ଧଣ୍ଡାତୋପାରେ କୋଡ଼ା ସମାଜର ବାର୍ଷିକ ମହାସଭା

ବଇଣ୍ଡା,୨୬।୫(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ପରିସରରେ ତଳପଦା କୋଡ଼ା ସମାଜର ବାର୍ଷିକ ମହାସଭା ଅନୁଷ୍ଠିତ ହୋଇଯାଇଛି। ସଭାପତି ତ୍ରିନାଥ ଚରଣ ଦେହୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ମହାସଭାରେ ଅତିଥି ଭାବେ ବିମ୍ବାଧର ବେହେରା, ଯାଦବ ପ୍ରଧାନ, ଶଙ୍କର୍ଷଣ ମାଝି, ଭୀମସେମ ପ୍ରଧାନ, ବିପିନ ବିହାରୀ ବେହେରା, ସନାତନ ରାଉତ, ରଞ୍ଜନ ପ୍ରଧାନ, ପ୍ରମୋଦ କୁମାର ପ୍ରଧାନ, ଶ୍ରୀରାମ ପ୍ରଧାନ, ହାଡ଼ିବନ୍ଧୁ ବାଘ, ବୀର ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ସମାଜର ନୀତି ନିୟମ ସମ୍ପର୍କରେ ଆଲୋଚନା କରାଯିବାସହ କିଭଳି ସମାଜର ସଂସ୍କାର ମାନି ଚଳିବ ସେଥିପ୍ରତି ଯୁବପିଢିମାନେ ଅଧିକ ଯତ୍ନବାନ ହେବା ଆବଶ୍ୟକ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଏଥିରେ ବାର୍ଷିକ ଆୟବ୍ୟୟ ହିସାବ କରାଯିବା ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ବିଭିନ୍ନ କୁଞ୍ଜରୁ ସଭ୍ୟମାନେ ଯୋଗ ଦେଇଥିଲେ।


All Right Reserved By Dharitri.Com

କୂଅରେ ପଡ଼ି ଜୀବନ ଗଲା

ତାଳଚେର, ୩।୬(ନି.ପ୍ର.): ତାଳଚେର ଥାନା ଅନ୍ତର୍ଗତ ସୁନାଖଣି ଗ୍ରାମର ଜଣେ ବ୍ୟକ୍ତିଙ୍କର କୂଅରେ ପଡ଼ି ସୋମବାର ମୃତ୍ୟୁ ଘଟିଛି। ସେ ହେଲେ ଯୁଗୀ ବାଘ(୫୦)। ଯୁଗୀ...

ବିଲମାଳରେ ପଡ଼ିଛି ଶିଶୁପୁତ୍ରର ମୃତଦେହ

ବଇଣ୍ଡା,୨୫।୫(ଡି.ଏନ.ଏ.): ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତ କଳାପାଟନାଳୀ ନିକଟସ୍ଥ ଅର୍ପତ ଘାଇ ବିଲମାଳରେ ଶନିବାର ଏକ ନବଜାତ ଶିଶୁ ପୁତ୍ରର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି।...

ପୁଣି ଏଭରେଷ୍ଟ ଅଭିଯାନରେ କଳ୍ପନା ଦାଶ

ଢେଙ୍କାନାଳ ଅଫିସ, ୧୮।୪- ପୃଥିବୀର ସର୍ବୋଚ୍ଚ ଗିରିଶୃଙ୍ଗରୁ ଗୁଞ୍ଜରିତ ହେବ ବିଶ୍ୱଶାନ୍ତି, ନାରୀ ସଶକ୍ତୀକରଣ ବାର୍ତ୍ତା। ମାଉଣ୍ଟ ଏଭରେଷ୍ଟରେ ପାଦ ରଖି ପୁଣିଥରେ ଇତିହାସ ରଚିବେ...

ଜବରଦଖଲକାରୀଙ୍କ କବ୍‌ଜାରେ ମାର୍କେଟ

ବଅଁରପାଳ, ୧୭।୬ (ଡି.ଏନ୍‌.ଏ) ନାଲ୍‌କୋ ଟାଉନଶିପ୍‌ଠାରେ ଥିବା କୃଷକ ବଜାର ବ୍ୟବସାୟୀଙ୍କ କାମରେ ଆସୁନି। ଏହି ମାର୍କେଟରେ ଥିବା ଦୋକାନଗୁଡିକ କେତେଜଣ ଜବରଦଖଲକାରୀଙ୍କ କବ୍‌ଜାରେ ଥିବା ଅଭିଯୋଗ...

ଛେଣ୍ଡିପଦାରେ ସୁଶାନ୍ତ ବେହେରା ଆଗରେ

ଛେଣ୍ଡିପଦା, ୨୩ା୫(ସ୍ବ.ପ୍ର.)- ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା ପ୍ରଥମ ରାଉଣ୍ଡରେ ଆଗରେ ଅଛନ୍ତି। ସୁଶାନ୍ତ ୩୨୫୮ଖଣ୍ଡ ଭୋଟ ପାଇଥିବା ବେଳ...

ବିନୋଦ ହ୍ୟୁଣ୍ଡାଇରେ ଭେନ୍ୟୁର ବଜାର ପ୍ରବେଶ

ଅନୁଗୋଳ ଅଫିସ, ୨୨।୫- ଅନୁଗୋଳ କାଣ୍ଡସର ଠାରେ ଥିବା ବିନୋଦ ହ୍ୟୁଣ୍ଡାଇ ପରିସରରେ ହ୍ୟୁଣ୍ଡାଇର ନୂତନ ଯାନ ‘ଭେନ୍ୟୁ’ର ମଙ୍ଗଳବାର ବଜାର ପ୍ରବେଶ ହୋଇଛି। ଅନୁଗୋଳ...

ଅନୁଗୋଳରେ ବର୍ଷା, ଲୋକେ ଆଶ୍ୱସ୍ତ: ଭିଜିଲା ଶୁଖିଲା କ୍ଷେତ

ଅନୁଗୋଳ ଅଫିସ, ୨୬।୭-ଅନୁଗୋଳରେ ଗୁରୁବାର ମଧ୍ୟାହ୍ନରେ ୨ ଘଣ୍ଟା ଧରି ମୂଷଳ ଧାରାରେ ବର୍ଷା ହୋଇଛି। ଏଥିଯୋଗୁ ଲାଗି ରହିଥିବା ଗରମ ଗୁଳୁଗୁଳିରୁ ସହରବାସୀ ମୁକ୍ତି...

ଉତ୍କଟ ଜଳ ସଙ୍କଟରେ କନ୍ୟାବେଡାବାସୀ: ୨ ବର୍ଷ ହେଲା ପାଣି ଯୋଗାଣ ବନ୍ଦ

ବଅଁରପାଳ, ୧୫।୫ (ଡି.ଏନ୍‌.ଏ.)- ଉତ୍କଟ ପାନୀୟ ଜଳ ସମସ୍ୟାରେ ଅନୁଗୋଳ ଜିଲା ବଅଁରପାଳ ବ୍ଲକର କନ୍ୟାବେଡା ଗ୍ରାମବାସୀ। ଗ୍ରାମରେ ଥିବା ନଳକୂଅ ଲୋକଙ୍କ ଆବଶ୍ୟକତା ମେଣ୍ଟାଇପାରୁ...

Leave a comment

Your email address will not be published. Required fields are marked *