Posted inଫୁରସତ

ଅଜବ ମହୋତ୍ସବ : ଯାହା କେବେ ଦେଖି ନ ଥିବେ

ବିଶ୍ୱରେ ଅନେକ ଉତ୍ସବ ବା ମହୋତ୍ସବ ପାଳନ କରାଯାଇଥାଏ। ବିଭିନ୍ନ ଧର୍ମରେ ଉତ୍ସବ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଇଥାଏ। ସାଧାରଣତଃ ଉତ୍ସବରେ ଲୋକେ ନୂଆ ବସ୍ତ୍ର, ଅଳଙ୍କାର ପିନ୍ଧି ସୁସ୍ବାଦୁ ବ୍ୟଞ୍ଜନର ଆୟୋଜନ କରିଥାନ୍ତି। ଅଧିକାଂଶ ସ୍ଥାନର ନାଚଗୀତର ଆସର ବି ଜମେ। କିନ୍ତୁ କେବେ ଶୁଣିଛନ୍ତି ବା ଦେଖିଛନ୍ତି କି ଏମିତି ଉତ୍ସବ, ଯେଉଁଥିରେ ଲୋକେ ଭୂତ ପ୍ରେତ ପରି ପୋଷାକ ପିନ୍ଧିଥାନ୍ତି। ଅବିଶ୍ୱାସ ଲାଗୁଥିଲେ ମଧ୍ୟ ସତ।


ଏକ ରିପୋର୍ଟ ଅନୁଯାୟୀ, ଏପରି ଉତ୍ସବ ମେକ୍ସିକୋରେ ପ୍ରତିବର୍ଷ ଆୟୋଜନ କରାଯାଇଥାଏ। ‘ଡେ ଅଫ୍‌ ଦ ଡେଡ୍‌’ ନାମକ ଏହି ଉତ୍ସବ ଦୁଇଦିନ ଧରି ଚାଲିଥାଏ। ଯାହା ଆଜି ଅର୍ଥାତ୍‌ ଶନିବାର ଆରମ୍ଭ ହୋଇଛି। ପ୍ରାୟ ୨ ହଜାର ବର୍ଷ ତଳୁ ଏହି ଉତ୍ସବ ପାଳନ କରାଯାଇଆସୁଛି। ଏଠାକାର ଲୋକେ ବିଶ୍ୱାସ କରନ୍ତି, ତାଙ୍କର ପୂର୍ବପୁରୁଷମାନେ ପରିବାର ଲୋକଙ୍କ ସହ ଗୋଟିଏ ଦିନ ରହିବାକୁ ଏହିଦିନ ମର୍ତ୍ତ୍ୟକୁ ଆସିଥାନ୍ତି। ତାଙ୍କର ଆତ୍ମା ଶାନ୍ତି ପାଇଁ ଏହି ଉତ୍ସବ ପାଳନ କରାଯାଇଥାଏ। ଆଉ ଏକ ଖାସ୍‌ କଥା ହେଲା ଏହି ଉତ୍ସବରେ ପରେଡ୍‌ ହୋଇଥାଏ। ପରେଡେ୍‌ରେ ପୋଲିସ ପ୍ରଶାସନ ଭାଗ ନେଇ ନ ଥାନ୍ତି। ଏଥିରେ କଙ୍କାଳ ପରି ବେଶଭୂଷାରେ ସଜ୍ଜିତ ହୋଇଥା’ନ୍ତି ଲୋକେ। ଏହି ପରେଡ୍‌କୁ କ୍ୟାଟ୍ରିନା କୁହାଯାଏ। ମେକ୍ସିକୋ ସହରର ଟାଲାହୁଆକ୍‌ ରାସ୍ତାରେ ଏହି ଉତ୍ସବର ଆୟୋଜନ କରାଯାଇଥାଏ। ଯେଉଁଥିରେ ଭୂତ ପ୍ରେତଙ୍କ କଙ୍କାଳ ପରି ପୋଷାକ ପିନ୍ଧି ଉତ୍ସବ ମନାଇଥାନ୍ତି ସହରବାସୀ।


All Right Reserved By Dharitri.Com

ବୁଢ଼ିଆଣୀ ପିଠିରେ ମଣିଷ ମୁହଁ

ସେଣ୍ଟ୍ରାଲ ଚାଇନାର ହ୍ୟୁନାନ୍‌ ଅଞ୍ଚଳରୁ ଏକ ଭିନ୍ନ ପ୍ରଜାତିର ବୁଢ଼ିଆଣୀ ପିଠିରେ ଅବିକଳ ମଣିଷ ମୁହଁ ଭଳି ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ଏହି ବୁଢ଼ିଆଣୀର...

କରୋନା ଭୟରେ ଡାଏନୋସର ପୋଷାକ

ନୂଆଦିଲ୍ଲୀ, ୨୭।୩- କରୋନାକୁ ନେଇ ବିଶ୍ୱବାସୀ ଭୟଭୀତ ଓ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ଅଦ୍ୟାବଧି ଏହା ବିଶ୍ୱର ୧୯୯ ଦେଶକୁ ବ୍ୟାପି ସାରିଥିବା ବେଳେ...

ରତନ ଟାଟାଙ୍କ ଇନ୍‌ଷ୍ଟାଗ୍ରାମରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋଅର୍ସ

ମୁମ୍ବାଇ: ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍‌ ରତନ ଟାଟାଙ୍କ ଇନ୍‌ଷ୍ଟାଗ୍ରାମରେ ୧୦ ଲକ୍ଷରୁ ଅଧିକ ଫଲୋଅର୍ସ ହୋଇଗଲେଣି। ଏଥିପାଇଁ ରତନ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି,...

ପ୍ରେମୀଯୁଗଳଙ୍କ ବିଚ୍ଛେଦ ପାଇଁ ଏହି ମନ୍ଦିରରେ ହୁଏ ପୂଜା…

ଉତ୍ତରପ୍ରଦେଶ ସାହାରନପୁରରେ ରହିଛି ଶ୍ରୀବାଲାଜୀ ମହାରାଜଙ୍କ ମନ୍ଦିର। ମନ୍ଦିରରେ ହନୁମାନଙ୍କ ବାଳ ସ୍ବରୂପ ପୂଜା ହୋଇଥାନ୍ତି। ଏଠାରେ ଯୁବତୀ ଯୁବକଙ୍କ ମୁଣ୍ଡରୁ ପ୍ରେମ ନିଶା ଉତ୍ତାରିବା...

ଉଦ୍ଧବଙ୍କ ସୁପର୍‌ ଆଇଡିଆ

ଆସାମର ଉଦ୍ଧବ କୁମାର ଭରାଲି, ତାଙ୍କ ଭିତରେ ସୁପର୍‌ ଆଇଡିଆ ଭରପୂର୍‌ ହୋଇ ରହିଛି। ଯେଉଁଥିପାଇଁ ଅନେକ ତାଙ୍କୁ ଚଳନ୍ତା ପାୱାର୍‌ ହାଉସ୍‌ ବୋଲି ମଧ୍ୟ...

ମଣିଷ ମୁହଁପରି ଦେଖାଯାଉଥିବା ପର୍ସ

ବର୍ତ୍ତମାନର ଅତ୍ୟାଧୁନିକ ଯୁଗରେ ସବୁବେଳେ ନୂଆ ଜିନିଷ ବିକଷିତ ହେଉଛି। ବଜାରକୁ ଆସୁଥିବା କିଛି ନୂଆ ଜିନିଷ ଭଲ ଆଗୁଥିବା ବେଳେ ଆଉ କିଛି ଅଜବ...

ଜୋତା ଚୋରାଇବାରୁ ରାଗିଗଲେ ବର, ବିବାହ ଭାଙ୍ଗିଦେଲେ କନ୍ୟା

ମୁଜାଫରନଗର, ୧୫।୧୨: ବିବାହ ସମୟରେ ଜୋତା ଚୋରାଇବା ଏକ ପରମ୍ପରା ରହିଛି। କନ୍ୟାଙ୍କ ଭଉଣୀ ଏହି ପରମ୍ପରା ନିଭାଇବାର ବିଧି ରହିଛି। କିନ୍ତୁ ଏହି ଜୋତା...

ଉତ୍ତପ୍ତ ଜଳବାୟୁ ଆତ୍ମହତ୍ୟା ବୃଦ୍ଧିର କାରଣ

ନ୍ୟୁୟର୍କ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯେ କେବଳ ଅର୍ଥନୀତିକୁ ପ୍ରଭାବିତ କରିଛି ତାହା ନୁହେଁ, ଏହା ବି ଆତ୍ମହତ୍ୟା ବୃଦ୍ଧିର ଏକ କାରଣ ବୋଲି ଗବେଷଣାରୁ...

Leave a comment

Your email address will not be published. Required fields are marked *