Posted inଖେଳ

ସ୍ମିଥ୍‌ଙ୍କ ଦ୍ୱିତୀୟ ବିବାହ

କେପ୍‌ଟାଉନ, ୫।୧୧- ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଗ୍ରାଏମ ସ୍ମିଥ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରୋମି ଲାନଫ୍ରାନ୍ସିଙ୍କ ସହ ସ୍ମିଥଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି। ବିବାହ ବେଳର ଫଟୋକୁ ସ୍ମିଥ୍‌ ନିଜ ଟୁଇଟର୍‌ ପୃଷ୍ଠାରେ ଶେୟାର କରି ‘ନଭେମ୍ବର ୨କୁ ଏକ ସ୍ମରଣୀୟ ଦିବସ’ ବୋଲି ଉଲ୍ଲେଖ କରିଛନ୍ତି। ୨୦୧୮ ରୋମିଙ୍କ ସହ ସ୍ମିଥଙ୍କ ନିର୍ବନ୍ଧ ହୋଇଥିଲା। ଆଉ ଏକ ଉଲ୍ଲେଖନୀୟ ଘଟଣାକ୍ରମେ ସ୍ମିଥ୍‌ଙ୍କ ବିବାହ ଦିନ ଦକ୍ଷିଣ ଆଫ୍ରିକା ରଗ୍‌ବୀ ବିଶ୍ୱକପ୍‌ରେ ଚାମ୍ପିୟନ ହୋଇଥିଲା।
ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ୩୮ ବର୍ଷୀୟ ସ୍ମିଥ୍‌ଙ୍କ ଏହା ୨ୟ ବିବାହ। ପୂର୍ବରୁ ସ୍ମିଥ୍‌ ଆୟର୍ଲାଣ୍ଡ ପପ୍‌ ସିଙ୍ଗର ମୋର୍ଗାନ ଡେଆନେଙ୍କୁ ବିବାହ କରିଥିଲେ। ଉଭୟଙ୍କର କାଡେନ୍ସ (୭ ବର୍ଷ) ଓ କାର୍ଟର (୬ ବର୍ଷ) ନାମରେ ୨ଟି ସନ୍ତାନ ମଧ୍ୟ ରହିଛନ୍ତି। କିନ୍ତୁ ୨୦୧୭ରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଥିଲା। ରୋମି ଓ ସ୍ମିଥ୍‌ ପରସ୍ପରକୁ ୨୦୧୬ରେ ଭେଟିଥିବାବେଳେ ସେମାନଙ୍କର ସେବାଷ୍ଟିଆନ ନାମରେ ୨ ବର୍ଷର ଗୋଟିଏ ପୁଅ ମଧ୍ୟ ରହିଛି। ସ୍ମିଥ ଦକ୍ଷିଣ ଆଫ୍ରିକା ପକ୍ଷରୁ ୧୧୭ ଟେଷ୍ଟ ଓ ୧୯୭ ଏକଦିବସୀୟ ମ୍ୟାଚ୍‌ ଖେଳି ଯଥାକ୍ରମେ ୯୨୬୫ ଓ ୬୯୮୯ ରନ ସଂଗ୍ରହ କରିଛନ୍ତି। ତାଙ୍କ ନାମରେ ଟେଷ୍ଟରେ ୨୭ ଓ ଏକଦିବସୀୟରେ ୧୦ ଶତକ ରହିଛି। ମାତ୍ର ୨୨ ବର୍ଷ ବୟସରେ ଜାତୀୟ ଦଳର ନେତୃତ୍ୱ ନେଇ ସ୍ମିଥ ଦକ୍ଷିଣ ଆଫ୍ରିକାର ସର୍ବକନିଷ୍ଠ ଅଧିନାୟକ ହେବାର ଗୌରବ ଅର୍ଜନ କରିଥିଲେ।


All Right Reserved By Dharitri.Com

Posted inଖେଳ View All

ସନ୍ଦେହରେ ବ୍ରାଥଓ୍ବେଟଙ୍କ ବୋଲିଂ ଆକ୍ସନ

ଦୁବାଇ,୮।୯(ପି.ଟି.)- ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟର କ୍ରେଗ୍‌ ବ୍ରାଥ୍‌ଓ୍ବେଟଙ୍କ ବୋଲିଂ ଆକ୍ସନ ନେଇ ପୁଣି ସନ୍ଦେହ ସୃଷ୍ଟି ହୋଇଛି। ଭାରତ ବିପକ୍ଷ ଗତ ଦ୍ୱିତୀୟ ଘରୋଇ ଟେଷ୍ଟ ମ୍ୟାଚ୍‌ରେ...

ବିନୋଦ କାମ୍ବଲୀଙ୍କୁ ଚ୍ୟାଲେଞ୍ଜ ଦେଲେ ସଚିନ ତେନ୍ଦୁଲକର: ୨୮ ଜାନୁୟାରୀ ମଧ୍ୟରେ ପୂରଣ କର ଏହି କାମ

ମୁମ୍ବାଇ, ୨୨।୧: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ନିଜ ବନ୍ଧୁ ତଥା ପୂର୍ବତନ କ୍ରିକେଟର୍‌ ବିନୋଦ କାମ୍ବଲୀଙ୍କୁ ଏକ ଚ୍ୟାଲେଞ୍ଜ ଦେଇଛନ୍ତି। ଏହାକୁ ପୂରଣ...

ବୁମରାଙ୍କ ବୋଲିଂଙ୍କୁ ନକଲ କଲେ ବୃଦ୍ଧା

ନୂଆଦିଲ୍ଲୀ,୧୫।୭: ଭାରତୀୟ ଦଳର ବୋଲର ଜସ୍‌ପ୍ରୀତ୍‌ ବୁମରା ନିଜର ବୋଲିଂ ପାଇଁ ଚର୍ଚ୍ଚାରେ ରହିଥିବା ବେଳେ ଆଇସିସି ଦିନିକିଆ ର଼୍ୟାକିଂରେ ନମ୍ବର ଓ୍ବାନରେ ରହିଛନ୍ତି। ଭାରତୀୟ...

କୋହଲିଙ୍କ ଦ୍ୱିଶତକ

ପୁଣେ,୧୧।୧୦: ଭାରତୀୟ ଅଧିନାୟକ ବିରାଟ କୋହଲି ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦ୍ୱିଶତକ ଲଗାଇଛନ୍ତି। ପୂର୍ବ ଦିନ ୬୩ ରନ୍‌ କରି...

ନୂଆ ସ୍ପ୍ରିଣ୍ଟ ସେନ୍‌ସେସନ କୋଲମେନ

ଦୋହା ବିଶ୍ୱ ଚାମ୍ପିୟନଶିପ୍‌ରେ ୧୦୦ମି.ରେ ସ୍ବର୍ଣ୍ଣ ପଦକ ହାସଲ କରି ଆମେରିକୀୟ ଯୁବ ଧାବକ ଖ୍ରୀଷ୍ଟିଆନ କୋଲମେନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମାତ୍ର ୯.୭୬...

ପ୍ରତ୍ୟେକ ଦିନ ନୂଆ ଅଭିଜ୍ଞତା ରହିଥିଲା: ଶୁଭେନ୍ଦୁ

ଭୁବନେଶ୍ୱର, ୩।୬(ସ୍ପୋଟର୍‌ସ ବ୍ୟୁରୋ)- ଭାରତୀୟ ୧୬ ବର୍ଷରୁ କମ୍‌ ଫୁଟ୍‌ବଲ ଦଳର ମୁଖ୍ୟ କୋଚ୍‌ ତଥା ଦେଶର ପ୍ରଥମ ସ୍କୋରର ଏକ୍ସପର୍ଟ ଶୁଭେନ୍ଦୁ ପଣ୍ଡା କ୍ରୋଏସିଆର...

ମହିଳା ହକି ଦଳର ନ୍ୟୁଜିଲାଣ୍ଡ ଟୁର୍‌: ବିଜୟ ସହ ଅଭିଯାନ ଶେଷ କଲା ଭାରତ

ଅକ୍‌ଲାଣ୍ଡ, ୬।୨- ଭାରତୀୟ ମହିଳା ହକି ଦଳ ବିଜୟ ସହ ଏହାର ନ୍ୟୁଜିଲାଣ୍ଡ ଟୁର୍‌ ଶେଷ କରିଛି। ବୁଧବାର ଅନୁଷ୍ଠିତ ମ୍ୟାଚରେ ଭ୍ରମଣକାରୀ ଦଳ ନ୍ୟୁଜିଲାଣ୍ଡକୁ...

ପେଟ୍ରୋଲ ପମ୍ପରେ ବସି ଝଗଡା କଲେ ଧୋନୀ-ସାକ୍ଷୀ, ଫ୍ୟାନ୍‌ କଲେ ପ୍ରଶଂସା

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବିଶ୍ୱକପ୍‌ ପରେ କିଛି କ୍ରିକେଟରୁ ଦୂରେଇ ରହିଛି। ଏହି ସମୟରେ ନିଜ ପରିବାର ସହ...

Leave a comment

Your email address will not be published. Required fields are marked *