Posted inଖେଳ

ପୁଣି ପ୍ରଥମ ରାଉଣ୍ଡରୁ ବିଦାୟ ନେଲେ ସିନ୍ଧୁ

ଫୁଝୋଉ (ଚାଇନା), ୫।୧୧ (ପି.ଟି.)- ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ପୁଣିଥରେ ଆଉ ଏକ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ମଙ୍ଗଳବାରଠାରୁ ଏଠାରେ ଆରମ୍ଭ ହୋଇଥିବା ୭ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଚାଇନା ଓପନ୍‌ର ପ୍ରଥମ ରାଉଣ୍ଡରେ ସିନ୍ଧୁଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ବିଶ୍ୱ ମାନ୍ୟତାର ୬ଷ୍ଠ ସ୍ଥାନରେ ରହିଥିବା ସିନ୍ଧୁ ଏହି ମ୍ୟାଚ୍‌ରେ ୧୩-୨୧, ୨୧-୧୮, ୧୯-୨୧ ଗେମ୍‌ରେ ନିମ୍ନ ର଼୍ୟାଙ୍କପ୍ରାପ୍ତ ଚାଇନିଜ ତାଇପେଇ ଖେଳାଳି ପାଇ ୟୁ ପୋଙ୍କ ନିକଟରୁ ହାରିଯାଇଛନ୍ତି। ଏକ ଘଣ୍ଟା ୧୪ ମିନିଟ୍‌ ସଂଘର୍ଷ କରିବା ପରେ ପୋ’ଙ୍କୁ ଶେଷରେ ବିଜୟ ସ୍ବାଦ ମିଳିଥିଲା। ୨୪ ବର୍ଷୀୟା ଏହି ଭାରତୀୟ ଷ୍ଟାର୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ଗତ ଅଗଷ୍ଟରେ ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ଜିତିଥିଲେ। ଏହାପରେ ସେ ଚାଇନା ଓପନ୍‌ (୨ୟ ରାଉଣ୍ଡ), କୋରିଆ ଓପନ୍‌ (ପ୍ରଥମ ରାଉଣ୍ଡ), ଡେନମାର୍କ ଓପନ (ପ୍ରଥମ ରାଉଣ୍ଡ), ଫ୍ରେଞ୍ଚ୍‌ ଓପନ୍‌ (କ୍ୱାର୍ଟର ଫାଇନାଲ)ରୁ ବିଦାୟ ନେଇଥିଲେ। ପୁରୁଷ ସିଙ୍ଗଲ୍ସରେ ଏଚ.ଏସ୍‌. ପ୍ରଣୟ ମଧ୍ୟ ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ପ୍ରଣୟ ୧୭-୨୧, ୧୮-୨୧ ଗେମ୍‌ରେ ଡେନମାର୍କର ରାସମସ୍‌ ଗେମେକଙ୍କ ନିକଟରୁ ପରାଜୟବରଣ କରିଛନ୍ତି।
ଡବଲ୍ସ ଓ ପୁରୁଷ ଡବଲ୍ସରେ କିନ୍ତୁ ଭାରତକୁ ବିଜୟ ମିଳିଛି। ମିକ୍ସଡ ଡବଲ୍ସରେ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଅଶ୍ୱିନି ପୋନାପ୍ପା ଯୋଡ଼ି ୨୧-୧୯, ୨୧-୧୯ ସିଧାସଳଖ ଗେମ୍‌ରେ କାନାଡାର ଜୋସୁଆ ହଲ୍‌ବର୍ଟ-ୟୁ ଓ ଜୋସେଫିନ ୟୁ’ଙ୍କୁ ହରାଇଛନ୍ତି। ସେହିଭଳି ପୁରୁଷ ଡବଲ୍ସରେ ଚିରାଗ ସେଟ୍ଟୀ ଓ ରାଙ୍କିରେଡ୍ଡୀ ଯୋଡ଼ି ୨୧-୯, ୨୧-୧୫ ଗେମ୍‌ରେ ଆମେରିକୀୟ ଯୋଡ଼ିଦାରଙ୍କୁ ମାତ୍‌ ଦେଇଛନ୍ତି।


All Right Reserved By Dharitri.Com

Posted inଖେଳ View All

ଆଂଶିକାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୭।୧୦(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ରିଲିଆନ୍ସ ଫାଉଣ୍ଡେଶନ ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ପ୍ରତିଭା ଅନ୍ବେଷଣ ଏବଂ ଦୌଡ଼କୁଦ ପ୍ରତିଯୋଗିତାର ଜୁନିୟର ବାଳିକା ଶଟ୍‌ପୁଟ୍‌ ଇଭେଣ୍ଟରେ...

କଟା ହାତ ସତ୍ତ୍ୱେ ଫୁଟ୍‌ବଲକୁ ଫେରିଲେ ଜ୍ୱିରେକ୍ୱି

ହରାରେ, ୨୦ା୬ (ଏଏଫ୍‌ପି)-ହାତ କଟି ଯାଇଥିଲେ ମଧ୍ୟ ଫୁଟ୍‌ବଲ ପଡ଼ିଆକୁ ଫେରିଛନ୍ତି ଜିମ୍ବୋଓ୍ବେ ଖେଳାଳି ହାର୍ଡଲାଇଫ୍‌ ଜ୍ୱିରେକ୍ୱି। ଜିମ୍ବାଓ୍ବେ ଫୁଟ୍‌ବଲ ଦଳର ଜଣେ ନିୟମିତ ସଦସ୍ୟ...

ଅକ୍ଟୋବର ୨୦ରୁ ଇଣ୍ଡିଆନ ବକ୍ସିଂ ଲିଗ୍‌

ନୂଆଦିଲ୍ଲୀ,୨୭।୭(ପି.ଟି.)- ପ୍ରଥମଥର ପାଇଁ ଇଣ୍ଡିଆନ ବକ୍ସିଂ ଲିଗ୍‌ ଆୟୋଜନ ହେବାକୁ ଯାଉଛି। ଅକ୍ଟୋବର ୨୦ରୁ ଆରମ୍ଭ ହୋଇ ଏହି ଲିଗ୍‌ ନଭେମ୍ବର ୯ ତାରିଖରେ ଶେଷ...

ଭାରତ ଜିତିଲା ଅଲିମ୍ପିକ ପୁରୁଷ ହକି ଟେଷ୍ଟ

ଟୋକିଓ,୨୧।୮(ପି.ଟି.): ଭାରତୀୟ ପୁରୁଷ ହକି ଦଳ ବୁଧବାର ନ୍ୟୁଜିଲାଣ୍ଡକୁ ୫-୦ ଗୋଲରେ ହରାଇ ଏଠାରେ ଚାଲିଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟକୁ ଜିତିଛି। ଏଥିସହ ଲିଗ୍‌ ପର୍ଯ୍ୟାୟରେ...

ସନ୍ତୋଷ ଟ୍ରଫି: ଓଡ଼ିଶାର ବିଜୟ ଅଭିଯାନ

କଟକ ଅଫିସ,୨୩ା୯- ପଶ୍ଚିମବଙ୍ଗର କଲ୍ୟାଣୀଠାରେ ୭୪ତମ ଜାତୀୟ ଫୁଟବଲ ଚାମ୍ପିୟନଶିପ ସନ୍ତୋଷ ଟ୍ରଫିର ପୂର୍ବାଞ୍ଚଳ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡର ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ବିଜୟୀ ହୋଇଛି...

ଶ୍ରୀକାନ୍ତଙ୍କୁ ପ୍ରଥମ ରାଉଣ୍ଡରେ ହରାଇଲେ ପ୍ରଣୟ

ଟୋକିଓ,୨୪।୭- ଦେଶର ଅଗ୍ରଣୀ ପୁରୁଷ ସିଙ୍ଗଲ୍ସ ଶଟଲର କିଡାମ୍ବି ଶ୍ରୀକାନ୍ତ ଚଳିତ ବର୍ଷ ଫର୍ମ ସହ ସଂଘର୍ଷ କରୁଛନ୍ତି। ଏଠାରେ ଚାଲିଥିବା ଜାପାନ ଓପନ ବ୍ୟାଡ୍‌ମିଣ୍ଟନ...

ନୂଆ କୋଚ୍‌ ଚୟନ ଦୌଡ଼ରେ ଆଡହକ କମିଟି ସବୁଠାରୁ ଆଗରେ; ପରବର୍ତ୍ତୀ ଶୁଣାଣି ପରେ ଅନ୍ତିମ ନିଷ୍ପତ୍ତି ନିଆଯିବ

ନୂଆଦିଲ୍ଲୀ,୧୮।୭(ପି.ଟି.)- ପୂର୍ବତନ ଅଧିନାୟକ କପିଳଦେବଙ୍କ ଅଧ୍ୟକ୍ଷତାରେ ଗଠିତ ଆଡ୍‌ହକ୍‌ କମିଟି ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ ନିଯୁକ୍ତ କରିବା ପ୍ରକ୍ରିୟା ଦୌଡ଼ରେ ସବୁଠାରୁ ଆଗରେ ରହିଛି।...

ଜାତୀୟ ଫୁଟବଲ ଶିବିରରେ ୩ ଓଡ଼ିଆ

କଟକ ଅଫିସ,୩୦ା୧୦- ଆସନ୍ତା ନଭେମ୍ବର ପହିଲାରୁ ଗୋଆର ମରଗାଓ ସ୍ଥିତ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ୧୭ବର୍ଷରୁ କମ ଜାତୀୟ ବାଳିକା ଫୁଟବଲ ଦଳର ପ୍ରସ୍ତୁତି ଓ...

Leave a comment

Your email address will not be published. Required fields are marked *