ମୃତଦେହ ପୋତିବାକୁ ଏଠାରେ ଦେବାକୁ ପଡେ କୋଟି କୋଟି ଟଙ୍କା

ହଂକଂ: ହଂକଂ ସହରରେ ସ୍ଥାନାଭାବ ଚିନ୍ତାର କାରଣ ହୋଇଛି। ଦର ବୃଦ୍ଧି ଯୋଗୁ ଲୋକଙ୍କ ମୃତଦେହକୁ ପୋତିବା ପାଇଁ ଜମି ମିଳୁନାହିଁ। ତେଣୁ ମୃତଦେହକୁ ପୋତିବା ପାଇଁ ସେମାନଙ୍କୁ ଜମି କିଣିବାକୁ ପଡ଼ୁଛି। ଆଉ ଏହା ପାଇଁ ପ୍ରାୟ ୧କୋଟି ୬୨ଲକ୍ଷ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଜମି ମହଙ୍ଗା ହେବାରୁ ଲୋକେ ମୃତଦେହର ଅନ୍ତିମ ସଂସ୍କାର କରୁଥିବା ଜଣାପଡ଼ିଛି। ହେଲେ ଏଥିରେ ବି ସମସ୍ୟା ଦେଖାଦେଇଛି। କାରଣ ଲୋକମାନେ ଅନ୍ତିମ ସଂସ୍କାର ପରେ ଚିତା ଭଷ୍ମକୁ ପୋତିବାକୁ ଚାହୁଁଛନ୍ତି। ଏଥିପାଇଁ ସେମାନେ ଚିତା ଭଷ୍ମକୁ ସରକାରୀ ଲକରକୁ ବାଛିଛନ୍ତି। ସୂଚନାଯୋଗ୍ୟ, ସରକାରୀ ଲକରରେ ଭଷ୍ମ ରଖିବା ପାଇଁ ବର୍ଷକୁ ୨୨ହଜାର ଟଙ୍କା ଦେବାକୁ ପଡ଼ିଥାଏ। ହେଲେ ଏହି ଲକର ପାଇଁ ଲୋକଙ୍କୁ ୪ ବର୍ଷ ଅପେକ୍ଷା କରିବାକୁ ପଡ଼ୁଛି। କାରଣ ହଂକଂର ଅଧିକ ସରକାରୀ ଲକର ଭଷ୍ମରେ ଭର୍ତ୍ତି ହୋଇଥିବା ବେଳେ ଲୋକେ ନିଜ ନିଜର ଲକର ସମ୍ମୁଖରେ ମୃତକଙ୍କ ଫଟୋ ଲଗାଇଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଲୋକେ ବେସରକାରୀ ଲକର ଉପରେ ବେଶୀ ନିର୍ଭର କରୁଥିବା ସୂଚନା ମିଳିଛି।


All Right Reserved By Dharitri.Com

ଗାଁରେ ନାହିଁ ଗୋଟିଏ ବି ମୁସଲମାନ ପରିବାର ହେଲେ ହିନ୍ଦୁ କରୁଛନ୍ତି ମସ୍‌ଜିଦର ଦେଖାରଖା

ପଞ୍ଜାବ ଲୁଧିଆନାର ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ ରହିଛି ହେଣ୍ଡୋ ବେଟ ଗାଁ। ଏଠାରେ ଥିବା ଏକ ମସ୍‌ଜିଦ ପରାଧିନ ଭାରତର ଗାଥା...

ଯେଉଁ ଗାଁରେ ପ୍ରତି ଘରେ ପାଳନ କରାଯାଏ ସାପ

ଆମ ଭିତରୁ ଅନେକ ଏପରି ଲୋକ ଅଛନ୍ତି ଯେଉଁମାନେ ଜୀବଜନ୍ତୁପାଳନ କରିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଘରେ ସାପ ପାଳନ କରିବା କଥା ଶୁଣିଛନ୍ତି କି?...

ରୁଟି କମ୍ବଳ: ଶିଶୁକୁ ଦେବ କ୍ୟୁଟ୍‌ ଲୁକ୍‌

ଶିଶୁଙ୍କୁ ମା’ବାପା ବିଭିନ୍ନ ରୂପରେ ସଜେଇବାକୁ ଭଲ ପାଇଥାଆନ୍ତି। ତେଣୁ ବିଭିନ୍ନ ଡିଜାଇନ୍‌ର ପୋଷାକ, ଆସେସରିଜ୍‌ ପିନ୍ଧାନ୍ତି। ଏବେ ଶୋଇବା ସମୟରେ ବି ପିଲାଙ୍କୁ ଦେଇ...

ବିବାହକୁ ନିମନ୍ତ୍ରଣ କରି ସାଙ୍ଗରେ ଚେୟାର, ସାଣ୍ଡଓ୍ବିଚ୍‌ ଆଣିବାକୁ କହିଲେ ଦମ୍ପତି

ସୋସିଆଲ ମିଡିଆରେ ଏକ ବିବାହ ନିମନ୍ତ୍ରଣ ପତ୍ର ଭାଇରାଲ ହେବାରେ ଲାଗିଛି। ଅତିଥିମାନେ ବିବାହରେ ଯୋଗଦେବେ କି ନାହିଁ ସେନେଇ ନିର୍ଦ୍ଧାରିତ ସମୟ ପୂର୍ବରୁ ଜଣାଇବା...

ଆଲବାନିଆରେ ଭୂମିକମ୍ପ: ୪୯ ମୃତ

ଟିରାନା,୩୦ା୧୧(ଏଏଫ୍‌ପି): ଆଲବାନିଆ ଭୂମିକମ୍ପରେ ୪୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୫୦ ଆହତ ହୋଇଛନ୍ତି। ୫ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ମଙ୍ଗଳବାର ଭୋର ସମୟରେ ଆଲବାନିଆରେ...

ଗରିବର ଶୋଷ ମେଣ୍ଟାଉଛନ୍ତି ମଟ୍‌କା ମ୍ୟାନ

ଦିିଲ୍ଲୀର ୬୯ ବର୍ଷୀୟ ଅଲଗ୍‌ ନଟରାଜନ୍‌ ଓରଫ୍‌ ମଟ୍‌କା ମ୍ୟାନ୍‌ ଗରିବଙ୍କ ଶୋଷ ମେଣ୍ଟାଇବାର ନେଇଛନ୍ତି ଗୁରୁ ଦାୟିତ୍ୱ। ଅସହ୍ୟ ଗରମରେ ଦିଲ୍ଲୀ ସହରବାସୀ ପାଣି...

ଏହି ଗାଁରେ କେହି ଦେଖିପାରନ୍ତି ନାହିଁ…

କାନାଡ଼ାର ଓଣ୍ଟୋରିଓ ପ୍ରଦେଶରେ ରହିଛି ତିଲ୍‌ଟେକ୍‌ ଗାଁ। ଏଠାରେ ଜୋପ୍‌ଟେକ ଜନଜାତିର ଲୋକେ ବାସ କରନ୍ତି। ଏମାନେ ଉତ୍ତର ଆମେରିକାରୁ ଆସିଥିବା ରେଡ୍‌ ଇଣ୍ଡିଆନ ସମ୍ପ୍ରଦାୟର।...

ବ୍ରିକ୍ସ ବିଜ୍‌ନେସ୍‌ ଫୋରମ୍‌ରେ ମୋଦିଙ୍କ ଉଦ୍‌ବୋଧନ:ଭାରତ ସବୁଠୁ ମୁକ୍ତ ଅର୍ଥନୀତି

ବ୍ରାସିଲିଆ,୧୫-୧୧(ପି.ଟି.):ଭାରତ ବିଶ୍ୱରେ ସବୁଠୁ ମୁକ୍ତ ଓ ନିବେଶ ଅନୁକୂଳ ଅର୍ଥନୀତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବ୍ରିକ୍ସ ବିଜ୍‌ନେସ୍‌ ଫୋରମ୍‌ରେ ଗୁରୁବାର ଉଦ୍‌ବୋଧନ ଦେଇ...

Leave a comment

Your email address will not be published. Required fields are marked *