ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା: ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିବ ଭାଜପା

ରସୁଲପୁର,୫ା୧୧(ଡିଏନଏ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରିଣୀ (ପିଇଓ) ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଜଟିଳ ହେବାରେ ଲଗିଛି। ଦିନକୁ ଦିନ ଘଟଣା ନୂଆ ମୋଡ ନେଉଛି। ଘଟଣାର ୨୦ଦିନ ପରେ ବି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡୁନି। ହେଲେ ପୋଲିସର ଅସମ୍ଭବ ପ୍ରକାର ନୀରବତା ଯୋଗୁ ଏ ଦିଗରେ ତଦନ୍ତ ଅଧିକାରୀଙ୍କ ଆଭିମୁଖ୍ୟ ଉପରୁ ସନ୍ଦେହ ହଟି ପାରୁନାହିଁ। ଏହିଭଳି ଗୋଳିଆ ସ୍ଥିତିକୁ ନେଇ ବିରୋଧୀଙ୍କ ତୁଣ୍ଡ ଚୁପ୍‌ ହେବାର ନାଁ ଧରୁନି। ବିଧାନସଭା ଚାଲିବା ପର୍ଯ୍ୟନ୍ତ ଉଭୟ କଂଗ୍ରେସ ଓ ଭାଜପା ସେମାନଙ୍କର ଆନ୍ଦୋଳନ ଜାରି ରଖିବେ। ଉଭୟ ଦଳ ଏହାକୁ ବିଧାନସଭାରେ ପ୍ରସଙ୍ଗ କରିବେ ବୋଲି ଚେତାବନୀ ଦେଇସାରିଲେଣି। ସ୍ମିତାରାଣୀ ମାମଲା ବେବିନା, ମାଧବୀଲତା, ଇତିଶ୍ରୀ ଘଟଣାକୁ ବଳିଗଲା। ଏ ସମସ୍ତଙ୍କର ଅତିି ସନ୍ଦେହଜନକ ଭାବରେ ମୃତ୍ୟୁ ହୋଇଥିଲା। ଏଠାରେ ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ସରକାର ଚୁପ୍‌ କାହିଁକି ବୋଲି ବିରୋଧୀ ପ୍ରଶ୍ନ କରିବା ସହ ମଙ୍ଗଳବାର ଭାଜପା ସିବିଆଇ ତଦନ୍ତ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ନିଷ୍ପତ୍ତି ନେଇଛି। ଏହାଛଡା ଏହି ମାମଲାକୁ ନେଇ ପୋଲିସ ଭିନ୍ନ ଭିନ୍ନ ବୟାନ ଦେଉଥିବାବେଳେ ମାମଲାର ମୋଡ ବଦଳାଇବାକୁ ଚେଷ୍ଟା କରାଯାଉଛି ବୋଲି କୁହାଯାଉଛି। ସ୍ମିତାରାଣୀ ମୃତ୍ୟୁର ପୂର୍ବଦିନ ସରପଞ୍ଚ ସ୍ବାମୀ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ସହ ଭୁବନେଶ୍ୱର ଯାଇଥିଲେ। ସେଠାରେ ଏକ ପ୍ରତିଷ୍ଠିତ ସୁନାଗହଣା ଦୋକାନରୁ ସ୍ମିତାରାଣୀ ଗହଣା କିଣିଥିଲେ। ଗହଣାର ମୂଲ୍ୟ ରୂପେଶ ପ୍ରଦାନ କରୁଥିବା ସମ୍ପର୍କରେ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଛି। ଏହି ଘଟଣା ସମ୍ପର୍କରେ ସରପଞ୍ଚ ମଧୁସ୍ମିତା ଜାଣିବା ପରେ ପିଇଓଙ୍କ ସହ ତାଙ୍କର ଝଗଡା ହୋଇଥିବା କୁହାଯାଉଛି। ଉକ୍ତ ଝଗଡା ପିଇଓ ସି୍ମତାଙ୍କର ମୃତ୍ୟୁର କାରଣ ହୋଇଥିବ ବୋଲି ସନ୍ଦେହ କରାଯାଉଛି। ଏ ସମ୍ପର୍କରେ ଅଭିଯୁକ୍ତଙ୍କୁ ଅଧିକ ପଚରା ଉଚୁରା କରିବାର ଆବଶ୍ୟକତା ରହିଛି। ସରପଞ୍ଚ ମଧୁସ୍ମିତାଙ୍କୁ କାହିଁକି ଏ ସମ୍ପର୍କରେ ପଚରା ଉଚୁରା କରୁନାହିଁ ବୋଲି ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହେଉଛି। ଘଟଣାର ୩ ସପ୍ତାହ ପରେ ବି ପୋଲିସ ଅଭିଯୁକ୍ତଙ୍କୁ କାହିଁକି ରିମାଣ୍ଡରେ ଆଣୁନାହିଁ, ଘଟଣା ଦିନ ଅତିଥି ଭବନରେ ଅଭିଯୁକ୍ତଙ୍କ ସହଯୋଗୀ ଭାବେ ଯେଉଁମାନେ ଉପସ୍ଥିତ ଥିଲେ ସେମାନଙ୍କୁ ନେଇ ପୋଲିସର ଆଭିମୁଖ୍ୟ କଣ ରହିଛି ତା ସ୍ପଷ୍ଟ ହୋଇପାରୁ ନାହିଁ। ଏହି ମାମଲାରେ ପୋଲିସ ଗଣମାଧ୍ୟମକୁ ସହଯୋଗ କରୁନାହିଁ। ଏ ଘଟଣା ଉଠିବା କ୍ଷଣି ତଦନ୍ତ ଅଧିକାରୀ ସରୋଜ କୁମାର ସାହୁ ଅନ୍ୟ କାର୍ଯ୍ୟର ବାହାନା ନେଇ ମୂଳ ମାମଲାକୁ ଏଡାଇ ଯାଉଛନ୍ତି। ଖୋଦ୍‌ ଏସଡିପିଓ କେଦାରନାଥ ସାହୁ ମାମଲାକୁ ଅତ୍ୟନ୍ତ ସହଜ ଭାବରେ ନେଇଛନ୍ତି। ଖବର କାଗଜରେ କ’ଣ ବାହାରୁଛି ତାକୁ ପଢିବାକୁ ପୋଲିସ ପାଖରେ ସମୟ ନାହିଁ ବୋଲି ସାହୁ ମନ୍ତବ୍ୟ ରଖିଛନ୍ତି।


All Right Reserved By Dharitri.Com

ବୈପାରିଗୁଡ଼ାରେ ପ୍ରବଳ ବର୍ଷା: ଶାଳଗଛ ଉପୁଡ଼ି ରାମଗିରି-ଗୁପ୍ତେଶ୍ୱର ରାସ୍ତାରେ ଯାତାୟତ ଠପ୍‌, ଫସିଲେ ବୋଲବମ୍‌ ଭକ୍ତ

କୋରାପୁଟ, ୨୯।୭(ସ୍ବ.ପ୍ର.)କୋରାପୁଟ ଜିଲାରେ ଏବେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ଜିଲାର ବିଭିନ୍ନ ଅଞ୍ଚଳ ଜଳାବର୍ଣ୍ଣ ହୋଇଛି। ସୋମବାର ବୈପାରିଗୁଡା ବ୍ଳକ ଅଞ୍ଚଳରେ ୧୭୫ ମିଲିମିଟର...

ଅଭିଯୋଗ ରଖୁନି ପୋଲିସ: ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ କଲେଜ ଛାତ୍ର

ବାରିପଦା ଅଫିସ/କୁଆମରା,୨୨ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ଦେବାଶିଷ ମହନ୍ତଙ୍କ ସହିତ କଲେଜ କର୍ତ୍ତୃପକ୍ଷଙ୍କ...

ଘରଡିହ ପଟ୍ଟା ମିଳିବାର ୧୨ବର୍ଷ ବିତିଲା: ଚିହ୍ନଟ ହେଉନି ଜମି, ମିଳୁନି ଦଖଲ

ଢେଙ୍କାନାଳ ଅଫିସ, ୨୪।୧୨ – ଦୀର୍ଘ ୧୨ ବର୍ଷ ହେଲା ମିଳିଛି ଘରଡିହ। ହେଲେ ଜମି ଚିହ୍ନଟ ହେଉଛି ନା ମିଳୁଛି ଦଖଲ। କେବଳ ପଟ୍ଟା...

ଆଖି ନ ଥାଇ ଜୀବନ ଯୁଦ୍ଧର ବିଜେତା କୀର୍ତ୍ତନ: ୫ ପ୍ରାଣୀଙ୍କ ମୁହଁରେ ଫୁଟାଇଛନ୍ତି ହସ

କାମାକ୍ଷାନଗର, ୧୩।୧: ଆଖି ନାହିଁ। ଦେଖିପାରନ୍ତିନି ଦୁନିଆକୁ। ହେଲେ ଏହି ଦୁଃଖ କେବେ ଆସିନି ତାଙ୍କ ଓଠ ପାଖକୁ। ଖୁସ୍‌ ମିଜାଜ ଆଉ ହସହସ ମୁହଁରେ କେଇ...

ଟ୍ରାକ୍ଟର ଡାଲାରୁ ଖସି ଯୁବକଙ୍କ ପ୍ରାଣଗଲା

ତୁମୁଡିବନ୍ଧ,୨୫।୫(ଡି.ଏନ୍‌.ଏ.)- ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ଟ୍ରାକ୍ଟର ଡାଲାରୁ ଖସିପଡି ଜଣେ ଯୁବକଙ୍କର ଶନିବାର ମୃତ୍ୟୁ ହୋଇଛି। ସେ ହେଲେ ତୁମୁଡିବନ୍ଧ ପଞ୍ଚାୟତ ଝରିଆପଦା ଗ୍ରାମର ବାଲେଶ୍ୱର...

୯ମାସ ହେବ ଶ୍ରମିକଙ୍କ ଦରମା ବନ୍ଦ: ଆଜିଠାରୁ କାରଖାନା ସମ୍ମୁଖରେ ଶନ୍ତିପୂର୍ଣ୍ଣ ଧାରଣା

କଳିଙ୍ଗନଗର,୧୬ା୧୦(ଡି.ଏନ.ଏ.)- କଳିଙ୍ଗନଗରସ୍ଥିତ ମୈଇଥାନ ମେସ୍‌କୋ କାରଖାନାରେ ଶ୍ରମିକମାନେ ୯ ମାସ ହେବ ଦରମା ପାଇ ନ ଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଗତ ଅଗଷ୍ଟ...

ଗୋରୁ ବୋଝେଇ ୨ ପିକ୍‌ଅପ୍‌ ଭ୍ୟାନ ଜବତ, ୩ ଗିରଫ: ୧୬ ଗୋରଙ୍କୁ ଉଦ୍ଧାର କରାଗଲା

ବାହାନଗା,୧।୮(ଡି.ଏନ.ଏ.)- ବାଲେଶ୍ୱର ଜିଲା ବାହାନଗା ବ୍ଳକ୍‌ ଗୋପାଳପୁର ଫାଣ୍ଡି ପୋଲିସ ବୁଧବାର ୨ଟି ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନକୁ ଜବତ କରି ସେଥିରେ ଚୋରା ଚାଲାଣ...

ଜିଲା ପ୍ରଶାସନର ହସ୍ତଗତ ହେଲା ସରକାରୀ ନିର୍ଦ୍ଦେଶନାମା:୭୫ ମିଟର ଉଚ୍ଛେଦ ପାଇଁ ଆଜିଠୁ ସର୍ଭେ

ପୁରୀ ଅଫିସ,୨୮-୮:ଶ୍ରୀମନ୍ଦିର ସୁରକ୍ଷା ପାଇଁ ମେଘନାଦ ପାଚେରିଠାରୁ ୭୫ ମିଟର ପରିଧି ମଧ୍ୟରେ ଥିବା ନିର୍ମାଣ ଉଚ୍ଛେଦ ଲାଗି ସରକାରୀ ନିର୍ଦ୍ଦେଶନାମା ମଙ୍ଗଳବାର ଜିଲା ପ୍ରଶାସନର...

Leave a comment

Your email address will not be published. Required fields are marked *