୯୦ ବର୍ଷ ବୟସରେ ପୁଲ୍‌-ଅପ୍‌ସ: ଚର୍ଚ୍ଚାରେ ଅବସରପ୍ରାପ୍ତ ଏୟାର ମାର୍ଶାଲ

ନୂଆଦିଲ୍ଲୀ: ନିଜକୁ ଫିଟ୍‌ରଖିବା ଲାଗି ସମସ୍ତେ ଚାହାନ୍ତି। ହେଲେ ସମୟ ଅଭାବରୁ ଅଧିକାଂଶ ଜିମ୍‌ ଯିବା କିମ୍ବା ଶାରୀରିକ ପରିଶ୍ରମ କରିବା ପସନ୍ଦ କରି ନ ଥାନ୍ତି। ଫଳରେ ନାନା ରୋଗ ଅକାଳରେ ମାଡ଼ିବସେ। ବର୍ତ୍ତମାନ ସମୟରେ ଏକ ସାଧାରଣ ବ୍ୟାୟାମ କରିବା ଯୁବକମାନଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି। ପୁଣି ୯୦ ବର୍ଷ ବୟସରେ ପୁଲ୍‌-ଅପ୍‌ସ କରିବା କଥା କିଏ ବା ଚିନ୍ତା କରିପାରିବେ। ହେଲେ ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଏୟାର ମାର୍ଶାଲ୍‌ ପିଭି ଆୟାର ୯୦ ବର୍ଷ ବୟସରେ ଜିମ୍‌ରେ ପୁଲ୍‌-ଅପ୍‌ସ୍‌ କରୁଥିବା ଦେଖିବାକୁ ମିଳିଛି। ଇଣ୍ଡିଆନ୍‌ ଏୟାରଫୋର୍ସ ପକ୍ଷରୁ ଶେୟାର୍‌ କରାଯାଇଥିବା ଏହି ଭିଡିଓ ଏବେ ଅନେକଙ୍କ ପାଇଁ ପ୍ରେରଣା ସାଜିଛି। ବୟସ କେବଳ ଏକ ସଂଖ୍ୟା ମାତ୍ର, ତାହା ଆୟାର ପ୍ରମାଣିତ କରିଛନ୍ତି। ଏହାସହ ସେ ନିଜ ୫୦ ବର୍ଷର ଚାକିରି ଜୀବନ ମଧ୍ୟରେ ମୋଟ ୧ଲକ୍ଷ ୨୦ହଜାର କିମି ଦୌଡ଼ି ‘ରନିଂ ଏୟାର୍‌ ମାର୍ଶାଲ୍‌’ ଅଫ୍‌ ଇଣ୍ଡିଆନ୍‌ ଏୟାର୍‌ଫୋର୍ସ ଭାବେ ପରିଚିତ ବୋଲି ଭାରତୀୟ ବାୟୁସେନା ପକ୍ଷରୁ ଉଲ୍ଲେଖ କରାଯାଇଛି। ତାଙ୍କର ଏ ବୟସରେ ମଧ୍ୟ ସ୍ବାସ୍ଥ୍ୟକୁ ନେଇ ରହିଥିବା ସଚେତନତା ଓ ଉତ୍ସାହ ଯୁବବର୍ଗଙ୍କ ପାଇଁ ପ୍ରେରଣା ନିଶ୍ଚୟ।


All Right Reserved By Dharitri.Com

ବର୍ଷାରେ ବେହାଲ୍‌ ମାୟାନଗରୀ

ମୁମ୍ବାଇ,୨୮।୬: ମହାରାଷ୍ଟ୍ରରେ ମୌସୁମୀ ଛୁଇଁବା ପରେ ମୁମ୍ବାଇବାସୀଙ୍କୁ ଗରମରୁ ଟିକେ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ସକାଳେ ମୁମ୍ବାଇ, ପାଳଘର ସମେତ ବହୁ ସ୍ଥାନରେ ମୂଷଳଧାରାରେ ବର୍ଷା...

ମାଓବାଦୀଙ୍କ ଜୀବନ କାହାଣୀ: ପୋଲିସ ବିଭାଗ ପକ୍ଷରୁ ନିର୍ମିତ ହେଉଛି ଫିଲ୍ମ; ମୁଖ୍ୟ ଭୂମିକାରେ ଏସ୍‌ପି

ବିଳାସପୁର,୧୦।୭: ମାଓବାଦୀଙ୍କ ଜୀବନ କାହାଣୀ ଉପରେ ଛତିଶଗଡ଼  ପୋଲିସ ପକ୍ଷରୁ ଏକ କ୍ଷୁଦ୍ର ଫିଲ୍ମ ନିର୍ମାଣ କରାଯିବା ଯୋଜନା କରାଯାଇଛି। ଏଥିରେ ଏସ୍‌ପି ଡ. ଅଭିଷେକ...

କଂଗ୍ରେସ ଛାଡିବାକୁ ଧମକ ଦେଲେ ସଞ୍ଜୟ ନିରୁପମ

ନୂଆଦିଲ୍ଲୀ,୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଟିକେଟ୍‌ ନ ଦିଆଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସଞ୍ଜୟ ନିରୁପମ।...

ଧର୍ମପୀଠକୁ କାହିଁକି ଯାତ୍ରା କରିବା

ଅଧିକ ଲୋକ ଧାର୍ମିକ ସ୍ଥାନକୁ ଯାତ୍ରା ପଛରେ ପାପରୁ ମୁକ୍ତି ଓ ଦାନ-ପୁଣ୍ୟ କରିବା ମୁଖ୍ୟ କାରଣ ବୋଲି ଭାବିଥାଆନ୍ତି। କିନ୍ତୁ ବାସ୍ତବରେ ଧାର୍ମିକ ସ୍ଥାନକୁ...

କୋଲକତାରୁ ବନ୍ଦ ହେଲା ବିମାନ ସେବା

କୋଲକତା,୯।୧୧: ବାତ୍ୟା ‘ବୁଲବୁଲ’ ଶନିବାର ପଶ୍ଚିମବଙ୍ଗ ପାର କରି ବାଂଲାଦେଶରେ ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି। ଏହି ସମୟ ମଧ୍ୟରେ...

ସବୁଠାରୁ ବଡ଼ ଶୁଆର ଜୀବାଶ୍ମ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ସେଣ୍ଟ୍ରାଲ ଓଟାଗୋର ସେଣ୍ଟବାଂଥସ୍‌ ପାଖରୁ ଏବେ ବିଶାଳକାୟ ଶୁଆର ଜୀବାଶ୍ମ ମିିଳିଛି। ନ୍ୟୁଜିଲାଣ୍ଡର କଣ୍ଟେବରୀ ସଂଗ୍ରହାଳୟ ,ଫ୍ଲିଡର୍ସ ଓ ନ୍ୟୁ ସାଉଥ ୟୁନିଭର୍ସିଟିର...

ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲା: ଚିଦାମ୍ବରମଙ୍କୁ ମିଳିଲା ଜାମିନ୍‌

ନୂଆଦିଲ୍ଲୀ,୪।୧୨: ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କୁ ବୁଧବାର ସର୍ତ୍ତ ମୂଳକ ଜାମିନ୍‌ ମିଳିଛି। ସୁପ୍ରିମ୍‌କୋର୍ଟ ଜାମିନ୍‌ ଆବେଦନର ବିଚାର କରି ଏହାକୁ ମଞ୍ଜୁର...

ଟାର୍ଗେଟରେ ମନ୍ଦିର, ରେଳଷ୍ଟେଶନ

ଚଣ୍ଡିଗଡ଼/ରୋହତକ,୧୬ା୯ : ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ହଟାଯିବା ପରେ ଭାରତ ବିରୋଧରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ବିଷ ଓକାଳୁଥିବାବେଳେ ପଡ଼ୋଶୀ ଦେଶର ଆତଙ୍କବାଦୀ ସଙ୍ଗଠନଗୁଡ଼ିକ...

Leave a comment

Your email address will not be published. Required fields are marked *