Posted inଜାତୀୟ

ମହାରାଷ୍ଟ୍ରରେ ଭାଜପା ସରକାର ଗଠନ କରିବା କଥା: ରାମଦାସ

ମୁମ୍ବାଇ,୨।୧୧: ବେଳକୁ ବେଳ ମହାରାଷ୍ଟ୍ର ରାଜନୀତି ଡ୍ରାମା ନୂଆ ନୂଆ ମୋଡ ନେଉଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ବି ଜୋର ଧରିଛି। କାରଣ ଅକ୍ଟୋବର ୨୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇ ସାରିଥିବା ବେଳେ ଏପର୍ଯ୍ୟନ୍ତ ସେଠାରେ ସରକାର ଗଠନ ହୋଇ ପାରୁନାହିଁ। ଇତିମଧ୍ୟରେ ରିପବ୍ଲିକ ପାର୍ଟି ଅଫ୍‌ ଇଣ୍ଡିଆର ନେତା ରାମଦାସ ଅଠାଓ୍ବଲେ ଏହାକୁ ନେଇ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ଅଠାଓ୍ବଲେ କହିଛନ୍ତି ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ଗଠନ କରିବା କଥା। ସେପଟେ କିନ୍ତୁ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଓ ଶିବସେନା ମଧ୍ୟରେ ହୋଇଥିବା ମେଣ୍ଟ ଏବେ ନିଜ ନିଜ ଜିଦ୍‌ରେ ଅଚଳ ବସିଥିବାରୁ ଏବେ ସେଠାରେ ସରକାର ଗଠନ କରିବା କାଠିକର ପାଠ ହୋଇପଡିଛି। ଆଉ ଅନ୍ୟ କୌଣସି ଦଳ ସଂଖ୍ୟା ଗରିଷ୍ଠତାଠାରୁ ବହୁ ପଛରେ ଥିବାରୁ ଆଉ କାହା ଭିତରେ ମେଣ୍ଟ ହୋଇ ପାରୁନାହିଁ। ଏନ୍‌ସିପି ବିରୋଧୀ ଆସନରେ ବସିବାକୁ ଚାହିଁ ବସିଥିବାରୁ କଂଗ୍ରେସ ମଧ୍ୟ ଏହାକୁ ନେଇ ଚୁପ୍‌ ବସିଛି। ସେପଟେ ଭାଜପା ନେତା କହିଲେଣି ଏମିତି ସମସ୍ୟା ଲାଗି ରହିଲେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି କରାଯିବ। ତେଣୁ ମହାରାଷ୍ଟ୍ରର ଏହି ରାଜନୀତି ଡ୍ରାମା ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚାକୁ ଆସିଲାଣି।


All Right Reserved By Dharitri.Com

ଦକ୍ଷିଣ କଶ୍ମୀରରୁ ୨୩ ଦିନରେ ୧୧ ଯୁବକ ନିଖୋଜ: ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ସନ୍ଦେହ

ଶ୍ରୀନଗର,୨୪।୪: ଗତ ୨୩ ଦିନ ମଧ୍ୟରେ ଦକ୍ଷିଣ କଶ୍ମୀରରୁ ୧୧ ଜଣ ଯୁବକ ନିଖୋଜ ରହିଛନ୍ତି। ସେମାନେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ନେଇ ସନ୍ଦେହ...

ରାଜୀବ କୁମାରଙ୍କୁ ଆଗୁଆ ଜାମିନ

କୋଲକାତା, ୨ା୧୦(ପି.ଟି.): ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ବରିଷ୍ଠ ପୋଲିସ ଅଧିକାରୀ ରାଜୀବ କୁମାରଙ୍କୁ ମଙ୍ଗଳବାର କୋଲକାତା ହାଇକୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ବିଚାରପତି...

ଏବେ ସାଧାରଣ ଲୋକେ ବୁଲିପାରିବେ ସିଆଚିନ ଗ୍ଲାସିୟର

ଲେହ,୨୪।୯: ବିଶ୍ୱର ସବୁଠାରୁ ଉଚ୍ଚ ଯୁଦ୍ଧ କ୍ଷେତ୍ର ହେଉଛି ସିଆଚିନ ଗ୍ଲାସିୟର। ଯେଉଁଠାରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା। ସିଆଚିନ୍‌ ବେସ୍‌ କ୍ୟାମ୍ପର ଉଚ୍ଚତା...

ଭୋଟ ଦେଲେ ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶନିବାର ସକାଳ ୮ଟାରୁ ଆରମ୍ଭ ହୋଇଥିବା ବେଳେ ଏବେ ମଧ୍ୟ ଜାରି ରହିଛି। ଭୋଟ ଦେଇ ବିଭିନ୍ନ...

ରାଜନୀତିରେ ସରକାରଙ୍କ ଫୋକସ୍‌, ବିଗୁଡୁଛି ଅର୍ଥ ବ୍ୟବସ୍ଥା: ରଘୁରାମ ରାଜନ

ନୂଆଦିଲ୍ଲୀ,୨୯।୨: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ କହିଛନ୍ତି ବର୍ତ୍ତମାନ ସରକାର ରାଜନୀତି ଉପରେ ଫୋକସ କରୁଛନ୍ତି। ଏହାସହ ସାମାଜିକ ଏଜେଣ୍ଡାକୁ ପୂରଣ କରିବାକୁ...

ମଧ୍ୟପ୍ରଦେଶ ଭାଇରସ୍‌ ହେବନି ମହାରାଷ୍ଟ୍ର ମୁହାଁ: ଶିବସେନା

ମୁମ୍ବାଇ, ୧୧।୩: ମଧ୍ୟପ୍ରଦେଶରେ ଭାଜପା ପକ୍ଷରୁ କଂଗ୍ରେସ ସରକାରଙ୍କୁ କ୍ଷମତାଚ୍ୟୁତ କରାଇବା ଲାଗି କରାଯାଉଥିବା ଉଦ୍ୟମ ମହାରାଷ୍ଟ୍ରରେ ହୋଇପାରିବ ନାହିଁ ବୋଲି ଶିବସେନା ପକ୍ଷରୁ କୁହାଯାଉଛି।...

ଘରଭଡ଼ା ଦେଇପାରୁନାହାନ୍ତି କମଲନାଥ ସରକାର: ବନ୍ଦ ହେବ ୨୬ ହଜାର ଅଙ୍ଗନଓ୍ବାଡି କେନ୍ଦ୍ର

ଭୋପାଳ,୨୭ା୬ (ଆଇଏଏନ୍‌ଏସ୍‌)L ଛୋଟ ଛୋଟ ପିଲାଙ୍କ ମାନସିକ, ଶାରୀରିକ, ଶୈକ୍ଷିକ ଓ ବୌଦ୍ଧିକ ବିକାଶ ଲାଗି ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକର ଭୂମିକା ଅତୁଳନୀୟ। ହେଲେ ମଧ୍ୟପ୍ରଦେଶର କମଲନାଥ...

ଇସ୍ତଫା ଦେଲେ ଏୟାର ଇଣ୍ଡିଆର ୧୨୦ ପାଇଲଟ

ନୂଆଦିଲ୍ଲୀ,୧୪ା୧୦: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ୧୨୦ ପାଇଲଟ ସାମୂହିକ ଭାବେ ଇସ୍ତଫା ଦେଇଛନ୍ତି। ବେତନ ଏବଂ ପଦୋନ୍ନତିକୁ ନେଇ ଏହି ପାଇଲଟମାନେ ଅସନ୍ତୋଷ...

Leave a comment

Your email address will not be published. Required fields are marked *