ଘରଭଙ୍ଗା ସହାୟତାକୁ ନେଇ ଅଭିନବ ଧାରଣା: ବ୍ଲକ ସମ୍ମୁଖରେ ରୋଷେଇ କରି ଖାଇଲେ କ୍ଷତିଗ୍ରସ୍ତ

ପୁରୀ ଅଫିସ, ୩।୧୧: ବାତ୍ୟା ଫନୀକୁ ୬ ମାସ ପୂରିଛି। ହେଲେ ଏବେ ବି ଅନେକ କ୍ଷତିଗ୍ରସ୍ତଙ୍କୁ ଘରଭଙ୍ଗା ସହାୟତା ମିଳିପାରିନାହିଁ। ତଦନ୍ତରେ ବ୍ୟାପକ ଅନିୟମିତତା ନେଇ କ୍ଷତିଗ୍ରସ୍ତମାନେ ଅଭିଯୋଗ କରୁଥିବାବେଳେ ପ୍ରଶାସନ କୌଣସି ପଦକ୍ଷେପ ନେଉନି। ଏହାର ପ୍ରତିବାଦରେ ଶନିବାର ପୁରୀ ସଦର ବ୍ଲକ ସମ୍ମୁଖରେ କ୍ଷତିଗ୍ରସ୍ତମାନେ ଅଭିନବ ଉପାୟରେ ଧାରଣା ଦେଇଥିଲେ। ଜମାରସୁଅଁା ପଞ୍ଚାୟତର ବାଇଲିବାଟି ଓ ପାତ୍ରପଡ଼ାର ୧୨ ପରିବାରର ସଦସ୍ୟ ବ୍ଲକ ଅଫିସ୍‌ ସମ୍ମୁଖରେ ରୋଷେଇ କରି ଖାଇଥିଲେ। ବିଡିଓ ଟେଲିଫୋନରେ ଆସନ୍ତା ସୋମବାର ତାଙ୍କୁ ଦେଖା କରିବାକୁ କହିବାରୁ କ୍ଷତିଗ୍ରସ୍ତମାନେ ଧାରଣାରୁ ଓହରି ଯାଇଥିଲେ। ଫନୀ ପରେ କେତେକ ପରିବାର ଅସଜଡ଼ା ଘରେ ତ ଆଉ କିଏ ପଲିଥିନ ତଳେ ପିଲାଛୁଆଙ୍କୁ ଧରି ଦିନ କାଟୁଛନ୍ତି। ଏହାକୁ ନେଇ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଏ ସମ୍ପର୍କରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ୩/୪ ହଜାର ଅଭିଯୋଗ କରାଯାଉଛି। ତଥାପି କୌଣସି ସମାଧାନ ପନ୍ଥା ବାହାରି ପାରୁନାହିଁ। ଶନିବାର ବ୍ଲକ ସମ୍ମୁଖରେ ଧାରଣା ଦେଇଥିବା ପ୍ରତାପ କୁମାର ମହାନ୍ତି କହିଛନ୍ତି, ଫନୀ ବାତ୍ୟାରେ ଆମ ୩ ବଖରା ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ଘରଭଙ୍ଗା ସହାୟତା ମିଳିନାହିଁ। ଆଂଶିକ କ୍ଷତିଗ୍ରସ୍ତ ବୋଲି ତାଲିକା କରାଯାଇଛି। କ୍ଷୟକ୍ଷତି ଆକଳନରେ ଅନିୟମିତତା ହୋଇଛି। ସହାୟତା ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଛୁ, ହେଲେ କୌଣସି ସୁଫଳ ନ ପାଇ ହତାଶ ହେବା ପରେ ସଦର ବିଡିଓଙ୍କୁ ଦେଖା କରିବାକୁ ଆସିଥିଲୁ। ବିଡିଓଙ୍କ ସହିତ ସାକ୍ଷାତ୍‌ ନ ହେବାରୁ ଧାରଣାରେ ବସିଥିଲୁ।


All Right Reserved By Dharitri.Com

ଖାଦ୍ୟ ଓ ଖାଉଟି ବ୍ୟାପାର ଜାତୀୟ ପରାମର୍ଶଦାତା ବୈଠକ:ବକେୟା ଅର୍ଥ ପଇଠ କରିବାକୁ ଦାବି କଲେ ମନ୍ତ୍ରୀ

ଭୁବନେଶ୍ୱର,୪ା୯(ବ୍ୟୁରୋ):ଧାନ ସଂଗ୍ରହ ବାବଦକୁ କେନ୍ଦ୍ରଠାରୁ ମିଳିବାକୁ ଥିବା ବକେୟା ସବ୍‌ସିଡି ଅର୍ଥ ତୁରନ୍ତ ପ୍ରଦାନ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର...

ପୋଲିସର ମନମୁଖୀ କାର୍ଯ୍ୟକଳାପ ବିରୋଧରେ ଗ୍ରାମବାସୀଙ୍କ ଧାରଣା

ଖୋର୍ଦ୍ଧା ଅଫିସ,୨୮।୧: ଖୋର୍ଦ୍ଧା ବୋଲଗଡ଼ ଥାନା ବାଙ୍କୋଇ ଫାଣ୍ଡି ପୋଲିସର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ମଙ୍ଗଳବାର ହାଟବସ୍ତ ଗ୍ରାମବାସୀ ଫାଣ୍ଡି ସମ୍ମୁଖରେ ଧାରଣା ଦେଇଛନ୍ତି।...

ଖଣ୍ଡପଡ଼ାରେ ଅଜଣା ରୋଗରେ୨ଶହରୁ ଊର୍ଦ୍ଧ୍ୱ ଗୋରୁ ଆକ୍ରାନ୍ତ

ଖଣ୍ଡପଡା,୧୯।୧୦(ସ୍ବ.ପ୍ର.): ଖଣ୍ଡପଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ଗତ ୧୫ ଦିନ ମଧ୍ୟରେ ଅଜଣା ରୋଗରେ ୨ଶହରୁ ଊର୍ଦ୍ଧ୍ୱ ଗୋରୁ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ...

କରୋନା ସମୟରେ କଳାକାରଙ୍କୁ ଭତ୍ତା ଦେବାକୁ ଭୁଲିଗଲେ ସରକାର

ଧାମନଗର,୨୯।୩(ଡି.ଏନ୍‌.ଏ.): କରୋନା କବଳରୁ ମୁକ୍ତି ପାଇଁ ସରକାରଙ୍କ ପ୍ରଚେଷ୍ଟା ଜାରି ରହିଥିବାବେଳେ ଗୃହବନ୍ଦୀ କରାଯାଇ ଜନସାଧାରଣଙ୍କୁ ଖାଦ୍ୟପେୟ ଯୋଗାଇ ଦିଆଯାଉଛି। ଗରିବ ବୃଦ୍ଧା,ବୃଦ୍ଧ, ବିଧବା, ଭିନ୍ନକ୍ଷମଙ୍କୁ...

ମୋବାଇଲ ଅଛି, ନେଟଓ୍ବର୍କ ନାହିଁ: ଅପହଞ୍ଚ ଇଲାକାରେ ମୋବାଇଲ ଫୋନ ସେବା ବିଚ୍ଛିନ୍ନ

ଲେଫ୍ରିପଡା,୧୦।୧(ଡି.ଏନ.ଏ) -ସୁନ୍ଦରଗଡ ଜିଲା ଲେଫ୍ରିପଡା ବ୍ଲକ୍‌ ଅନ୍ତର୍ଗତ ରାଜବାହାଲ ପଞ୍ଚାୟତ ଏକ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ। ଏହା ଦୁର୍ଗମ ପାହାଡି ଅଞ୍ଚଳରେ ରହିଥିବା ବେଳେ...

ବାଭଣପଡାରେ କାଳବୈଶାଖୀ: ଘର ଉପରେ ମାଡ଼ି ବସିଲା ବିଶାଳ ଗଛ

ପାଟଣା,୧୮।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଭୁଲୁଦା ବାଭଣପଡା ସାହିରେ ରବିବାର ରାତିରେ କାଳବୈଶାଖୀ ହୋଇଛି। ଫଳରେ ସାହିର ତ୍ରିଲୋଚନ ନାଏକଙ୍କ ଘର ଉପରେ...

ରସୁଲପୁର ଗସ୍ତରେ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ : ଅପହଞ୍ଚ ପଞ୍ଚାୟତରେ ପଡ଼ୁନି ଦୃଷ୍ଟି

ରସୁଲପୁର,୧୧।୧୦(ଡି.ଏନ୍‌.ଏ.)- ରସୁଲପୁର ବ୍ଲକକୁ ଗୁରୁବାର ଅପରାହ୍ନରେ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ସତ୍ୟନାରାୟଣ ଦାଶ ଗସ୍ତରେ ଆସି ଫେରି ଯାଇଛନ୍ତି। ସେ ବ୍ଲକର ବିଭିନ୍ନ ଉନ୍ନୟନମୂଳକ...

ଅନ୍ଧାରିମୁଲକର ଗଁ। ଗୁରୁଜାଙ୍ଗ: ରାସ୍ତା ପାଇଁ ଅଣ୍ଟାଭିଡିଲେ ଗ୍ରାମବାସୀ

ଢେଙ୍କାନାଳ ଅଫିସ, ୧୨।୧୦ – ଗ୍ରାମାଞ୍ଚଳର ବିକାଶକୁ ଗୁରୁତ୍ୱ ଦେଉଛନ୍ତି ସରକାର। ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ସାଙ୍ଗକୁ ଆନୁଷଙ୍ଗିକ ଭିତ୍ତିଭୂମି ପାଇଁ ସରକାରୀ ତହବିଲରୁ ଖର୍ଚ୍ଚ...

Leave a comment

Your email address will not be published. Required fields are marked *