Posted inଖେଳ

ବାଂଲାଦେଶକୁ ୧୪୯ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ନୂଆଦିଲ୍ଲୀ,୩।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ବିଜୟ ପାଇଁ ୧୪୯ ରନ ଟାର୍ଗେଟ ଦେଇଛି ଭାରତ। ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୪୮ ରନ କରିଛି। ଭାରତ ପକ୍ଷରୁ ଓପନର ଶିଖର ଧାୱନ ସର୍ବାଧିକ ୪୧ ରନ କରିଛନ୍ତି। ମୁମ୍ବାଇ ଅଲରାଉଣ୍ଡର ଶିବମ ଦୁବେ ନିଜ ପଦାର୍ପଣରେ ମାତ୍ର ୧ ରନ କରି ଆଫିଫ ହୁସେନଙ୍କ ବଲରେ କଟ ଆଣ୍ଡ ବୋଲ୍ଡ ହୋଇଥିଲେ। ଋଷଭ ପନ୍ତ ୨୬ ବଲରେ ମାତ୍ର ୨୭ ରନ କରି ସାଫିଉଲଙ୍କ ବୋଲିଂରେ ମହମ୍ମଦ ନଇମଙ୍କ ଶିକାର ହୋଇଥିଲେ। ପନ୍ତଙ୍କ ଆଉଟ ହେବା ପରେ ଭାରତ ସସ୍ଥିତି ବିଗିଡି ଯାଇଥିଲା। ପରେ କୃନାଲ ପାଣ୍ଡ୍ୟା ଓ ୱାଶିଂଟନ ସୁନ୍ଦର ଶେଷ ଦୁଇ ଓଭରରେ ଭଲ ବ୍ୟାଟିଂ କରି ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ବାଂଲାଦେଶ ଅଧିନାୟକ ମହମୁଦୁଲ୍ଲା ରିୟାଦ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।


All Right Reserved By Dharitri.Com

Posted inଖେଳ View All

୫୦ ବର୍ଷୀୟ ଖେଳାଳିଙ୍କ ବିଶ୍ୱକପ୍‌ରେ ଭାଗନେବ ଭାରତ

ନୂଆଦିଲ୍ଲୀ,୨।୧୨(ପି.ଟି.)- ଆସନ୍ତାବର୍ଷ ମାର୍ଚ୍ଚ ୧୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଯାଉଛି ୫୦ ବର୍ଷୀୟ ଖେଳାଳିଙ୍କ କ୍ରିକେଟ ବିଶ୍ୱକପ୍‌ର ଦ୍ୱିତୀୟ ସଂସ୍କରଣ।...

ଅଷ୍ଟ୍ରେଲିଆନ ଓପନ୍‌: ଜୋକୋଭିଚ୍‌ଙ୍କୁ ଅଷ୍ଟମ ଟାଇଟଲ, ନଂ.୧କୁ ପ୍ରତ୍ୟାବର୍ତ୍ତନ

ମେଲ୍‌ବୋର୍ନ, ୩।୨(ଏଏଫ୍‌ପି)- ଅଭିଜ୍ଞ ସର୍ବିୟା ଟେନିସ୍‌ ତାରକା ନୋଭାକ ଜୋକୋଭିଚ୍‌ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ ଟାଇଟଲ ହାସଲ କରିଛନ୍ତି। ରବିବାର ଏଠାରେ...

ସ୍ବାର୍ଥନିହିତ ଦ୍ୱନ୍ଦ୍ୱ ମାମଲାରୁ କପିଳଦେବ ମୁକ୍ତ

ନୂଆଦିଲ୍ଲୀ, ୧୭ା୨ (ପି.ଟି.)-ଭାରତର ପୂର୍ବତନ କ୍ରିକେଟ ଅଧିନାୟକ କପିଳଦେବ ସ୍ବାର୍ଥନିହିତ ଦ୍ୱନ୍ଦ୍ୱ ମାମଲାରୁ ମୁକ୍ତ ହୋଇଛନ୍ତିି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏଥିକ୍ସ ଅଫିସର...

ପିବିଏଲ୍‌ର ଅନ୍ତିମ ଲେଗ୍‌ ହାଇଦ୍ରାବାଦକୁ ସ୍ଥାନାନ୍ତର

ବେଙ୍ଗାଲୁରୁ,୧୧।୧(ପି.ଟି.)- ପ୍ରିମିୟର ବ୍ୟାଡ୍‌ମିଣ୍ଟନ ଲିଗ (ପିବିଏଲ୍‌)ର ଅନ୍ତିମ ଲେଗର ମ୍ୟାଚ୍‌ଗୁଡିକ ବେଙ୍ଗାଲୁରୁରୁ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯାଇଛି। ମ୍ୟାଚ୍‌ ଖେଳାଯିବା ପାଇଁ ଭେନୁ ଉପଲବ୍ଧ ନ ହେବାକୁ...

ଚିୟର୍‌ ଲିଡର୍ସଙ୍କ ସହ ନାଚିଲେ ଶାହରୁଖ୍‌

ଜାମାଇକା, ୯।୯:ବଲିଉଡ୍‌ ବାଦ୍‌ଶାହ ଶାହରୁଖ୍‌ ଖାନ୍‌ ଅଭିନୟ ବ୍ୟତୀତ କ୍ରିକେଟରେ ବି ରୁଚି ରଖନ୍ତି। ଆଇପିଏଲରେ କୋଲକାତା ନାଇଟ୍‌ ରାଇଡର୍ସ ଟିମ୍‌ର ମାଲିକାନା ମଧ୍ୟ ତାଙ୍କ...

ସେହ୍ବାଗଙ୍କ ଦରଦ

ନୂଆଦିଲ୍ଲୀ,୩।୭: ଭାରତୀୟ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ଅବସର ନେବା ପରେ ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ବାଗ ରାୟୁଡୁଙ୍କୁ ସହାନୁଭୂତି ଜଣାଇଛନ୍ତି। ବିଶ୍ୱକପ୍‌ରୁ ବାଦ୍‌...

ହିମାଳୟରେ ପହଞ୍ଚିଲେ ବିରୁଷ୍କା

ଭାରତୀୟ କ୍ରିକେଟ ଦଳ ଏବେ ବାଂଲାଦେଶରେ ବିପକ୍ଷରେ ଟି-୨୦ ସିରିଜ୍‌ ଖେଳୁଛି। ଏହି ସିରିଜରୁ ବିଶ୍ରାମ ନେଇ ଅଧିନାୟକ ବିରାଟ କୋହଲି ସ୍ତ୍ରୀ ଅନୁଷ୍କାଙ୍କ ସହ...

ଜାପାନ ଅନ୍ତର୍ଜାତୀୟ ପାରାବ୍ୟାଡ୍‌ମିଣ୍ଟନ: ପ୍ରମୋଦଙ୍କ ଡବଲ ବିଜୟ

ଭୁବନେଶ୍ୱର, ୧୪।୧୧(କ୍ରୀଡ଼ା ପ୍ରତିନିଧି)- ଜାପାନ ଅନ୍ତର୍ଜାତୀୟ ପାରାବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ବୁଧବାର ଟୋକିଓରେ ଆରମ୍ଭ ହୋଇଛି। ବିଶ୍ୱର ୧୯୨ ପ୍ରତିଯୋଗୀଙ୍କୁ ନେଇ ହେଉଥିବା ଏହି ପ୍ରତିଯୋଗିତାର ପ୍ରଥମ...

Leave a comment

Your email address will not be published. Required fields are marked *