ଦୀର୍ଘ ୩୦ବର୍ଷ ହେବ ମହିଳା ବେଶରେ ରହୁଛନ୍ତି ଏହି ପୁରୁଷ

ଜୌନପୁର,୩।୧୧: ଉତ୍ତର ପ୍ରଦେଶ ଜୌନପୁରରେ ଚିନ୍ତାହରଣ ଚୌହାନ(୬୬) ନାମକ ଜାଣ ବୃଦ୍ଧ ଦୀର୍ଘ ୩୦ ବର୍ଷ ହେବ ନାରୀ ବେଶରେ ରହୁଛନ୍ତି। କଥାଟା କାହାଣୀ ଭଳି ଲାଗୁଥିଲେ ବି ସତ। ହେଲେ ସେ ଯାହା କୁହନ୍ତି ତାହା ଅନ୍ଧବିଶ୍ୱାସ ଭଳି ଲାଗୁଥିଲେ ବି ତାହା ତାଙ୍କ ପାଇଁ ସତ ବୋଲି ସେ କୁହନ୍ତି। ମାତ୍ର ୧୪ ବର୍ଷ ବୟସରେ ବିବାହ କରିଥିବା ଚିନ୍ତାହରଣଙ୍କର ବିବାହର କିଛି ବର୍ଷ ମଧ୍ୟରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ମର୍ମାହତ ହୋଇ ସେ କୋଲକାତା ଚାଲିଯାଇ ସେଠାରେ ଏକ ଇଟାଭାଟିରେ କାମ କରିଥିଲେ। କିଛିଦିନ ପରେ ସେଠାରେ ସେ ଜଣେ ବଙ୍ଗାଳି ଝିଅଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ହେଲେ ଏଥିରେ ତାଙ୍କ ପରିବାର ଲୋକେ ଅରାଜି ହେବାରୁ ସେ ତାଙ୍କ ଦ୍ୱିତୀୟ ସ୍ତ୍ରୀଙ୍କୁ କୋଲକାତାରେ ଛାଡି ଦେଇ ଉତ୍ତର ପ୍ରଦେଶ ପଳାଇ ଆସିଥିଲେ। କିଛିଦିନ ପରେ ତାଙ୍କ ସହ ତାଙ୍କ ପରିବାର ସଦସ୍ୟଙ୍କ ଦେହ ଖରାପ ହେବା ଆରମ୍ଭ କଲା। କିଛି ରୋଗ ଚିହ୍ନଟ ପୂର୍ବରୁ ଜଣକ ପରେ ଜଣେ ଚିନ୍ତାହରଣଙ୍କ ମାତା, ପିତା, ଭାଇ, ଭାଉଜ, ପୁତୁରା ଆଦିଙ୍କର ମୃତ୍ୟୁ ହେଲା। ସେପଟେ ଦ୍ୱିତୀୟ ସ୍ତ୍ରୀ ମଧ୍ୟ ସ୍ବାମୀଙ୍କୁ ହରାଇବା ଦୁଃଖରେ ଆତ୍ମହତ୍ୟା କରିଦେଇଥିଲେ। ଏହାଦେଖି ଚିନ୍ତାହରଣ ଭୟଭୀତ ହୋଇ ଯାଇଥିଲେ। ସେ କୁହନ୍ତି ପ୍ରତିଦିନ ତାଙ୍କ ଦ୍ୱିତୀୟ ସ୍ତ୍ରୀ ସ୍ବପ୍ନରେ ଆସିଥାଆନ୍ତି। ଆଉ ସେ ତାଙ୍କୁ ଅଭିମାନରେ କହିଥାଆନ୍ତି ତୁମେ ଷୋଳ ଶୃଙ୍ଗାର ବେଶ ହେଲେ ମୁଁ ତୁମକୁ କ୍ଷମା ଦେବି। ଆଉ ଏହାପରେ ସେ ନାରୀ ବେଶ ଧାରଣ କରିବାରୁ ଆପଣାଛାଏଁ ସେ ସୁସ୍ଥ ହୋଇଯିବା ସହ ତାଙ୍କର ଦୁଇ ପୁଅ ବଞ୍ଚିଯାଇଥିବା ସେ କୁହନ୍ତି। ତେଣୁ ସେବେଠାରୁ ସେ ମୃତ୍ୟୁକୁ ଏକ ପ୍ରକାର ଭୟକରି ନାରୀ ବେଶ ଧାରଣ କରିଛନ୍ତି ବୋଲି କହିଛନ୍ତି।


All Right Reserved By Dharitri.Com

ଲକ୍‌ଡାଉନ୍‌ କଟକଣାକୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଫୁ: ଆଡ଼ମ୍ବରରେ କଲେ ପୁଅର ବିବାହ

ବେଙ୍ଗାଲୁରୁ,୧୭।୪: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। କରୋନା ସହ ମୁକାବିଲା ପାଇଁ ସାରାଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିସହ ସାମାଜିକ ଦୂରତ୍ୱ...

ପ୍ରଥମ ରୋଜଗାର ଟଙ୍କାରେ ବାପାଙ୍କ ଚିକିତ୍ସା ହେଉଥିଲା: ପ୍ରାବନ୍ଧିକ ସତ୍ୟନାରାୟଣ ମିଶ୍ର

ବରିଷ୍ଠ ବ୍ୟାଙ୍କ ପ୍ରବନ୍ଧକ ତଥା ପ୍ରାବନ୍ଧିକ ସତ୍ୟନାରାୟଣ ମିଶ୍ର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଗଙ୍ଗାନାରାୟଣପୁର...

ଲୋକ ସଭା ଉପବାଚସ୍ପତି ପଦ ଓ୍ବାଇଏସଆର୍‌ କଂଗ୍ରେସକୁ ଦିଆଯାଇପାରେ

ନୂଆଦିଲ୍ଲୀ. ୧୨।୬: ଆନ୍ଧ୍ର ପ୍ରଦେଶର ଜଗନମୋହନଙ୍କ ନେତୃତ୍ୱାଧୀନ ଓ୍ବାଇଏସଆର କଂଗ୍ରେସକୁ ଏଥର ଲୋକ ସଭା ଉପବାଚସ୍ପତି ପଦ ଅଫର୍‌ ଭାଜପା ଦେଇପାରେ। ମଙ୍ଗଳବାର ଭାଜପା ସାଂସଦ...

ଛତିଶଗଡ଼ରେ ପୋଲିସ-ମାଓବାଦୀ ମୁହାଁମୁହିଁ

କାଙ୍କେର,୧୪।୬: ଛତିଶଗଡ଼ର କାଙ୍କେର ଜିଲାରେ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନକାଉଣ୍ଟରରେ ୨ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।...

୨୦୧୯ରେ ୩୬୫ ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର ହୋଇଛି: ସୋଲିସିଟର ଜେନେରାଲ

ନୂଆଦିଲ୍ଲୀ,୨୧।୧୧: ଜମ୍ମୁ-କଶ୍ମୀର ଲକ୍‌ଡ଼ାଉନ୍‌ ନେଇ ସୁପ୍ରିମ୍‌କୋର୍ଟରେ ଶୁଣାଣି ଜାରି ରହିଛି। ଏସମ୍ପର୍କରେ ସୋଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି ଯେ, ୨୦୧୯ରେ ଜମ୍ମୁ-କଶ୍ମୀରରେ ୩୬୫ ଆତଙ୍କବାଦୀଙ୍କ...

କରୋନା ଭୟ: ସିଦ୍ଧିବିନାୟକଙ୍କ ଦର୍ଶନ ଉପରେ କଟକଣା ଲଗାଇଲା ଟ୍ରଷ୍ଟ

ମୁମ୍ବାଇ,୧୬।୩: କରୋନା ଭାଇରସ୍‌ ଆତଙ୍କକୁ ଦେଖି ଦେଶରେ ସବୁ ପ୍ରକାରର ସାବଧାନତା ଓ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ସୁରକ୍ଷା ଦୃଷ୍ଟିରୁ ଅଧିକାଂଶ ରାଜ୍ୟରେ ସ୍କୁଲ,...

ଲଗାଣ ବର୍ଷାରେ ବେହାଲ୍‌ ମଧ୍ୟପ୍ରଦେଶ: ଘରେ ପଶିଲା ପାଣି, ସ୍କୁଲ କଲେଜ ବନ୍ଦ

ଭୋପାଳ,୯।୯: ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ମଧ୍ୟପ୍ରଦେଶ। ସହରର ନାଳଗୁଡିକରେ ପାଣି ଉଛୁଳିପଡ଼ିଥିବା ବେଳେ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।...

କ୍ଷୀର ତୁଳନାରେ ଗୋମୂତ୍ରରେ ରହିଛି ଅଧିକ ପୋଷକ ତତ୍ତ୍ୱ

ଇନ୍ଦୋର,୮।୨: ମଧ୍ୟପ୍ରଦେଶ ଜୁନାଗଡ଼ସ୍ଥିତ କୃଷି ବିଶ୍ୱ ବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି। ଗାଈ କ୍ଷୀର ତୁଳନାରେ ଗୋମୂତ୍ରରେ...

Leave a comment

Your email address will not be published. Required fields are marked *