କୁନି ମ୍ୟାଜିସିଆନ ସାରା ଦର୍ଶକଙ୍କୁ କରୁଛନ୍ତି ମତୁଆଲା

ଭୁବନ, ୪।୧୧(ଡି.ଏନ.ଏ.) ବୟସ ମାତ୍ର ୫। ଅଥଚ ଦର୍ଶକଙ୍କ ଆଖି ଆଗରେ ଇନ୍ଦ୍ରଜାଲ ସୃଷ୍ଟି କରିବାରେ ସେ ବେଶ୍‌ ପାରଙ୍ଗମ। ପିଲାମାନଙ୍କ ଖେଳିବୁଲିବା ବୟସରେ ମ୍ୟାଜିକ୍‌ ଭଳି ଜଟିଳ ବିଷୟକୁ ଅତି ସହଜରେ କରାୟତ୍ତ କରିଥିବା ଏହି କୁନି ଝିଅ ହେଲେ ଭୁବନ ଅଞ୍ଚଳର ସାରା ସାହୁ।
କୁହାଯାଏ କଳା ହେଉଛି ଈଶ୍ୱରପ୍ରଦତ୍ତ ପ୍ରତିଭା, ଯାହା ପ୍ରବାହିତ ହେଉଛି ସାରାଙ୍କ ରକ୍ତରେ। ସାରାଙ୍କ ବାପା ଶକ୍ତି ପ୍ରସାଦ ସାହୁ ପେସାରେ ଜଣେ ଇଞ୍ଜିନିୟର। ହେଲେ ରାଜ୍ୟର ପ୍ରତିଷ୍ଠିତ ମ୍ୟାଜିସିଆନ ଭାବେ ସେ ବେଶ୍‌ ପରିଚିତ। ଏଥିରେ ପିଲାଟି ଦିନରୁ ପ୍ରଭାବିତ ହୋଇଛନ୍ତି ସାରା। ପ୍ରାୟ ବର୍ଷେ ହେଲା ସେ ବାପାଙ୍କଠାରୁ ଶିଖୁଛନ୍ତି ମ୍ୟାଜିକ୍‌। ଗତ ଶନିବାର ଭୁବନ କାଳୀବଜାର ବଣିକ ସଂଘ ପକ୍ଷରୁ ଆୟୋଜିତ ୪୦ତମ ବାର୍ଷିକ ଉତ୍ସବକୁ ଆମନ୍ତ୍ରିତ ହୋଇ ଆସିଥିଲେ ସାରା। ଆଉ ଅତି ଚମତ୍କାର ଶୈଳୀରେ ତାଙ୍କ ହାତର କରିସ୍ମାରେ ସେ କରିଥିଲେ ଦର୍ଶକଙ୍କ ମନୋରଞ୍ଜନ। ସେ ତାସ୍‌, କୋଲଡ୍ରିଙ୍କସ୍‌କୁ ନେଇ ଅତି ସୁନ୍ଦର ଭାବେ ମ୍ୟାଜିକ୍‌ ଦେଖାଇଥିଲେ, ଯାହା ଦର୍ଶକଙ୍କ ବେଶ୍‌ କରତାଳି ସାଉଁଟିଥିଲା।
ସୂଚନାଯୋଗ୍ୟ, ସାରା ଭୁବନ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପ୍ରାରମ୍ଭ ଶ୍ରେଣୀର ଛାତ୍ରୀ। ବାପାଙ୍କଠାରୁ ଶିଖିଥିବା ମ୍ୟାଜିକ୍‌କୁ ସେ ପ୍ରଥମେ ସ୍କୁଲର ସହପାଠୀଙ୍କ ନିକଟରେ ପ୍ରଦର୍ଶନ କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ତାଙ୍କର ଯାଦୁବିଦ୍ୟା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁନି ବୟସରୁ ଏପରି ନିଆରା କଳାର ଅଧିକାରୀ ସାରା ବାପାଙ୍କ ପ୍ରେରଣାରେ ଅଞ୍ଚଳ ପାଇଁ ସୁନାମ ଆଣିବେ ବୋଲି ଅଞ୍ଚଳବାସୀ କହିଛନ୍ତି।


All Right Reserved By Dharitri.Com

ଆନନ୍ଦପୁରରେ ସ୍ବାଧୀନତା ଦିବସ

ଆନନ୍ଦପୁର, ୧୫।୮(ସ୍ବ.ପ୍ର): କେନ୍ଦୁଝର ଜିଲା ଆନନ୍ଦପୁର ଷ୍ଟାଡିୟମରେ ୭୩ତମ ସ୍ବାଧୀନତା ଦିବସ ପାଳନ କରାଯାଇଛି। ଆନନ୍ଦପୁର ଉପଜିଲାପାଳ ରବୀନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ...

କାର୍ଟୁନ୍‌ ଠୁଲେଇ ପେଟ ପାଲୁଛନ୍‌ ଦୁଶମନ ସିଂ

ଭବାନୀପାଟଣା,୧୦।୬(ଡି.ଏନ.ଏ.):  ମୁନୁଷ୍‌କେ ବଁଚ୍‌ବାକେ ହେଲେ ଖାଏଦ୍‌ ପାଏନ୍‌, ଘର ଆର କପଡ଼ାଲତା ନିହାତି ଦରକାର। ସବୁ ଲୋକ୍‌ ପେଟକେ ଖାଏବାକେ ମୁଠେ, ମୁଡ଼ ରଖ୍‌ବାକେ ଘରଟେ...

ପକ୍କା ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ

ବଇଣ୍ଡା,୧।୧୦(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ କୁର୍ତ୍ତିବାସପୁର ପଞ୍ଚାୟତ ବରପଦାଠାରୁ କରଡ଼ାବାହାଳି ୨ କିମି ରାସ୍ତାକୁ ସ୍ଥାୟୀ ପକ୍କା ରାସ୍ତା ନିର୍ମାଣ କରାଯିବ। ଏ ନେଇ ପୂର୍ତ୍ତବିଭାଗ ପକ୍ଷରୁ ୨...

ସଂସ୍କାର ହେଉନି ଗୋପାଳିଆ କେନାଲ: ପାଣିରେ ବୁଡ଼ିଛି ଚାଷଜମି

ତିହିଡ଼ି, ୨।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ କୁବେରା ପଞ୍ଚାୟତର ୩ଟି ମୌଜାରେ ୩ ଶହ ଏକର ଚାଷଜମି ପାଣିରେ ବୁଡ଼ି...

ଜାଗା ଯୋଜନାରେ ମିଳୁନି ଘର

ବାଲେଶ୍ୱର ଅଫିସ, ୧୭।୧୨ (ମାନସ ବିଶ୍ୱାଳ)-ସହର ତଳି ଅଞ୍ଚଳରେ ଥିବା ସରକାରୀ ଜାଗାରେ ଦୀର୍ଘଦିନ ଧରି ବସବାସ କରିଆସୁଥିବା ବସ୍ତିବାସିନ୍ଦାଙ୍କ ପାଇଁ ରାଜ୍ୟ ସରକାର ଜାଗା...

‘କାଳିଆ’ରେ ସାମିଲ ହେଲେ ୪୦ ହଜାର: ବାଦ୍‌ ପଡ଼ିଲେ ୨୦ ହଜାର ଅଯୋଗ୍ୟ

ଅନୁଗୋଳ ଅଫିସ, ୧।୯ – ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାରେ ସାମିଲ ହୋଇଥିବା ଚାଷୀଙ୍କ ଚୂଡାନ୍ତ ତାଲିକା ଅନୁଗୋଳ ଜିଲା କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ...

ଭିଜିଲାନ୍ସ ଜାଲରେ ପୂର୍ବତନ କଣଲୋଇ ରାଜସ୍ବ ନିରୀକ୍ଷକ

ଛେଣ୍ଡିପଦା,୭।୮(ସ୍ବ.ପ୍ର.): ଅନୁଗୋଳ ଭିଜିଲାନ୍ସ ପକ୍ଷରୁ ବୁଧବାର ଛେଣ୍ଡିପଦା ତହସିଲ ଅନ୍ତର୍ଗତ ପୂର୍ବତନ କଣଲୋଇ ରାଜସ୍ବ ନିରୀକ୍ଷକ ବାସଭବନ ସମେତ କଣଲୋଇ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ ଚଢ଼ାଉ...

ବେଧଡ଼କ ଚାଲିଛେ ବାଲି ଚୁରାଚାଲାନ

ଦେଓଗାଁ, ୪।୧(ଡି.ଏନ୍‌.ଏ.)- ଦେଓଗଁ। ତହସିଲ ଜରାସିଂହା ଆର୍‌ଆଇ ଅଧୀନ ଚନ୍ଦ୍ରପୁର ପାସର ସୋନଗଡ଼ ନଦୀରୁ ବେଆଇନ ଭାବେ ଫିଦିନ ଶହ ଶହ ଟ୍ରାକ୍ଟର ବାଲି ଚୁରାଚାଲାନ...

Leave a comment

Your email address will not be published. Required fields are marked *