Posted inଜାତୀୟ

ଶ୍ରୀରାମଙ୍କ ନାମରେ ପର୍ଯ୍ୟଟନ ବିସ୍ତାର ଯୋଜନା: ୪୪୦ କୋଟିରେ ୬୧ ହେକ୍ଟର ଜମି କିଣିବେ ଯୋଗୀ ସରକାର

ନୂଆଦିଲ୍ଲୀ,୨।୧୧: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ନାମରେ ପର୍ଯ୍ୟଟନ ବିସ୍ତାର ପାଇଁ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ସରକାର ଯୋଜନା କରିଛନ୍ତି। ଏନେଇ ଶ୍ରୀରାମଙ୍କ ଉପରେ ଆଧାରିତ ଏକ ଡିଜିଟାଲ ଲାଇବ୍ରେରୀ, ୨୨୧ ମିଟର ଉଚ୍ଚା କାଂସ୍ୟ ପ୍ରତିମା ସ୍ଥାପନ, ପାର୍କ ଏବଂ ପାର୍କିିଂ ପାଇଁ ଯୋଜନା କରାଯାଇଛି। ତେଣୁ ମୀରପୁର୍‌ ଗାଁରେ ୬୧.୩୮୦୭ ହେକ୍ଟର ଜମି ଯୋଗୀ ସରକାର କିଣିବେ ବୋଲି କ୍ୟାବିନେଟ୍‌ ବୈଠକରେ ସ୍ଥରି କରିଛନ୍ତି। ଏଥିଲାଗି ୪୪୦.୪୬ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରସ୍ତାବିତ ଶ୍ରୀରାମଙ୍କ ପ୍ରତିମାର ଉଚ୍ଚତା ୧୫୧ ମିଟର ରହିବ। ଏହା ଉପରେ ୨୦ ମିଟର ଉଚ୍ଚା ଛତ୍ରୀ ଏବଂ ପ୍ରତିମାର ଆଧାରର ଉଚ୍ଚତା ୫୦ ମିଟର ହେବ। ଆଧାର ମଧ୍ୟରେ ଅତ୍ୟାଧୁନିକ ସଂଗ୍ରହାଳୟ ନିର୍ମାଣ କରାଯିବ ବୋଲି କୁହାଯାଉଛି।


All Right Reserved By Dharitri.Com

ବୁଲେଟପ୍ରୁଫ୍‌ ମନ୍ଦିରକୁ ସ୍ଥାନାନ୍ତର ହେବେ ରାମଲାଲା

ନୂଆଦିଲ୍ଲୀ,୯ା୩: ଆଗାମୀ ୨୫ରେ ଭକ୍ତମାନେ ରାମଲାଲାଙ୍କୁ ଦର୍ଶନ କରିବାକୁ ଗଲେ ସେମାନେ ଖୁବ୍‌ ପାଖରୁ ତାଙ୍କୁ ଦେଖିବାର ସୁଯୋଗ ପାଇବେ। କାରଣ ରାମଲାଲାଙ୍କୁ ସେଠାରେ ଥିବା...

ସରକାର ଗଠନ ବିଳମ୍ବିତ

ମୁମ୍ବାଇ,୮-୧୧:ମହାରାଷ୍ଟ୍ରରେ ନୂଆ ସରକାର ଗଠନ ବିଳମ୍ବିତ ହୋଇଛି। ତ୍ରୟୋଦଶ ବିଧାନସଭା ଅବଧି ଶେଷ ହେବାକୁ ୨୪ ଘଣ୍ଟାରୁ କମ୍‌ ସମୟ ବାକି ଥିବାବେଳେ କେଉଁ ଦଳ...

ସ୍ପେଶାଲ କୋର୍ଟରେ ଚିଦାମ୍ବରମ୍‌ ଏବଂ କାର୍ତ୍ତିଙ୍କ ଆଗୁଆ ଜାମିନ୍‌ ମଞ୍ଜୁର

ନୂଆଦିଲ୍ଲୀ,୫।୯: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ଆଗୁଆ ଜାମିନ୍‌ ଦିଲ୍ଲୀର ସିବିଆଇ ସ୍ପେଶାଲ କୋର୍ଟ ଗୁରୁବାର ମଞ୍ଜୁର କରିଛନ୍ତି।...

ମହାରାଷ୍ଟ୍ର ରାଜନୀତିରେ ନୂଆ ଅଧ୍ୟାୟ: ଛିଣ୍ଡିଗଲା ଭାଗବଣ୍ଟା

ନାଗପୁର/ମୁମ୍ବାଇ,୧୬ା୧୧ (ପି.ଟି./ଆଇଏଏନ୍‌ଏସ୍‌): ମହାରାଷ୍ଟ୍ର ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି। ପ୍ରଥମଥର ପାଇଁ ଶିବସେନା ସହ ମିଶି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)...

ପଶ୍ଚିମବଙ୍ଗରେ ଲାଗୁ ହେବନାହିଁ ଏନ୍‌ଆର୍‌ସି: ମମତା

କୋଲକାତା,୩।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ମୋଦି ସରକାରଙ୍କ ନିୟମକୁ ମାନିବେ ନାହିଁ ବୋଲି କହିଛନ୍ତି। ରାଜ୍ୟରେ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି) ଲାଗୁ...

ବିଶ୍ୱ ଜଳବାୟୁ ଜରୁରୀ ପରିସ୍ଥିତି ଘୋଷଣା କଲେ ୧୧ ହଜାର ବୈଜ୍ଞାନିକ

ନୂଆଦିଲ୍ଲୀ, ୭।୧୧(ପି.ଟି.): ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବକୁ ନେଇ ବୈଜ୍ଞାନିକମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ୧୫୩ଟି ରାଷ୍ଟ୍ରର ୧୧ହଜାରରୁ ଊର୍ଦ୍ଧ୍ୱ ବୈଜ୍ଞାନିକ ବିଶ୍ୱ ଜଳବାୟୁ ଜରୁରୀ ପରିସ୍ଥିତି...

ଭାରତକୁ ମିଳିବ କରୋନା ଭ୍ୟାକସିନ୍‌!

ନୂଆଦିଲ୍ଲୀ,୨୩।୪: କରୋନା ଭାଇରସ ଏବେ ବିଶ୍ୱର ପ୍ରାୟ ୨୧୦ ଦେଶକୁ ବ୍ୟାପିଥିବା ବେଳେ ଏବେ ଏହା ଆମେରିକାରେ ସର୍ବାଧିକ ଲୋକଙ୍କ ଜୀବନ ନେଲାଣି। ଏହି ଭାଇରସର...

କାଗଜ ଫର୍ମ ନୁହେଁ ମୋବାଇଲ ଆପ୍‌ ଦ୍ୱାରା ହେବ ଜନଗଣନା

ନୂଆଦିଲ୍ଲୀ,୮।୭: ଜଣଗଣନା ପାଇଁ ଏବେ କାଗଜ ଫର୍ମ ନୁହେଁ ମୋବାଇଲ ଆପ୍‌ର ହେବ ବ୍ୟବହାର। ପୂର୍ବରୁ କାଗଜ ଫର୍ମରେ ସୂଚନା ଏକତ୍ରିତ କରି ଏହାର ବିଶ୍ଳେଷଣ...

Leave a comment

Your email address will not be published. Required fields are marked *