ଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ: କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

କୋଳିମାଟି,୫ା୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ୨୦ ନଂ. ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକ ନିକଟରେ ସୋମବାର ଆଇରନ୍‌ ବୋଝେଇ ଟ୍ରକ୍‌ ଧକ୍କାରେ ଜଣେ ସାଇାକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବୀରଗୋବିନ୍ଦପୁର ଗ୍ରାମର ପଦ୍ମଲୋଚନ ମହାପାତ୍ର (୫୨)।
ସୂଚନାନୁଯାୟୀ, ପଦ୍ମଲୋଚନ ଗାଈ ପାଇଁ ଘାସ କାଟି ସାଇକେଲ ଯୋଗେ ଘରକୁ ଫେରୁଥିଲେ। ବୀରଗୋବିନ୍ଦପୁର ଛକ ନିକଟରେ ମାଲବୁହା ଟ୍ରକ ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ପଦ୍ମଲୋଚନଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀ ୨୦ ନଂ. ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକରେ ରାସ୍ତାରୋକୋ କରିଥିଲେ। ଖବର ପାଇ ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାପରେ ରାସ୍ତାରୋକୋ ହଟିଥିଲା।


All Right Reserved By Dharitri.Com

ବିଦ୍ୟୁତ୍‌ ଆଘାତରେ ମା’,ପୁଅ ମୃତ

ଖଲ୍ଲିକୋଟ,୨୦-୯(ଡି.ଏନ୍‌.ଏ.):ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ବାକୁଟଗାଁରେ ଗୁରୁବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଛଟପଟ ହେଉଥିବା ପୁଅଙ୍କୁ ଉଦ୍ଧାର କରିବାକୁ...

୬ ସାହିରେ ଘଟ ପରିକ୍ରମା: ମନମୋହୁଛି ରଥ, କଳାକୁଞ୍ଜ

ବ୍ରହ୍ମପୁର ଅଫିସ, ୨୭ା୪- ବ୍ରହ୍ମପୁର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ଯାତ୍ରା ଶୁକ୍ରବାର ୨୮ ଦିନରେ ପହଞ୍ଚିଛି। ଆଉ ୩ ଦିନ ପରେ ମା’ଙ୍କ ବାହୁଡାଣୀ...

କୃଷିଋଣ ଆଳରେ ବ୍ୟାଙ୍କ ଦେଉନି ମଜୁରି ଟଙ୍କା

ଜୟପୁର,୧।୫(ଡି.ଏନ୍‌.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଏନ୍‌ଆର୍‌ଇଜିଏସ୍‌) ରେ ମଜୁରୀ ଟଙ୍କା ବାବଦକୁ ଜମା ହୋଇଥିବା ରାଶି ବ୍ୟାଙ୍କଠାରୁ ପାଇପାରୁ...

ଛାତ୍ରୀଛାତ୍ର ପିଉଛନ୍ତି ନଳକୂପର ଗୋଳିଆ ପାଣି

ଲାଠୋର, ୨୩ା୬(ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ କରୁଆଁଝର ପଞ୍ଚାୟତ ଅନ୍ତର୍ଗତ ସାନଗୁର୍ଜିଭଟା ସରକାରୀ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ରହିଛି। ଏଠାରେ ୧୩୮ଜଣ ଛାତ୍ରୀଛାତ୍ର...

ତହସିଲ, ବ୍ଲକ ଅଫିସରେ ଭିଜିଲାନ୍ସ: ଚାଲିଛି ରେକର୍ଡପତ୍ର ଯାଞ୍ଚ

ଖଇରା, ୧୩।୧୦(ଡି.ଏନ.ଏ.)-ବାଲେଶ୍ୱର ଭିଜିଲାନ୍ସ ବିଭାଗର ଏକ ଟିମ୍‌ ଶୁକ୍ରବାର ଖଇରା ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ପହଞ୍ଚତ୍ କାଗଜପତ୍ର ଯାଞ୍ଚ କରିଛନ୍ତି। ଭିଜିଲାନ୍ସ ଏସ୍‌ପି ସୁନୀଲ...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ : ଗ୍ରାମରେ ଉତ୍ତେଜନା

ଧର୍ମଶାଳା/ଜେନାପୁର,୨୭ା୯(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଚକ୍ରଧରପୁର ଗ୍ରାମର ଜଣେ ଯୁବକଙ୍କ ଗୁରୁବାର ସନ୍ଦେହ ଜନକ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ଗ୍ରାମର ଅମର...

ବାଇକ-ସାଇକେଲ ଧକ୍କାରେ ୨ ମୃତ

ଗୋପାଳପୁର,୧୫ ।୭-ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ତୁଳୁ ରାସ୍ତାରେ ରବିବାର ରାତିରେ ବାଇକ୍‌ ସାଇକେଲ ଧକ୍କାରେ ୨ଜଣଙ୍କ ମୃତ୍ୟୁ ଘଟିଛି । ସେମାନେ ହେଲେ...

ଦୁର୍ଘଟଣାଗ୍ରସ୍ତ କାର୍‌ ଛାଡ଼ି ଚାଳକ ଫେରାର, ମୃତାହତଙ୍କ ସୁରାକ ମିଳିନି

ଦାରିଙ୍ଗବାଡ଼ି,୩।୮(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଗାଁ ଶେଷମୁଣ୍ଡରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । କାର୍‌ଟିର ନମ୍ବର ନ ଥିବା ବେଳେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *