କମିଶନରେଟ ପୋଲିସର ଅପରାଧ ସମୀକ୍ଷା ବୈଠକ: ବିଶୃଙ୍ଖଳାକାରୀଙ୍କ ବିରୋଧରେ ଲାଗିବ ଏନ୍‌ଏସ୍‌ଏ

ଭୁବନେଶ୍ୱର, ୫ା୧୧(ବ୍ୟୁରୋ): କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ସୋମବାର ତ୍ରୈମାସିକ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦୁଇ ସହରର ବିଭିନ୍ନ ଜୋନ୍‌ ଏସିପି ଓ ଥାନା ଅଧିକାରୀ ଉପସ୍ଥିତ ଥିଲେ। ଆଇନଶୃଙ୍ଖଳା ପରିସ୍ଥିତି ସହ ଅପରାଧ ନିୟନ୍ତ୍ରଣ ଓ ଅପରାଧୀଙ୍କୁ କିପରି ସାବାଡ୍‌ କରାଯିବ ତାହା ଉପରେ ଆଲୋଚନା କରାଯାଇଥିଲା। ଏଣିକି ବାରମ୍ବାର ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ଆଉ ବରଦାସ୍ତ କରାଯିବ ନାହିଁ। ସେମାନଙ୍କ ଅପରାଧ ରେକର୍ଡ ଯାଞ୍ଚ କରିବା ପରେ ଏନ୍‌ଏସ୍‌ଏରେ ବୁକ୍‌ କରାଯାଇ ଜେଲ୍‌ ପଠାଇବାକୁ ଉପସ୍ଥିତ ଥାନାଧିକାରୀଙ୍କୁ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଥିଲେ।
ସେହିଭଳି ଯେଉଁମାନଙ୍କ ନାମରେ ଏକାଧିକ ମାମଲା ରହିଛି ଓ ଜେଲରୁ ବାହାରି ପୁଣି ଅପରାଧ ଘଟାଉଛନ୍ତି, ୧୧୦ ଲଗାଇ ସେମାନଙ୍କୁ କୋର୍ଟଚାଲାଣ କରିବାକୁ ମଧ୍ୟ କୁହାଯାଇଛି। ମୋବାଇଲ ଫୋନ୍‌, ବାଇକ ଓ ସିନ୍ଧି ଚୋରି ରୋକିବା ସହ ତଦନ୍ତ ତରିକା ବଦଳାଇ କିପରି ଅପରାଧୀଙ୍କୁ ଗିରଫ କରିହେବ ସେନେଇ ଆଲୋଚନା କରିଥିଲେ। ଏକାଧିକ ଥାନାରେ ପୁରୁଣା ମାମଲା ପଡିରହିଛି। ଫେରାର ଅପରାଧୀଙ୍କୁ ଧରି ଏସବୁ ମାମଲାକୁ ବନ୍ଦ କରିବାକୁ କୁହାଯାଇଛି। ବିଗତ କିଛିବର୍ଷ ହେବ କମିଶନରେଟ ପୋଲିସରେ ଦଣ୍ଡ ହାର କମ୍‌ ରହିଛି। ତେଣୁ ଅପରାଧୀଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ଯୋଗାଡ଼ କରିବାକୁ ପରାମର୍ଶ ଦିଆଯାଇଛି। ଏବେ ଏକାଧିକ ଥାନାରେ ଅପମୃତ୍ୟୁ ମାମଲା ସଂଖ୍ୟା ବଢିବାରେ ଲାଗିଛି। ଶୀଘ୍ର ମେଡିକାଲ ରିପୋର୍ଟ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆଣିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। କଟକ ମଙ୍ଗଳାବାଗ ଥାନାରେ ଅପମୃତ୍ୟୁ ମାମଲା ସଂଖ୍ୟା ବଢିଥିବାରୁ ତୁରନ୍ତ ଏହାକୁ ଶେଷ କରିବାକୁ କମିଶନର ଥାନାଧିକାରୀଙ୍କୁ କହିଛନ୍ତି। ଥାନାକୁ ଆସୁଥିବା ଲୋକଙ୍କୁ ଭଲ ବ୍ୟବହାର ଦେଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଯେଉଁମାନଙ୍କ ବିରୋଧରେ ଅଭିଯୋଗ ଆସିବ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର ଷଡ଼ଙ୍ଗୀ ସତର୍କ କରାଇଛନ୍ତି। ‘ମୋ ସରକାର’ କାର୍ଯ୍ୟକ୍ରମରେ କମିଶନରେଟ ପୋଲିସର ୩ ଥାନା ଅଧିକାରୀଙ୍କ କାର୍ଯ୍ୟ ସମ୍ପାଦନ ବା ପ୍ରଦର୍ଶନ ଭଲ ନ ଥିବାରୁ କମିଶନର ସେମାନଙ୍କୁ ତାଗିଦ କରିଥିଲେ। ଏହାସହ ଥାନା ଅଞ୍ଚଳରେ ଅନ୍ଧାରୁଆ ସ୍ଥାନଗୁଡ଼ିକରେ ପାଟ୍ରୋଲିଂ କଡାକଡି କରାଯିବା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।


All Right Reserved By Dharitri.Com

ଦୁର୍ବୃତ୍ତଙ୍କ ଟାର୍ଗେଟରେ ପିଇଓ : ବାରମ୍ବାର ହେଉଛି ଆକ୍ରମଣ

ନୟାଗଡ଼ ଅଫିସ,୨ା୯: ନୟାଗଡ଼ ଜିଲାରେ ଟାର୍ଗେଟ କଲାଭଳି ଦୁର୍ବୃତ୍ତମାନେ ପିଇଓ (ପଞ୍ଚାୟତ ନିର୍ବାହୀ ଅଧିକାରୀ)ଙ୍କ ଉପରେ ଆକ୍ରମଣ କରୁଛନ୍ତି। ଅଧିକାଂଶ ଘଟଣା ପଛରେ ଟଙ୍କା ହିଁ...

ପୌର ଟିକସ ବୃଦ୍ଧି ଲାଗି ମ୍ୟୁନିସିପାଲ ପ୍ରିମିୟର ଲିଗ୍‌

ଭୁବନେଶ୍ୱର, ୪।୧(ବ୍ୟୁରୋ): ପୌରସଂସ୍ଥା ଗୁଡିକର ରାଜସ୍ବ ବୃଦ୍ଧି ସହିତ ସେଗୁଡିକୁ ଆତ୍ମନିର୍ଭରଶୀଳ କରିବାପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ’ମ୍ୟୁନିସିପାଲ ପ୍ରିମିୟର ଲିଗ୍‌...

ବିଦାୟ ନେଲେ ଗଜାନନ: ବାଦ୍ୟବାଜଣାରେ କମ୍ପିଲା ପାଲଲହଡା

ପାଲଲହଡା,୧୦।୯(ଡି.ଏନ.ଏ.)-ପାଲଲହଡ଼ାରେ ୮ ଦିନ ଧରି ଚାଲିଥିବା ଗଣେଶ ପୂଜା ମେଲଣ ଏବଂ ଭାସାଣି ଉତ୍ସବ ମଙ୍ଗଳବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ପ୍ରଥମେ ବିଭିନ୍ନ ପୂଜା...

ବିଦ୍ୟୁତ୍‌ ବିଲ୍‌ ଦେଇଥିବା ଭିକ୍ଷୁକଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ ଅଫିସ୍‌,୨୧।୧: ବକେୟା ବିଦ୍ୟୁତ୍‌ ବିଲ୍‌ ପଇଠ କରି ନ ଥିବା ଉପଭୋକ୍ତା ଉପରେ ସେସୁ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ବିଦ୍ୟୁତ ବିଲ୍‌ ପଇଠ...

ଅନ୍ନଦାତା ହେବେ ଊର୍ଜାଦାତା: ଧର୍ମେନ୍ଦ୍ର

ଭୁବନେଶ୍ୱର,୪-୯(ବ୍ୟୁରୋ):ଦେଶର ଅନ୍ନଦାତାମାନେ ଊର୍ଜାଦାତା ହେବେ। ଏହି ନୀତି ଆଧାରରେ ମୋଦି ସରକାର କାମ କରୁଛନ୍ତି ା ତେଣୁ ଲୋକଙ୍କ ଆୟକୁ ବଢାଇବା ପାଇଁ ବିଭିନ୍ନ କୃଷି...

ସ୍ବାସ୍ଥ୍ୟ ବିଭାଗ ଅଧୀନରେ ହେବ ଜନ୍ମ ମୃତ୍ୟୁର ଇ-ପଞ୍ଜୀକରଣ

ଭୁବନେଶ୍ୱର, ୨୭ା୧୦(ବ୍ୟୁରୋ): ଏଣିକି ଜନ୍ମ ମୃତ୍ୟୁର ଇ-ପଞ୍ଜୀକରଣ କାର୍ଯ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ହାତକୁ ଆସିବ। ପୂର୍ବରୁ ଏହା ଗୃହ ନିର୍ମାଣ ଓ...

ପୁଣି ୫-ଟିକୁ ଅପରାଜିତାଙ୍କ ସମାଲୋଚନା

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ପୁଣି ଥରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ୫-ଟି କାର୍ଯ୍ୟକ୍ରମକୁ ସମାଲୋଚନା କରିଛନ୍ତି ଭାଜପା ନେତ୍ରୀ ତଥା ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ସମ୍ବଲପୁର...

ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ସ୍ବାଭିମାନ ଅଞ୍ଚଳ ଗସ୍ତ: ଶିକ୍ଷକ କ୍ଲଷ୍ଟର ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ

ମାଲକାନଗିରି / ଚିତ୍ରକୋଣ୍ଡା,୧୮ା୧୨ (ଡି.ଏନ୍‌.ଏ.): ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ବୁଧବାର ମାଲକାନଗିରି ଜିଲା ଗସ୍ତରେ ଆସି ସ୍ବାଭିମାନ ଅଞ୍ଚଳର ବଡ଼ପଡ଼ାଠାରେ...

Leave a comment

Your email address will not be published. Required fields are marked *