ଅଯୋଧ୍ୟାରେ ସୋସିଆଲ୍‌ ମିଡ଼ିଆ ଉପରେ କଟକଣା: ଡିସେମ୍ବର ୨୮ ପର୍ଯ୍ୟନ୍ତ ବଳବତ୍ତର

ନୂଆଦିଲ୍ଲୀ,୪।୧୧: ସୁରକ୍ଷା ଦୃଷ୍ଟିରୁ ଅଯୋଧ୍ୟାରେ ଆସନ୍ତା ଡିସେମ୍ବର ୨୮ ପର୍ଯ୍ୟନ୍ତ ସୋସିଆଲ୍‌ ମିଡ଼ିଆ ଉପରେ କଟକଣା ଜାରି କରାଯାଇଛି। କୌଣସି ପ୍ରକାର ବିଭ୍ରାନ୍ତିକର, ଆପତ୍ତିଜନକ ଏବଂ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ସୋସିଆଲ୍‌ ମିଡ଼ିଆରେ ଆସନ୍ତା ୨ ମାସ ପର୍ଯ୍ୟନ୍ତ ନ ଦେବାକୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଜିଲାପାଳ ଅନୁଜ କୁମାର ଝା ଏନେଇ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୧୪୪ ଅନ୍ତର୍ଗତ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ସମୟ ମଧ୍ୟରେ ହ୍ବାଟସ୍‌ ଆପ୍‌, ଇନଷ୍ଟାଗ୍ରାମ୍‌, ଟୁଇଟର ଏବଂ ଟେଲିଗ୍ରାମ୍‌ ଆଦି ସୋସିଆଲ୍‌ ମିଡିଆରେ କୋଣସି ବ୍ୟକ୍ତି ବିଶେଷଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବାକୁ ବାରଣ କରାଯାଇଛି। ସେହିପରି ବୈଦ୍ୟୁତିକ ଗଣମାଧ୍ୟମରେ ଅଯୋଧ୍ୟା ମାମଲା ସମ୍ପର୍କିତ କୌଣସି ଆଲୋଚନା ନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏହାର ଅବମାନନା କଲେ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୧୮୮ ଅର୍ନ୍ତଗତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ଜାରି ହୋଇତତ୍ବା ନିର୍ଦ୍ଦେଶରେ ସୂଚିତ କରାଯାଇଛି।


All Right Reserved By Dharitri.Com

ଜୁଲାଇ ୨ରେ ଭାଜପା ପାର୍ଲାମେଣ୍ଟାରୀ ପାର୍ଟି ମିଟିଂ

ନୂଆଦିଲ୍ଲୀ,୩୦।୬: ଆସନ୍ତା ଜୁଲାଇ ୨ରେ ଭାଜପା ପାର୍ଲାମେଣ୍ଟାରୀ ପାର୍ଟି ମିଟିଂ ଆୟୋଜନ କରାଯାଇଥିବା ରବିବାର ସୂଚନା ଦିଆଯାଇଛି। ଏହା ପାର୍ଲାମେଣ୍ଟାରୀ ଲାଇବ୍ରେରୀରେ ଜିଏମ୍‌ସି ବାଲଯୋଗୀ ଅଡିଟୋରିୟମରେ...

କୋର୍ଟରେ ଯୁବକଙ୍କୁ ଗୁଳିକରି ହତ୍ୟା

ଲକ୍ଷ୍ନୌ,୧୮ା୧୨(ପି.ଟି.): ପଶ୍ଚିମ ଉତ୍ତରପ୍ରଦେଶର ବିଜ୍‌ନୋରର ଏକ ଅଦାଲତରେ ଜଣେ ହତ୍ୟା ଅଭିଯୁକ୍ତଙ୍କୁ ମଙ୍ଗଳବାର ଅପରାହ୍ନରେ ଗୁଳିକରି ହତ୍ୟା କରାଯାଇଛି। ବିଜ୍‌ନୋର ଜିଲା ଅଦାଲତର ମୁଖ୍ୟ ବିଚାର...

ଗୋଏୟାର ବିମାନରେ ପାରା: ୩୦ ମିନିଟ୍‌ ବିଳମ୍ବରେ ଉଡ଼ାଣ ଆରମ୍ଭ

ନୂଆଦିଲ୍ଲୀ,୨୯।୨: ଗୋଏୟାର ବିମାନରେ ଏକ ପାରା ପଶିଯିବାରୁ ଉଡ଼ାଣରେ ୩୦ ମିନିଟ୍‌ ବିଳମ୍ବ ଘଟିଛି। ଅହମଦାବାଦରୁ ଜୟପୁର ଉଡ଼ାଣ କରୁଥିବା ଗୋଏୟାରର ଜି-୮୭୦୨ ବିମାନ ଭିତରେ...

ଡିଫେନ୍ସ ଏକ୍ସପୋରେ ବନ୍ଧୁକ ଉଠାଇଲେ ମୋଦି

ଲକ୍ଷ୍ନୌ,୫।୨: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ବୁଧବାର ଡିଫେନ୍ସ ଏକ୍ସପୋ ଆୟୋଜିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଆଧୁନିକ ଅସ୍ତ୍ରଶସ୍ତ୍ରର ଅନୁଧ୍ୟାନ କରିଥିଲେ। ସେଠାରେ...

ସିଏଏ ବିରୋଧୀ ଶୋଭାଯାତ୍ରାବେଳେ ରାମଭକ୍ତଙ୍କ ଉନ୍ମତ୍ତକାଣ୍ଡ: ବନ୍ଧୁକ ବୁଲାଇଲେ, ଗୁଳି ଚଳାଇଲେ

ନୂଆଦିଲ୍ଲୀ,୩୧-୧(ପି.ଟି.):କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ବିକ୍ଷୋଭ ବେଳେ ଦିନକୁ ଦିନ ହିଂସା ବଢ଼ିବାରେ ଲାଗିଛି। ଏହିକ୍ରମରେ ଗୁରୁବାର ଦିଲ୍ଲୀର ଜାମିଆ ନଗରରେ ଏକ...

୧୯୪୭ ସ୍ମୃତି ଉଜ୍ଜୀବିତ

ଶ୍ରୀନଗର,୯।୮:ସମ୍ବିଧାନ ଅନୁଚ୍ଛେଦ ୩୭୦କୁ ବିଦାୟ ଦେଇ ଜମ୍ମୁ-କଶ୍ମୀର ଓ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନର ବାଟ ଫିଟାଇଛି ଗଣତନ୍ତ୍ରର ମନ୍ଦିର ପାର୍ଲାମେଣ୍ଟ। ଏହାକୁ...

ଆୟୋଜିତ ହେଲା ଇମ୍ରାନଙ୍କ ଅନ୍ତ୍ୟେଷ୍ଟି ଶୋଭାଯାତ୍ରା

ରାୟପୁର,୨୯।୮: ଛତିଶଗଡ଼ ରାୟପୁରରେ କେତେକ ଦଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଅନ୍ତ୍ୟେଷ୍ଟି ଶୋଭାଯାତ୍ରାର ଆୟୋଜନ କରିଥିଲେ। ଜମ୍ମୁ-କଶ୍ମୀରରୁ ଉଚ୍ଛେଦ ହୋଇଥିବା ଅନୁଚ୍ଛେଦ ୩୭୦କୁ ନେଇ...

ସୋନିଆ, ପ୍ରିୟଙ୍କା, ଓଓ୍ବେସୀଙ୍କ ବିରୋଧରେ ଅଭିଯୋଗ

ନୂଆଦିଲ୍ଲୀ,୨୪।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ସତ୍ୟାଗ୍ରହ କରି ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି ବିରୋଧୀ ଦଳ। ଏନେଇ କଂଗ୍ରେସ ଅସ୍ଥାୟୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ମହାସଚିବ...

Leave a comment

Your email address will not be published. Required fields are marked *