ବସ୍‌ କର୍ମଚାରୀଙ୍କୁ ଆକ୍ରମଣ, ୨ ଅଟକ

ଭଞ୍ଜନଗର,୪।୧୧(ଡି.ଏନ.ଏ)-ଭଞ୍ଜନଗର ବସ୍‌ଷ୍ଟାଣ୍ଡରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟାକଳାପ ବଢ଼ୁଛି। କେତେବେଳେ ଘରୋଇ ବସ୍‌ ଆଗପଛ ଯିବାକୁ ନେଇ କର୍ମଚାରୀ- କର୍ମଚାରୀ ମଧ୍ୟରେ ବିବାଦ ହେଉଛି ତ ଆଉ କେତେବେଳେ ବସ୍‌ରୁ ଅତ୍ୟଧିକ ଚାନ୍ଦା ଆଦାୟକୁ ନେଇ ମାଲିକ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଗୁରୁବାର ଗାଲେରିରୁ ଏକ ବସ ଭଞ୍ଜନଗର ଆସୁଥିଲା। ବସ୍‌ଷ୍ଟାଣ୍ଡକୁ ବସ ଆସିବା ପରେ ସେଠାରେ ରହୁଥିବା କେତେଜଣ ଯୁବକ ହେଲ୍‌ପରଙ୍କୁ ଆକ୍ରମଣ କରିଥିଲେ। ଏ ନେଇ ହେଲପର ଥାନାରେ ରବିବାର ଅଭିଯୋଗ କରିଥିଲେ । ପୋଲିସ ସୋମବାର ଆକ୍ରମଣ କରିଥିବା ୨ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ଅନ୍ୟପକ୍ଷରେ ଏହି ବିବାଦ ଆଗାମୀ ଦିନରେ ବଢ଼ିବା ସମ୍ଭାବନା ରହିଛି । ତେଣୁ ପୋଲିସ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ ହୋଇପଡିଛି।


All Right Reserved By Dharitri.Com

ଯୁବକଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ : ଡାକ୍ତରଖାନାରେ ଭର୍ତ୍ତି, ପୋଲିସର ଛାନ୍‌ଭିନ

ବୀରମହାରାଜପୁର,୧୦ା୬(ଡି.ଏନ୍‌.ଏ.) : ଗରମ ଯୋଗୁ ଘର ଛାତ ଉପରେ ଶୋଇଥିବା ଜଣେ ବିବାହିତ ଯୁବକଙ୍କ ଉପରେ ସଶସ୍ତ୍ର ଆକ୍ରମଣ ହୋଇଛି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା...

ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା: ପମ୍ପ ହାଉସ୍‌ରେ ତାଲା ଠୁଙ୍କି ପ୍ରତିବାଦ

ପରଜଙ୍ଗ, ୧୭।୧୧(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସୀ ଗ୍ରାମରେ ପାଇପ ପାଣି ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ। ଏହାର ପ୍ରତିବାଦରେ ସେମାନେ...

ଅଧାପନ୍ତରିଆ ମେହେରୁଣି ପୋଲ: ଆପ୍ରୋଚ୍‌ ବୁଲାଣି ରାସ୍ତା ନେଲାଣି ୨୦ ଜୀବନ

ମନମୁଣ୍ଡା, ୨୫।୭ (ଡି.ଏନ.ଏ) ବହୁ ପୁରାତନ ମେହେରୁଣି ପୋଲ ଦୁର୍ବଳ ହୋଇ ପଡିଥିବାରୁ ମନମୁଣ୍ଡାରେ ଏକ ନୂତନ ପୋଲ ନିର୍ମାଣ କାମ ଆରମ୍ଭ କରାଯାଇଛି ।...

ସଚ୍ଚୋଟତା ଏକ ଜୀବନଶୈଳୀ

ବରଗଡ଼ ଅଫିସ,୩୧।୧୦- ବରଗଡ଼ ଜିଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଗୁରୁବାର ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଇଛି। ଏହି ଅବସରରେ ଅନୁଷ୍ଠିତ ସଚେତନତା...

ମୟୂରଭଞ୍ଜର ୫ ବୁଥ୍‌ରେ ଚାଲିଛି ସାନି ମତଦାନ

ବାରିପଦା ଅଫିସ,୧୯।୫: ମୟୂରଭଞ୍ଜ ଜିଲାର ୫ଟି ବୁଥ୍‌ରେ ରବିବାର ସାନି ମତଦାନ କରାଯାଉଛି। ବାରିପଦା ବିଧାନସଭା ନିର୍ବାଚନମଣ୍ଡଳୀର ୧୬ନଂ ବୁଥ୍‌-ଭୁଗୁଡ଼ାକଟା, ୧୯ନଂ ବୁଥ୍‌-ପୂର୍ଣ୍ଣଚନ୍ଦ୍ରପୁର, ଖଣ୍ଟା ବ୍ଲକର...

ବୀର ସଂଗ୍ରାମୀଙ୍କୁ ଝୁରୁଛି ବରୀ ମାଟି: ସ୍ମୃତିପୀଠ, ସଂଗ୍ରାମୀ ଭବନର ପାଚେରୀ ନିର୍ମାଣ ଦାବି

ବରୀ/ରତ୍ନଗିରି,୧୫।୮(ସ୍ବ.ପ୍ର/ଡି.ଏନ୍‌.ଏ.)- ଆଜି ଭାରତବର୍ଷ ୭୩ ତମ ସ୍ବାଧୀନତା ଦିବସ ପାଳନ ନେଇ ଉତ୍ସବମୁଖର ହୋଇଛି। ହେଲେ ଯାଜପୁର ଜିଲା ବୀରମାଟି ବରୀରେ ଚଳିତ ବର୍ଷ ଗୋଟିଏ...

ନିଶାସକ୍ତ ବାଇକ୍‌ ଚାଳକଙ୍କୁ କୋର୍ଟ ଚାଲାଣ

ପାଟପୁର,୯ା୧୨(ଡି.ଏନ.ଏ.)-ପାଟପୁର ପୋଲିସ ସୋମବାର ଅପରାହ୍ନରେ ଜଣେ ନିଶାସକ୍ତ ବାଇକ୍‌ ଚାଳକଙ୍କୁ ନନ ଏଫ୍‌ଆଇଆର୍‌ ମାମଲା ନଂ. ୧୨୧/୧୯ରେ କୋର୍ଟ ଚାଲାଣ କରିଛି। ସେ ହେଲେ ଶେରଗଡ଼...

ଅଟୋ ଓଲଟି ଶ୍ରମିକଙ୍କ ଜୀବନ ଗଲା

ସମ୍ବଲପୁର, ୨୫।୧୧(ବ୍ୟୁରୋ):ସମ୍ବଲପୁର ଜିଲା ସଦର ଥାନା ଭୋଇପାଲି ଗ୍ରାମ ନିକଟରେ ଅଟୋ ଦୁର୍ଘଟଣା ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଘେନୁପାଲି...

Leave a comment

Your email address will not be published. Required fields are marked *