ବୁଦ୍ଧିମତ୍ତା ବଢ଼ାଏ ଯୋଗ

ନିୟମିତ ଯୋଗ କରିବା ଦ୍ୱାରା କି ଉପକାର ମିଳେ ତାହା କେବଳ ଅନୁଭବୀ ହିଁ ଜାଣେ। ତେଣୁ ଆଜିକାଲି ଅନେକେ ଏହାକୁ ଦୈନନ୍ଦିନ ଜୀବନ ତାଲିକାରେ ସାମିଲ କରିଛନ୍ତି। ଯୋଗ କରିବା ଫଳରେ ଆମର ଯେଉଁ ଉପକାର ହୋଇଥାଏ ସେହି ତାଲିକାରେ ନିକଟରେ ଆଉ ଏକ କଥାକୁ ସାମିଲ କରାଯାଇଛି। ତାହା ହେଲା ବୁଦ୍ଧିମତ୍ତା। ଅର୍ଥାତ୍‌, ପ୍ରତିଦିନ ଯୋଗ କରିବା ଦ୍ୱାରା ବୁଦ୍ଧିମତ୍ତାର ବିକାଶ ଘଟିଥାଏ। ‘ବୁଦ୍ଧିମତ୍ତା ଓ ଯୋଗ’ ଶୀର୍ଷକ ବିଷୟକୁ ନେଇ ଲଣ୍ଡନ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ ନିକଟରେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କର ବୁଦ୍ଧିମତ୍ତାକୁ ଯୋଗ କରୁ ନ ଥିବା ବ୍ୟକ୍ତିଙ୍କର ବୁଦ୍ଧିମତ୍ତା ସହ ତୁଳନା କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ନିୟମିତ ଯୋଗ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କର ବୁଦ୍ଧିମତ୍ତା ଯୋଗ କରୁ ନ ଥିବା ବ୍ୟକ୍ତିଙ୍କଠାରୁ ପ୍ରଖର ଥିବାର ଜଣାପଡ଼ିଥିଲା। ତେବେ ଯୋଗ କରିବା ପୂର୍ବରୁ ପରିବେଶ ଏବଂ ନିଜର ସ୍ବାସ୍ଥ୍ୟ ପ୍ରତି ନଜର ଦେବାକୁ ସେମାନେ ପରାମର୍ଶ ଦେଇଛନ୍ତି।


All Right Reserved By Dharitri.Com

ପେଟ ସମସ୍ୟା ପାଇଁ ଉପକାରୀ ଗାଜର ଜୁସ୍‌

ଗାଜରରେ ଭରପୂର୍‌ ମାତ୍ରାରେ କ୍ୟାଲ୍‌ସିୟମ୍‌, ଫାଇବର୍‌, ଭିଟାମିନ୍‌ ଏ, ବି, ଓ ସି ମହଜୁଦ୍‌ ରହିଛି, ଯାହା କୋଲେଷ୍ଟୋରଲ୍‌ ସ୍ତରକୁ ନିୟନ୍ତ୍ରଣରେ ରଖେ। ନିୟମିତ ଗାଜର...

ଖାଲିପେଟରେ ରସୁଣ ଖାଇଲେ ଏହିସବୁ ସ୍ବାସ୍ଥ୍ୟ ସମସ୍ୟାରୁ ମିଳେ ମୁକ୍ତି

ରସୁଣ କେବଳ ସ୍ବାଦ ବଢ଼ାଇ ନ ଥାଏ। ତାହା ମଧ୍ୟ ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ। ଖାଲିପେଟରେ ରସୁଣ ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ। ଆୟୁର୍ବେଦ...

ଜାଣନ୍ତୁ ଏପରି କିଛି ଟିପ୍ସ, ଯାହା ରାଗୀ ସ୍ବାମୀଙ୍କୁ ମନାଇବାରେ କରିବ ସାହାଯ୍ୟ

ବୈବାହିକ ଜୀବନରେ ସାମାନ୍ୟ କଥାକୁ ନେଇ ସୃଷ୍ଟି ହେଉଥିବା ମନୋମାଳିନ୍ୟ ଏକ ସାଧାରଣ କଥା। ତେବେ ଏହି କାରଣ ନେଇ ଯଦି ସ୍ବାମୀ ରାଗିଯାଆନ୍ତି ଆଉ...

ସିଙ୍କ୍‌ ସଫା କରିବାର ସରଳ ଉପାୟ

ସିଙ୍କ୍‌ର ଉପଯୁକ୍ତ ଯତ୍ନ ନ ନେଲେ ସେଥିରେ ଖାଦ୍ୟ ପଦାର୍ଥର ଅବଶିଷ୍ଟାଂଶ ଜମା ହୋଇ ଦୁର୍ଗନ୍ଧ ସୃଷ୍ଟି ହୋଇଥାଏ। ତେବେ ଏହାକୁ ଦୂର କରିବାକୁ ନିମ୍ନୋକ୍ତ...

ମୁଣ୍ଡବିନ୍ଧା ପାଇଁ ରାମବାଣ ଜୁଆଣି

ସାଧାରଣତଃ ମୁଣ୍ଡ ବିନ୍ଧିବା ସମସ୍ୟା ପ୍ରାୟ ସମସ୍ତଙ୍କଠାରେ ଦେଖା ଦେଇଥାଏ। ବିଶେଷ କରି ବ୍ୟସ୍ତ ବହୁଳ ଜୀବନ ବା କାର୍ଯ୍ୟ ଚାପରେ ଥିବା ବ୍ୟକ୍ତିଙ୍କଠାରେ ଏହି...

ଅଧିକ ଦିନ ହେଲା କାଶ ଲାଗିରହିଛି କି, ସତର୍କ ହୋଇଯାନ୍ତୁ

ଚିକିତ୍ସକଙ୍କ ମତରେ, କାଶ କୌଣସି ରୋଗ ନୁହେଁ ବରଂ ଏହା ଶରୀରର ସାମାନ୍ୟ ପ୍ରତିକ୍ରିୟା ଅଥବା କୌଣସି ରୋଗର ସଂକେତ। ତେଣୁ କାଶକୁ ଅଣଦେଖା କରିବା...

କେଶରୁ ଜାଣିହେବ ସ୍କିଜୋଫ୍ରେନିଆ ଲକ୍ଷଣ

ସ୍କିଜୋଫ୍ରେନିଆ ହେଉଛି ଏକ ମସ୍ତିଷ୍କଜନିତ ରୋଗ। ଏପରି ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ସ୍ମରଣଶକ୍ତି ପ୍ରଭାବିତ ହୋଇଥାଏ। ମସ୍ତିଷ୍କରୁ ହାଇଡ୍ରୋଜେନ ସଲ୍‌ଫାଇଡ୍‌ ଅଧିକ କ୍ଷରଣ ହେଲେ...

ତମ୍ବାପାତ୍ରରେ ପିଅନ୍ତୁ ପାଣି: ମିଳିବ ଅନେକ ଉପକାର

ତମ୍ବାପାତ୍ରରେ ଏକ ପ୍ରକାର ମାଇକ୍ରୋନ୍ୟୁଟ୍ରିଏଣ୍ଟ ରାସାୟନିକ ଉପାଦାନ ରହିଛି, ଯାହାକି ଶରୀରରେ ମିନେରାଲ ଏବଂ ଜରୁରୀ ନ୍ୟୁଟ୍ରିଶନର ଅଭାବକୁ ପୂରଣ କରିଥାଏ। ତମ୍ବାପାତ୍ରରେ ପାଣି ପିଇବା...

Leave a comment

Your email address will not be published. Required fields are marked *