Posted inଜାତୀୟ

ମାତୋଶ୍ରୀ ସାମ୍ନାରେ ପୋଷ୍ଟର ଲାଗିଲା ଆଦିତ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୫।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଭାଜପା ଓ ଶିବସେନା ମଧ୍ୟରେ ଟଣା ଓଟରା ଚାଲିଥିବା ବେଳେ ଇତିମଧ୍ୟରେ ଠାକରେଙ୍କ ଘର ମାତୋଶ୍ରୀ ସାମ୍ନାରେ ଆଦିତ୍ୟ ଠାକରେ ମୁଖ୍ୟମନ୍ତ୍ରୀ ବୋଲି ପୋଷ୍ଟର ଲାଗିଛି। ଏଥିରେ ଆଦିତ୍ୟଙ୍କ ଫଟୋ ସହ ଲେଖା ଅଛି, ମୋ ବିଧାୟକ ମୋ ମୁଖ୍ୟମନ୍ତ୍ରୀ। ଏହି ପୋଷ୍ଟରଟି ଶିବସେନା କର୍ପୋରେଟର ହାଜି ହଲିମ ଖାଁଙ୍କ ଦ୍ୱାରା ଲଗାଯାଇଛି। ସୂଚନାଯୋଗ୍ୟ, ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଓ୍ବର୍ଲି ବିଧାନସଭା ଆସନରୁ ଶିବସେନା ଟିକେଟରେ ବିଜୟୀ ହୋଇଛନ୍ତି। ଠାକରେ ପରିବାରର ପ୍ରଥମ ସନ୍ତାନ ଭାବେ ସେ ନିର୍ବାଚନ ଲଢିଥିଲେ। ଏହା ପୂର୍ବରୁ ମଧ୍ୟ ଆଦିତ୍ୟ ଠାକରେଙ୍କ ଘର ସାମ୍ନାରେ କେବଳ ଆଦିତ୍ୟ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ବୋଲି ଯେଉଁ ପୋଷ୍ଟରଟି ଲାଗାଯାଇଥିଲା ଗୁରୁବାର ବ୍ରିହମମୁମ୍ବଇ ମ୍ୟୁନିସପାଲ କର୍ପୋରେଶନ ଏହାକୁ ହଟାଇ ଦେଇଥିଲା। ଆଉ ଏହାପରେ ଏବେ ଯେଉଁ ପୋଷ୍ଟରଟି ଲାଗିଛି ତାକୁ ନେଇ ଚର୍ଚ୍ଚା ଯୋର ଧରିଛି।


All Right Reserved By Dharitri.Com

୨ ବିସ୍ଫୋରଣରେ ୧୪ ମୃତ

ବଡ଼ୋଦରା/ପାଲଘର,୧୨ା୧(ପି.ଟି.): ଗୁଜରାଟ ଓ ମହାରାଷ୍ଟ୍ରରେ ଶନିବାର ଦୁଇଟି ବିସ୍ଫୋରଣରେ ୧୪ ଜଣଙ୍କ ଜୀବନ ଯାଇଛି ଓ ଅନେକ ଆହତ ହୋଇଛନ୍ତି। ଗୁଜରାଟର ବଡ଼ୋଦରା ଜିଲାରେ ଥିବା...

ଗାଈ ଖୁରାକୁ ଭ୍ରୁକ୍ଷେପ ନକରି ମାଟିରେ ଶୋଇଲେ ଶହ ଶହ ଶ୍ରଦ୍ଧାଳୁ: ପାଳିତ ହେଲା ପୁରାତନ ପରମ୍ପରା

ଉଜ୍ଜୟିନୀ,୨୮।୧୦: ମଧ୍ୟପ୍ରଦେଶ ଉଜ୍ଜୟିନୀ ନିକଟବର୍ତ୍ତୀ ବଡ଼ନଗର ତହସିଲ୍‌ରେ ଥିବା ଭିଡ଼ାବଦ୍‌ ଗାଁରେ ପୁରାତନ ପରମ୍ପରା ସୋମବାର ପାଳିତ ହୋଇଛି। ଏଠାରେ ଶହ ଶହ ଶ୍ରଦ୍ଧାଳୁ ଗାଈ...

ହୋର୍ଡିଂ ପଡ଼ି ମୃତ୍ୟୁ ଘଟଣା: ସମ୍ପୃକ୍ତ ନେତାଙ୍କ ବିରୋଧରେ ମାମଲା ରୁଜୁ

ଚେନ୍ନାଇ,୧୫।୯: ରାସ୍ତା କଡରେ ଲାଗିଥିବା ବେଆଇନ ହୋର୍ଡିଂ ଯୋଗୁ ଜଣେ ୨୩ ବର୍ଷୀୟା ଯୁବତୀଙ୍କ ଜୀବନ ଯାଇଛି। ଚେନ୍ନାଇରେ ଘଟିଥିବା ଏହି ଘଟଣା ପରେ ସମ୍ପୃକ୍ତ...

ମୋଦିଙ୍କୁ ଭେଟିବେ କେଜରିଓ୍ବାଲ

ନୂଆଦିଲ୍ଲୀ,୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। କେଜରିଓ୍ବାଲ ତୃତୀୟଥର ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ...

ୟୁଟ୍ୟୁବ୍‌ ଦେଖି ପ୍ରେମିକାଙ୍କ ଡେଲିଭରୀ କରାଉଥିଲେ ପ୍ରେମିକ…

ଚେନ୍ନାଇ,୨୧।୩: ତାମିଲ୍‌ନାଡୁରେ ୨୭ ବର୍ଷ ବୟସ୍କ ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କ ଡେଲିଭରୀ ୟୁଟ୍ୟୁବ ଦେଖି କରୁଥିଲେ। ତେବେ ଅତ୍ୟଧିକ ରକ୍ତସ୍ରାବ ହେବାରୁ ୧୯ ବର୍ଷ...

ସୁପ୍ରିମକୋର୍ଟ ଗଲେ ଶିବସେନା-ଏନ୍‌ସିପି-କଂଗ୍ରେସ

ନୂଆଦିଲ୍ଲୀ,୨୪ା୧୧: ଦେବେନ୍ଦ୍ର ଫଡ୍‌ନବିସଙ୍କ ନେତୃତ୍ୱରେ ସଂଖ୍ୟାଲଘୁ ଭାଜପା ସରକାର ଗଢ଼ିବାରେ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ମନମାନିକୁ ଚ୍ୟାଲେଞ୍ଜ କରି ଶନିବାର ସନ୍ଧ୍ୟାରେ ଶିବସେନା, ଏନ୍‌ସିପି...

ଦିଲ୍ଲୀକୁ ଫେରିଲା ୮୦ ଦଶକର ନିର୍ମଳ ଆକାଶ

ନୂଆଦିଲ୍ଲୀ, ୨୮ା୩- କିଛି ଦିନ ପୂର୍ବରୁ ବିପଦଜନକ ଅବସ୍ଥାକୁ ଆସିଯାଇଥିବା ଦିଲ୍ଲୀର ବାୟୁମଣ୍ଡଳ ଏବେ ସ୍ବଚ୍ଛ ହେବାରେ ଲାଗିଛି । ଦୀର୍ଘ ବର୍ଷ ପରେ ନିର୍ମଳ...

କେରଳରେ ୧୨ କରୋନା ସଂକ୍ରମିତ: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ଶିକ୍ଷାନୁଷ୍ଠାନ

ଥିରୁଭାନନ୍ତପୁରମ,୧୦।୩: କରୋନା ଭାଇରସରେ ସଂକ୍ରମିତ ୬ ରୋଗୀ ଚିହ୍ନଟ ହେବା ପରେ ଏବେ କେରଳରେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୧୨ରେ। ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ...

Leave a comment

Your email address will not be published. Required fields are marked *