ଗର ଲୋକ ଜନତାଙ୍କ ଆଖିରେ ଶତ୍ରୁ ଭାବେ ପରିଲକ୍ଷିତ ହେଲେଣି। କ୍ରମଶଃ ଜଟିଳ ପରିସ୍ଥିତି ବୃଦ୍ଧି ପାଇଲା ବେଳକୁ ଏହି ଲୋକଙ୍କ ଜୀବନ ପ୍ରତି ବିପଦ ମଧ୍ୟ ଘନେଇ ଆସିଲାଣି। ସେଥିପାଇଁ ତେଲଙ୍ଗାନା ତହସିଲଦାରଙ୍କୁ ନିର୍ମମ ହତ୍ୟା ହୁଏତ ଏକ କାଁ ଭାଁ ଘଟଣା ପରିବର୍ତ୍ତେ ସାମାଜିକ ପରିସ୍ଥିତିର ପରିବର୍ତ୍ତିତ ମୋଡ଼ର ସଙ୍କେତ ଭାବେ ଦେଖାଯିବା ଉଚିତ।


All Right Reserved By Dharitri.Com

କ୍ଷେତ୍ରାଧିକାର ଚିନ୍ତା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ମୋଦି ସରକାରରେ କେବଳ ଆଇଏଏସ୍‌ ଅଫିସରମାନେ ଯେ ସେମାନଙ୍କ କ୍ଷେତ୍ରାଧିକାର ସଂକୀର୍ଣ୍ଣ ହେଉଥିବାର ଅନୁଭବ କରୁଛନ୍ତି ତାହା ନୁହେଁ। ଆଇପିଏସ୍‌...

ଓଡ଼ିଶାର ପାଲା ସଂସ୍କୃତି

ନୃସିଂହ ଚରଣ ମହାପାତ୍ର ଆମ ଉତ୍କଳ ପ୍ରଦେଶର ଯେତେପ୍ରକାର ସଂସ୍କୃତି ରହିଛି ତନ୍ମଧ୍ୟରୁ ପାଲା ଅନ୍ୟତମ। ମୋଗଲ ଶାସନ ଅମଳରୁ ସତ୍ୟନାରାୟଣ ପାଲା ବା ସତ୍ୟପୀର...

ନାଳନ୍ଦା ଓ ଭାରତର ବିଶ୍ୱବିଦ୍ୟାଳୟ

ଗିରିଜାଶଙ୍କର ତରାସିଆ ସମଗ୍ର ବିଶ୍ୱକୁ ଜ୍ଞାନର ଦୀପ୍ତିରେ ଆଲୋକିତ କରିଥିବା ବିହାରର ପ୍ରାଚୀନତମ ଶ୍ରେଷ୍ଠ ନାଳନ୍ଦା ବିଶ୍ୱବିଦ୍ୟାଳୟର ସାତଶହ ବର୍ଷ ପରେ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ ଗଢ଼ିଉଠିଥିଲା।...

ମନ୍ତ୍ରୀ ନା ସଚିବ, କିଏ ଚଳାଉଛି ସରକାର

ସହଦେବ ସାହୁ ପ୍ରତି ମାସ ୭ ତାରିଖରେ ମନ୍ତ୍ରୀମାନେ ସେମାନଙ୍କ କାର୍ଯ୍ୟ ସମ୍ପାଦନ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେବେ ଶୁଣି ପାଠକମାନେ ଭାବୁଥିବେ ଆମ ମୁଖ୍ୟମନ୍ତ୍ରୀ କ’ଣ...

‘ବନ୍ଦେ ମାତରମ୍‌’ର ସର୍ଜନଭୂମି

ଡ. ଭାଗ୍ୟଲିପି ମଲ୍ଲ ଆମ ପୂର୍ବ ଓ ଆମବେଳର କଥା ମଧ୍ୟ। ସେତେବେଳେ ଟେଲିଭିଜନର ପ୍ରାଦୁର୍ଭାବ ନ ଥିଲା। ସକାଳ ହେଲେ ରେଡିଓ ଖୋଲିବା ଏକ...

ସମସ୍ତଙ୍କ ବିଶ୍ୱାସଭାଜନ

ସପ୍ତଦଶ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ୩୦୩ ଆସନ ପାଇ ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିବା ସହ ସହଯୋଗୀଙ୍କୁ ନେଇ ଏନ୍‌ଡିଏ...

ସାହିତ୍ୟର ସତ୍ୟପାଠ

ମାୟାଧର ନାୟକ ରୁଷିଆର ମହାନ୍‌ କଥାକାର ଗର୍କୀଙ୍କ ବିଶ୍ୱବିଖ୍ୟାତ ଉପନ୍ୟାସ ‘ମଦର୍‌’। ଏ ଉପନ୍ୟାସର ମହାନାୟିକା ବାଟ ଚାଲିବାରେ ବିଶ୍ୱାସ କରୁଥିବା ସେଇ ମା’, ଯିଏ...

ଏଇ ଭାରତରେ

ଅଫିସ ଯିବାକୁ ଛାଡୁ ନ ଥିବା ପୁଅର ଭାବାନାତ୍ମକ ଭିଡିଓ ଶେୟାର କରିଛନ୍ତି ଜଣେ ପିତା ତଥା ଆଇପିଏସ୍‌ ଅଫିସର। କର୍ତ୍ତବ୍ୟ ଆଗରେ ସ୍ନେହମମତା ତୁଚ୍ଛ।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *