Posted inଜାତୀୟ

ମୋଦିଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୫: ସାଧାରଣ ନିର୍ବାଚନରେ ଭାଜପାର ଐତିହାସିକ ବିଜୟର ତିଦିଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍‌ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ପ୍ରଥମଥର ପାଇଁ ଉଭୟ ଫୋନରେ କଥା ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ମହମ୍ମଦ ଫୈଜଲ। ସେ ଟୁଇଟ୍‌ କରି କହିଛନ୍ତି, ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି ଓ ସମୃଦ୍ଧି ପ୍ରତିଷ୍ଠା କରିବା ପାଇଁ ମିଳିମିଶି କାମ କରିବାର ଇଚ୍ଛା ବ୍ୟକ୍ତ କରଛନ୍ତି। ଏହାସହ ଦକ୍ଷିଣ ଏସିଆ ଶାନ୍ତି ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରିବା ପାଇଁ ଉଭୟ ଦେଶ ମିଶି କାମ କରିବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଭାଜପାର ବିଜୟ ପରେ ଇମ୍ରାନ ଇଂରାଜୀ ଓ ଉର୍ଦ୍ଦୁରେ ଟୁଇଟ୍‌ କରି କହିଥିଲେ, ଭାଜପା ଓ ସହଯୋଗୀ ଦଳର ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ଦକ୍ଷିଣ ଏସିଆରେ ଶାନ୍ତି, ପ୍ରଗତି ଓ ସମୃଦ୍ଧି ପାଇଁ ମୋଦିଙ୍କର ସହିତ ମିଶି କାମ କରିବା ପାଇଁ ମୁଁ ଆଶାନ୍ବିତ।


All Right Reserved By

ଖବରଦାତା ସମ୍ମିଳନୀରେ ଶୋଇଲେ ନେତା: କହିଲେ ମୁଁ ମନନ ଚିନ୍ତନ କରୁଥିଲି

ପାଟନା,୧୭।୬: ବିହାରରେ ଏବେ ମସ୍ତିଷ୍କ ଜ୍ୱରରେ ପାଖାପଖି ଶହେ ଶିଶୁଙ୍କ ମୃତ୍ୟୁ ହେବା ଚିନ୍ତାର କାରଣ ପାଲଟିଛି। ଏହାର ମୁକାବିଲା କରିବାକୁ ନେଇ ଏକ ଖବରଦାତା...

ଜନ୍ମ ସମୟରେ ଉପସ୍ଥିତ ଥିବା ନର୍ସଙ୍କୁ ଆଲିଙ୍ଗନ କଲେ ରାହୁଲ

ଓ୍ବାୟନାଡ,୯।୬: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ୍ବାୟନାଡ ଗସ୍ତରେ ତାଙ୍କ ଜନ୍ମ ସମୟରେ ଉପସ୍ଥିତ ଥିବା ନର୍ସଙ୍କୁ ରବିବାର ଭେଟିଛନ୍ତି। ସେ ଅବସରପ୍ରାପ୍ତ ନର୍ସ ରାଜମ୍ମା...

ରାହୁଲଙ୍କ ନାଗରିକତାଙ୍କୁ ନେଇ ନୋଟିସ୍‌ ଜାରି କଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୩୦।୪: ଭାଜପାର ବରଷ୍ଠ ନେତା ତଥା ରାଜ୍ୟ ସଭା ଏମ୍‌ପି ଡ. ସୁବ୍ରମଣ୍ୟମ୍‌ ସ୍ବାମୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଗରିକତାକୁ ନେଇ ଅଭିଯୋଗ ଆଣିଥିଲେ।...

ସୁପ୍ରିମ୍‌କୋର୍ଟରେ ଯୋଗଦେବେ ୪ ନୂଆ ବିଚାରପତି: ସରକାରଙ୍କୁ ସୁପାରିଶ କଲେ କଲେଜିୟମ୍‌

ନୂଆଦିଲ୍ଲୀ,୨୯।୮: ସୁପ୍ରିମ୍‌କୋର୍ଟରେ ଖୁବ୍‌ ଶୀଘ୍ର ୪ ନୂଆ ବିଚାରପତି ଯୋଗଦେବେ। ଏନେଇ କଲେଜିୟମ୍‌ ପକ୍ଷରୁ ସରକାରଙ୍କୁ ସୁପାରିଶ କରାଯାଇଛି। ଅଗଷ୍ଟ ୨୭ରେ ବିଚାରପତି ଅଭୟ ମନୋହର...

କୌଣସି ବ୍ୟକ୍ତିଙ୍କ ନାମରେ ମିଳିିନି ଭୋଟ: ନୀତୀଶ

ନୂଆଦିଲ୍ଲୀ, ୧ା୬ : କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜେଡ଼ିୟୁ ସାମିଲ ହୋଇ ନ ଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭାଜପାକୁ ଟାର୍ଗେଟ କରି ବିଷ...

ଲାଲୁ ଯାଦବଙ୍କ କିଡ୍‌ନୀ ୩୭ ପ୍ରତିଶତ କାର୍ଯ୍ୟକ୍ଷମ ଥିବା କହିଲେ ଡାକ୍ତର

ପାଟନା,୩୧।୮: ରାଷ୍ଟ୍ରୀୟ ଜନତା ଦଳ ନେତା ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟ ପୁଣି ଥରେ ଖରାପ ହୋଇଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଜଣାପଡ଼ିଛି...

କେନ୍ଦ୍ରରେ ସରକାର ଗଢ଼ିବ ଭାଜପା: ନିଜ ଟୁଇଟର୍‌ ପୃଷ୍ଠାରୁ ‘ଚୌକିଦାର’ ଶବ୍ଦ ହଟାଇଲେ ମୋଦି

ନୂଆଦିଲ୍ଲୀ,୨୩।୫: ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ବୃହତ ବିଜୟ ଆଡ଼କୁ ଅଗ୍ରସର ହେଉଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନିର୍ବାଚନ ରଣନୀତି ଯୋଗୁ ଭାଜପା...

ଆବଶ୍ୟକ ପଡ଼ିଲେ ପାକିସ୍ତାନକୁ ଦିଆଯିବ ଉଚିତ ଶିକ୍ଷା: ଆଇନମନ୍ତ୍ରୀ

ନୂଆଦିଲ୍ଲୀ,୧୭।୮: ସୀମାରେ ପାକିସ୍ତାନ ଯୋଗୁ ଉତ୍ତେଜନା ବୃଦ୍ଧି ପାଇଛି। ତେବେ ଆବଶ୍ୟକ ପଡ଼ିଲେ ପାକିସ୍ତାନକୁ ଉଚିତ ଶିକ୍ଷା ଦିଆଯିବ ବୋଲି ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *