Posted inଜାତୀୟ

ମମତାଙ୍କ ଫୋନ୍‌ ଟ୍ୟାପିଙ୍ଗ୍‌ ଅଭିଯୋଗ

କୋଲକାତା, ୩ା୧୧(ପି.ଟି.): କେନ୍ଦ୍ର ସରକାରଙ୍କ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ଆକ୍ରମଣ କରିଛନ୍ତି। ସେ ଶନିବାର ଅଭିଯୋଗ କରି କହିଛନ୍ତି ଯେ, ମୋଦି ସରକାର ମୋ ଫୋନ୍‌ ଟ୍ୟାପିଙ୍ଗ୍‌ କରୁଛନ୍ତି। ଏହା ଏକ ଗୁରୁତର ଘଟଣା। ମୋଦି ସରକାର ଇସ୍ରାଏଲ ଫାର୍ମ ଏନ୍‌ଏସ୍‌ଓ ଗ୍ରୁପକୁ ଲଗାଇ ବିଭିନ୍ନ ରାଜନେତା, ମିଡିଆ କର୍ମୀ, ସାମାଜିକ କର୍ମୀ, ଓକିଲ, ଏମିତିକି ବିଚାରପତି, ଆଇଏଏସ୍‌-ଆଇପିଏସ୍‌ଙ୍କ କାର୍ଯ୍ୟକଳାପକୁ ଅନୁଧ୍ୟାନ କରୁଛନ୍ତି। ଏହି ସୂଚନା ସମ୍ପୂର୍ଣ୍ଣ ସତ୍ୟ ବୋଲି ଦିଦି କହିଛନ୍ତି। ଇସ୍ରାଏଲ ଏନ୍‌ଏସ୍‌ଓ ଭାରତ ସରକାରଙ୍କୁ ଏଭଳି ସଫ୍ଟଓ୍ବେର ଯୋଗାଇଥିବାବେଳେ ବିଭିନ୍ନ ସଂସ୍ଥା ଏହାକୁ ବ୍ୟବହାର କରୁଛନ୍ତି। ଇସ୍ରାଏଲୀ ସ୍ପାଏଓ୍ବେର ପେଗାସସ୍‌ ଏସବୁରେ ସରକାରଙ୍କୁ ସହାୟତା କରୁଥିବା ମମତା ଅଭିଯୋଗ କରିଛନ୍ତି।


All Right Reserved By Dharitri.Com

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ପୁଲଓ୍ବାମା ଶହିଦ ଯବାନଙ୍କ ପରିବାର

ନୂଆଦିଲ୍ଲୀ, ୩୦।୫: ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ପୁଲଓ୍ବାମା ଆକ୍ରମଣରେ ଶହିଦ ହୋଇଥିବା ପରିବାର। କେବଳ ଶହିଦଙ୍କ ମା’ ହିଁ ଶପଥ ଗ୍ରହଣ...

ବିକ୍ରମକୁ ପାଇଲାନି ନାସା, ଚେଷ୍ଟା ଜାରି ରଖିବ

ନ୍ୟୁୟର୍କ/ନୂଆଦିଲ୍ଲୀ,୨୭।୯: ମିଶନ ଚନ୍ଦ୍ରଯାନ-୨ରେ ଇସ୍ରୋ ପକ୍ଷରୁ ଚନ୍ଦ୍ରକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମକୁ ଖୋଜି ପାଇଲାନି ଆମେରିକୀୟ ମହାକାଶ ସଂସ୍ଥା ନାସା। ବିକ୍ରମକୁ ଖୋଜିବା ପାଇଁ ଅକ୍ଟୋବରରେ...

୫୦ କୁକୁରଙ୍କୁ ମାରିଲା ତେଲେଙ୍ଗାନା ନଗରପାଳିକା ଏଜେନ୍ସି: ମାମଲା ରୁଜୁ

ହାଇଦ୍ରାବାଦ,୨୩।୬: ତେଲେଙ୍ଗାନାର ବିକାରାବାଦରେ ନଗରପାଳିକା ଏଜେନ୍ସି ଦ୍ୱାରା ୫୦ରୁ ଊର୍ଦ୍ଧ୍ୱ କୁକୁରଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ପୋଲିସର ସୂଚନା ଅନୁଯାୟୀ, କୁକୁର ଗୁଡିକର ମୃତ ଶରୀରକୁ...

ଟ୍ରମ୍ପ୍‌ ଦେଖିବେନି ଗୁଜରାଟ ଦାରିଦ୍ର୍ୟ: ଝୁମ୍ପୁଡ଼ି ବସ୍ତି ଆଗରେ ତିଆରି ହେଲା ପ୍ରାଚୀର

ଅହମଦାବାଦ୍‌,୧୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଆସନ୍ତା ୨୪-୨୫ରେ ଭାରତ ଗସ୍ତରେ ଆସିବେ। ସେ ଗୁଜରାଟର ଅହମଦାବାଦରେ କେମ୍‌ ଛୋ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗଦେବେ। ଟ୍ରମ୍ପ୍‌ଙ୍କ...

ଅଟୋ ସହ ଧକ୍କା ହେବା ପରେ କୂଅରେ ପଡ଼ିଲା ବସ୍‌: ୧୧ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ନାସିକ୍‌,୨୮।୧: ମହାରାଷ୍ଟ୍ରର ନାସିକ୍‌ ଅନ୍ତର୍ଗତ ଦେଓଲା ଅଞ୍ଚଳରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମାଲାଗାଓଁରୁ କଲଓ୍ବାନ୍‌ ଯାଉଥିବା ଏକ ବସ୍‌ ଅଟୋ ସହ...

ଆତଙ୍କବାଦୀ ଆକ୍ରମଣ ସୂଚନା: ପଞ୍ଜାବରେ ହାଇ ଆର୍ଲଟ

ଚଣ୍ଡିଗଡ଼,୧୨।୧୦: ଆତଙ୍କବାଦୀ ଆକ୍ରମଣ ସୂଚନା ମିଳିବା ପରେ ପଞ୍ଜାବରେ ହାଇ ଆର୍ଲଟ ଜାରି କରାଯାଇଛି। ଚଣ୍ଡିଗଡ଼, ପଠାନକୋଟ, ଗୁରୁଦାସପୁର ଓ ଅମୃତସରରେ ଆତଙ୍କବାଦୀ ଆକ୍ରମଣ ହେବା...

ନାଗରିକତା ସଂଶୋଧନ ବିଲ୍‌ ଲୋକସଭାରେ ଆଗତ

ନୂଆଦିଲ୍ଲୀ,୯।୧୨: ନାଗରିକତା ସଂଶୋଧନ ବିଲ୍‌କୁ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସଭାରେ ଆଗତ କରିଛନ୍ତି। ଗୃହରେ ଉପସ୍ଥିତ ଥିବା ୩୭୫ ସଦସ୍ୟଙ୍କ ମଧ୍ୟରୁ ଆଗତ...

ମହଙ୍ଗା ପଡ଼ିଲା ଉଦ୍ଧବଙ୍କ ବିରୋଧରେ ବିବାଦୀୟ ପୋଷ୍ଟ: ଯୁବକଙ୍କୁ ମାଡ଼ମାରି ଲଣ୍ଡା କଲେ ଶିବସେନା ସମର୍ଥକ

ମୁମ୍ବାଇ,୨୪।୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିବାଦୀୟ ପୋଷ୍ଟ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଶିବସେନା ସମର୍ଥକ ଉକ୍ତ ଯୁବକଙ୍କୁ ମାଡ଼ମାରିବା ସହ...

Leave a comment

Your email address will not be published. Required fields are marked *