Posted inଜାତୀୟ

ଇମ୍ଫାଲ୍‌ରେ ଆଇଇଡି ବିସ୍ଫୋରଣ: ଆତଙ୍କବାଦୀ ସଂଗଠନ ହାତ ଥିବା ସନ୍ଦେହ

ଇମ୍ଫାଲ୍‌,୫।୧୧: ମଣିପୁର ଇମ୍ଫାଲ୍‌ରେ ମଙ୍ଗଳବାର ସକାଳେ ଆଇଇଡି ବିସ୍ଫୋରଣ ହୋଇଛି। ଏଥିରେ ୪ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଜଣେ ସାଧାରଣ ଲୋକ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଥଙ୍ଗଲ ବଜାରରେ ଏହି ବିସ୍ଫୋରଣ ହୋଇଛି। ପୋଲିସ୍‌ଙ୍କୁ ଟାର୍ଗେଟ୍‌ କରି ବିସ୍ଫୋରଣ କରାଯାଇଥିବା କୁହାଯାଉଛି। ଏହାର ତଦନ୍ତ ଜାରି ରହିଛି। ସମଗ୍ର ଅଞ୍ଚଳକୁ ପୋଲିସ ଘେରି ରହିଛନ୍ତି। ବିସ୍ଫୋରଣରେ ଆତଙ୍କବାଦୀ ସଂଗଠନର ହାତ ଥିବା ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ, ରାଜ୍ୟରେ ଉଗ୍ରବାଦୀ ସଂଗଠନ ସକ୍ରିୟ ରହିଛନ୍ତି। ତେବେ କଡ଼ା ସୁରକ୍ଷା ବ୍ୟବସ୍ଥା ଏବଂ ଲଗାତାର ସର୍ଚ୍ଚ ଅପରେଶନ ଯୋଗୁ ସେମାନଙ୍କର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାରୁ ଏହି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି।


All Right Reserved By Dharitri.Com

ଶାନ୍ତିବନରେ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସୋନିଆ

ନୂଆଦିଲ୍ଲୀ,୨୭।୫: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କ ୫୫ ତମ ଶ୍ରାଦ୍ଧ ବାର୍ଷିକୀରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୋନିଆ...

ପାଣି ଓଭର ଫ୍ଲୋ ହେବାରୁ ଜିଲାପାଳ ନିଜ ଉପରେ ଲଗାଇଲେ ଜରିମାନା

ଲକ୍ଷ୍ନୌ: କୌଣସି କାର୍ଯ୍ୟାଳୟରେ କିଛି ଭୁଲ ହେଲେ ବରିଷ୍ଠ କର୍ମଚାରୀ ବର୍ତ୍ତି ଯାଉଥିବା ବେଳେ ତଳିଆ କର୍ମଚାରୀ ଫସିଯାଆନ୍ତି। ବେଳେବେଳେ ଏଥିପାଇଁ ସେମାନଙ୍କୁ ଅସୁବିଧା ମଧ୍ୟ...

ଗୃହରେ ଭିଡ଼ହିଂସା, ଶିଶୁମୃତ୍ୟୁ ତାତି

ନୂଆଦିଲ୍ଲୀ,୨୭ା୬(ପି.ଟି./ଆଇଏଏନ୍‌ଏସ୍‌): ଭାଜପା ଶାସିତ ଝାଡ଼ଖଣ୍ଡସ୍ଥିତ ଷଢ଼େଇକଳା-ଖରସୁଆଁ ଜିଲାର ମୁସ୍‌ଲିମ୍‌ ଯୁବକ ତବ୍‌ରେଜ୍‌ ଅନ୍‌ସାରୀଙ୍କୁ ଚୋରି ସନ୍ଦେହରେ ଧରି ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରିବା ପରେ...

ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କରଙ୍କ ସୁରକ୍ଷା ହଟାଇଲା ମହାରାଷ୍ଟ୍ର ସରକାର

ମୁମ୍ବାଇ,୨୫।୧୨: ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ସୁନୀଲ ଗାଭାସ୍କରଙ୍କ ଏକ୍ସ କାଟାଗୋରୀ ସୁରକ୍ଷା ହଟାଇ ଦେଇଛନ୍ତି ମହାରାଷ୍ଟ୍ର ସରକାର। ଏହାସହ ୪୫ ଜଣ ନାମୀଦାମୀ...

ଯମରାଜଙ୍କୁ ନୋଟିସ୍‌ ପଠାଇବାକୁ ହାଇକୋର୍ଟରେ ଆବେଦନ

କୋଲକାତା,୫।୧୦: ପଶ୍ଚିମବଙ୍ଗ କୋଲକତା ହାଇକୋର୍ଟରେ ଯମରାଜାକୁ ନୋଟିସ୍‌ ପଠାଇବାକୁ ଏକ ଆବେଦନ କରାଯାଇଛି। ଦୁଇଜଣ ଦୋଷୀଙ୍କ ପରିବାର ପକ୍ଷରୁ ଏନେଇ ହାଇକୋର୍ଟରେ ଆବେଦନ କରାଯାଇଛି। ଦୋଷୀମାନେ...

ଅବସର ନେଲେ ବିପିନ ରାଓ୍ବତ

ନୂଆଦିଲ୍ଲୀ,୩୧।୧୨: ଭାରତୀୟ ସେନାରେ ୩ ବର୍ଷର କାର୍ଯ୍ୟକାଳ ପରେ ମଙ୍ଗଳବାର ସେନାମୁଖ୍ୟ ବିପିନ ରାଓ୍ବତ ଅବସର ନେଇଛନ୍ତି। କାର୍ଯ୍ୟକାଳର ଶେଷ ଦିନରେ ସେ ଓ୍ବାର ମେମୋରିଆଲ...

ରାହୁଲଙ୍କ ବିକଳ୍ପ: କାର୍ଯ୍ୟକାରୀ ଅଧ୍ୟକ୍ଷ ପାଇଁ ଦୌଡ଼ରେ ୪ ସଦସ୍ୟ

ନୂଆଦିଲ୍ଲୀ,୧୨।୬: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଦରୁ ଇସ୍ତଫା ଦେବା ନେଇ ଅଡ଼ି ବସିଛନ୍ତି। ତେବେ ରାହୁଲଙ୍କ ବିକଳ୍ପ ଭାବେ କାହାକୁ ଚୟନ କରାଯିବ...

ପାଣି ଭିତରେ ଯୋଗ କଲେ ବିଏସ୍‌ଏଫ୍‌ ଯବାନ

ଗୁଆହାଟି,୧୮।୬: ଆଗକୁ ଅଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହାକୁ ଆଖି ଆଗରେ ରଖି ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଲୋକେ ଯୋଗ ଅଭ୍ୟାସ କରୁଥିବା ଦେଖିବାକୁ...

Leave a comment

Your email address will not be published. Required fields are marked *