ବାଣ ଫୁଟାକୁ ନେଇ ଗଣ୍ଡଗୋଳ, ଜଣେ ଗିରଫ

ବୁଗୁଡ଼ା,୩ା୧୧(ଡି.ଏନ.ଏ.): ବୁଗୁଡ଼ା ଥାନା ଚିଲିଖମାରେ ଗୋଟିଏ ପରିବାରର ସ୍ବାମୀ ଓ ସ୍ତ୍ରୀଙ୍କୁ ଠେଲାପେଲା, ଟଣାଓଟରା ଓ ଧମକ ଦେବା ଅଭିଯୋଗରେ ବୁଗୁଡ଼ା ପୋଲିସ ଶନିବାର ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଜଣକ ହେଲେ ଚିଲିଖମା ଗ୍ରାମର ରମେଶ ନାୟକ। ଏନେଇ ବୁଗୁଡ଼ା ଥାନାରେ ନଂ. ୨୪୧/୧୯ରେ ଏକ ମାମଲା ରୁଜୁ ହୋଇଥିଲା। ପ୍ରକାଶ ଯେ, ଗତ ରବିବାର ଅର୍ଥାତ୍‌ ଦୀପାବଳି ଦିନ ରମେଶ ନାୟକ ତାଙ୍କ ଗ୍ରାମର କେଶବ ନାୟକଙ୍କ ଘର ଆଗରେ ବାଣ ଫୁଟାଇଥିଲେ। ଘର ଆଗର ରମେଶ ବାଣ ବାରମ୍ବାର ଫୁଟାଇବା ଯୋଗୁ କେଶବ ତାଙ୍କୁ ବାରଣ କରିଥିଲେ। କିନ୍ତୁ ରମେଶ ଏହାକୁ ନ ମାନି କେଶବ ଓ ତାଙ୍କ ସ୍ତ୍ରୀଙ୍କୁ ଗାଳିଗୁଲଜ ସହ ଠେଲାପେଲା ଓ ଟଣାଓଟରା କରିଥିଲେ। ଏପରିକି ଘରୁ ବାହାରିବାକୁ ମଧ୍ୟ କେଶବ ପରିବାର ଡ଼ରିଯାଇଥିଲେ। ଶେଷରେ କେଶବଙ୍କ ସ୍ତ୍ରୀ ରେଣୁ ନାୟକ ଗୁରୁବାର ଏନେଇ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ ।


All Right Reserved By Dharitri.Com

ମହିଳାଙ୍କୁ କାମୁଡ଼ିବା ଅଭିଯୋଗ: ସ୍ବାମୀ-ସ୍ତ୍ରୀ ଗଲେ ଜେଲ

ଦିଗପହଣ୍ଡିି,୨୪ା୯(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଭୁଷୁଣ୍ଡା ଗ୍ରାମରେ ମଙ୍ଗଳବାର ସକାଳ ପ୍ରାୟ ୭ଟାରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ହିଂସାକୁ କେନ୍ଦ୍ରକରି ଗାଁ ରାସ୍ତାରେ ଦୁଇ ମହିଳାଙ୍କ...

ଗଛ ଚଢ଼ିବା ସମୟରେ ଗୋଡ଼କୁ ଟାଣି ଧରିଲା ଭାଲୁ

ଫୁଲବାଣୀ ଅଫିସ,୧୬ା୬: କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଜାମଝରୀ ପଞ୍ଚାୟତ କ୍ଷେତାପାଜୁ ଗ୍ରାମ ପାଖ ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ...

ଯୋଗାଣ ସହାୟକଙ୍କୁ ମାଡ଼, ଥାନାରେ ଏତଲା

କୁକୁଡାଖଣ୍ଡି,୧ା୧୧(ଡି.ଏନ.ଏ.)- କୁକୁଡାଖଣ୍ଡି ବ୍ଲକ କଙ୍କିଆ ପଞ୍ଚାୟତର ଯୋଗାଣ ସହାୟକଙ୍କୁ ଗ୍ରାମର ଏକ ପରିବାର ଆକ୍ରମଣ କରିଥିବା ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, କଙ୍କିଆ...

ଚାପ ପକାଇ ଦାବି ହାସଲ କରିବାକୁ ନିଷ୍ପତ୍ତି

ଭଞ୍ଜନଗର,୧୧।୮(ଡି.ଏନ.ଏ.)- ବ୍ରହ୍ମପୁର ଭାୟା ଭଞ୍ଜନଗର ସମ୍ବଲପୁର ରେଳ ଲାଇନ ଦାବି ନେଇ ଭଞ୍ଜନଗର ବାର୍‌ ଆସୋସିଏଶନ କାର୍ଯ୍ୟାଳୟ ପରିସରରେ ଶନିବାର ଏକ ବୈଠକ ହୋଇଯାଇଛି। ବୈଠକରେ...

ବଡ଼ ଡାକ୍ତରଖାନାରେ ଚିକିତ୍ସା ସେବା ଦେଖିଲେ ଏମ୍‌ପି, ବିଧାୟକ

ବ୍ରହ୍ମପୁର ଅଫିସ,୯ା୯-ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡା ରବିବାର ଅପରାହ୍ନରେ ଅଚାନକ ଏମ୍‌କେସିଜି ମେଡିକାଲ କଲେଜ ହସ୍ପିଟାଲକୁ ଯାଇ ସମସ୍ୟା...

ଲିଙ୍ଗରାଜ ଆଇନ୍‌ ମହାବିଦ୍ୟାଳୟ: ଶୈକ୍ଷିକ ବାତାବରଣ ପାଇଁ ଆନ୍ଦୋଳନ

ବ୍ରହ୍ମପୁର ଅଫିସ୍‌,୨୨ା୯-ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ଆଇନ ମହାବିଦ୍ୟାଳୟ ତଥା ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥା ଘେରରେ ଗତିକରୁଛି । ପାଠ ପଢ଼ିବା...

ଗର୍ଭବତୀଙ୍କ ତଣ୍ଟି ଚିପି ହତ୍ୟା ଘଟଣା: ଜେଲ ଗଲେ ସ୍ବାମୀ

ବ୍ରହ୍ମପୁର ଅଫିସ,୧୯ା୮-ଗୋଷାଣୀନୂଆଗଁା ଥାନା ଅନ୍ତର୍ଗତ ନୂଆ ଖଜୁରିଆରେ ଗତ ୧୪ ତାରିଖରେ ୪ ମାସର ଗର୍ଭବତୀ ଥିବା ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ତଣ୍ଟି ଚିପି...

ପ୍ରେମକୁ ମିଳିଲା ନାହିଁ ପରିବାରର ସ୍ବୀକୃତି: ଜୀବନ ହାରିଲେ ପ୍ରେମୀଯୁଗଳ

କବିସୂର୍ଯ୍ୟନଗର,୨୧।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି ଅଞ୍ଚଳ ସୁନାପଲ୍ଲୀ ଗ୍ରାମରେ ଶନିବାର ଏକ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଗ୍ରାମର ବିଜ୍ଞାନୀ...

Leave a comment

Your email address will not be published. Required fields are marked *