ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ୨ ମାଓବାଦୀ ନିହତ

ମାଲକାନଗିରି, ୫ା୧୧(ଡି.ଏନ୍‌.ଏ.)-  ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡ଼ା ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ଦାନ୍ତେୱାଡ଼ା ଜିଲାର କଟେକଲ୍ୟାଣ ଥାନା ଅନ୍ତର୍ଗତ ମୁନଗା ଜଙ୍ଗଲରେ ମାଓବାଦୀମାନେ ଡେରା ପକାଇଥିବା ଖବର ପାଇ ଡିଆରଜି ଯବାନମାନେ ସୋମବାର ରାତିରେ ତଲାସି ଅଭିଯାନରେ ବାହାରି ସେଠାରେ ପହଞ୍ଚତ୍ଥିଲେ। ଯବାନଙ୍କୁ ଦେଖି ମାଓବାଦୀମାନେ ଗୁଳିଚାଳନା କରିଥିଲେ। ଏହାର ଜବାବ ମଧ୍ୟ ପୋଲିସ ଦେଇଥିଲା। ପୋଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳିଚାଳନା କରାଯାଇଥିଲା। କିଛି ସମୟ ଗୁଳି ବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ସେଠାରୁ ଖସି ପଳାଇଥିଲେ । ପରେ ଯବାନମାନେ ଘଟଣାସ୍ଥଳ ତଲାସି ବେଳେ ୨ ଜଣ ମାଓବାଦୀଙ୍କ ମୃତଦେହ ମିଳିଥିଲା । ଏଥିସହ ମୃତଦେହ ନିକଟରୁ ୨ଟି ବନ୍ଧୁକ ସହ ବହୁ ପରିମାଣର ଡେଟୋନେଟର ଜବତ କରାଯାଇଥିବା ଜଣାପଡ଼ିଛି


All Right Reserved By Dharitri.Com

ଚିପିଲିମା ଘଣ୍ଟେଶ୍ୱରୀ ସ୍ବାଗତ ଫାଟକରୁ ପଥର ପ୍ଲେଟ୍‌ ଖସୁଛି

ଚିପିଲିମା, ୨୭।୫ (ଡି.ଏନ.ଏ):ସମ୍ବଲପୁର ଜିଲା ଚିପିଲିମାସ୍ଥିତ ମୁଖ୍ୟ ଛକରେ ଥିବା ଘଣ୍ଟେଶ୍ୱରୀଙ୍କ ପୀଠର ସ୍ବାଗତ ଫାଟକ ଅସୁରକ୍ଷିତ। ହେଲେ ଏହି ଫାଟକରୁ କିଛି ଦିନ ହେଲା...

ଦୁଇଗୋଷ୍ଠୀ ମଧ୍ୟରେ ଛକାପଞ୍ଝା: ଶୃଙ୍ଖଳା ପାଇଁ ବଜାର କମିଟି ସଭାପତିଙ୍କ ଆଲୋଚନା

ଖଲ୍ଲିକୋଟ,୩ା୧୧(ଡି.ଏନ.ଏ.)-ଖଲ୍ଲିକୋଟ ବ୍ଲକ କେଶପୁର ବଜାରରେ ପୁଣି ଦୁଇଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ବଜାରରେ ଶୃଙ୍ଖଳା ବଜାୟ ରଖିବା ପାଇଁ ରବିବାର ସନ୍ଧ୍ୟାରେ ଶ୍ରୀକୃଷ୍ଣଶରଣପୁର ଓ...

ଅବକାରୀ ବିଭାଗର ଚଢ଼ାଉ: ମହିଳା ସମେତ ୫ ଗିରଫ

ଜଳେଶ୍ୱର, ୨୩।୬ : ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିିଆ ଥାନା ଅଧୀନ ଦକ୍ଷିଣପ୍ରହରାଜପୁର, ପ୍ରହରାଜପୁର, ବେହେରା ସାହି, ମୁଣତୁଣିଆ ଆଦି ଅଞ୍ଚଳରେ ରବିବାର ଅବକାରୀ...

ଫାଙ୍କା ଗୁଳିଚାଳଣା ଘଟଣା: ନାରାୟଣ ସମେତ ୪ ଗିରଫ: ୨ ବନ୍ଧୁକ, ଗୁଳି ଜବତ

ପୁରୀ ଅଫିସ,୨୯ା୯: ବହୁ ଚର୍ଚ୍ଚିତ ତେଲି ପଡ଼ିଆଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଫାଙ୍କା ଗୁଳିଚାଳଣା ଘଟଣାରେ ରବିବାର ଟାଉନ ଥାନା ପୋଲିସ ୪ ଜଣଙ୍କୁ ଗିରଫ...

ବାଲ୍ୟ ବିବାହ ରୋକିଲା ଚାଇଲ୍ଡଲାଇନ

ବସ୍ତା, ୧୪।୧୧(ସ୍ବ.ପ୍ର.)-ବାଲ୍ୟବିବାହ ବନ୍ଦ କରିବା ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରୁଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ରୋକାଯାଇପାରୁନାହିଁ। ବସ୍ତା ବ୍ଲକ ସିଂଲା...

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର ଘଟଣା, କନଷ୍ଟେବଳ ନିର୍ଦ୍ଦୋଷ, ମାମୁ ପୁଅ ଗିରଫ

ଫୁଲବାଣୀ ଅଫିସ, ୨୦ା୯- ଖଜୁରିପଡା ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଜଣେ କନଷ୍ଟେବଳ ବଳାତ୍କାର କରିବା ଘଟଣା ଭିନ୍ନମୋଡ ନେଇଛି ା କନଷ୍ଟେବଳ ଏହି...

ମହାନଦୀ ଜଳସ୍ତର : ୨ଦିନ ଧରି ରାସ୍ତା ଉପରେ ବନ୍ୟାଜଳ

ଗଣିଆ,୯ା୯ (ଡି.ଏନ.ଏ.): ଗତ ୪ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।ତେବେ ଗତ ଶନିବାର ଅପରାହ୍ନରେ ମହାନଦୀରେ ବନ୍ୟାପାଣି...

ଯାତ୍ରୀ ବିଶ୍ରାମାଗାର ଭଙ୍ଗା ହେଲେ ଆନ୍ଦୋଳନ ଚେତାବନୀ

ବଇଣ୍ଡା,୨୮।୯(ଡି.ଏନ.ଏ.) : ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ସାନହୁଲା ପଞ୍ଚାୟତ ସାନହୁଲା କ୍ରସର ଛକଠାରେ ଥିବା ଯାତ୍ରୀ ବିଶ୍ରାମାଗାରକୁ ଭାଙ୍ଗି ଦେବା ପାଇଁ ଯୋଜନା କରାଯାଉଛି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *