ଟାଟା ଗ୍ରୁପ ଅଧୀନକୁ ଆସିପାରେ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୫-୧୧: ଟାଟା ଗ୍ରୁପ ନିକଟକୁ ଏୟାର ଇଣ୍ଡିଆର ପରିଚାଳନା ଭାର ଫେରିପାରେ। ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆ ବର୍ତ୍ତମାନ କ୍ଷତିରେ ଚାଲିଥିବା ବେଳେ ଏହାର ୧୦୦% ଅଂଶଧନ ବିକ୍ରି ଲାଗି ସରକାର ଯୋଜନା ରଖିଛନ୍ତି। ଏହି ବିମାନ କମ୍ପାନୀକୁ କିଣିବା ନେଇ ଟାଟା ଗ୍ରୁପ ବିଚାର କରିପାରେ ବୋଲି ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌.ଚନ୍ଦ୍ରଶେକରନ ସୋମବାର ଦେଇଥିବା ଏକ ସୂଚନାରୁ ଜଣାପଡିଛି। ଚନ୍ଦ୍ରଶେକରନଙ୍କ ‘ବ୍ରିିଜିଟାଲ ନେଶନ’ ପୁସ୍ତକ ଉନ୍ମୋଚନ ଅବସରରେ ଏୟାର ଇଣ୍ଡିଆର ନିଲାମ ପ୍ରକ୍ରିୟାରେ ଟାଟା ଭାଗ ନେବା ପ୍ରସଙ୍ଗକୁ ସେ ଅଗ୍ରାହ୍ୟ କରି ନାହାନ୍ତି।
ସେ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ବିଚାର କରିବା ଲାଗି ଟିମ୍‌କୁ କୁହାଯିବ। ବାସ୍ତବରେ ଏହି ନିଷ୍ପତ୍ତି ଟାଟା ସନ୍ସ ନୁହେଁ ଭିସ୍ତାରା ଦ୍ୱାରା ହେବ। ଭିସ୍ତାରା, ଏୟାର ଏସିଆ ବାଦ୍‌ କୌଣସି ତୃତୀୟ ବିମାନ କମ୍ପାନୀ ପରିଚାଳନା ସପକ୍ଷରେ ନ ଥିବା ସେ କହିଛନ୍ତି। ଏଗୁଡିକ ମିଶ୍ରଣ ନ ହେଲା ଯାଏ କିଛି ସମସ୍ୟା ରହିଛି। ଏହା ଉପରେ ସେ ହଁ କିମ୍ବା ନା କହି ନାହାନ୍ତି। ଅପରପକ୍ଷରେ କୌଣସି ସ୍ପଷ୍ଟ ସୂଚନା ମଧ୍ୟ ସେ ପ୍ରଦାନ କରି ନାହାନ୍ତି।
ସୂଚନାଯୋଗ୍ୟ ଏୟାର ଇଣ୍ଡିଆର ସମ୍ପୂର୍ଣ୍ଣ ଅଂଶଧନ ବିକ୍ରି ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ବିମାନ କମ୍ପାନୀର ୨୪% ଅଂଶଧନ ନିଜ ରଖିବା ନେଇ ସରକାର ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ସେହିଭଳି କମ୍ପାନୀର ୭୬% ଅଂଶଧନ ବିକ୍ରି ପ୍ରକ୍ରିୟା ବିଫଳ ହୋଇଛି। ଉକ୍ତ ସମୟରେ ରଖାଯାଇଥିବା ସର୍ତ୍ତରେ କିଛିଟା ସମସ୍ୟା ରହିଥିବାରୁ ଟାଟା ଏଥିଲାଗି ଆଗ୍ରହ ପ୍ରକାଶ କରି ନ ଥିଲା। ଅପରପକ୍ଷରେ ଜେଟ୍‌ ବିମାନ କମ୍ପାନୀ ଅଧିଗ୍ରହଣ ନେଇ ଟାଟା ବିଚାର କରୁଥିବାରୁ ଏୟାର ଇଣ୍ଡିଆ କଥା ଧ୍ୟାନକୁ ନେଇ ନ ଥିଲା।

ନୂଆ ସମାଧାନ ଖୋଜୁଛି ଟାଟା
ଟାଟା ଏହାର ଏୟାରଲାଇନ ବାଣିଜ୍ୟ ଲାଗି ଏକ ସମାଧାନ ଖୋଜୁଛି। ଏହାକୁ ବଢାଇବା ଲାଗି କମ୍ପାନୀ ଯୋଜନା ରଖିଛି। ମାତ୍ର ୨୦୨୫ ପର୍ଯ୍ୟନ୍ତ ଏଥିରେ କ୍ଷତିର ଅଧିକ ସମ୍ଭାବନା ରହିଛି। ଏୟାର ଇଣ୍ଡିଆ ଅଧିଗ୍ରହଣ ଦ୍ୱାରା ବିମାନ ଚଳାଚଳ ବାଣିଜ୍ୟ କ୍ଷେତ୍ରରେ ଟାଟା ନିକଟରେ ପର୍ଯ୍ୟାନ୍ତ ସୁଯୋଗ ରହିଛି। ଗ୍ରୁପ ନିକଟରେ ଦୁଇଟି ଯୌଥ ଉଦ୍ୟୋଗ ରହିଛି। ସିଙ୍ଗାପୁର ଏୟାରଲାଇନ ସହ ମିଳିତ ହୋଇ ଏହା ଭିସ୍ତାରା କମ୍ପାନୀ ଏବଂ ବଜେଟ ବିମାନ କମ୍ପାନୀ ଏୟାର ଏସିଆ ସହ ସହଭାଗିତାରେ ବିମାନ ସେବା ପ୍ରଦାନ କରୁଛି।

ଜେଟ୍‌ ଡିଲ୍‌କୁ ଅଗ୍ରାହ୍ୟ କରିପାରେ
ଟାଟା ଗ୍ରୁପ ଜେଟ୍‌ ଏୟାରଓ୍ବେଜ ଡିଲ ଲାଗି ଅଗ୍ରାହ୍ୟ କରିପାରେ। ଏକ୍ଷେତ୍ରରେ ଏୟାର ଇଣ୍ଡିଆ କ୍ରୟ ନେଇ ଟାଟା ଗ୍ରୁପ ଆଗ୍ରହ ଦେଖାଇପାରେ। ଏହି ବିମାନ କମ୍ପାନୀକୁ ଜେଆରଡି ଟାଟା ୧୯୩୨ରେ ସ୍ଥାପନ କରିଥିଲେ। ଯାହା ପରେ ରାଷ୍ଟ୍ରାୟତ୍ତ କମ୍ପାନୀ ଭାବେ ପରିଣତ ହୋଇଥିଲା। ଏୟାର ଇଣ୍ଡିଆ ସହ ଟାଟା ଗ୍ରୁପର ପୂର୍ବରୁ ସମ୍ପର୍କ ରହିଛି। ଟାଟାସନ୍ସର ସେବା ନିବୃତ୍ତ ଅଧ୍ୟକ୍ଷ ତଥା ଟାଟା ଟ୍ରଷ୍ଟର ବର୍ତ୍ତମାନର ମୁଖ୍ୟ ରତନ ଟାଟା ଏୟାର ଇଣ୍ଡିଆ କ୍ରୟ ନେଇ ଗୁରୁତ୍ୱ ଦେଇପାରନ୍ତି।

ସ୍ଥିତି ଦୃଢ଼ ଲାଗି ଭିସ୍ତାରାକୁ ସୁବିଧା ହେବ
ଏୟାର ଇଣ୍ଡିଆ ଟାଟା ଗ୍ରୁପ ହାତକୁ ଗଲେ ଭିସ୍ତାରାକୁ ଅନ୍ତର୍ଜାତୀୟ ବଜାରରେ ଏହାର ସ୍ଥିତି ଦୃଢ କରିବା ଦିଗରେ ସହାୟକ ହେବ। ବର୍ତ୍ତମାନ ଭିସ୍ତାରା କେବଳ ୪ ଅନ୍ତର୍ଜାତୀୟ ଡେଷ୍ଟିନେଶନକୁ ଏହାର ସେବା ଯୋଗାଇଦେଉଛି। ଏହାବାଦ ଦେଶ ମଧ୍ୟରେ ବଜାର ଅଂଶକୁ ବଢାଇବା ଦିଗରେ ଭିସ୍ତରା ଏହି ଡିଲ୍‌ର ଲାଭ ନେଇ ପାରିବ। ଭିସ୍ତାରାର ବଜାର ଅଂଶ ଦେଶରେ ୬% ରହିଥିବା ବେଳେ ଏୟାର ଇଣ୍ଡିଆ ୧୨% ଅଂଶ ହାସଲ କରିଛି।


All Right Reserved By Dharitri.Com

ରାନବାକ୍ସିର ପୂର୍ବତନ ପ୍ରମୋଟରଙ୍କ ଘରେ ଇଡି ଚଢ଼ାଉ

ନୂଆଦିଲ୍ଲୀ,୨-୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରାନବାକ୍ସିର ପୂର୍ବତନ ପ୍ରମୋଟର ଭ୍ରାତା ମାଲବିନ୍ଦର ମୋହନ ସିଂହ(୪୫) ଏବଂ ଶିବିନ୍ଦର ମୋହନ ସିଂହ(୪୩)ଙ୍କ ଘରେ ଗୁରୁବାର ଚଢ଼ାଉ କରିଛି। ମନିଲଣ୍ଡରିଂ...

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୪୬.୭%

ଭୁବନେଶ୍ୱର,୨୯-୬(ବ୍ୟୁରୋ) : ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଧିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ଏପ୍ରିଲରେ ୧୧୨ ପଏଣ୍ଟ ଥିଲା। ଏହା ମେ ମାସରେ ୨...

ବ୍ୟାଙ୍କ ଅଫ୍‌ ବରୋଦାର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୩-୭: ବ୍ୟାଙ୍କ ଅଫ୍‌ ବରୋଦା ଆସେଟ ରିକଭରି ମ୍ୟାନେଜମେଣ୍ଟ ଶାଖା ପକ୍ଷରୁ ୧୧୨ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟ ପ୍ରବନ୍ଧକ...

୯.୩୪ ଲକ୍ଷ କୋଟିକୁ ହ୍ରାସ ପାଇଛି ବ୍ୟାଙ୍କ ଏନ୍‌ପିଏ

ନୂଆଦିଲ୍ଲୀ,୧୭-୭: କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ କାରଣରୁ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକର ମୋଟ ଅନାଦାୟ ଋଣ(ଏନ୍‌ପିଏ) ପରିମାଣ ୨୦୧୮-୧୯ରେ ୧.୦୨ ଲକ୍ଷ କୋଟି...

ବଢ଼ୁଛି ଭାରତୀୟଙ୍କ ଋଣ ବୋଝ

ନୂଆଦିଲ୍ଲୀ,୧୭-୯: ଭାରତୀୟ ଅର୍ଥନୀତିର ମେରୁଦଣ୍ଡ କୁହାଯାଉଥିବା ସଞ୍ଚୟ କମିବାରେ ଲାଗିଛି। ଫଳରେ ୨୦୧୮ ସୁଦ୍ଧା ୫ ବର୍ଷରେ ଲୋକଙ୍କ ଉପରେ ଋଣ ବୋଝ ୫୮% ବୃଦ୍ଧି...

ମୋଦିଙ୍କୁ ବ୍ୟାଙ୍କ ସଂଘର ଚିଠି;ଜେଟକୁ ଅଧିଗ୍ରହଣ କରନ୍ତୁ ସରକାର

ମୁମ୍ବାଇ,୨୦-୪: ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବା ପରେ ଶୁକ୍ରବାର ବ୍ୟାଙ୍କ ସଂଘଗୁଡ଼ିକ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଜେଟ୍‌ର ୨୨ ହଜାର...

ସାଲୁ ଜିନ୍ଦଲଙ୍କୁ ମହାତ୍ମା ପୁରସ୍କାର

ନୂଆଦିଲ୍ଲୀ,୨-୧୦: ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ସହଅଧ୍ୟକ୍ଷା ସାଲୁ ଜିନ୍ଦଲଙ୍କୁ ମହାତ୍ମା ଆଓ୍ବାର୍ଡ ଫର ଲିଡରଶିପ ଇନ୍‌ କର୍ପୋରେଟ ସୋସିଆଲ ରେସପନ୍ସବିଲିଟି ସମ୍ମାନରେ ସମ୍ମାନୀତ କରାଯାଇଛି। ଗୁରୁଗ୍ରାମଠାରେ ଅନୁଷ୍ଠିତ...

ଡବ୍ଲ୍ୟୁଇଏଫ୍‌ ସମ୍ମିଳନୀରେ ଯୋଗ ଦେବେ ୧୦୦ ଭାରତୀୟ ସିଇଓ

ନୂଆଦିଲ୍ଲୀ,୧୧-୧୧: ସ୍ବିଜରଲାଣ୍ଡର ସ୍କି ରିସର୍ଟ୍ଟ ଟାଉନଠାରେ ଜାନୁୟାରୀ ୨୦ରୁ ୨୪ ଯାଏ ଅନୁଷ୍ଠିତ ହେଉଥିବା ଓ୍ବାର୍ଲଡ ଇକୋନୋମିକ୍‌ ଫୋରମ(ଡବ୍ଲ୍ୟୁଇଏଫ୍‌)ର ବାର୍ଷିକ ସମ୍ମିଳନୀରେ ୧୦୦ ଭାରତୀୟ ସିଇଓଙ୍କ...

Leave a comment

Your email address will not be published. Required fields are marked *