ଉଦଳାରେ ଡେଙ୍ଗୁ ରୋଗୀ ଚିହ୍ନଟ

ଉଦଳା,୪ା୧୧(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଞ୍ଚଳରେ ଜଣେଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ରୋଗୀ ଜଣକ ଏବେ ବାରିପଦା ପିଆରଏମ୍‌ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, ଉଦଳା ବ୍ଲକ ଅଧୀନ କୋଚିଳାଡିହା ପଞ୍ଚାୟତ ଅଞ୍ଚଳର ଜଣେ ଯୁବକ ଭୁବନେଶ୍ୱରଠାରେ ରହି କାର୍ଯ୍ୟ କରୁଥିଲେ। ଗତ କାଳୀପୂଜା ସମୟରେ ସେ ନିଜ ଗାଁକୁ ଆସିଥିଲେ। ତେବେ କାଳୀପୂଜା ପର ଦିନଠାରୁ ତାଙ୍କୁ ଜ୍ୱର ହୋଇଥିଲା। ଜ୍ୱର ନ କମିବାରୁ ପରିବାର ଲୋକେ ତାଙ୍କୁ ଉଦଳା ଡାକ୍ତରଖାନାରେ ଚିକିସତ୍ା ନିମନ୍ତେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ରକ୍ତ ପରୀକ୍ଷା କରାଯାଇଥିଲା। ସେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବାରୁୁ ଶନିବାର ରାତିରେ ଚିକିତ୍ସା ନିମନ୍ତେ ତାଙ୍କୁ ବାରିପଦା ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।


All Right Reserved By Dharitri.Com

ଶିକ୍ଷା ହିଁ ସାମାଜିକ ବିପର୍ଯ୍ୟୟରୁ ମୁକ୍ତିର ବାଟ

ବଲାଙ୍ଗୀର ଅଫିସ, ୪ା୬ ଆମ ସମାଜରେ ଅନେକ ବିପର୍ଯ୍ୟୟ ଦେଖିବାକୁ ମିଳୁଛି ା ଏହା ଆମ ସାମାଜିକ ଜୀବନକୁ ପ୍ରଭାବିତ କରୁଛି ା ତେବେ ଏଥିରୁ...

କଣ୍ଡକ୍ଟରଙ୍କୁ ମାଡ଼, ଜେଲଗଲେ ଯୁବକ

ଆସିକା,୨୫ା୧୧(ଡି.ଏନ୍‌.ଏ.) -ଆସିକା-ଭଞ୍ଜନଗର ମୁଖ୍ୟରାସ୍ତାର ଇଣ୍ଡନପୁର ଗ୍ରାମ ଛକ ନିକଟରେ ଏକ ଘରୋଇ ବସ୍‌ର କଣ୍ଡକ୍ଟରଙ୍କୁ ମାଡ ମାରିବା ଅଭିଯୋଗରେ ପୋଲିସ ରବିବାର ଜଣେ ଅଭିଯୁକ୍ତଙ୍କୁ ଗିରଫ...

ଟ୍ରେନ ଧକ୍କାରେ ଭାଲୁ ମୃତ

ବଇଣ୍ଡା,୧।୮(ଡି.ଏନ.ଏ.)-ତାଳଚେର-ସମ୍ବଲପୁର ରେଳ ପଥର ହଣ୍ଡପା ଥାନା କୃଷ୍ଣପୁରଠାରେ ଟ୍ରେନ ଧକ୍କାରେ ଏକ ଅଣ୍ଡିରା ଭାଲୁର ମୃତ୍ୟୁ ହୋଇଛି। ଘଟଣାରୁ ଜଣାପଡ଼ିଛି, ରେଳ ଲାଇନ ପାର ହୋଇ...

ଅନୁଗୋଳ ମେଡିକାଲ ପରିଦର୍ଶନ କଲେ କାୟାକଳ୍ପ ଟିମ୍‌

ଅନୁଗୋଳ ଅଫିସ, ୨୧।୯ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଶୁକ୍ରବାର କାୟାକଳ୍ପ ଟିମ୍‌ର ୩ ଜଣିଆ ସଦସ୍ୟ ପରିଦର୍ଶନ କରିଛନ୍ତି। ସେମାନେ ମେଡିକାଲର ବିଭିନ୍ନ...

କାଟିଙ୍ଗିଆ ଅଞ୍ଚଳରେ ମଦ ବିରୋଧୀ ଅଭିଯାନ ଜୋର୍‌ଦାର

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୨।୭(ଡି.ଏନ୍‌.ଏ.): ଗତ କିଛିଦିନ ହେଲା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ କାଟିଙ୍ଗିଆ ପଞ୍ଚାୟତର କାଟିଙ୍ଗିଆ ସମେତ ମହାଗୁଡ଼ା, ମୁଣ୍ଡିଗାଁ, ତିଆରିଗାଁ ଆଦି...

ଚକାପାଦ ଘାଟିରୁ ଖସୁଛି ଅତଡା, ପଥର

ଶଙ୍କରାଖୋଲା,୨୫ା୮(ଡି.ଏନ.ଏ.)-କନ୍ଧମାଳ ଜିଲା ଟିକାବାଲି ଠାରୁ ଚକାପାଦ ପ୍ରାୟ ୧୮ କିମି ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଥିବା ବେଳେ ଚକାପାଦ ଘାଟି ଶେଷ ଯାଏ ପ୍ରାୟ...

ସମବାୟ ସମିତିରୁ ୫ ଲକ୍ଷ ହଡ଼ପ ଅଭିଯୋଗ: ପୂର୍ବତନ ସମ୍ପାଦକ ଗିରଫ

ତିହିଡ଼ି, ୧୨।୭ (ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଗୁଆମାଳ ସେବା ସମବାୟ ସମିତିରୁ ୫ ଲକ୍ଷ ଟଙ୍କା ହଡ଼ପ ହୋଇଛି। ସମିତିର ଉପସଭାନେତ୍ରୀ...

‘ବିଦ୍ୟୁତ୍‌ ଖର୍ଚ୍ଚରୁ ମୁକ୍ତି ଦେବ ସୋଲାର ପ୍ରକଳ୍ପ’

ପୁରୀ ଅଫିସ,୧୧।୮: ପୁରୀ କଚେରିରୋଡସ୍ଥିତ ସେସୁ କାର୍ଯ୍ୟାଳୟଠାରେ ଟାଟା ପାୱାର ସୋଲାର ସିଷ୍ଟମ ସଚେତନତା କାର୍ଯ୍ୟକ୍ରମକୁ ଶନିବାର ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ଉଦ୍‌ଘାଟନ କରିଛନ୍ତି।...

Leave a comment

Your email address will not be published. Required fields are marked *