ଏସିଡିଟିରୁ ରକ୍ଷା ପାଇବାକୁ ଚାହୁଁଥିଲେ ଖାଲି ପେଟରେ ପିଅନ୍ତୁ ଏହି ରସ

ହର୍ବାଲ୍‌ ଔଷଧ ମଧ୍ୟରେ ଅଁଳା ଅନ୍ୟତମ। ଏହାର ବ୍ୟବହାର ପ୍ରାଚୀନ କାଳରୁ ଦୂରାରୋଗ୍ୟ ରୋଗର ଚିକିତ୍ସା ଏବଂ ସୌନ୍ଦର୍ଯ୍ୟ ପାଇଁ କରାଯାଇଆସୁଛି। ଭିଟାମିନ, ଫାଇବର୍‌, କ୍ୟାଲସିୟମ୍‌ ଏବଂ କାର୍ବୋହାଇଡ୍ରେଟ୍‌ ଭଳି ତତ୍ତ୍ୱରେ ଭରପୂର୍‌ ଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପଯୋଗୀ। କେଶର ପ୍ରାକୃତିକ ଚମକ୍‌ ବଜାୟ ରଖିବାକୁ ଅଁଳା ବେଶ୍‌ ଫାଇଦା ଦେଇଥାଏ। ଏହାଛଡ଼ା କେଶ ଝଡ଼ା ଏବଂ କେଶ ପାଚିବା ସମସ୍ୟାରୁ ବି ରକ୍ଷା କରିଥାଏ। ଅଁଳା ଆଖି ପାଇଁ ବରଦାନ। ଏଥିରେ ମହଜୁଦ୍‌ ତତ୍ତ୍ୱ ଆଖିର ରଶ୍ମିକୁ ବର୍ଷ ବର୍ଷ ପର୍ଯ୍ୟନ୍ତ ସତେଜ ରଖିଥାଏ। ସକାଳୁ ଖାଲି ପେଟରେ ଅଁଳା ରସ ପିଇଲେ ଦୃଷ୍ଟିଶକ୍ତି ଶୀଘ୍ର ହ୍ରାସ ପାଇ ନ ଥାଏ। ପ୍ରତିଦିନ ଏକ ଚାମଚ ଅଁଳା ଗୁଣ୍ଡରେ ମହୁ ମିଶାଇ ଖାଇଲେ ମୋତିଆବିନ୍ଦୁ ସମସ୍ୟାରୁ ରକ୍ଷା ମିଳେ। ଯଦି ଆପଣ ମଧୁମେହରେ ପୀଡ଼ିତ, ତେବେ ଅଁଳା ଆପଣଙ୍କ ପାଇଁ ବେଶ୍‌ ଭଲ କାମ କରିବ। ଏସିଡିଟିରୁ ରକ୍ଷା ପାଇବାକୁ ଚାହୁଁଥିଲେ ଖାଲି ପେଟରେ ଅଁଳା ରସ ଦୈନନ୍ଦିନ ପିଅନ୍ତୁ। ରକ୍ତରେ ହିମୋଗ୍ଲୋବିନ୍‌ କମ୍‌ ହୋଇଥିଲେ, ପ୍ରତିଦିନ ଅଁଳା ରସର ସେବନ କରିବା ବେଶ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।


All Right Reserved By Dharitri.Com

ଏହିସବୁ ଖାଦ୍ୟ ଖାଇବା ପରେ କ୍ଷୀର ପିଇବା ଅନୁଚିତ

ପ୍ରତିଦିନ କ୍ଷୀର ପିଇବା ଶରୀର ପାଇଁ ଖୁବ୍‌ ଲାଭଦାୟକ। ଏହା ଶରୀରକୁ ଶକ୍ତି ଯୋଗାଇବା ସହିତ ଅନେକ ରୋଗ ସହ ଲଢ଼ିଥାଏ। ମାତ୍ର ଏପରି କିଛି...

ଏଚ୍‌ଆଇଭି ଭୂତାଣୁକୁ ନିୟନ୍ତ୍ରଣ କରିବ ଗ୍ଲାଇକୋପଲିମର

ବର୍ତ୍ତମାନ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ରୋଗଗୁଡିକ ମଧ୍ୟରୁ ଏଡ୍‌ସ ଅନ୍ୟତମ। ଏଚ୍‌ଆଇଭି ଭାଇରସ ଯୋଗୁ ଏହି ରୋଗ ହୋଇଥାଏ। ତେବେ ଏଭଳି ଭାଇରସକୁ...

ଅଣ୍ଟା ଯନ୍ତ୍ରଣାର ଘରୋଇ ଉପଚାର

-ବସିବା ସମୟରେ ଏପରି ବସନ୍ତୁ ଯେମିତି ଆପଣଙ୍କୁ ଆରାମ ଲାଗିବା ସହ ଅଣ୍ଟା ଉପରେ ଚାପ ପଡ଼ିବ ନାହିଁ। -ଉଠିବା ସମୟରେ ସତର୍କତାର ସହ ଉଠନ୍ତୁ।...

ଆଙ୍ଗୁଠି ଫୁଟାଉଛନ୍ତି କି, ହୋଇଯାଆନ୍ତୁ ସାବଧାନ…

କାର୍ଲିଫର୍ନିଆ : କେତେକ ନିଜର ଆଙ୍ଗୁଠି ଫୁଟାଇଥାନ୍ତି। ଏହା ଦ୍ୱାରା ଆଙ୍ଗୁଠି ଜଏଣ୍ଟ ଆରାମ ଲାଗିଥାଏ। ତେବେ ବାରମ୍ବାର ଏପରି କରିବା ଦ୍ୱାରା ଆର୍ଥରାଇଟିସ୍‌ ସମସ୍ୟା...

ଘରକୁ ଦିଅନ୍ତୁ କଲରଫୁଲ୍‌ ଲୁକ୍‌

କଲରଫୁଲ୍‌ ଡେକୋରେଟିଭ୍‌ ଆଇଟମ୍‌ ଘରକୁ ଆକର୍ଷଣୀୟ ଓ ଫ୍ରେସ୍‌ ଲୁକ୍‌ ଦେଇଥାଏ। ଯଦି ଦୀପାବଳିରେ ଆପଣ ନିଜ ଘରକୁ ଏପରି ସଜାଇବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ...

ବ୍ୟାୟାମ ପୂର୍ବରୁ ଓ ପରେ

ବ୍ୟାୟାମ କରିବା ପୂର୍ବରୁ ଆମେ ଫିଟ୍‌ ରହିବା ନିହାତି ଜରୁରୀ। ଯଦି ଅସୁସ୍ଥ ରହିବା ସତ୍ତ୍ୱେ ଆମେ ବ୍ୟାୟାମ କରୁ ତେବେ ଏହାର ଖରାପ ପ୍ରଭାବ...

କଟା ପିଆଜ ଫ୍ରିଜ୍‌ରେ ରଖୁଥିଲେ…

ପିଆଜକୁ ଭାଜି ଖାଆନ୍ତୁ ଅବା କଞ୍ଚା, ଏହା ପ୍ରତିଟି ରୂପରେ ଶରୀର ପାଇଁ  ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଏଥିରେ ଥିବା ଔଷଧୀୟ ଗୁଣ, ଆଣ୍ଟିି ବ୍ୟାକ୍ଟେରିଆଲ୍‌...

ହୃଦ୍‌ରୋଗୀଙ୍କ ପାଇଁ ନୂଆ ମୋବାଇଲ ଆପ୍‌

ଚିକିତ୍ସା ବିଜ୍ଞାନ ଦିନକୁ ଦିନ ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆଣୁଛି। କେବଳ ସେତିକି ନୁହେଁ, ବିଭିନ୍ନ ରୋଗର ନିଦାନ ପାଇଁ ନୂଆ ତଥା ସରଳ...

Leave a comment

Your email address will not be published. Required fields are marked *