ସ୍ବର୍ଗଦ୍ୱାରରୁ ହଟିବ ବିଜୁଙ୍କ ସମାଧି

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ପୁରୀ ସ୍ବର୍ଗଦ୍ୱାରରେ ଥିବା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସମାଧିସ୍ଥଳ ହଟିବ। ତେବେ ସେଠାରେ କେବଳ ସ୍ମୃତିଫଳକ ରହିବ ବୋଲି ବିଜେଡି ଏକ ଖବରଦାତା ସମ୍ମିଳନୀ ଜରିଆରେ ଶୁକ୍ରବାର ଘୋଷଣା କରିଛି। ଉକ୍ତ ସ୍ଥାନ ସାଧାରଣ ଲୋକଙ୍କ ସେବାରେ ସମ୍ପୂର୍ଣ୍ଣ ସମର୍ପିତ ହେବ ବୋଲି ଦଳ ପକ୍ଷରୁ ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଦାସବର୍ମା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ବିଜୁ ପଟ୍ଟନାୟକଙ୍କ ସମାଧି ପାଇଁ ସ୍ବର୍ଗଦ୍ୱାରରେ ଏକ ବୃହତ୍‌ ଅଂଶ ସରକାରଙ୍କ ଦଖଲରେ ରହିଥିଲା, ଯାହାକୁ ନେଇ ଅନେକ ସମୟରେ ବିରୋଧୀ ପ୍ରଶ୍ନ ଉଠାଇ ଆସୁଥିଲେ।
ଅପରପକ୍ଷରେ ସ୍ବର୍ଗଦ୍ୱାର ବିକାଶ ପାଇଁ ରାଜ୍ୟ ସରକାର ଶୁକ୍ରବାର ଏକ ପ୍ୟାକେଜ ଘୋଷଣା କରିଛନ୍ତି। ସ୍ବର୍ଗଦ୍ୱାର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କହିଛନ୍ତି। ଏହି ଅର୍ଥ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଭରଣା କରାଯିବ। ଏହି କାର୍ଯ୍ୟକୁ ଫୋନିକ୍ସ ଫାଉଣ୍ଡେଶନ ସହଯୋଗରେ ରାଜ୍ୟ ସରକାର କରିବେ। ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏ ସମ୍ପର୍କିତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଫନୀ ପ୍ରଭାବରେ ସ୍ବର୍ଗଦ୍ୱାରର ବହୁତ କ୍ଷତି ହୋଇଥିଲା। ଉକ୍ତ କ୍ଷତିକୁ ଭରଣା କରିବା ଲାଗି ଏହି ପ୍ୟାକେଜ ଘୋଷଣା କରାଯାଇଥିବା ରାଜ୍ୟ ସରକାର ଘୋଷଣା କରିଛନ୍ତି। ଉକ୍ତ ବିକାଶ କାର୍ଯ୍ୟ ଦ୍ୱାରା ଶବଦାହଠାରୁ ଆରମ୍ଭ କରି ଶବ ବାହକଙ୍କ ଲାଗି ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ। ସବୁ ଋତୁରେ ଯେପରି ସୁରୁଖୁରୁରେ ଶବ ଦାହ କରାଯାଇପାରିବ ସେଥିନିମନ୍ତେ ସ୍ବର୍ଗଦ୍ୱାରଠାରେ ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଯେଉଁମାନେ ଶବ ବାହକ ଆସିବେ ସେମାନଙ୍କ ସୁବିଧା କରିବା ପାଇଁ ବିଶ୍ରାମ କକ୍ଷଠାରୁ ଆରମ୍ଭ କରି ବ୍ୟାପକ ବୃକ୍ଷ ରୋପଣ ମଧ୍ୟ କରାଯିବ। ଅସ୍ଥି ସଂଗ୍ରହ ଏବଂ ଏହାର ସଂରକ୍ଷଣ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାହେବ। ଏହି କାର୍ଯ୍ୟ ୬ ମାସ ମଧ୍ୟରେ ଶେଷ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବର୍ଗତ ବିଜୁ ପଟ୍ଟନାୟକ କୋଟିକୋଟି ଓଡିଆଙ୍କ ହୃଦୟରେ ଅଛନ୍ତି। ସ୍ବର୍ଗଦ୍ୱାରରେ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଯାହା କିଛି ଥିଲା ସେସବୁ ରାଜ୍ୟବାସୀଙ୍କ ସେବାରେ ଲାଗିବ। ସ୍ବର୍ଗଦ୍ୱାରକୁ ବିଶ୍ୱାସର ପବିତ୍ର ଭୂମିଭାବେ ବର୍ଣ୍ଣନା କରି ଏହାର ବିକାଶରେ ସମସ୍ତଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରୀ, କ୍ରୀଡ଼ା ମନ୍ତ୍ରୀ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ଶାସନ ସଚିବ, ପୁରୀ ଜିଲାପାଳ ଏବଂ ଫୋନିକ୍ସ ଫାଉଣ୍ଡେଶନର ଅଧ୍ୟକ୍ଷ ଉପସ୍ଥିତ ଥିଲେ।


All Right Reserved By Dharitri.Com

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ପୁରୀ ଅଫିସ, ୨୦।୧୨: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପୂର୍ବାହ୍ନରେ ଆୟୋଜିତ ହୋଇଥିବା ଏହି ବୈଠକରେ ଶ୍ରୀମନ୍ଦିର...

ଏସ୍‌ସିବି ଆସିବେ ଜଗା-କାଳିଆ

ଭୁବନେଶ୍ୱର, ୧୮।୮(ବ୍ୟୁରୋ): ଅପରେଶନ ମାଧ୍ୟମରେ ଅଲଗା ହୋଇଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆ ଓଡ଼ିଶା ଆସିବା ପାଇଁ ସ୍ଥିର ହୋଇଛି। ଦିଲ୍ଲୀ ଏମ୍ସରୁ...

ତେଣ୍ଡା ଗାଁରେ ବିକାଶ ଅପହଞ୍ଚ

କପ୍ତିପଦା,୨୪ା୮(ଡି.ଏନ୍‌.ଏ.)- କପ୍ତିପଦା ବ୍ଲକ୍‌ର ଆଦିବାସୀ ଅଧ୍ୟୁଷିତ କଳମଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ତେଣ୍ଡା ଗ୍ରାମ ଅପହଞ୍ଚ ଇଲାକା ପାଲଟିଛି। ପ୍ରଶାସନ କିମ୍ବା ରାଜନେତାଙ୍କ ପାଦ ପଡୁ ନ...

ସିଂହଦ୍ୱାର ସମ୍ମୁଖ ଭିଡିଓ ଭାଇରାଲ: ମହିଳା ଭକ୍ତ-ପୋଲିସ ଧସ୍ତାଧସ୍ତି

ପୁରୀ ଅଫିସ, ୨୩ା୧୧: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଘଟିଛି ଏକ ଅଭାବନୀୟ ଘଟଣା। ଆଉ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛିି। କେତେଜଣ ମହିଳା...

ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ସମ୍ମିଳନୀ : ବିନା କାରଣରେ ଅଧ୍ୟାପକଙ୍କୁ କଲେଜ ଛାଡ଼ିବା ମନା

ଭୁବନେଶ୍ୱର, ୨।୮(ବ୍ୟୁରୋ) : ଏଣିକି ପାଠପଢା ସମୟରେ ଅଧ୍ୟାପକମାନେ ବିନା କାରଣରେ କଲେଜ ଛାଡ଼ି ଯାଇପାରିବେ ନାହିଁ। ଅଧିକାଂଶ ସମୟରେ ଅଧ୍ୟାପକମାନେ କାମ ବାହାନାରେ ଶିକ୍ଷାଦାନ ଛାଡ଼ି...

ଘରେ ବସି ଟିକସ ଦେଇପାରିବେ ଘର ମାଲିକ

ଭୁବନେଶ୍ୱର,୨୧। ୧(ବ୍ୟୁରୋ): ସହରାଞ୍ଚଳରେ ବାସ କରୁଥିବା ଲୋକମାନଙ୍କୁ ସେମାନଙ୍କର ସମ୍ପତ୍ତି (ହୋଲ୍‌ଡିଂ) ଟିକସ ଦେବାକୁ ଏନ୍‌ଏସି, ମ୍ୟୁନିସିପାଲିଟି କିମ୍ବା ମହାନଗର ନିଗମ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ...

ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ବିଶ୍ୱରେ ଉଦାହରଣ ପାଲଟିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ‘ତିତ୍‌ଲି’ ହେଉ ଅବା ‘ଫନୀ’, ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା। ବିଶ୍ୱପାଇଁ ରାଜ୍ୟ ବେଞ୍ଚମାର୍କ ପାଲଟିଛି। ମଙ୍ଗଳବାର ସ୍ଥାନୀୟ ରବିନ୍ଦ୍ର...

ଖଡ଼ିଆଳରେ କଂଗ୍ରେସ ଆଗୁଆ

ନୂଆପଡ଼ା ଅଫିସ,୨୩।୫: ୬ଷ୍ଠ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଖଡ଼ିଆଳ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ ଆଗରେ ରହିଛନ୍ତି। ଅଧିରାଜ ୧୦୨୨୩ ଭୋଟ...

Leave a comment

Your email address will not be published. Required fields are marked *