ଜଜାଙ୍ଗ ରଶ୍ମିରଞ୍ଜନ ହତ୍ୟା ମାମଲା : ମାଷ୍ଟର ମାଇଣ୍ଡଙ୍କୁ ମୁମ୍ବାଇରେ ଖୋଜୁଛି ପୋଲିସ

ଜଗତ୍‌ସିଂହପୁର ଅଫିସ,୪ା୧୧: ତିର୍ତ୍ତୋଲ ଥାନା ଅଧୀନ ବେଗୁଡିଆ ଜଜାଙ୍ଗ ଗ୍ରାମର ଦୀପା ଓରଫ ରଶ୍ମିରଞ୍ଜନ ସ୍ବାଇଁ ହତ୍ୟା ମାମଲାର ମାଷ୍ଟର ମାଇଣ୍ଡଙ୍କୁ ମୁମ୍ବାଇରେ ଖୋଜୁଛି ପୋଲିସ। ସମ୍ପୃକ୍ତ ଅଭିଯୁକ୍ତ ଚଞ୍ଚକତାପୂର୍ବକ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ପୋଲିସକୁ ଗିରଫ କରିବାରେ ବିଳମ୍ବ ହେଉଛି। ତଥାପି ଶୀଘ୍ର ଅଭିଯୁକ୍ତ କବ୍‌ଜାକୁ ଆସିବେ ବୋଲି ତିର୍ତ୍ତୋଲ ଆଇଆଇସି କୃଷ୍ଣପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି। ଜଗତ୍‌ସିଂହପୁର ଏସ୍‌ପିଙ୍କ ନିର୍ଦ୍ଦେଶରେ ୫ ଜଣିଆ ଦଳ ମୁମ୍ବାଇ ଯାଇ ତାଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି। ତାଙ୍କ ଠିକଣା, ମୋବାଇଲ ନମ୍ବର ଆଦି ପୋଲିସକୁ ଜଣାଥିବାରୁ ବିଶେଷ ଅସୁବିଧା ହେବନାହିଁ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ଗତ ମାସ ୨୨ ତାରିଖରେ ରଶ୍ମିରଞ୍ଜନଙ୍କୁ ବାଲିକୁଦା ଥାନା ମୁଳୁଗାଁର ଜଗା ଓରଫ ଜଗନ୍ନାଥ ଦାସ ଓ ଏହି ଥାନା ସରଣା ଗାଁର ରାଜା ଓରଫ ରାକେଶ ରଞ୍ଜନ ମୁଦୁଲି ମିଶି କଟରା ପଞ୍ଚାୟତ ପୋଖରୀ ନିକଟରେ ହତ୍ୟା କରିଥିଲେ। ପରେ ମୃତଦେହକୁ ପୋଖରୀରେ ଫିଙ୍ଗି ଦେଇଥିବା ପୋଲିସ ତଦନ୍ତରୁ ଜଣାଯାଇଥିଲା। ତଦନ୍ତକୁ ଆଧାର କରି ତିର୍ତ୍ତୋଲ ପୋଲିସ ଅଭିଯୁକ୍ତଦ୍ୱୟଙ୍କୁ ଧରିବା ପରେ ହତ୍ୟାକାଣ୍ଡର ରହସ୍ୟ ପଦାକୁ ଆସିଥିଲା। ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ହେଉଛନ୍ତି ଜଜାଙ୍ଗ ଗ୍ରାମର ଜଣେ ମହିଳାଙ୍କ ସ୍ବାମୀ ଯିଏକି ମୁମ୍ବାଇର ଏକ କମ୍ପାନୀରେ ଶ୍ରମିକ ସୁପରଭାଇଜର ଭାବେ କାମ କରନ୍ତି। ସମ୍ପୃକ୍ତ ମହିଳାଙ୍କୁ ରଶ୍ମିରଞ୍ଜନ ବଳ ପୂର୍ବକ ଯୌନ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରି ବିଫଳ ହେବାରୁ କ୍ରୋଧାନ୍ବିତ ହୋଇ ପଡିଥିଲେ। ଏପରି କି ମହିଳାଙ୍କ ଛୋଟ ସନ୍ତାନ ଓ ସ୍ବାମୀଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ପରିସ୍ଥିତି ଜଟିଳ ହେବାରୁ ମହିଳା ତାଙ୍କ ସ୍ବାମୀଙ୍କୁ ଫୋନ୍‌ରେ ସୂଚନା ଦେଲା ପରେ ପରିସ୍ଥିତି ଭିନ୍ନ ମୋଡ ନେଇଥିଲା। ମହିଳାଙ୍କ ସ୍ବାମୀ କୌଣସି ପରିସ୍ଥିତିରେ ରଶ୍ମିରଞ୍ଜନଙ୍କୁ ହତ୍ୟା କରିବାକୁ ଚାହିଁଥିଲେ। ସୌଭାଗ୍ୟ ଚାକିରି ଅନୁସନ୍ଧାନରେ ମୁମ୍ବାଇ ଯାଇଥିବା ମାଷ୍ଟରମାଇଣ୍ଡର ସମ୍ପର୍କୀୟ ଭାଇ ଜଗା ଦେଖା ହୋଇ ଯାଇଥିଲେ। ପରେ ରଶ୍ମିରଞ୍ଜନଙ୍କୁ ହତ୍ୟା ପାଇଁ ସୁପାରିକିଲର ଠିକ କରିଦେବାକୁ ମହିଳାଙ୍କ ସ୍ବାମୀ କହିବାରୁ ଆର୍ଥିକ ଦୃଷ୍ଟିରୁ ଗରିବ ଥିବା ଜଗା ଏହି କାମ ପାଇଁ ରାଜି ହୋଇ ଯାଇଥିଲେ। ୩ ଲକ୍ଷ ଟଙ୍କା ଡିଲ୍‌ ହୋଇଥିଲା। ପ୍ରଥମେ ୨୦ ହଜାର ଜଗା ନେଇଥିଲେ। ମୁମ୍ବାଇରୁ ଗାଁକୁ ଗଲା ବେଳେ ୫୦ ହଜାର ଟଙ୍କା ନେଇଥିଲେ। ରଶ୍ମିରଞ୍ଜନଙ୍କ ଜଣେ ବନ୍ଧୁ ହେଉଛନ୍ତି ରାଜା। ତେଣୁ ରାଜାଙ୍କ ସହାୟତାରେ ରଶ୍ମିରଞ୍ଜନଙ୍କୁ ହତ୍ୟା ପାଇଁ ଜଗା ଷଡଯନ୍ତ୍ର ରଚିଥିଲେ। ରାଜା ମଧ୍ୟ ଏଥିରେ ରାଜି ହୋଇ ଯାଇଥିଲେ। ଯୋଜନା ମୁତାବକ ସେମାନେ କଟରା ପଞ୍ଚାୟତ ପୋଖରୀ ପାର୍ଶ୍ୱରେ ମଦ୍ୟପାନ କରିଥିଲେ। ପରେ ଜଗା ଏକ ହଁସୁଆ କଟୁରୀରେ ରଶ୍ମିରଞ୍ଜନଙ୍କୁ ହାଣି ପୋଖରୀରେ ପକାଇ ଦେଇଥିଲେ। ହତ୍ୟାକାଣ୍ଡ ପରେ ମାଷ୍ଟରମାଇଣ୍ଡ ଆଉ ୫୦ ହଜାର ଟଙ୍କା ଦେଇଥିଲେ। ଜଗା ଏହା ଭିତରେ ୧,୨୦,୦୦୦ ଟଙ୍କା ନେଇଥିବା ବେଳେ ଅବଶିଷ୍ଟ ୧,୮୦,୦୦୦ ଟଙ୍କା ପାଇବାର ଥିଲା।


All Right Reserved By Dharitri.Com

ଫେରାର ଅଭିଯୁକ୍ତ ଗିରଫ

ଡେରାବିଶ, ୨୭।୧୦ (ସ୍ବ.ପ୍ର.): ୪ ଚକିଆ ଯାନ ଓ ଟ୍ରକ ଚୋରିରେ ମାମଲାରେ ସମ୍ପୃକ୍ତ ଜଣେ ଫେରାର ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ରବିବାର...

ବଜ୍ରପାତରେ ଜଣେ ମୃତ

ଭଞ୍ଜନଗର,୧୭।୫(ଡି.ଏନ.ଏ)- ବିଲୁଆପଡାରେ ଶୁକ୍ରବାର ଅପରାହ୍ନ ପ୍ରାୟ ୫ଟାରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବିଲୁଆପଡାର ହିମାଶୁଂ ଶେଖର ଗୌଡ। ଗାଲେରି ଫାଣ୍ଡି...

ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ: ଅଧ୍ୟକ୍ଷଙ୍କ ପ୍ରତିଶ୍ରୁତି ପରେ ସାମୂହିକ ଭାବେ ହଟିଲା

ଆନନ୍ଦପୁର,୫।୧୧(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ପୂର୍ବାହ୍ନରେ ଛାତ୍ରୀଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ମହାବିଦ୍ୟାଳୟରେ ରହିଥିବା କେତେକ ମୌଳିକ ସମସ୍ୟାର ସମାଧାନ ପାଇଁ ପୂର୍ବରୁ...

୨୨ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ୨ ଅଭିଯୁକ୍ତ ଗିରଫ

ଢେଙ୍କାନାଳ ଅଫିସ, ୧୮।୮: ଢେଙ୍କାନାଳରେ କାୟା ବିସ୍ତାର କଲାଣି ଧଳା ଜହର ଚେର। ଶନିବାର ସ୍ଥାନୀୟ ବାଜିଚୌକଠାରୁ ଅବକାରୀ ବିଭାଗ ଏବଂ ଟାଉନ ଥାନା ପୋଲିସ ଚଢ଼ାଉ...

ବାଇକକୁ ଧକ୍କାଦେଲା ଟ୍ରକ

ଆନନ୍ଦପୁର/କୋଳିମାଟି,୨୫ା୪(ଡି.ଏନ୍‌.ଏ.): ମହୁଲଡିହା ଥାନା ଅଧୀନ ଗୋଡ଼ଭଙ୍ଗା ଘାଟି ଉପରେ ଟ୍ରକ ଧକ୍କା ଦେବାରୁ ଦୁଇ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ ଅଗ୍ନିଶମ କର୍ମଚାରୀ...

ନାଁକୁ ମଳମୁକ୍ତ ଗ୍ରାମ

ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ) ଯୋଜନାରେ ପ୍ରତି ଘରେ ପାଇଖାନା ନିର୍ମାଣ ସହ ଏହାର ବ୍ୟବହାର ପାଇଁ ଜିଲା ଜଳ ଓ ପରିମଳ ମିଶନ ଲୋକଙ୍କୁ...

ବିଶ୍ୱ ପରିବେଶ ଦିବସରେ ବୃକ୍ଷରୋପଣ

ଆନନ୍ଦପୁର,୫ା୬(ସ୍ବ.ପ୍ର.): ଆନନ୍ଦପୁର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏଥିରେ ଘସିପୁରା ଗ୍ରାମ୍ୟ ନ୍ୟାୟାଳୟର ନ୍ୟାୟାଧିକାରୀ ପବିତ୍ରାନନ୍ଦ ପ୍ରଧାନ,...

ବିରଳ ନୀଳରକ୍ତ କଙ୍କଡ଼ାଙ୍କ ସୁରକ୍ଷା ଚିନ୍ତା

ବାଲେଶ୍ୱର ଅଫିସ, ୧୦।୬-ବିରଳ ନୀଳରକ୍ତ କଙ୍କଡାଙ୍କ ସୁରକ୍ଷା ଏବଂ ଏହି କଙ୍କଡାଙ୍କ ରକ୍ତରେ ଥିବା ଔଷଧୀୟ ଗୁଣ ସମ୍ପର୍କରେ ଅନ୍ତର୍ଜାତୀୟ ସ୍ତରରେ ଗବେଷଣା ଜାରି ରହିଛି।...

Leave a comment

Your email address will not be published. Required fields are marked *