Posted inଖେଳ

ଫାଇନାଲରେ ଲକ୍ଷ୍ୟ

ସାରବ୍ରୁକେନ(ଜର୍ମାନୀ),୩।୧୧- ଦେଶର ଉଦୀୟମାନ ବ୍ୟାଡ୍‌ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍‌ ଅନ୍ୟ ଭାରତୀୟ ଖେଳାଳି କିରେନ ଜର୍ଜଙ୍କୁ ୨୧-୧୩, ୧୪-୨୧, ୨୧-୯ ଗେମ୍‌ରେ ହରାଇ ଏଠାରେ ଚାଲିଥିବା ସାରଲରଲକ୍ସ ଓପନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୮ମ ସିଡ୍‌ ଲକ୍ଷ୍ୟଙ୍କୁ ମ୍ୟାଚ୍‌ ଜିତିବା ପାଇଁ ମାତ୍ର ୩୭ ମିନିଟ୍‌ ସମୟ ଲାଗିଥିଲା। ଉଭୟ ଭାରତୀୟ ଖେଳାଳି ୫ ଥର ପରସ୍ପରକୁ ଏପର୍ଯ୍ୟନ୍ତ ଭେଟିଥିଲେ ହେଁ ସବୁଥର ଲକ୍ଷ୍ୟ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ବିଶ୍ୱର ୧୫୬ତମ ର଼୍ୟାଙ୍କପ୍ରାପ୍ତ ଜର୍ଜ ଚଳିତ ଟୁର୍ନାମେଣ୍ଟର ସେମିଫାଇନାଲ ପୂର୍ବରୁ ସମସ୍ତ ମ୍ୟାଚ୍‌କୁ ସିଧାସଳଖ ଗେମ୍‌ରେ ଜିତିଥିଲେ। ତାଙ୍କୁ ହରାଇ ୫୧ତମ ର଼୍ୟାଙ୍କ୍‌ଧାରୀ ଲକ୍ଷ୍ୟ ସିନିୟର ବର୍ଗରେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ୧୮ ବର୍ଷୀୟ ଖେଳାଳି କ୍ରମାଗତ ଦ୍ୱିତୀୟ ସୁପର ୧୦୦ ଟାଇଟଲ ଜିତିବା ଆଶାରେ ରହିଛନ୍ତି। ସେ ଗତ ଅକ୍ଟୋବରରେ ଡଚ୍‌ ଓପନ୍‌ ଜିତିଥିଲେ।


All Right Reserved By Dharitri.Com

Posted inଖେଳ View All

ଡିଏଭି ଜୋନାଲ ଶୁଟିଂ, ରୋଲର ସ୍କେଟିଂ ମିଟ୍‌

ଭୁବନେଶ୍ୱର, ୨୫।୧୦(କ୍ରୀଡ଼ା ପ୍ରତିନିଧି)-ୟୁନିଟ-୮ ଡିଏଭି ସ୍କୁଲ ଆନୁକୂଲ୍ୟରେ ଜୋନାଲ ମିଟ୍‌ର ବନ୍ଧୁକ ଚାଳନା ଓ ରୋଲର ସ୍କେଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଓଡ଼ିଶା ରାଇଫଲ...

୧୩୫ ମିଟର ଉଚ୍ଚ ସ୍ଥାନରେ ଗର୍ଲଫ୍ରେଣ୍ଡ୍‌ଙ୍କୁ କରିଥିଲେ ପ୍ରପୋଜ୍‌: ଆଜି ଟିମ୍‌ ଇଣ୍ଡିଆ ପାଇଁ ରଚିଲେ ଇତିହାସ

ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ଟେଷ୍ଟ କ୍ରିକେଟରେ ନିଜର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି। ଭାଇଜାଗରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର...

୧୧.୧୫ ଟାଇମିଂ ହେଉଛି ମୂଳ ଲକ୍ଷ୍ୟ: ଦୂତୀ

ଭୁବନେଶ୍ୱର, ୧୪।୧୦(ସ୍ପୋଟର୍‌ସ ବ୍ୟୁରୋ)- ତାରକା ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ରାଞ୍ଚିରେ ଚାଲିଥିବା ଜାତୀୟ ଓପନ୍‌ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଶ୍ରେଷ୍ଠ ଆଥଲେଟ ବିବେଚିତ ହୋଇଛନ୍ତି। ଉଭୟ...

କଳିଙ୍ଗ କର୍ନର ଗ୍ୟାଲେରିରେ ହରେନ୍ଦ୍ର

ଭୁବନେଶ୍ୱର, ୨୦।୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ରବିବାର ଭାରତ-ନେଦରଲାଣ୍ଡ୍ସ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ ମ୍ୟାଚ୍‌ ଅବସରରେ ପୂର୍ବତନ କୋଚ୍‌ ହରେନ୍ଦ୍ର ସିଂ ଗ୍ୟାଲେରିରେ ବସି...

ରୋହିତ ଶର୍ମାଙ୍କ ଦମଦାର୍‌ ଶତକ, ଭାରତର ସ୍ଥିତି ମଜଭୁତ

ବିଶାଖାପାଟନା,୨।୧୦: ପ୍ରଥମଥର ପାଇଁ ଟେଷ୍ଟରେ ଓପନିଂ କରୁଥିବା ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମଦାର୍‌ ବ୍ୟାଟିଂ କରିଛନ୍ତି। ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ରୋହିତ...

ଚଳିତ ବିଶ୍ୱକପରେ ବି କେହି ଭାଙ୍ଗିପାରିଲେ ନାହିଁ ସଚିନଙ୍କ ଏହି ରେକର୍ଡ

ଲଣ୍ଡନ,୧୫।୭: ଚଳିତ ବିଶ୍ୱକପରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୬ ବର୍ଷର ରେକର୍ଡ କୌଣସି ବ୍ୟାଟ୍ସମ୍ୟାନ ଭାଙ୍ଗିବାରେ ବିଫଳ ହୋଇଛନ୍ତି । ୨୦୦୩ ବିଶ୍ୱକପରେ ସଚିନ ୬୭୩...

ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରୁ ରୟ ବାଦ୍‌

ଲଣ୍ଡନ,୨୪।୬(ଏଏଫ୍‌ପି): ଜାସନ ରୟ ମଙ୍ଗଳବାର ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଖେଳିପାରିବେ ନାହିଁ। ସେ ଏପର୍ଯ୍ୟନ୍ତ ମାଂସପେଶୀଜନିତ ସମସ୍ୟାରୁ ସମ୍ପୂର୍ଣ୍ଣ ରୂପେ ମୁକୁଳି ପାରିନାହାନ୍ତି।...

ଆଶେସ ପଞ୍ଚମ ଟେଷ୍ଟ : ସିରିଜ୍‌ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଲଣ୍ଡନ,୧୨।୯(ଏଏଫ୍‌ପି)- ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ଆଶେସର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍‌...

Leave a comment

Your email address will not be published. Required fields are marked *