ଆକ୍ରମଣ ମାମଲା, ଅଭିଯୁକ୍ତଙ୍କୁ ବର୍ଷେ ଜେଲ

ଦିଗପହଣ୍ଡି, ୨ା୧୧ (ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟର ମାଜିଷ୍ଟ୍ରେଟ ବିଷ୍ଣୁ ପ୍ରସାଦ ଦେବତା ଶନିବାର ମାମଲା ନଂ. ଜି. ଆର ନଂ.୮୩/୨୦୧୦ ର ଶୁଣାଣୀ କରି ପାଟପୁର ଥାନା ସିଙ୍ଗପୁର ଗ୍ରାମର ଏକ ଆକ୍ରମଣ ମାମଲାରେ ଅଭିଯୁକ୍ତ ଥିବା ବିଜୟ ନାୟକ ଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିବା ସହ ୧ ହଜାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୧ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି। ୨୦୧୦ ମାର୍ଚ୍ଚ ୧୭ ସକାଳେ ସିଙ୍ଗପୁର ଗ୍ରାମର ପଞ୍ଚାନନ ନାୟକ ଘର ବାରଣ୍ଡାରେ ବସିଥିବାବେଳେ ଅଭିଯୁକ୍ତ ବିଜୟ କାତିରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ନଂ.୨୧/୧୦ରେ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲେ। ତତ୍କାଳୀନ ତଦନ୍ତକାରୀ ପୋଲିସ ଅଧିକାରୀ ଏଏସଆଇ ଯୋଗେଶ୍ୱର ନାୟକ ଚାର୍ଜସିଟ ପ୍ରଦାନ କରିଥିଲେ। ୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତଙ୍କ ବିରୋଧରେ ଆବଶ୍ୟକ ପ୍ରମାଣ ମିଳିବାରୁ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଏ ପି ପି ସତ୍ୟନାରାୟଣ ରଥ ଓ ଦୀପକ କୁମାର ସେଠୀ ମାମଲା ପରିଚାଳନା କରୁଥିଲେ।


All Right Reserved By Dharitri.Com

ବିଭିନ୍ନ ଦାବିନେଇ ଜିନ୍ଦଲ କ୍ଷତିଗ୍ରସ୍ତ ପ୍ରଜାଙ୍କ ଜନ ଆନ୍ଦୋଳନ: ଜାତୀୟ ରାଜପଥ ଅବରୋଧ

ଛେଣ୍ଡିପଦା,୧୨।୮(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ଜରଡ଼ାଠାରେ ସୋମବାର ଜିନ୍ଦଲ କ୍ଷତିଗ୍ରସ୍ତ ପ୍ରଜା ସଂଘ ପକ୍ଷରୁ ଜନ ଆନ୍ଦୋଳନ ଦେଖିବାକୁ ମିଳିଛି। ବିଭିନ୍ନ ମୌଳିକ...

ନିଃଶୁଲ୍କ ଅସ୍ଥି, ମେରୁଦଣ୍ଡ ଚିକିତ୍ସା ଶିବିର

ସିନାପାଲି,୨୪।୯(ଡି.ଏନ.ଏ.) ନୂଆପଡା ଜିଲା ସିନାପାଲିସ୍ଥିତ ଅଗ୍ରସେନ ଭବନଠାରେ ମାରୱାଡି ଯୁବାମଞ୍ଚ ଶାଖା ପକ୍ଷରୁ ଦିନିକିଆ ନିଃଶୁଲ୍କ ଅସ୍ଥି ଓ ମେରୁଦଣ୍ଡ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।...

ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣରେ ଅନିୟମିତତା: ଆରମ୍ଭରୁ ଉଠିଲାଣି ପିଚୁ

ପରଜଙ୍ଗ, ୨୦।୧୨(ଡି.ଏନ.ଏ.)-ସରିଯାଇଥିଲା ନିର୍ମାଣ ଅବଧି। ତଥାପି କାମ ନ କରି ଗଡ଼ାଇ ଚାଲିଥିଲେ ଦିନ। ଏହାକୁ ନେଇ ପ୍ରତିବାଦ ସ୍ବର ଉଠିବା ପରେ ତରବରିଆ ଭାବେ...

ମିଳୁନି ପକ୍କାଘର: ଭଙ୍ଗାଘରେ ନିରୁପମାଙ୍କ ପରିବାର

ବାଲିକୁଦା,୧୦ା୧୧(ସ୍ବ.ପ୍ର.): ବାଲିକୁଦା ବ୍ଲକ ଅଧୀନ ସଂଗ୍ରାମପୁର ପଞ୍ଚାୟତ ଗୋଗୋଳ ଗ୍ରାମର ବିଧବା ବୃଦ୍ଧା ନିରୁପମା ମଲ୍ଲିକଙ୍କ ଫାଇଁ ପକ୍କାଘର ସାତସପନ ପାଲଟିଛି। ଫଳରେ ସେ ଭାଗ୍ୟକୁ...

ମଧ୍ୟାହ୍ନ ଭୋଜନ ପରିବର୍ତ୍ତେ ଚକୋଲେଟ୍‌

ଆରଡି, ୨୦ା୧୧(ଡି.ଏନ.ଏ.)-ଗତ ଶିଶୁ ଦିବସ ଉତ୍ସବ ପାଳନ ବେଳେ ଭଦ୍ରକ ଜିଲା ତିହିଡି ବ୍ଲକର ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ତଳଦୁମୁକା ଉନ୍ନୀତ ଉପ୍ରା ବିଦ୍ୟାଳୟରେ ପିଲାଙ୍କୁ...

ଇନ୍ଦ୍ରାବତୀ ଜଳଭଣ୍ଡାର ମଝିରେ ଡଙ୍ଗା ଅଚଳ: ଅଳ୍ପକେ ବର୍ତ୍ତିଲେ ୧୫ ଯାତ୍ରୀ

କଲମପୁର/ଭବାନୀପାଟଣା,୧୪।୮(ଡି.ଏନ.ଏ.)କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କଣାସୁକୁଲି ଡଙ୍ଗାଘାଟରୁ ୧୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଯାନ୍ତ୍ରିକ ତ୍ରୁଟି ଯୋଗୁ ଇନ୍ଦ୍ରାବତୀ ଜଳଭଣ୍ଡାର...

ମହିଳା କର୍ମଚାରୀଙ୍କୁ ନିର୍ଯାତନା ଘଟଣା: ଫରେଷ୍ଟର ଗିରଫ

ଚୌଦ୍ୱାର,୧୪ା୯(ଡି.ଏନ୍‌.ଏ.): ଜଣେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଶୁକ୍ରବାର ଚୌଦ୍ୱାର ପୋଲିସ ଫରେଷ୍ଟର ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।...

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌: ଉଚ୍ଛେଦ ପ୍ରକ୍ରିୟା ଜାରି, ବାସେଳିସାହି ମୌଜାରେ ଭଙ୍ଗା ଯାଉଛି କୋଠା

ପୁରୀ ଅଫିସ,୧୯।୧୨: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ବୁଧବାର ଗଡ଼ନ୍ତି ଛକରେ ଥିବା ଦୁଇଟି ଲଜ୍‌ ଓ ଗୋଟିଏ ବ୍ୟକ୍ତିଗତ କୋଠା...

Leave a comment

Your email address will not be published. Required fields are marked *