Posted inଜାତୀୟ

ଭାଜପା ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ ପଛରେ ପାକିସ୍ତାନ

ନୂଆଦିଲ୍ଲୀ, ୩ା୧୧(ପି.ଟି.): ସନ୍ଦିଗ୍ଧ ପାକିସ୍ତାନୀ ହ୍ୟାକରମାନେ ଶନିବାର ଭାଜପାର ଦିଲ୍ଲୀ ୟୁନିଟ୍‌ ଓ୍ବେବ୍‌ସାଇଟ୍‌କୁ ହ୍ୟାକ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା ଜଣାପଡ଼ିଛି। ମହମ୍ମଦ ବିଲାଲ ଟିମ୍‌ ନାମକ ଏକ ହ୍ୟାକର ଗୋଷ୍ଠୀ ଏହି ହ୍ୟାକ୍‌ କରିଥିବା ଦାବି କରିଥିବାବେଳେ ‘ ଘରେ ପଶି ମାରିବୁ’ବୋଲି ମେସେଜ୍‌ କରିଛି। ପୁଣି ‘ ମୋତେ ଅଭିନନ୍ଦନଙ୍କ ଭଳି ବୀରଚକ୍ର ଦିଆଯିବ କି’ ବୋଲି ଏକ ଇ-ମେଲ୍‌ ଆଇଡିରେ ପ୍ରଶ୍ନ କରାଯାଇଛି। ହ୍ୟାକରମାନେ ଅଭିନନ୍ଦନଙ୍କ ସହ କେତେକ ପୋଲିସ ଥିବା ଫଟୋ ପୋଷ୍ଟକରି କ୍ୟାପ୍‌ଶନରେ ‘ ୨୭ ଫେବୃୟାରୀ ମନେ ଅଛି ତ’ ବୋଲି ପୋଷ୍ଟ କରିଛନ୍ତି। ଅନ୍ୟ ଏକ ମେସେଜ୍‌ରେ ‘ଫିଲ୍ମ କର, ଲଢ଼ିବାକୁ ତୁମେ ସକ୍ଷମ ନୁହଁ’ ବୋଲି ଲେଖାଯାଇଛି। ପ୍ରକାଶଥାଉ କି, ଗତବର୍ଷ ମେ’ରେ ଗୋମାଂସ ଡିଶ୍‌ ଫଟୋ ପଠାଯାଇ ଭାଜପାର ଦିଲ୍ଲୀ ୟୁନିଟ୍‌ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ କରାଯାଇଥିଲା।


All Right Reserved By Dharitri.Com

ଶିଶୁଙ୍କୁ ବାହାରେ ଖେଳିବାକୁ ଛାଡନ୍ତୁ

ବର୍ତ୍ତମାନର କମ୍ପ୍ୟୁଟର ଯୁଗରେ ପିଲାଙ୍କ ପାଇଁ ଘରୁ ବାହାରି ପଡୋଶୀ ଶିଶୁଙ୍କ ସହ ଖେଳିବା ବହୁତ ଜରୁରୀ ହୋଇପଡ଼ିଛି। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଯେଉଁ...

ଆନ୍ଧ୍ରରେ ଓ୍ବାଇଏସ୍‌ଆରସିପି ସରକାର: ୩୦ରେ ଶପଥ ନେବେ ଜଗନମୋହନ

ଅମରାବତୀ,୨୩ା୫: ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଓ୍ବାଇଏସ୍‌ଆର୍‌ ଜଗନମୋହନ ରେଡ୍ଡୀଙ୍କ ଦଳ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହ ସରକାର ଗଢ଼ିବାକୁ ଯାଉଛି। ଜଗନମୋହନ ଆସନ୍ତା...

ଅଯୋଗ୍ୟ ବିଧାୟକଙ୍କୁ ଭାଜପାର ଟିକେଟ୍‌ ଲୋଭ

ବେଙ୍ଗାଲୁରୁ, ୧ା୧୦(ପି.ଟି.): ଅଯୋଗ୍ୟ ଘୋଷିତ କଂଗ୍ରେସ ଓ ଜେଡିଏସ୍‌ ବିଧାୟକଙ୍କୁ ମନାଇବା ଲାଗି ଭାଜପା ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଯଦି ସମସ୍ତ ୧୫ ଅଯୋଗ୍ୟ...

କାଚ ଖାଇ ବଞ୍ଚୁଛନ୍ତି ଓକିଲ ବାବୁ

ଭୋପାଳ,୧୪।୯: ମଧ୍ୟପ୍ରଦେଶର ଡିଣ୍ଡୋରିରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କାଚ ଖାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ...

୧୫ ବର୍ଷ ପୁରୁଣା ଗାଡ଼ି ରେଜିଷ୍ଟ୍ରେଶନ୍‌ରେ ଦେବାକୁ ପଡ଼ିପାରେ ୨୫ ଗୁଣା ଅଧିକ ଫି

ନୂଆଦିଲ୍ଲୀ,୫।୧୦: ଏଣିକି ୧୫ ବର୍ଷ ପୁରୁଣା ଗାଡ଼ି ରେଜିଷ୍ଟ୍ରେଶନ୍‌ ପାଇଁ ୨୫ ଗୁଣା ଅଧିକ ଫି ଦେବାକୁ ପଡ଼ିପାରେ। ଏନେଇ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସରକାରଙ୍କୁ...

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବାୟୁସେନାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୬।୮: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦେବା ଅନୁଚ୍ଛେଦ ୩୭୦ ହଟାଯିବା ପରେ ଏବେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ...

ଜେଏନ୍‌ୟୁ ଆକ୍ରମଣ: ଦେଶବ୍ୟାପୀ ନିନ୍ଦା

ନୂଆଦିଲ୍ଲୀ,୭ା୧(ପି.ଟି./ଆଇଏଏନ୍‌ଏସ୍‌): ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପରିସରରେ ରବିବାର ରାତିରେ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦେଶବ୍ୟାପୀ ନିନ୍ଦା କରାଯାଇଛି। ଦିଲ୍ଲୀ...

ଗିରଫ ହେଲେ ଶରଜିଲ

ଜହାନାବାଦ,୨୮।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ର ଛାତ୍ର ଶରଜିଲ ଇମାମଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସର କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଓ ବିହାର ପୋଲିସର...

Leave a comment

Your email address will not be published. Required fields are marked *