ଭାଲୁ ପାଇଁ ବନ ବିଭାଗ ନାକେଦମ

ଚମ୍ପୁଆ, ୨୬।୫(ଡି.ଏନ.ଏ)- କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧୀନ ସାନନେଉଳି ଗ୍ରାମ ନିକଟକୁ ଚାଲି ଆସିଥିବା ଏକ ଭାଲୁ ଲାଗି ବନ ବିଭାଗକୁ ନାକେଦମ୍‌ ହେବାକୁ ପଡିଛିି। ରବିବାର ସକାଳେ ଗାଁ ଲୋକେ ପ୍ରଥମେ ଭାଲୁକୁ ଦେଖି ଘଉଡାଇବା ଉଦ୍ୟମ କରିଥିଲେ। କିନ୍ତୁ ଭାଲୁ ଗାଁ ଭିତରକୁ ପଶି ଆସିବାରୁ ଲୋକେ ଆତଙ୍କିତ ହୋଇପଡିଥିଲେ। ସାନନେଉଳି ନିକଟ ଜଙ୍ଗଲରୁ ଭାଲୁଟି ଗାଁ ମଧ୍ୟକୁ ଚାଲି ଆସିଥିବା ଖବର ପାଇ ଉଖୁଣ୍ଡା ଫରେଷ୍ଟର ଭାଗୀରଥି ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବନରକ୍ଷୀ ବିନୋଦ ବେହେରା ବିଭାଗୀୟ କର୍ମଚାରୀଙ୍କ ସହିତ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଭାଲୁକୁ ଘଉଡାଇଥିଲେ। ଦେଖଣାହାରୀମାନେ ଭାଲୁକୁ ଗୋଡାଉଥିବା ଜାଣି କୌଣସି ଦୁର୍ଘଟଣା ନ ଘଟିବା ସକାଶେ ଚମ୍ପୁଆ ରେଞ୍ଜର ଘାସିନାଥ ପାତ୍ର ତୁରନ୍ତ ସେଠାକୁ ଏକ ସ୍କ୍ବାଡ ପଠାଇଥିଲେ। ଶେଷରେ ଭାଲୁଟି ବଡନେଉଳି ଦେଇ ଭଅଁରପୁର ଅଞ୍ଚଳକୁ ଚାଲିଯାଇଥିଲା।


All Right Reserved By Dharitri.Com

ସଙ୍ଗରୋଧ କେନ୍ଦ୍ରରେ ଯୋଗଶିକ୍ଷା

ଖଇରା, ୨୪ା୫ (ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁରୁଣ୍ଟା, ମାଟିଆଳପଦା ଓ ଗଣ୍ଡିବେଡଠାରେ ବିଭିନ୍ନ ସ୍କୁଲରେ ଚାଲିଥିବା ସଙ୍ଗରୋଧ କେନ୍ଦ୍ରରେ ୩ଦିନ ଯୋଗଶିକ୍ଷା ଦିଆଯାଉଛି।...

ବର୍ଷକରେ ୬ ବିଡିଓଙ୍କ ବଦଳି: ବ୍ଲକରେ ଉନ୍ନୟନ କାମ ବାଧାପ୍ରାପ୍ତ

ବାହାନଗା, ୨୨।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକରେ ବିଚିତ୍ର ନୀତି ଦେଖିବାକୁ ମିଳିଛି ା ୨୦୧୮-୨୦୧୯ ବର୍ଷକ ମଧ୍ୟରେ ୬ଜଣ ବିଡିଓ ଆସିଲେଣି। ତେବେ କେହି ସ୍ଥାୟୀ...

ସ୍ବାସ୍ଥ୍ୟସେବା ଉପରୁ ତୁଟୁଛି ଭରସା

ଭୋଗରାଇ, ୭।୩(ଡି.ଏନ.ଏ.)-ରାଜ୍ୟରେ ସର୍ବବୃହତ ବ୍ଲକ ଭାବେ ପରିଚିତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପଛୁଆ ହୋଇରହିଛି। ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାଠାରୁ ଏହାର ଦୂରତା...

ଭଣ୍ଡାରିପୋଖରୀ ସ୍ବାସ୍ଥ୍ୟକେନ୍ଦ୍ରରେ କାୟାକଳ୍ପ ଟିମ୍‌

ଭଣ୍ଡାରିପୋଖରୀ, ୨୧।୧୧ (ଡି.ଏନ.ଏ.)- ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୁରୁବାର ଅପରାହ୍ନରେ କାୟାକଳ୍ପ ଟିମ୍‌ ଗସ୍ତ କରି ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ କାର୍ଯ୍ୟ ତଦାରଖ କରିଛନ୍ତି। ଭୁବନେଶ୍ୱର ଟିମ୍‌...

୪ ଦୋକାନରୁ ଚୋରି: ପୋଲିସ ପାଟ୍ରୋଲିଂକୁ ନେଇ ପ୍ରଶ୍ନବାଚୀ

ବାହାନଗା,୨୩।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ବଜାରରେ ଶନିବାର ବିଳମ୍ବିତ ରାତିରେ ଏକକାଳୀନ ୪ଟି ଦୋକାନରେ ଚୋରି ହୋଇଛି। ଏ ନେଇ ସ୍ଥାନୀୟ ଲୋକେ...

ମାଛ ଧରିବାକୁ ଯାଇ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ପାଟଣା,୧୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ଅଙ୍କୁରା ଗ୍ରାମ ଉପରସାହିର ଜଣେ ବ୍ୟକ୍ତି ଶନିବାର ପୂର୍ବାହ୍ନରେ ଘର ନିକଟ ବୈତରଣୀ ଘାଟକୁ ମାଛ...

ଗୃହ ଦାବିରେ ଜିଲାପାଳ, ବିଧାୟକଙ୍କୁ ଭେଟିଲେ ଭୂମିହୀନ

ଭଦ୍ରକ ଅଫିସ,୨୪।୭: ଭଦ୍ରକ ପୌରପାଳିକା ଅଧୀନ ଚରମ୍ପା ବରାଳପୋଖରୀର ୧, ୨, ୩ ଓ ୪ ନମ୍ବର ୱାର୍ଡରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଭୂମିହୀନ ମହିଳା...

ଡାକ୍ତର ନିଯୁକ୍ତି ଦାବିରେ ଗଣଧାରଣା

ଜଳେଶ୍ୱର, ୧୭ ।୧ (ଡି.ଏନ.ଏ./ସ୍ବ.ପ୍ର.)-ଜଳେଶ୍ୱର ପୌରାଞ୍ଚଳର ବଡ ବଜାରଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ତଥା ଜଳେଶ୍ୱର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଦୀର୍ଘଦିନ ହେଲା ସ୍ଥାୟୀ...

Leave a comment

Your email address will not be published. Required fields are marked *