Posted inଜାତୀୟ

୩ ଦିନିଆ ବିଦେଶ ଗସ୍ତରେ ମୋଦି

ନୂଆଦିଲ୍ଲୀ,୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଥାଇଲାଣ୍ଡ ଗସ୍ତ କାର୍ଯ୍ୟକ୍ରମରେ ଶନିବାର ତାଙ୍କର ଯାତ୍ରା ଆରମ୍ଭ କରିଛନ୍ତି। ହୁଷ୍ଟନରେ ଆୟୋଜିତ କାର୍ଯ୍ୟକ୍ରମ ଭଳି ଥାଇଲାଣ୍ଡରେ ଶନିବାର ମୋଦି ‘ସ୍ବାସଦି ପିଏମ୍‌ ମୋଦି’ ନାମକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବେ। ମୋଦିଙ୍କର ଏହି ଗସ୍ତ ବ୍ୟବସାୟ, ସମୁଦ୍ର ସୁରକ୍ଷା ଓ ସମ୍ପର୍କ ଭଳି ବିଭିନ୍ନ ପ୍ରମୁଖ କ୍ଷେତ୍ରକୁ ଆହୁରି ମଜଭୁତ କରିବାରେ ସହାୟକ ହେବ ବୋଲି କୁହାଯାଉଛି। ଏହି ଗସ୍ତ ସମୟରେ ମୋଦି ଆସୋସିଏଶନ ଅଫ୍‌ ସାଉଥ୍‌ଇଷ୍ଟ ଏସିଆନ୍‌ ନେଶନ୍ସ(ଏସିଆନ୍‌), ଇଷ୍ଟ ଏସିଆ ଓ ଆର୍‌ସିଇପି ଶିଖର ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ବ୍ୟାଂକକ୍‌ରେ ହେବାକୁ ଥିବା ୧୬ ଏସିଆନ୍‌ ଦେଶର ବ୍ୟାପାର ବୈଠକ ସମୟରେ ରିଜିଓନାଲ କମ୍ପ୍ରେନସିଭ୍‌ ଇକନୋମିକ ପାର୍ଟନର୍‌ଶିପ୍‌(ଆର୍‌ସିଇପି)ର ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି, ଯାହା ଉପରେ ସାରା ବିଶ୍ୱର ନଜର ରହିଛି।


All Right Reserved By Dharitri.Com

ରାଜୀବ କୁମାରଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କଲା ସିବିଆଇ

ନୂଆଦିଲ୍ଲୀ, ୨୬।୫: ଶାରଦା ଚିଟଫଣ୍ଡ ଘୋଟାଲାର ତଦନ୍ତ ଅଧିକାରୀ ତଥା କୋଲକାତାର ପୂର୍ବତନ ପୋଲିସ କମିଶନର ତଥା ରାଜୀବ କୁମାରଙ୍କ ନାମରେ ଲୁକ ଆଉଟ ନୋଟିସ...

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ

ରାଞ୍ଚତ୍,୧୬ା୯: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ହେମନ୍ତ ସୋରେନ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ପ୍ରତ୍ୟାହାର କରିନେବା ପାଇଁ ମୁଖ୍ୟମନ୍ତ୍ରୀ ରଘୁବର...

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବୈଠକ: ଭାଗ ନେବ ନାହିଁ କଂଗ୍ରେସ

ନୂଆଦିଲ୍ଲୀ, ୧୯।୬: ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ମୁଦ୍ଦାକୁ ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂସଦ ଭବନର ଲାଇବ୍ରେରୀରେ ବୁଧବାର ଅନୁଷ୍ଠିତ...

‘ଡଟର ଅଫ ଦ ନେଶନ’ ସମ୍ମାନରେ ସମ୍ମାନିତ ହେବେ ସୁର ସାମ୍ରାଜ୍ଞୀ

ନୂଆଦିଲ୍ଲୀ,୬।୯ : ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। ତାଙ୍କ ସଙ୍ଗୀତର ଚର୍ଚ୍ଚା ସାରା ବିଶ୍ୱରେ ରହିଛି। ଲତାଙ୍କ ସଙ୍ଗୀତରେ ଦେଶକୁ...

ଉଗ୍ର ରୂପ ନେଉଛି ଜେଏନ୍‌ୟୁୁ ଛାତ୍ରଙ୍କ ଆନ୍ଦୋଳନ: ଦିଲ୍ଲୀର ୩ ମେଟ୍ରୋ ଷ୍ଟେଶନ ବନ୍ଦ

ନୂଆଦିଲ୍ଲୀ,୧୮।୧୧: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ର ଛାତ୍ରୀଛାତ୍ରମାନେ ବର୍ଦ୍ଧିତ ଫି’ ବିରୋଧରେ କରୁଥିବା ଆନ୍ଦୋଳନ ଧୀରେ ଧୀରେ ଉଗ୍ର ରୂପ ଧାରଣ କରୁଛି। ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପ୍ରଦର୍ଶନ...

ସ୍ବାତୀ ମାଲିଓ୍ବାଲଙ୍କ ଅନଶନ ଜାରି: କମିଲା ୩ କିଲୋ ଓଜନ

ନୂଆଦିଲ୍ଲୀ,୮।୧୨: ବଳାତ୍କାର ମାମଲାରେ ୬ ମାସ ମଧ୍ୟରେ ଫାଶି ଦଣ୍ଡାଦେଶ ସହ ଆହୁରି କିଛି ଦାବି ନେଇ ନୂଆଦିଲ୍ଲୀର ରାଜଘାଟ ନିକଟ ସମତା ସ୍ଥଳରେ ଅନଶନରେ...

ଇଣ୍ଟରପୋଲ ଅଧିବେଶନ ଆୟୋଜନ କରିବ ଭାରତ

ନୂଆଦିଲ୍ଲୀ,୨୦ା୧୦(ପି.ଟି.): ୨୦୨୨ରେ ଇଣ୍ଟରପୋଲ୍‌ର ୯୧ତମ ସାଧାରଣ ଅଧିବେଶନ ଭାରତ ଆୟୋଜନ କରିବ। ଅଗଷ୍ଟ ୩୦ରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ଇଣ୍ଟରପୋଲ୍‌ ମହାସଚିବ ଜୁରଗେନ୍‌ ଷ୍ଟକ୍‌ଙ୍କ ନିକଟରେ...

ଅନନ୍ତନାଗରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର, ୮।୬: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାରେ ଶନିବାର ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ସ୍ଥାନୀୟ ନୌଗାମ୍‌ ଶାହବାଦ୍‌ ଅଞ୍ଚଳରେ...

Leave a comment

Your email address will not be published. Required fields are marked *