ଡାଇବେଟିସ୍‌ ପାଇଁ କଞ୍ଚାଲଙ୍କା

କଞ୍ଚାଲଙ୍କାରେ ରହିଛି ପ୍ରଚୁର ପରିମାଣରେ ଭିଟାମିନ୍‌ ଏ ଓ ସି। ଯାହା ଆମର ଦୃଷ୍ଟିଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ଆଜିକାଲି ଅଧିକାଂଶ ଲୋକେ ଲାଲ ଲଙ୍କାକୁ ଖାଦ୍ୟରେ ସାମିଲ କରୁଥିବା ଦେଖାଯାଏ। ଯାହା ସ୍ବାସ୍ଥ୍ୟ ପାଇଁ ହାନିକାରକ। ନିକଟରେ ଏକ ଗବେଷଣାରୁ ଜଣାପଡିଛି କି କଞ୍ଚାଲଙ୍କାରେ ଥିବା ଭିଟାମିନ୍ସ ଆମ ଶରୀରକୁ ବିଭିନ୍ନ ପ୍ରକାର ଛୋଟମୋଟ ସମସ୍ୟାରୁ ଦୂରେଇ ରଖିଥାଏ।
-ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ବିଶେଷ କରି ଏହା ବୋନ୍‌ କ୍ୟାନସର ସହ ଲଢିବାର ଶକ୍ତି ରଖିଥାଏ।
-ଅତ୍ୟଧିକ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପାଇଁ କଞ୍ଚାଲଙ୍କା ଲାଭଦାୟକ। କାରଣ ଏହା ହଜମ ଶକ୍ତି ବୃଦ୍ଧି କରିବା ସହ ପାଚନ ତନ୍ତ୍ରକୁ ଠିକ୍‌ ରଖିବାରେ ସାହାଯ୍ୟ କରିଥାଏ।
-ସବୁଠାରୁ ବଡ କଥା ହେଲା ରକ୍ତ ଶର୍କରା ଅଂଶ କମ୍‌ କରିବାକୁ କଞ୍ଚାଲଙ୍କା ବ୍ୟବହାର କରିବା ଭଲ। ରାତିରେ ୨ଟି କଞ୍ଚାଲଙ୍କା ଏକ ଗ୍ଲାସ ପାଣିରେ ଭିଜାଇ ରଖି ସକାଳୁ ସେହି ପାଣିକୁ ପିଇଲେ ରକ୍ତ ଶର୍କରା କମି ଯାଇଥାଏ। ଏହିପରି ମାସେ ପର୍ଯ୍ୟନ୍ତ କଲେ ଲାଭ ମିଳିଥାଏ। ତେବେ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଏପରି କରିବା ଭଲ।
କଞ୍ଚାଲଙ୍କା ବ୍ୟବହାର ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥିବା ବେଳେ ଲାଲ ଲଙ୍କାଠାରୁ ସବୁବେଳେ ଦୂରେଇ ରହିବା ଭଲ।


All Right Reserved By Dharitri.Com

ଶୀତଦିନେ ଏସବୁ କରିବା ମନା…

ଶୀତଦିନେ କେତେକ କାମ ନ କରିବାକୁ ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ଏସବୁ କଲେ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଶୀତଦିନେ ସକାଳୁ ଗରମ ପାଣିରେ...

ମାନସିକ ଚାପରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ମୁଠାଏ…

ସକାଳେ ମୁଠାଏ ସୋଲା ବୁଟ ଗଜା ଚୋବାଇ ଖାଇଲେ ମିଳିଥାଏ ଅନେକ ଫାଇଦା। ଏହା କୋଷ୍ଠକାଠିନ୍ୟରୁ ମୁକ୍ତି ଦିଏ। ଏଥିରେ ଥିବା ଟ୍ରିପ୍ଟାଫେନ୍‌ ମାନସିକ ଚାପ...

ଆରିସା ପିଠା

ଆବଶ୍ୟକ ସାମଗ୍ରୀ – ଚାଉଳ ୧ କିଗ୍ରା, ଗୁଡ଼ ୭୫୦ ଗ୍ରାମ୍‌, ଘିଅ କିମ୍ବା ତେଲ ୧ ଲିଟର। ପ୍ରସ୍ତୁତି- ଚାଉଳକୁ ୪ରୁ ୫ ଘଣ୍ଟା...

ଆଖି ସମସ୍ୟା ଥିଲେ ଆପଣନ୍ତୁ ଏହିସବୁ ଉପାୟ

ଆଖି ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ। ଏହାଦ୍ୱାରା ଆମେ ସୁନ୍ଦର ପୃଥିବୀକୁ ଦେଖିବା ସଙ୍ଗେ ସଙ୍ଗେ ନିଜର ଜୀବନକୁ ଅତିବାହିତ କରିଥାଉ। ଏଥିପାଇଁ ଆଖିର...

ଘରକୁ ଥଣ୍ଡା ରଖିବାକୁ ହେଲେ…

ରାଦିନେ ଗରମ ବଢ଼ିବା ସହ ତାପମାତ୍ରା ବଢ଼ିଚାଲିଛି। ଏମିତିରେ ଘରେ ରହିବା କଷ୍ଟକର ହୋଇପଡୁଛି। ପ୍ରାୟ ଲୋକ ଏଥିଲାଗି ଘରେ ଏସି ଲଗାଉଛନ୍ତି; ଯାହା ସ୍ବାସ୍ଥ୍ୟ...

ଓଜନ ହ୍ରାସ କରିବ ମୁଗଡାଲି ପାଣି

ଡାଲିକୁ ପ୍ରୋଟିନ୍‌ର ପାୱାର୍‌ ହାଉସ୍‌ ବୋଲି କୁହାଯାଏ। ତନ୍ମଧ୍ୟରୁ ମୁଗଡାଲି ଅନ୍ୟତମ। ଏଥିରେ ଥିବା ଜରୁରୀ ଭିଟାମିନ୍‌ ଏବଂ ମିନେରାଲ୍ସ ଶରୀରକୁ ସୁସ୍ଥ ରଖିଥାଏ। ତା’ସହ...

 ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି କରେ ତୁଳସୀ ଚେର

ଆୟୁର୍ବେଦ ଏବଂ ଚୀନ୍‌ ଔଷଧୀୟ ବିଜ୍ଞାନରେ ତୁଳସୀ ଚେରକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମହୌଷଧି ଭାବେ ବିବେଚନା କରାଯାଇଛି। ଅଧିକାଂଶ ଲୋକେ ତୁଳସୀ ପତ୍ରର ଫାଇଦା ସମ୍ପର୍କରେ...

ଉଚ୍ଚ ରକ୍ତଚାପରେ ପୀଡ଼ିତ କି? ଖାଲି ପେଟରେ ଖାଆନ୍ତୁ ଦୁଇ କୋଲା ରସୁଣ

ରସୁଣ ଖାଇବାର ଫାଇଦା ଅନେକ। ଆୟୁର୍ବେଦରେ ରସୁଣକୁ ମହୌଷଧି ଭାବେ ବିବେଚିତ କରାଯାଇଛି। କୁହାଯାଏ, କୌଣସି ନା କୌଣସି ରୂପରେ ରସୁଣକୁ ଡାଏଟ୍‌ ପ୍ଲାନ୍‌ରେ ସାମିଲ...

Leave a comment

Your email address will not be published. Required fields are marked *