Posted inଜାତୀୟ

ଦିଲ୍ଲୀ ପ୍ରଦୂଷଣ ଅସମ୍ଭାଳ

ନୂଆଦିଲ୍ଲୀ,୪ା୧୧(ପି.ଟି.): ରାଜଧାନୀ ଦିଲ୍ଲୀର ବାୟୁ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ଶନିବାର ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ୪୦୭ ଥିଲାବେଳେ ରବିବାର ଏହା ୬୨୫କୁ ବୃଦ୍ଧି ପାଇଛି। ଧୂଳି ଓ ଧୂଆଁର ବହଳ ଆସ୍ତରଣ ଦିଲ୍ଲୀ ଆକାଶକୁ ଆଚ୍ଛାଦିତ କରି ରଖିବା ଫଳରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବା ସାଙ୍ଗକୁ ଶ୍ୱାସକ୍ରିୟା ମଧ୍ୟ କଷ୍ଟକର ହୋଇପଡିଛି। ଆସ୍ତରଣ ଯୋଗୁ ସ୍ପଷ୍ଟ ଦେଖାଯାଉ ନ ଥିବାରୁ ଦିଲ୍ଲୀରେ ଅବତରଣ କରିବାକୁ ଥିବା ୩୭ଟି ବିମାନକୁ ଅନ୍ୟ ବିମାନବନ୍ଦରକୁ ପଠାଇଦିଆଯାଇଛି। ଏୟାର ଇଣ୍ଡିଆର ୧୨ଟି ବିମାନ ଜୟପୁର, ଅମୃତସର ଓ ଲକ୍ଷ୍ନୌକୁ ପଠାଯାଇଛି। ଦିଲ୍ଲୀର ସମସ୍ତ ସ୍କୁଲ ମଙ୍ଗଳବାର ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲାବେଳେ ଏଥିରେ ନୋଏଡା ଓ ଗାଜିଆବାଦର ସ୍କୁଲଗୁଡିକୁ ମଧ୍ୟ ସାମିଲ କରାଯାଇଛି। ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟରେ ସୋମବାର ଶୁଣାଣି ହେବାକୁ ଥିବାବେଳେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ର ଓ କ୍ୟାବିନେଟ ସଚିବ ରାଜୀବ ଗୌବା ଏହା ଉପରେ ଆଲୋଚନା କରିଥିବା ଜଣାପଡିଛି। ବୈଠକରେ ଦିଲ୍ଲୀର ଉଚ୍ଚ ପଦାଧିକାରୀମାନଙ୍କ ସହ ପଞ୍ଜାବ ଓ ହରିୟାଣା ସରକାରଙ୍କ ପ୍ରତିନିଧିମାନେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ। କ୍ୟାବିନେଟ ସଚିବ ପ୍ରତିଦିନ ଦିଲ୍ଲୀ ଓ ପଡୋଶୀ ରାଜ୍ୟଗୁଡିକର ବାୟୁ ସ୍ଥିତି ଅନୁଧ୍ୟାନ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ଦିଲ୍ଲୀ, ପଞ୍ଜାବ ଓ ହରିୟାଣାର ମୁଖ୍ୟ ସଚିବମାନଙ୍କୁ ବିଭିନ୍ନ ଜିଲାର ସ୍ଥିତି ଅନୁଧ୍ୟାନ କରିବାକୁ କୁହାଯାଇଛି।
ଉତ୍ତର ଭାରତରେ ବାୟୁ ପ୍ରଦୂଷଣ ସ୍ତର ଅସହ୍ୟ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଟୁଇଟ୍‌ କରିଛନ୍ତି। ତାଙ୍କ ସରକାର ପ୍ରଦୂଷଣ ହ୍ରାସ ପାଇଁ ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। କୌଣସି ଦୋଷ ନ ଥାଇ ଦିଲ୍ଲୀବାସୀ ପ୍ରଦୂଷଣଜନିତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଧ୍ୟ ପ୍ରଦୂଷଣକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। କେନ୍ଦ୍ର ସରକାର ଏନେଇ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି। ପଡୋଶୀ ରାଜ୍ୟଗୁଡିକରେ ଚାଷୀ କ୍ଷେତରେ ନଡ଼ା ଜାଳିବା ଏବଂ ଶିଳ୍ପସଂସ୍ଥାଗୁଡିକ ବିଷାକ୍ତ ବର୍ଜ୍ୟ ପଦାର୍ଥ ଛାଡିବା ଯୋଗୁ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଥିବା ଦର୍ଶାଇ ଏଦିଗରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ସମ୍ପୃକ୍ତ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେବା ନିମନ୍ତେ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କର୍ତ୍ତୃପକ୍ଷ (ଇପିସିଏ) ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଅପରପକ୍ଷରେ ପ୍ରଦୂଷଣକୁ ନେଇ ରାଜନୀତି କରାଯିବା ଉଚିତ ନୁହେଁ। ସମ୍ପୃକ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କର ଏକ ବୈଠକ ଡାକିବା ଲାଗି କେଜ୍‌ରିଓ୍ବାଲ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଅନୁରୋଧ କରିଛନ୍ତି। ତାଙ୍କ ସରକାର କାହା ଉପରେ ଦୋଷ ଲଦିବାକୁ ଚାହୁଁ ନାହାନ୍ତି, ବରଂ ନଡ଼ା ପୋଡ଼ିଜନିତ ପ୍ରଦୂଷଣ ରୋକିବା ଦିଗରେ ସମାଧାନର ସୂତ୍ର ବାହାରିବା ଆବଶ୍ୟକ ବୋଲି ଏଏପି ନେତା କହିଛନ୍ତି।
ବାୟୁ ପ୍ରଦୂଷଣ ରୋକିବା ଲାଗି ଦିଲ୍ଲୀ ସରକାର ସୋମବାରଠାରୁ ଗାଡ଼ି ଚଳାଚଳ କ୍ଷେତ୍ରରେ ଯୁଗ୍ମ-ଅଯୁଗ୍ମ ସୂତ୍ର ପ୍ରୟୋଗ କରିବାକୁ ଯାଉଛନ୍ତି। ଏହା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଫଳରେ ରାସ୍ତାରେ ଯାନବାହନ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇବ। ଜାତୀୟ ରାଜଧାନୀ ଅଞ୍ଚଳରେ ଜନସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଜାରିହେବା ସହ ମଙ୍ଗଳବାର ପର୍ଯ୍ୟନ୍ତ ସମସ୍ତ ସ୍କୁଲ କଲେଜ ବନ୍ଦ ରଖାଯାଇଛି। ବିମାନବନ୍ଦର, ଦିଲ୍ଲୀ ମେଟ୍ରୋ ସମେତ ଜାତୀୟ ରାଜଧାନୀ ଅଞ୍ଚଳରେ ମୁତୟନ ଥିବା ହଜାର ହଜାର ଯବାନଙ୍କୁ ସିଆଇଏସ୍‌ଏଫ ତରଫରୁ ଫେସ୍‌ ମାସ୍କ ଯୋଗାଇଦିଆଯାଇଛି।


All Right Reserved By Dharitri.Com

୮୦ ବର୍ଷର ଆଇନ ଲଢ଼େଇ ପରେ ତିରୁପତି ଦେବସ୍ଥାନମ୍‌ ଟ୍ରଷ୍ଟକୁ ମିଳିଲା ୧୮୮ ଏକର ଜମି

ତିରୁପତି,୭।୯: ଆନ୍ଧ୍ରପ୍ରଦେଶରେ ଥିବା ତିରୁପତି ତିରୁମାଲା ଦେବସ୍ଥାନମ୍‌ ଟ୍ରଷ୍ଟ୍‌କୁ ୮୦ ବର୍ଷ ଆଇନ ଲଢ଼େଇ ପରେ ସଫଳତା ମିଳିଛି। ଟ୍ରଷ୍ଟକୁ ୧୮୮ ଏକର ଏବଂ ୩୨...

ଧାରଣାରେ ବସିଥିବା ଆର୍‌ଏଲ୍‌ଏସ୍‌ପି ଅଧ୍ୟକ୍ଷଙ୍କ ବିଗଡ଼ିଲା ସ୍ବାସ୍ଥ୍ୟାବସ୍ଥା

ପାଟନା,୨୭।୧୧: ବିହାରରେ ଶିକ୍ଷା ବ୍ୟବସ୍ଥାର ଖରାପ୍‌ ସ୍ଥିତିକୁ ନେଇ ଆମରଣ ଅନଶନରେ ବସିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ସମତା ପାର୍ଟି(ଆର୍‌ଏଲ୍‌ଏସ୍‌ପି)ର ଅଧ୍ୟକ୍ଷ ଉପେନ୍ଦ୍ର...

ବିହାର ଜେଲ୍‌ରେ ଛଟ୍‌ ପର୍ବର ଆସର

ପାଟନା,୧।୧୧: ବିହାରୀ ସମ୍ପ୍ରଦାୟର ମୁଖ୍ୟ ପର୍ବ କୁହାଯାଉଥିବା ଛଟ୍‌ ପାଇଁ ଏବେଠାରୁ ଗଁାରୁ ସହର ସଜେଇ ହେଲାଣି। ବିହାରର ଗଳି କନ୍ଦି ଠାରୁ ଆରମ୍ଭ କରି...

ପ୍ରତୀକ୍ଷାର ଅନ୍ତ: ଜୁଲାଇ ୧୫ରେ ଲଞ୍ଚ୍‌ ହେବ ଚନ୍ଦ୍ରଯାନ-୨

ବେଙ୍ଗାଲୁରୁ, ୧୨।୬: ଜୁଲାଇ ୧୫ ତାରିଖରେ ଚନ୍ଦ୍ରଯାନ-୨ ଲଞ୍ଚ କରାଯିବ ବୋଲି ଭାରତୀୟ ଗବେଷଣା କେନ୍ଦ୍ର(ଇସ୍ରୋ) ପକ୍ଷରୁ ଘୋଷଣା କରାଯାଇଛି। ଗତ ୧୦ବର୍ଷ ଭିତରେ ଦ୍ୱିତୀୟଥର...

୪୦୦ ଜିଲାରେ ଆୟୋଜିତ ହେବ ଋଣମେଳା:୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଏନ୍‌ପିଏ ଘୋଷିତ ହେବନି ଏମ୍‌ଏସ୍‌ଏମ୍‌ଇ ଋଣ

ନୂଆଦିଲ୍ଲୀ,୨୦-୯: ସୁକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ଦୂରକରିବା ଲକ୍ଷ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା...

ଇଲେକ୍ଟୋରାଲ ବଣ୍ଡ୍‌ ଉପରେ ରହିତାଦେଶ ଲାଗି ଆବେଦନ

ନୂଆଦିଲ୍ଲୀ,୩୦ା୧୧(ଆଇଏଏନ୍‌ଏସ୍‌): ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା ଉପରେ ରହିତାଦେଶ ଲାଗି ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ (ଏଡିଆର୍‌) ପକ୍ଷରୁ ଶୁକ୍ରବାର ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ଏଡିଆର୍‌ ପକ୍ଷରୁ...

ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲା: ସୁପ୍ରିମକୋର୍ଟଙ୍କୁ ଅଧିକ ସମୟ ମାଗିଲେ ବିଚାରପତି

ନୂଆଦିଲ୍ଲୀ, ୧୬ା୭: ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲାର ଶୁଣାଣି କରୁଥିବା ସ୍ବତନ୍ତ୍ର ବିଚାରପତି ଏସ୍‌.କେ. ଯାଦବ ଶୁଣାଣି ଶେଷ କରିବା ଲାଗି ସୁପ୍ରିମକୋର୍ଟଙ୍କୁ ଅଧିକ ସମୟ...

ସିଜେଆଇଙ୍କ ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ: ତଦନ୍ତ ଶେଷ, ସେପ୍ଟେମ୍ବରରେ ରିପୋର୍ଟ

ନୂଆଦିଲ୍ଲୀ,୨୨ା୮: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କ ବିରୋଧରେ ବଡ଼ ଷଡ଼ଯନ୍ତ୍ର ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଜଣିକିଆ କମିଟି ଏହାର...

Leave a comment

Your email address will not be published. Required fields are marked *