୬ ମାସ ପରେ ଖୋଲିଲା ବାଲୁଖଣ୍ଡ ପ୍ରକୃତି ନିବାସ: ଫୁଲ, ଚନ୍ଦନ ଦେଇ ପର୍ଯ୍ୟଟକଙ୍କୁ ସ୍ବାଗତ

ପୁରୀ ଅଫିସ, ୩।୧୧: ବାତ୍ୟା ଫନୀ ପରଠାରୁ ବନ୍ଦ ରହିଥିବା ପୁରୀର ବାଲୁଖଣ୍ଡ ପ୍ରକୃତି ନିବାସ ଠିକ୍‌ ୬ ମାସ ପରେ ଶନିବାର ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ଏହା ଏବେ ପର୍ଯ୍ୟଟକଙ୍କ ରହଣି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି। ଡିଏଫ୍‌ଓ ହର୍ଷବର୍ଦ୍ଧନ ଉଦ୍‌ଗାତା ପର୍ଯ୍ୟଟକମାନଙ୍କୁ ସ୍ବାଗତ କରିଛନ୍ତି। ପର୍ଯ୍ୟଟନ ଋତୁ ଆସୁଥିବାରୁ ପ୍ରକୃତି ନିବାସ ପୂର୍ବପରି ପର୍ଯ୍ୟଟକଙ୍କ ଆକର୍ଷଣ ସାଜିବ। ଜଙ୍ଗଲ ଭିତରେ ପର୍ଯ୍ୟଟକମାନେ ରାତି ବିତାଇବା ସହ ପ୍ରକୃତିର ଭରପୂର ମଜା ନେଇପାରିବେ। ଏଥିଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଡିଏଫ୍‌ଓ କହିଛନ୍ତି।
ଗତ ମେ’ ୩ ତାରିଖ ଫନୀରେ ବାଲୁଖଣ୍ଡ ଅଭୟାରଣ୍ୟ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଥିଲା। ଅଭୟାରଣ୍ୟ ମଧ୍ୟରେ ରହିଥିବା ପ୍ରକୃତି ନିବାସ ମଧ୍ୟ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା। କଟେଜ୍‌ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଥିବାବେଳେ ଏହା ପରିସରରେ ଥିବା ଗଛଗୁଡ଼ିକ ଧରାଶାୟୀ ହୋଇପଡିଥିଲା। ବନ ବିଭାଗ ପକ୍ଷରୁ ଏହାର ମରାମତି ପାଇଁ ଉଦ୍ୟମ ଆରମ୍ଭ କରାଯାଇଥିଲା। ଇତିମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ ସଜାଡ଼ି ଦିଆଯାଇଛି। କଲିକତାର ଡ. ବୈଦ୍ୟନାଥ ବିଶ୍ୱାସ ଓ ତାଙ୍କ ସ୍ତ୍ରୀ ପ୍ରକୃତି ନିବାସର ଚଳିତବର୍ଷର ପ୍ରଥମ ପର୍ଯ୍ୟଟକ ଭାବେ ଏଠାରେ ରହିଛନ୍ତି। ସେମାନଙ୍କ ସହ ଆହୁରି କେତେଜଣ ପର୍ଯ୍ୟଟକ ମଧ୍ୟ ରହିବା ପାଇଁ ବୁକିଂ କରିଛନ୍ତି। ପ୍ରଥମ ଦିନରେ ସମସ୍ତ ପର୍ଯ୍ୟଟକଙ୍କୁ ଫୁଲ ଓ ଚନ୍ଦନ ଦିଆଯାଇ ସ୍ବାଗତ କରାଯାଇଛି। ଏ ସମ୍ପର୍କରେ ଡିଏଫ୍‌ଓ ଉଦ୍‌ଗାତା କହିଛନ୍ତି, ପର୍ଯ୍ୟଟନ ଋତୁ ପୂର୍ବରୁ ଏହାର ପୁନରୁଦ୍ଧାର ଲକ୍ଷ୍ୟରେ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାମ କରାଯାଇଥିଲା। ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଭାବେ ପର୍ଯ୍ୟଟକଙ୍କ ରହଣି ପାଇଁ ପ୍ରସ୍ତୁତ ହୋଇଯାଇଛି। ପ୍ରାୟ ଅଢ଼େଇ ଏକର ଜମିରେ ଏହି ପ୍ରକୃତି ନିବାସ କରାଯାଇଛି। ଏଠାରେ ୧୦ଟି ଶୀତତାପ ନିୟନ୍ତ୍ରିତ କଟେଜ୍‌ ରହିଛି। ପର୍ଯ୍ୟଟକମାନେ ବୁକିଂ କରି ଏଠାରେ ରାତ୍ରିଯାପନ କରିପାରିବେ। ଗୋଟିଏ କଟେଜ୍‌ରେ ଡବଲ ବେଡ୍‌ ସହିତ ଆନୁଷଙ୍ଗିକ ସୁବିଧା ମଧ୍ୟ ରହିଛି। ଯେଉଁମାନେ ଏଠାରେ ରହିବେ, ସେମାନଙ୍କୁ ଅଭୟାରଣ୍ୟରେ ବୁଲାଇବା ସହିତ ବୋଟିଂ ସୁବିଧା ଏବଂ ଖାଦ୍ୟପେୟ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ଅଭୟାରଣ୍ୟ ବୁଲାଇବା ଲାଗି ୩ଟି ଇ-ଅଟୋ ସାଙ୍ଗକୁ ପିଲାଙ୍କ ଖେଳିବା ପାଇଁ ସୁବିଧା ଅଛି। ଏପରି କି ରାତିରେ ହରିଣଙ୍କୁ ମଧ୍ୟ ଖୁବ୍‌ ନିକଟରୁ ପର୍ଯ୍ୟଟକମାନେ ଦେଖିପାରିବେ। ମୋଟାମୋଟି ପ୍ରକୃତି ଭିତରେ ରାତି କଟାଇବାକୁ ପ୍ରକୃତି ନିବାସ ହିଁ ପର୍ଯ୍ୟଟକଙ୍କ ପାଇଁ ପ୍ରକୃଷ୍ଟ ସ୍ଥାନ ବୋଲି ଡିଏଫ୍‌ଓ କହିଛନ୍ତି। ସୂଚନାଥାଉ କି, ଶ୍ରୀମନ୍ଦିର ଏବଂ ସ୍ବର୍ଣ୍ଣାଭ ବେଳାଭୂମି ପ୍ରତି ଆକୃଷ୍ଟ ହୋଇ ପୁରୀ ସହରକୁ ପର୍ଯ୍ୟଟକମାନେ ଛୁଟି ଆସୁଛନ୍ତି। ସହର ଉପକଣ୍ଠରେ ବାଲୁଖଣ୍ଡ ଅଭୟାରଣ୍ୟ, ନୂଆନଈ ଆଦି ପ୍ରାକୃତିକ ବିଭବ ରହିଥିଲେ ହେଁ ତାହାର ମଜା ଉଠାଇପାରୁ ନ ଥିଲେ ପର୍ଯ୍ୟଟକ। ତେଣୁ ପର୍ଯ୍ୟଟକଙ୍କୁ ପ୍ରକୃତିର ମଜା ଦେବା ପାଇଁ ରାଜ୍ୟ ସରକାରଙ୍କ ପରିବେଶ ଓ ଜଙ୍ଗଲ ବିଭାଗ ପକ୍ଷରୁ ପ୍ରକୃତି ନିବାସର ପରିକଳ୍ପନା କରାଯାଇଥିଲା। ପୁରୀ-କୋଣାର୍କ ରାସ୍ତାର ସୈକତ ନିବାସ ନିକଟ ନୂଆନଈ କୂଳରେ ୨୦୧୬ରେ ଏହା ତିଆରି କରାଯାଇଥିଲା।


All Right Reserved By Dharitri.Com

ପଞ୍ଚାୟତସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌

ଖଡିଆଳ,୧୭।୯(ଡି.ଏନ.ଏ.) ନୂଆପଡା ଜିଲା ଖଡିଆଳ ଲାଞ୍ଜି ଗ୍ରାମପଞ୍ଚାୟତଠାରେ ପଞ୍ଚାୟତସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗ୍ରାମର ଝାଙ୍କର ତଥା ସରପଞ୍ଚ ହିରାଧର...

ବଳକା ଧାନ କିଣୁନି ସମିତି, ଚାଷୀ ଅସନ୍ତୋଷ

ବାଲିଆପାଳ, ୩|୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ଚାଷୀଙ୍କଠୁ ସିଧାସଳଖ ଧାନ କିଣିବା ପାଇଁ ସେବା ସମବାୟ ସମିତିକୁ ସରକାର ଦାୟିତ୍ୱ ପ୍ରଦାନ କରିଛନ୍ତି ା ସରକାର...

ଶ୍ରୀମନ୍ଦିର ସୁରକ୍ଷା ଜୋନ: ଭଙ୍ଗା ହେଲା ତିନିମହଲା କୋଠା,ବୁଧବାର ଗଡ଼ନ୍ତି ଛକରେ ହେବ ଉଚ୍ଛେଦ

ପୁରୀ ଅଫିସ, ୧୭ା୧୨: ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚୌହଦୀରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ୭୫ ମିଟରେ ଭିତରେ ଥିବା ମଠ ଏବଂ ବ୍ୟକ୍ତିଗତ ଘର...

ଅବେବସ୍‌ତା ଘେରରେ ହାଟପଦାପଡା ସ୍କୁଲ:ବଖ୍‌ରେ ଘରେ ୯୨ ଛାତ୍ରୀଛତ୍ରକଁର ପାଠ୍‌ପଢ଼ା

ଲାଠୋର, ୯ା୭ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ହାଟପଦାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଲୟ ଅବେବସ୍‌ତା ଘେରରେ ରହିଛେ। ଇଥିରଲାଗି ଛାତ୍ରୀଛାତ୍ର, ଶିକ୍ଷକ...

ଲକ୍‌ଡାଉନ୍‌ ମାନୁନାହାନ୍ତି, ଔଷଧ ଆଣିବା ବାହାନାରେ ବାହାରେ ବୁଲୁଛନ୍ତି ଲୋକେ

ବାଲିଗୁଡ଼ା,୨୮।୩(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବାକୁ ସାରାଦେଶ ଲକ୍‌ଡାଉନ୍‌ କରାଯାଇଛି। କେବଳ ଜରୁରୀ ସମୟରେ ଓ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ ଲୋକମାନେ ବାହାରକୁ ଯିବା ପାଇଁ...

ବାଘ ଠାବ ପାଇଁ ଟ୍ରାପ୍‌ କ୍ୟାମେରା ଲାଗିପାରୁନାହିଁ: ଗୁଣ୍ଡିରିବାଡ଼ିବାସୀ ଆତଙ୍କିତ, ଘୁରି ବୁଲିଛି ବନ ବିଭାଗ

ଭଞ୍ଜନଗର,୫।୧୧(ଡି.ଏନ.ଏ)- ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ ଗୁଣ୍ଡିରିବାଡ଼ି, ତେନ୍ତୁଳିଆ, ଲଣ୍ଡେଇହିଲ୍‌ ଅଞ୍ଚଳବାସୀଙ୍କୁ ବିଗତ କିଛିଦିନ ହେବ ବାଘ ଆତଙ୍କ ଘାରିଛି। ସୋମବାର ରାତିରେ...

ଫୁଲବାଣୀରେ ଏନ୍‌ସିପିସିଆର ଟିମ୍‌ର ଜନଶୁଣାଣି

ଫୁଲବାଣୀ ଅଫିସ, ୨୨ା୧୧- ଫୁଲବାଣୀ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍‌ସିପିସିଆର) ଟିମ ପକ୍ଷରୁ ଜନଶୁଣାଣି ଶିବିର ଗୁରୁବାର...

ପରମିଟ୍‌ ପାସ୍‌ ସାଜିଛି ପ୍ରତିବନ୍ଧକ: ମଣ୍ଡିରୁ ଉଠୁନି ଧାନ

କର୍ଲାମୁଣ୍ଡା, (ଡି.ଏନ୍‌.ଏ)୧୫।୨: ପରମିଟ୍‌ ପାସ ବନ୍ଦ ହେବା ଯୋଗୁ ବିଭିନ୍ନ ମଣ୍ଡିରେ ଚାଷୀଙ୍କ ଧାନ ଉଠିବାରେ ସମସ୍ୟା ଦେଖାଦେଇଛି। ଏଭଳି ସମସ୍ୟା କଳାହାଣ୍ଡି ଜିଲା କର୍ଲାମୁଣ୍ଡା...

Leave a comment

Your email address will not be published. Required fields are marked *