Posted inଜାତୀୟ

ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ଆହ୍ବାନ

ନୂଆଦିଲ୍ଲୀ,୩ା୧୧(ପି.ଟି.): ଆତଙ୍କବାଦ ଓ ଜଳବାୟୁ ପରିବର୍ତ୍ତନ ବିରୋଧରେ ମିଳିତ ଲଢ଼େଇ ପାଇଁ ଶନିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାଙ୍ଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ସଦସ୍ୟ ରାଷ୍ଟ୍ରମାନଙ୍କୁ ଆହ୍ବାନ ଦେଇଛନ୍ତି। ଆତଙ୍କବାଦ ବିରୋଧୀ ଲଢ଼େଇ ପାଇଁ ବର୍ତ୍ତମାନର ସମସ୍ତ ଅନ୍ତର୍ଜାତୀୟ ଆଇନକୁ ସୁଦୃଢ଼ କରିବା ସହ ଏହାକୁ କାର୍ଯ୍ୟକାରୀ କରିବାକୁ ହେବ ବୋଲି ସଦସ୍ୟ ରାଷ୍ଟ୍ରର ସରକାର ମୁଖ୍ୟମାନଙ୍କ ଅଷ୍ଟାଦଶ ସମ୍ମିଳନୀରେ ଯୋଗଦେଇ ରାଜନାଥ କହିଛନ୍ତି। ଏଥିସହିତ ଦାରିଦ୍ର୍ୟ, ଅନଗ୍ରସରତା, ଅସମାନତା ଓ ମହାମାରି ଆଦି ଚ୍ୟାଲେଞ୍ଜ ବିରୋଧରେ ଏକାଠି କାମ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉଜ୍‌ବେକିସ୍ତାନର ତାସ୍‌କେଣ୍ଟଠାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ରାଜନାଥ ଯୋଗଦେଇଥିଲେ। ଆତଙ୍କବାଦ ଆମ ସମାଜରେ ଅସ୍ଥିରତା ସୃଷ୍ଟି କରିବା ସହ ବିକାଶ ପଥରେ ବାଧକ ହୋଇଛି। ଏହା ବିରୋଧରେ ଏସ୍‌ସିଓ ରାଷ୍ଟ୍ରମାନେ ଏକାଠି ହେବା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ।


All Right Reserved By Dharitri.Com

ଅନୁଚ୍ଛେଦ ୩୭୦ ଉଚ୍ଛେଦ: କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ; ଅକ୍ଟୋବରରେ ସମ୍ବିଧାନ ପୀଠରେ ହେବ ଶୁଣାଣି

ନୂଆଦିଲ୍ଲୀ,୨୮।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ମାମଲାରେ ସୁପ୍ରିମ୍‌କୋର୍ଟରେ ୧୪ଟି ଆବେଦନ ଦାଖଲ କରାଯାଇଥିଲା। ତେବେ ମୋବାଇଲ୍‌ ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ ନେଇ ସର୍ବୋଚ୍ଚ...

୩୩ ପ୍ରତିଶତ ଲୋକଙ୍କ ମତ:ମାନ୍ଦାବସ୍ଥାର କାରଣ ବିମୁଦ୍ରୀକରଣ

ନୂଆଦିଲ୍ଲୀ, ୮।୧୧:୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରୀକରଣ ଘୋଷଣା କରିଥିଲେ। ଏଥିଯୋଗୁ ୮୬% ନୋଟ୍‌ ଅଚଳ ଓ ଅବୈଧ ହୋଇଯାଇଥିଲା। ଏବେ ଏହାର...

ପଦ ଛାଡିଲେ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ

ଭୋପାଳ, ୭।୭: ଗତ ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ଜାରି ରହିଥିବା ଇସ୍ତଫା କ୍ରମରେ ସାମିଲ ହୋଇଛନ୍ତି ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ। କଂଗ୍ରେସ...

ଦୀପାବଳି ପାଇଁ ଲାଗେ ଗଧ ହାଟ: ଦାମ୍‌ ଲକ୍ଷେ ଟଙ୍କା

ଚିତ୍ରକୂଟ,୧୯।୧୦: ପ୍ରଭୁ ଶ୍ରୀରାମଙ୍କ ତପସ୍ୟା ସ୍ଥଳ ଚିତ୍ରକୂଟରେ ଦୀପାବଳି ଅବସରରେ ୩ ଦିନ ପାଇଁ ମନ୍ଦାକିନୀ ନଦୀ କୂଳରେ ଲାଗେ ଐତିହାସିକ ଗଧ ହାଟ। ଏଠାକୁ...

ଅଶାନ୍ତ ପଶ୍ଚିମବଙ୍ଗ: ବିକ୍ଷୋଭବେଳେ ଭାଜପା କର୍ମକର୍ତ୍ତାଙ୍କ ଉପରେ ଲୁହ ବୁହା ଗ୍ୟାସ ପ୍ରୟୋଗ

କୋଲକାତା,୧୨।୬: ପଶ୍ଚିମବଙ୍ଗରେ ହିଂସା ଥମିବାର ନା ନେଉନି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଓ ଭାଜପା ମଧ୍ୟରେ ଏବେ ରାଜନୈତିକ ଯୁଦ୍ଧ ତେଜିବାରେ ଲାଗିଛି। ବୁଧବାର ଟିଏମ୍‌ସିି...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ପୁଞ୍ଚ,୭।୯: ଜମ୍ମୁ-କଶ୍ମୀର ପୁଞ୍ଚ ଜିଲାର କ୍ରିଷ୍ଣା ଘାଟି ସେକ୍ଟରେ ଶନିବାର ସକାଳେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରିତି ଉଲ୍ଲଂଘନ କରିଛି। ହେଲେ ଏହାର କଡା ଜବାବ...

ମୋଦିଙ୍କ ଶୁଭେଚ୍ଛା ଜଣାଇ ଟ୍ରଲ ହେଲେ ଶବାନା

ମୁମ୍ବାଇ,୨୪।୫: ଲୋକ ସଭା ନିର୍ବାଚନ ଫଳାଫଳ ଆସିବା ପରେ ସୋସିଆଲ ମିଡିଆରେ ମୋଦିଙ୍କ ସମର୍ଥକ ଓ ବିରୋଧୀଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଭଲ...

ଶେଷରେ ଘରକୁ ବାହୁଡିଲେ ଅଜିତ ପାଓ୍ବାର, କୋଳାଗ୍ରତ କଲେ ସୁପ୍ରିୟା

ମୁମ୍ବାଇ,୨୭।୧୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଏନସିପି ନେତା ଅଜିତ ପାଓ୍ବାର ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବୁଧବାର ମହାରାଷ୍ଟ୍ର ବିଧାନସଭାର ସ୍ବତନ୍ତ୍ର...

Leave a comment

Your email address will not be published. Required fields are marked *