ନଗଡ଼ାର ବିକାଶ ଦିଗହାରା ଅଭିଯୋଗ:ଲୋକାୟୁକ୍ତଙ୍କ ନୋଟିସ ପରେ ସମୀକ୍ଷା ଆରମ୍ଭ

କାଳିଆପାଣି,୫ା୧୧(ଡି.ଏନ୍‌.ଏ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡାରେ ଶିଶୁ ମୃତ୍ୟୁ ଘଟଣା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଖିଦୃଶିଆ ବିକାଶ ହୋଇପାରି ନାହଁି। ଏହାର ବିକାଶ ପାଇଁ ବିଭିନ୍ନ ଯୋଜନାରେ ସରକାର ପ୍ରାୟ ୨୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହାକୁ ନେଇ ଗତ ସପ୍ତାହରେ ରାଜ୍ୟ ସୂଚନା ଅଧିକାର ଆଇନ ସଂଗଠନ ଆବାହକ ପ୍ରଦୀପ ପ୍ରଧାନ ନଗଡା ଗସ୍ତକରି ବିଭିନ୍ନ ଅନିୟମିତତା ସମ୍ପର୍କରେ ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ଯାଜପୁର ପ୍ରକଳ୍ପ ନିର୍ଦ୍ଦେଶକ, ସୁକିନ୍ଦା ବିଡିଓ, ଗ୍ରାମ ଉନ୍ନୟନ, ଆରଡବ୍ଲ୍ୟୁଏସ୍‌ଏସ୍‌, ଧବଳଗିରି ବିଦ୍ୟୁତ ବିଭାଗର ନିର୍ବାହୀଯନ୍ତ୍ରୀଙ୍କୁ ନୋଟିସ ଜାରି କରି ୬ ସପ୍ତାହ ଅର୍ଥାତ ଡିସେମ୍ବର ୯ ତାରିଖ ସୁଦ୍ଧା ପକ୍ଷ ରଖିବାକୁ କହିଥିଲେ। ଏହି କ୍ରମରେ ସୋମବାର ଜୀବିକା ମିଶନ ଯାଜପୁର ପ୍ରକଳ୍ପ ଅଧିକାରୀ ବନଜାକାନ୍ତ ମହାରୀ ଓ ଆର୍‌ଡି ଏସ୍‌ଡିଓ ମୁଦୁଲି ଭେଙ୍କଟରମଣଙ୍କ ସମେତ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ, ଯାଜପୁର ଗ୍ରାମ୍ୟ ଉନୟନ, ଧବଳଗିରି ବିଦ୍ୟୁତ୍‌ ବିଭାଗ ଓ ସୁକିନ୍ଦା ପଞ୍ଚାୟତ ସମିତି କାର୍ଯ୍ୟାଳୟର ବହୁ ଅଧିକାରୀ ନଗଡାରେ ସ୍ଥିତି ସମୀକ୍ଷା କରିଛନ୍ତି। ଏହି ସମୟରେ ୨ ଡିସିମିଲରୁ ଊର୍ଦ୍ଧ୍ୱ ନିଜସ୍ବ ଜାଗା ଥିବା ପରିବାର ପିଛା ୧୦ଟି ଲେଖାଏଁ କଦଳୀ, ସଜନା, ଅମୃତ ଭଣ୍ଡା ଗଛ ଯୋଗାଇ ଦିଆଯିବ ବୋଲି ଜୀବିକା ମିଶନ ପ୍ରକଳ୍ପ ଅଧିକାରୀ କହିଛନ୍ତି। ବିପର୍ଯ୍ୟସ୍ତ ରାସ୍ତା ମରାମତି କରାଯିବ ବୋଲି ଆର୍‌ଡି ଏସ୍‌ଡିଓ କହିଥିଲେ। ତେବେ ଲୋକାୟୁକ୍ତ ଯାଜପୁର ପିଡି ଓ ସୁକିନ୍ଦା ବିଡିଓଙ୍କୁ ସମନ ଜାରି କରିଥିଲେ ମଧ୍ୟ ସେମାନେ ଗ୍ରସ୍ତରେ ସାମିଲ ହୋଇ ନ ଥିବା ଦେଖିବାକୁ ମିଳିଥିଲା। ନଗଡାରେ ଅପପୁଷ୍ଟିରେ ଶିଶୁ ମଡ଼କ ପରେ ରାଜ୍ୟ ସରକାର ନଗଡାର ଉନ୍ନତି ପାଇଁ ୨୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବିଭିନ୍ନ ଉନ୍ନୟନ ମୂକଳ କାର୍ଯ୍ୟରେ ବ୍ୟୟ କରିଛନ୍ତି। ହେଲେ ୨୦୧୬ରୁ ୧୯ ମଧ୍ୟରେ ନଗଡାର ବିକାଶ ସେପରି କିଛି ପରିବର୍ତ୍ତନ ହୋଇ ନ ଥିବା ଦେଖିବାକୁ ମିଳିଛି। ଅଶୋକଝରରୁ ନଗଡାକୁ ଗ୍ରାମ୍ୟ ଉନୟନ ବିଭାଗ ଦ୍ୱାରା ହୋଇଥିବା ୧୫କୋଟିର ରାସ୍ତା ଏବେ ବିପର୍ଯ୍ୟସ୍ତ ହୋଇଛି। ୧ କୋଟି ୮୦ ଲକ୍ଷ ବ୍ୟୟ ସତ୍ୱେ ଅଦ୍ୟାବଧି ନଗଡାରେ ବଲ୍‌ଟିଏ ଜଳି ପାରିଲା ନାହିଁ। ଓଡ଼ିଶା ଜୀବିକା ମିଶନ ପକ୍ଷରୁ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇ ସାରିଥିଲେ ମଧ୍ୟ ନଗଡାରେ ବାଡି ବଗିଚାଟିଏ ହୋଇ ପାରି ନ ଥିବା ଅଭିଯୋଗ ହୋଇଛି।


All Right Reserved By Dharitri.Com

ମାନସଙ୍କ ମାରାଥନ୍‌ ପ୍ରଚାର: ଘରକୁ ଘର ବୁଲି ଭୋଟଭିକ୍ଷା

ବାଲେଶ୍ୱର ଅଫିସ, ୨୧।୪-ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ମାନସ ଦାସପଟ୍ଟନାୟକ ପ୍ରଚାରକୁ ଜୋରଦାର୍‌ କରିବା ସହ ନେତା ଓ କର୍ମୀଙ୍କ ସହ ମିଶି ଘରକୁ...

ରାସ୍ତାରେ ଉନ୍ନତମାନର ମାଙ୍ଗାନିଜ

ଯୋଡ଼ା, ୨୦।୪(ଡି.ଏନ.ଏ.): ଯୋଡ଼ା ମୁଖ୍ୟ ରାସ୍ତାରେ ଥିବା ସରକାରୀ ଡାକ୍ତରଖାନା ସମ୍ମୁଖରେ ଟ୍ରକ୍‌ରୁ ଉନ୍ନତମାନର ମାଙ୍ଗାନିଜ ପଡିବାରୁ ସାଧାରଣ ପଥଚାରୀ ହନ୍ତସନ୍ତ ହେଉଛନ୍ତି। ଶୁକ୍ରବାର ସକାଳେ...

ଅଜବ ଟ୍ରାଫିକ୍‌ ନିୟମ: ବାବୁଙ୍କୁ କୋହଳ, ଲୋକଙ୍କୁ କଡ଼ା

ଢେଙ୍କାନାଳ ଅଫିସ, ୮।୯ – ସାରା ରାଜ୍ୟରେ ଲାଗୁ ହୋଇଛି ସଂଶୋଧିତ ମୋଟର ଯାନ ଆଇନ। ନିୟମ ଉଲ୍ଲଂଘନକାରୀଙ୍କଠାରୁ ମୋଟା ରକମର ଜରିମାନା ଆଦାୟ କରାଯାଉଛି।...

ଶ୍ରେଣୀଗୃହ ଅଭାବ, ବାରଣ୍ଡାରେ ପାଠପଢ଼ା

ତିହିଡ଼ି, ୪।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କୋହ୍ଲ ମଧ୍ୟଇଂରାଜୀ (ଏମ୍‌ଇ) ସ୍କୁଲରେ ଶ୍ରେଣୀଗୃହ ଅଭାବ ଦେଖାଦେଇଛି। ଫଳରେ ଛାତ୍ରୀଛାତ୍ର ବାରଣ୍ଡାରେ...

ବଡ଼ପଣ୍ଡୁସର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା: ତାଲା ପକାଇ ଧାରଣା ଦେଲେ ଲୋକେ

ନୟାଗଡ଼ ଅଫିସ,୨୨ା୧୨: ନୟାଗଡ଼ ଜିଲା ସଦର ବ୍ଲକ ବଡ଼ପଣ୍ଡୁସର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷ ଶନିବାର ଉଗ୍ରରୂପ ଧାରଣ...

ବାରିପଦା ବନଖଣ୍ଡରେ ଅଛନ୍ତି ୮୧୫୭ ପକ୍ଷୀ

ବାରିପଦା ଅଫିସ,୨୫ା୧- ଶୀତ ଋତୁରେ ମୟୂରଭଞ୍ଜ ଜିଲାକୁ ଦେଶ ବିଦେଶ ତଥା ବିଭିନ୍ନ ଅଞ୍ଚଳରୁ ଆସୁଥିବା ପକ୍ଷୀଙ୍କ ଗଣନା କାର୍ଯ୍ୟ ଗତ ୩ ଓ ୪...

କାର୍‌ ପୋଛା ବେଳେ ଦାଗ: ଦିବ୍ୟାଙ୍ଗ ଛାତ୍ରଙ୍କୁ ନିସ୍ତୁକ ପିଟିଲେ ଶିକ୍ଷକ

ଦିଗପହଣ୍ଡି,୧୦।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ତଲାସିଙ୍ଗି ସରକାରୀ ହାଇସ୍କୁଲର ଜଣେ ଶିକ୍ଷକଙ୍କ କାରରୁ ଧୂଳି ସଫା କରିବା ପାଇଁ ୯ମ ଶ୍ରେଣୀର...

ଅଣ୍ଡର ବ୍ରିଜ୍‌ ନିର୍ମାଣକୁ ନେଇ ଡିଆର୍‌ଏମ୍‌ଙ୍କୁ ଦାବିପତ୍ର ପ୍ରଦାନ, ବୁଧବାର କେସିଙ୍ଗା ସହର ବନ୍ଦ ଡାକରା

କେସିଙ୍ଗା,୨୧ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହର ରେଲଓ୍ବେ ଫାଟକ ନିକଟରେ ଅଣ୍ଡର ବ୍ରିଜ ନିର୍ମାଣକୁ ନେଇ କେସିଙ୍ଗା ସହର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ସମ୍ବଲପୁର...

Leave a comment

Your email address will not be published. Required fields are marked *