ପିଲାଙ୍କ ଭବିଷ୍ୟତ ଗଠନରେ ଜେଜେମା’ ଓ ଜେଜେବାପାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, ୩।୧୧(ବ୍ୟୁରୋ): ପିଲାଙ୍କ ଉତ୍ତମ ଚରିତ୍ର ଓ ଭବିଷ୍ୟତ ଗଠନରେ ଜେଜେମା’ ଓ ଜେଜେବାପାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ସେମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଶନିବାର ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ, ଇନ୍ଦ୍ରପ୍ରସ୍ଥ ଅଡିଟୋରିୟମ୍‌ରେ ‘ଗ୍ରାଣ୍ଡ ପ୍ୟାରେଣ୍ଟସ୍‌ ଡେ’ ପାଳିତ ହୋଇଯାଇଛି। ପାରମ୍ପରିକ ପଦ୍ଧତିରେ ଜେଜେମା’, ଜେଜେବାପାମାନଙ୍କୁ ସ୍ବାଗତ କରିବା ସହ ଏହି ଉତ୍ସବକୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଆରମ୍ଭ କରାଯାଇଥିଲା। ‘ଗ୍ରାଣ୍ଡପ୍ୟାରେଣ୍ଟସ୍‌ ଡେ’ର ମହତ୍ତ୍ୱକୁ ନେଇ ଏକ କାହାଣୀ ଭିଡିଓ ପ୍ରେଜେଣ୍ଟେଶନ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ଜେଜେମା’ ଓ ଜେଜେବାପାଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା। ସାଇ ଇଣ୍ଟରନ୍ୟାଶନାଲ ଏଜୁକେଶନ୍‌ ଗ୍ରୁପ୍‌ ପ୍ରତିଷ୍ଠାତା ଡ. ବିଜୟ କୁମାର ସାହୁ ଛାତ୍ରୀଛାତ୍ରଙ୍କ ଜେଜେମା’ ଓ ଜେଜେବାପାଙ୍କୁ ଅଭିନନ୍ଦନ ଜଣାଇଥିଲେ। ପିଲାମାନଙ୍କ ସମ୍ପୂର୍ଣ୍ଣ ବିକାଶ ଓ ଭବିଷ୍ୟତ ଗଠନରେ ସେମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏଣୁ ପିଲାମାନଙ୍କ ସହ ସେମାନେ ସମୟ ଅତିବାହିତ କରିବା ନିହାତି ଦରକାର ବୋଲି ସେ ମତବ୍ୟକ୍ତ କରିଥିଲେ।


All Right Reserved By Dharitri.Com

୧୦ ସୁଦ୍ଧା ସିସିଟିଭି ଇନ୍‌ଷ୍ଟାଲେଶନ ସମ୍ପର୍କିତ ତଥ୍ୟ ଦେବାକୁ ନିର୍ଦ୍ଦେଶ: ରେକର୍ଡିଂ ହେବ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର, ୪ା୧(ବ୍ୟୁରୋ): ଚଳିତବର୍ଷ ଯୁକ୍ତ୨ ପରୀକ୍ଷାକୁ ସ୍ବଚ୍ଛ କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି। ଯେଉଁଠାରେ ସିସିଟିଭି ନ ଥିବ ସେଠାରେ...

ଖର୍ଚ୍ଚ ପରିମାଣ ପ୍ରକାଶ କଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା କେଉଁ ବିଭାଗ କେତେ ଖର୍ଚ୍ଚ କରିଛି, ସେ ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାରେ ତଥ୍ୟ ରଖିଛନ୍ତି।...

ସିଂହଦ୍ୱାରରେ ସ୍ଥାପନ ହେଲା ଜୟ, ବିଜୟ ମୂର୍ତ୍ତି

ପୁରୀ ଅଫିସ, ୧୭।୬: ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୋମବାର ଶ୍ରୀମନ୍ଦିର ସିଂହଦ୍ୱାରରେ ଦ୍ୱାରପାଳ ଜୟ ଓ ବିଜୟଙ୍କ ନବନିର୍ମିତ ମୂର୍ତ୍ତି ସ୍ଥାପନ କରାଯାଇଛି। ମେ’...

ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି: ସହରୀ ଭୋଟରଙ୍କ ଉପରେ ନଜର, ନିଯୁକ୍ତ ହେବେ ୱାର୍ଡ ଅଫିସର

ଭୁବନେଶ୍ୱର,୨୫।୮(ବ୍ୟୁରୋ): ରାଜ୍ୟରେ ଥିବା ପ୍ରାୟ ସମସ୍ତ ମହାନଗର ନିଗମ, ପୌରପରିଷଦ ଏବଂ ବିଜ୍ଞାପିତ ଅଞ୍ଚଳ(ଏନ୍‌ଏସି) କାର୍ଯ୍ୟକାଳ ସମାପ୍ତ ହୋଇଛି। କୌଣସି ପୌର ପ୍ରଶାସନରେ ନିର୍ବାଚିତ ପ୍ରତିନିଧି...

ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ: ୫ରୁ ନୃତ୍ୟ, ସଙ୍ଗୀତର ମହାକୁମ୍ଭ

ଭୁବନେଶ୍ୱର,୨୭।୮(ବ୍ୟୁରୋ):ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତର ମହାକୁମ୍ଭ ‘ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ’ ଆସନ୍ତା ସେପ୍ଟେମ୍ବର ୫ ରୁ ୧୧ ତାରିଖ ପର୍ଯ୍ୟନ୍ତ ୭ଦିନ...

ଦାବି ପୂରଣ ପାଇଁ ଭିନ୍ନ ପନ୍ଥା ଆପଣାଇଲେ:ଗଛରେ ଚଢ଼ି ଆତ୍ମହତ୍ୟା ଧମକ ଦେଲେ ଗାଁସାଥୀ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ) : ଉତ୍କଳ ବିଶ୍ୱଦ୍ୟାଳୟର ପରିଜା ଲାଇବ୍ରେରୀ ଛାତ ଉପରୁ ଜଣେ ଯୁବକ ଆତ୍ମହତ୍ୟା ଧମକ ଦେବା ଘଟଣା ମନରୁ ନ ଲିଭୁଣୁ ସୋମବାର ଆଉଏକ...

ମୋ’ବସ୍‌ରେ ମାଗଣା ଖବରକାଗଜ : ଆଗାମୀ ଦିନରେ ମିଳିବ ଦୂରଭାଷ ପାଠାଗାର ସୁବିଧା

ଭୁବନେଶ୍ୱର,୨ା୯(ବ୍ୟୁରୋ) : କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଦ୍ୱାରା ପରିଚାଳିତ ‘ମୋ ବସ୍‌’ ସେବାରେ ନୂଆ ବ୍ୟବସ୍ଥା ଯୋଡିହୋଇଛି। ବ୍ୟସ୍ତ ଜୀବନଶୈଳୀ ଭିତରେ ଲୋକେ...

ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ର କିଡ୍‌ସ ସୁପର ମଡେଲ ଖୋଜା ଅଭିଯାନ

ଭୁବନେଶ୍ୱର,୨୩।୫(ବ୍ୟୁରୋ): ଓ୍ବିମେନ୍ସ ଡେ’ ସେଲିବ୍ରେଶନ ପରେ କୁନି କୁନି ପିଲାଙ୍କ ପାଇଁ ଏକ ନୂଆ କ୍ୟାମ୍ପେନ୍‌ ଆରମ୍ଭ କରିଛି ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ ମଲ୍‌। ପିଲାଙ୍କ...

Leave a comment

Your email address will not be published. Required fields are marked *