ପାକିସ୍ତାନ ରେଳମନ୍ତ୍ରୀ କହିଲେ ଜଳଖିଆରେ ନିଆଁ ଲାଗିଲେ ଏହା ଫାଟିଯାଏ

ଇସ୍‌ଲାମାବାଦ,୪।୧୧: ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ ପୁଣିଥରେ ନିଜର ଓଲଟା-ସିଧା କଥାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଛନ୍ତି। ନିକଟରେ ପାକିସ୍ତାନରେ ହୋଇଥିବା ରେଲ ଦୁର୍ଘଟଣାକୁ ଦେଇ ସେ ଏମିତି ଏକ ହାସ୍ୟାସ୍ପଦ ବୟାନ ଦେଇଛନ୍ତି। ନାୟଲା ଇନାୟତ ନାମକ ପାକିସ୍ତାନର ଜଣେ ଖବରଦାତା ରସିଦଙ୍କର ଏକ ଛୋଟ ଭିଡିଓକୁ ଶେୟାର କରିବା ପରେ ଏହା ସାମ୍ନାକୁ ଆସିଛି। ଉକ୍ତ ଭିଡିଓରେ ଖବରଦାତା ପାକିସ୍ତାନ ଟ୍ରେନ୍‌ ପୋଡି କଥା ପଚାରୁଥିବା ବେଳେ ଏହାର ଉତ୍ତରରେ ରସିଦ କହିଛନ୍ତି, ପ୍ରକୃତରେ ଟ୍ରେନ୍‌ରେ ଥିବା ଜଳଖିଆରେ ନିଆଲାଗି ଫାଟିଯିବାରୁ ଏହାପରେ ସେଠାରେ ଥିବା ସିଲିଣ୍ଡର ଓ ଚୁଲା ଫାଟିଯାଇଥିଲା ଓ ଟ୍ରେନ୍‌ରେ ନିଆଁ ଲାଗିଯାଇଥିଲା। ଏହାକୁ ଦେଖି ସୋସିଆଲ ମିଡିଆ ୟୁଜର୍ସ ରସିଦଙ୍କ ମଜା ଉଡାଇଛନ୍ତି। ଜଣେ ୟୁଜର ଲେଖିଛନ୍ତି ପାକିସ୍ତାନରେ ଏବେ ତ ସବୁ ଫାଟିବ। ଆଉଜଣେ ୟୁଜର ଲେଖିଛନ୍ତି ପାକିସ୍ତାନ ରେଳମନ୍ତ୍ରୀଙ୍କ କଥାକୁ କେବଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ହିଁ ବୁଝିପାରିବେ। ସୂଚନାଯୋଗ୍ୟ, ନିକଟରେ କରାଚି-ରାଓ୍ବଲପିଣ୍ଡି ତେଜଗାମ ଏକ୍ସପ୍ରେସରେ ନିଆଁ ଲାଗିଯିବାରୁ ୭୪ ଜଣଙ୍କର ମୃତ୍ୟୁ ହୋଇଥିଲା।


All Right Reserved By Dharitri.Com

ମୋଦିଙ୍କ ଜନ୍ମଦିନରେ ଟୁଇଟ୍‌ କରି ଲୋକହସା ହେଲେ ପାକ୍‌ ମନ୍ତ୍ରୀ

ଇସ୍‌ଲାମାବାଦ,୧୭।୯: ପାକିସ୍ତାନ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଫୟାଦ ଚୌଧୁରୀ ପୁଣିଥରେ ବିବାଦୀୟ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। କେବଳ ଚର୍ଚ୍ଚାକୁ ନୁହେଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ...

ପ୍ରବନ୍ଧ ଲେଖିବାକୁ କହିଲେ ପ୍ରଫେସର: ଖାଲି କାଗଜ ଧରାଇଲେ ଛାତ୍ରୀ ମିଳିଲା ଫୁଲ୍‌ ମାର୍କ

ଜାପାନ ଯୁନୁଭର୍ସିଟିର ଜଣେ ଛାତ୍ରୀ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛନ୍ତି। ଗବେଷଣାରତ ଏହି ଛାତ୍ରୀ ଜଣଙ୍କୁ ପ୍ରଫେସର ପ୍ରବନ୍ଧ ଲେଖିବାକୁ କହିଥିଲେ। ହେଲେ...

ମୋଦି-ଗୁଟେରେସ୍‌ ଆଲୋଚନା

ବିଆରିଜ୍‌,୨୬ା୮(ପି.ଟି./ଆଇଏଏନ୍‌ଏସ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିଆରିଜ୍‌ରେ ଆୟୋଜିତ ତିନିଦିନିଆ ଜି-୭ ସମ୍ମିଳନୀରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଛନ୍ତି। ଏହି ଅବସରରେ ସେ ଜାତିସଂଘ ମହାସଚିବ...

୩ ବର୍ଷରେ ୨ ଯୁବକ ସମୁଦ୍ରରୁ ବାହାର କଲେ ୪ ହଜାର ଟନ୍‌ ପ୍ଲାଷ୍ଟିକ୍‌

ଓ୍ବାଶିଂଟନ,୪।୨: ସମୁଦ୍ରରେ ପ୍ଲାଷ୍ଟିକ୍‌ ବର୍ଜ୍ୟର ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ପୃଥିବୀ ସାରା ସଚେତନତା ଅଭିଯାନ ଜାରି ରହିଛି। ଏହି ମର୍ମରେ ଆମେରିକା ଫ୍ଲୋରିଡ଼ାର...

ଲକ୍ଷେ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ବ୍ୟାଙ୍କକ୍‌,୭ା୩: ନୋଭେଲ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ରୋଗୀସଂଖ୍ୟା ଶୁକ୍ରବାର ଲକ୍ଷେ ଟପିଛି। ଏହାକୁ ନେଇ ସାରା ବିଶ୍ୱରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏହାର...

ନେଦରଲ୍ୟାଣ୍ଡସରେ ଚିହ୍ନଟ ହେଲେ ପ୍ରଥମ କରୋନା ଭାଇରସ ସଂକ୍ରମିତ

ଆମଷ୍ଟରଡାମ,୨୮।୨: କରୋନା ଭାଇରସ ବିଶ୍ୱର ବିଭିନ୍ନ ଦେଶକୁ ବ୍ୟାପିଥିବା ବେଳେ ୟୁରୋପୀୟ ଦେଶ ନେଦରଲାଣ୍ଡସରେ ପ୍ରଥମ କରୋନା ସଂକ୍ରମିତଙ୍କ ଚିହ୍ନଟ କରାଯାଇଛି। ନେଦରଲ୍ୟାଣ୍ଡସର ତିଲବର୍ଗ ସହରରେ...

ଆମେରିକାକୁ ଯୁଦ୍ଧ ଧମକ ଦେଲା ଇରାନ

ଦୁବାଇ,୧୬ା୯: ସୌଦି ଆରବର ଦୁଇଟି ତୈଳ ପ୍ରକଳ୍ପ ଉପରେ ଡ୍ରୋନ୍‌ ଆକ୍ରମଣ ପଛରେ ଇରାନ୍‌ର ହାତ ରହିଛି ବୋଲି ଆମେରିକା ଅଭିଯୋଗ କରିଥିବାବେଳେ ତେହେରାନ ଏହାକୁ...

ନଓ୍ବାଜ ଶରିଫ ରହୁଥିବା ଜେଲ୍‌ରେ ରହିବେ ହାଫିଜ୍‌

ଇସ୍‌ଲାମାବାଦ,୧୮।୭: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବାର ସଂସ୍ଥାପକ ହାଫିଜ ସୟିଦଙ୍କୁ ବୁଧବାର ପଞ୍ଜାବ ଅଞ୍ଚଳରୁ ଗିରଫ କରାଯାଇଛି। ପାକିସ୍ତାନର...

Leave a comment

Your email address will not be published. Required fields are marked *