Posted inଖେଳ

କୋହଲି କ୍ରିକେଟର ଆଉ ଏକ ‘ବିରାଟ’ ତାରକା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଆଜି ୩୧ତମ ଜନ୍ମଦିବସ। ଏହି ଦିନକୁ ଖାସ୍‌ କରିବା ପାଇଁ ସ୍ତ୍ରୀ ଅନୁଷ୍କା ସହ ଭୂଟାନରେ ପହଞ୍ଚିଛନ୍ତି କୋହଲି। ଏବେ ବିଶ୍ୱକ୍ରିକେଟରେ ରାଜ୍‌ କରୁଥିବା କୋହଲି ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି। କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ସେ ପଛରେ ପକାଇ ଦେବେ ବୋଲି କ୍ରିକେଟ ପଣ୍ଡିତମାନେ କହିଛନ୍ତି। ୧୯୮୮ ମସିହା, ନଭେମ୍ବର ୫ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ବିରାଟ। ୨୦୦୮ ଶ୍ରୀଲଙ୍କା ବିପକ୍ଷରେ ଅଗଷ୍ଟ ୧୮ରେ ନିଜ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ଏପର୍ଯ୍ୟନ୍ତ ସେ ୮୨ଟି ଷ୍ଟେ ଖେଳି ୫୪.୮ ହାରରେ ମୋଟ ୭୦୬୬ ରନ୍‌ କରିଛନ୍ତି। ସେଥିମଧ୍ୟରୁ ୨୬ଟି ଶତକ ଏବଂ ୨୨ଟି ଅର୍ଦ୍ଧଶତକ ସାମିଲ ଅଛି। ସେହିପରି ୨୩୦ଟି ଏକ ଦିବସୀୟ ମ୍ୟାଚ୍‌ରୁ ୬୦.୩ ହାରରେ ୧୧୫୨୦ ରନ୍‌ କରିଛନ୍ତି। ସେଥିମଧ୍ୟରେ ୪୩ଟି ଶତକ ଏବଂ ୫୪ଟି ଅର୍ଦ୍ଧଶତକ ସାମିଲ ଅଛି। ଟି-୨୦ରେ ୭୨ଟି ମ୍ୟାଚରୁ ୫୦.୦ ହାରରେ ୨୪୫୦ ରନ୍‌ କରିଛନ୍ତି। ସେଥିରେ ୨୨ଟି ଅର୍ଦ୍ଧଶତକ ସାମିଲ ଅଛି।


All Right Reserved By Dharitri.Com

Posted inଖେଳ View All

ଆତ୍ମହତ୍ୟା ଉଦ୍ୟମ କରିଥିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୧- ଭାରତୀୟ ଦଳର ପୂର୍ବତନ ପେସର ପ୍ରବୀଣ କୁମାର ନିଜର ଲୋକପ୍ରିୟତା ଓ ଡିପ୍ରେଶନ ଉପରେ ଏକ ଖୋଲା ଆଲୋଚନା କରିଛନ୍ତି। ଏକ ଇଂଲିଶ ଖବର...

ବାର୍ଟି ବର୍ଷର ଶ୍ରେଷ୍ଠ ମହିଳା ଟେନିସ ଖେଳାଳି

ଲସ୍‌ ଏଞ୍ଜେଲ୍ସ, ୧୨।୧୨ (ଏଏଫ୍‌ପି)- ଚଳିତ ସିଜନରେ ଦମ୍‌ଦାର ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲିଆର ମହିଳା ଟେନିସ ଖେଳାଳି ଆସଲେଇଘ ବାର୍ଟି ୨୦୧୯ ବର୍ଷ ଲାଗି ‘ଡବ୍ଲ୍ୟୁଟିଏ...

ଟାଟୁ କହେ ଅନେକ କଥା

ନୂଆଦିଲ୍ଲୀ ୧୪ା୨:ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂଙ୍କ ଗୋଡ଼ର ଟାଟୁ ଏବେ ଚର୍ଚ୍ଚାରେ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଚଳିତ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ର...

କୋହଲିଙ୍କୁ ଦଳରେ ନେବା ସପକ୍ଷରେ ନ ଥିଲେ ଧୋନୀ, କର୍ଷ୍ଟେନ

ମୁମ୍ବାଇ,୨୨।୪(ପିଟି)- ଜାତୀୟ ଦଳରେ ବିରାଟ କୋହଲିଙ୍କ ଖେଳିବା ସପକ୍ଷରେ ନ ଥିଲେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ମୁଖ୍ୟ କୋଚ୍‌ ଗ୍ୟାରୀ...

‘୪୫ ମିନିଟ୍‌ ଖରାପ କ୍ରିକେଟ୍‌ ଖେଳ ବଦଳାଇ ଦେଇଥିଲା’

ମାଞ୍ଚେଷ୍ଟର, ୧୧।୭ (ପି.ଟି.)- ଆଇସିସି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ହୃଦୟ ବିଦାରକ ପରାଜୟ ପରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମ୍ୟାଚ୍‌ର...

ପୂର୍ବତନ ଅଧିନାୟକ ଆଝାରୁଦ୍ଦିନଙ୍କ ନାମରେ ଠକାମି ଅଭିଯୋଗ

ନୂଆଦିଲ୍ଲୀ,୨୩।୧- ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ଓ ଅନ୍ୟ ଦୁଇ ଜଣଙ୍କ ନାମରେ ୨୧ ଲକ୍ଷ ଟଙ୍କାର ଠକାମି ଅଭିଯୋଗ ଆସିଛି। କିନ୍ତୁ ଅଭିଯୋଗକୁ...

ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଭାରତୀୟ ଅଭିଯାନ ଶେଷ

ମେଲବୋର୍ନ, ୩୦।୧ (ପି.ଟି.)- ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ରୁ ଭାରତର ରୋହନ ବୋପାନ୍ନା ବିଦାୟ ନେଇଛନ୍ତି। ଗୁରୁବାର ଖେଳାଯାଇଥିବା ମିକ୍ସଡ...

ଜୋକୋଭିଚ୍‌ଙ୍କ ଟ୍ରେନର ସାଜିଲେ ରୋନାଲ୍ଡୋ

ଲିସବନ, ୨୮।୧୨- ଟେନିସ କିମ୍ବଦନ୍ତୀ ନୋଭାକ ଜୋକୋଭିଚ୍‌ଙ୍କ ଟ୍ରେନର ସାଜିଛନ୍ତି ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ। ୧୬ ଗ୍ରାଣ୍ଡସ୍ଲାମ ଜିତିସାରିଥିବା ଜୋକୋଭିଚ୍‌ଙ୍କୁ ପର୍ତ୍ତୁଗାଲ ଷ୍ଟାର କେଉଁଭଳି...

Leave a comment

Your email address will not be published. Required fields are marked *