ପ୍ରଧାନମନ୍ତ୍ରୀ ଆବାସ ଅନିୟମିତତା ନେଇ ତଦନ୍ତ

ତିହିଡ଼ି,୨।୧୧ (ଡି.ଏନ.ଏ.) : ଭଦ୍ରକ ଜିଲା ତିହିଡ଼ି ବ୍ଲକ ନରେନ୍ଦ୍ରପୁର ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ଜଣେ ଯୁବତୀଙ୍କୁ ବିଧବା ଦର୍ଶାଇ ଯୋଜନାରେ ସାମିଲ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଥିଲା। ଏହି ଅଭିଯୋଗ କ୍ରମେ ଜିଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଏପିଡି) ଶନିବାର ତଦନ୍ତ କରିଛନ୍ତି। ଏପିଡି ରାଜେନ୍ଦ୍ର ପଣ୍ଡା, ପ୍ରହ୍ଲାଦ ରଣା ଓ ଦେବେନ୍ଦ୍ର ପାଣ୍ଡବ ନରେନ୍ଦ୍ରପୁର ଗାଁକୁ ଆସି ତଦନ୍ତ କରି ଫେରିଛନ୍ତି।
ଗ୍ରାମର ଜଣେ ବ୍ୟକ୍ତିଙ୍କ ଝିଅଙ୍କୁ ବିଧବା ଦର୍ଶାଇ ପ୍ରଧାନମନ୍ତ୍ରୀ ଆବାସ ଦିଆଯାଇଥିଲା। ତେବେ ଉକ୍ତ ଯୁବତୀଙ୍କ ନଁା ପ୍ରଧାନମନ୍ତ୍ରୀ ଆବାସ ଅଗ୍ରାଧିକାର ତାଲିକାରେ ରହିଛି। ତାଙ୍କ ପରିବାର ମଧ୍ୟ ଏହି ଆବାସ ପାଇବା ପାଇଁ ଯୋଗ୍ୟ। ସେ ସାବାଳିକା ହୋଇଥିବାରୁ ପ୍ରଧାନମନ୍ତ୍ରୀ ଆବାସ ପାଇବାରେ କୌଣସି ଅସୁବିଧା ନାହିଁ ବୋଲି ଏପିଡି ପାଣ୍ଡବ କହିଥିଲେ। କମ୍ପ୍ୟୁଟର ତ୍ରୁଟି ଯୋଗୁ ଯୁବତୀଙ୍କ ନଁା ପାର୍ଶ୍ୱରେ ବିଧବା ବୋଲି ଉଲ୍ଲେଖ ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା। ଏପିଡିଙ୍କ ତଦନ୍ତ ସମୟରେ ସରପଞ୍ଚ ସୁବାସ ସେଠୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନଳିନୀକାନ୍ତ ଦାସ ଓ ଜିଆରଏସ୍‌ ଉଜ୍ଜ୍ୱଳ ନାୟକ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ୧୫ ଦିନ ପୂର୍ବେ ଗ୍ରାମର କେତେକ ଲୋକ ଏହି ଅନିୟମିତତା ସମ୍ପର୍କରେ ଜିଲାପାଳ ଏବଂ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ବିଡିଓଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ଯନ୍ତ୍ରୀ ରଶ୍ମିରଞ୍ଜନ ମହାପାତ୍ର ଏହାର ତଦନ୍ତ କରିଥିଲେ।


All Right Reserved By Dharitri.Com

କ୍ଷେତରେ ଲହଡ଼ି ମାରୁଛି ବର୍ଷାଜଳ: ଚିନ୍ତାରେ ଚାଷୀ

ଆରଡ଼ି,୩ା୫(ଡି.ଏନ୍‌.ଏ.): ଲକ୍‌ଡାଉନ୍‌ ପ୍ରଭାବ ଯୋଗୁ ଧାନ କାଟିବାରେ ସମସ୍ୟା ଉପୁଜିଛି। ଏଥିସହ ଏକ ସପ୍ତାହ ହେଲା ଲଗାତର ଝଡ଼ବର୍ଷା ହୋଇଥିବାରୁ ଚାଷଜମିରେ ବର୍ଷାଜଳ ଲହଡ଼ି ମାରୁଛି।...

ମିଳିଲା ଚୋରା କାରବାର ଚେର

ଅନୁଗୋଳ ଅଫିସ,୨୫ା୪ – ଲକ୍‌ଡାଉନ୍‌ ଯୋଗୁ ଅନୁଗୋଳ ସହରର ସମସ୍ତ ମଦ ଦୋକାନ ବନ୍ଦ ଥିଲେ ବି କିଛିଦିନ ହେଲା ଚଢ଼ା ଦରରେ ଚାଲିଥିଲା ଚୋରା...

ମଦ ବିକ୍ରି ବନ୍ଦ କରିବାକୁ ମହିଳାଙ୍କ ଦାବି

ଜି.ଉଦୟଗିରି,୧୬ା୯(ଡି.ଏନ.ଏ.)-ଜି.ଉଦୟଗିରି ଥାନା ଅଞ୍ଚଳର କଳିଙ୍ଗା ଠାରେ ଅବାଧ ମଦ କାରବାର ଚାଲିଛି। ଏସବୁ ମଦ ବିକ୍ରିକୁ ଦଳମତ ନିର୍ବିଶେଷରେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ କଳିଙ୍ଗା...

୪ ମାସରେ ଦବିଲା ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା

କଣାସ,୧୧।୯(ସ୍ବ.ପ୍ର.): କଣାସ ବ୍ଲକର ପ୍ରତିଟି ରାସ୍ତାଗୁଡିକର ମାଟି ନମନୀୟ ହୋଇଥିବାରୁ ରାସ୍ତା ସବୁ ଚିରସ୍ଥାୟୀ ହୋଇ ରହିପାରୁନି। ଫଳରେ ଅଧିକାଂଶ ସମୟରେ ରାସ୍ତା ସବୁ ଅଳ୍ପଦିନ...

ଫାଇନାନ୍ସ କର୍ମଚାରୀଙ୍କଠାରୁ ୧.୧୮ ଲକ୍ଷ ଲୁଟ୍‌ ଅଭିଯୋଗ

ରୂପ୍‌ସା,୧୩।୮(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ନଗ୍ରମ ସ୍କୁଲଛକଠାରେ ସୋମବାର ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କଠାରୁ ୧ଲକ୍ଷ ୧୮ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏ...

ଏତଲା ହଜାଇ ଦେଲା ପୋଲିସ

ପଟ୍ଟାମୁଣ୍ଡାଇ,୨।୧୨ (ସ୍ବ.ପ୍ର.): ଟ୍ରାକ୍ଟର ଧକ୍କାରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ପନ୍ତୁରୀ ଗ୍ରାମର ଦମୟନ୍ତୀସାମଲ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।...

ଛାତ୍ରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଜୟପୁର, ୧୭।୯(ଡି.ଏନ.ଏ):କୋରାପୁଟ ଜିଲା ଜୟପୁର ସହରର ଗୋପବନ୍ଧୁ ଶିଶୁ ଭବନଠାରେ ଜଣେ ୧୪ ବର୍ଷିଆ ଅନ୍ତେବାସୀ ଦଶମ ଶ୍ରେଣୀର ଛାତ୍ର ବେକରେ ରଶି ଲଗାଇ ଆତ୍ମହତ୍ୟା...

ହାତୀ,ବାର୍‌ହା ଉପଦ୍ରବ: ଫସଲ ନଷ୍ଟ

ଭଞ୍ଜନଗର,୧୩।୧୧(ଡି.ଏନ.ଏ)-ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ବାର୍‌ହା ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜଙ୍ଗଲ ନିକଟବର୍ତ୍ତୀ ଚାଷ ଜମିରେ ପଶି ବ୍ୟାପକ ଧାନ ଫସଲ ସହ...

Leave a comment

Your email address will not be published. Required fields are marked *